ବିଦ୍ୟା ଜନ୍ମ ହେବା ପରେ ନର୍ସ କହିଥିଲେ,“ଘରକୁ ନ୍ୟାସ୍‌ନାଲ୍ ଆୱାର୍ଡ ଆସିଛି”

ମୁମ୍ବାଇ: ‘ପରିଣୀତା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ବିଦ୍ୟା ବଲାନ୍‌ ରୂପେଲି ପରଦାରେ ବହୁ ବର୍ଷ ଅତିକ୍ରମ କରି ସାରିଲେଣି। ଦମଦାର ଅଭିନୟ ପାଇଁ ସେ ବହୁ ପୁରସ୍କାର ବି ପାଇସାରିଛନ୍ତି। ସେ ହିଁ ପ୍ରଥମେ ବିଶ୍ୱାସ ଜମାଇଥିଲେ ଯେ, ବଲିଉଡ୍‌ରେ ୩ ଖାନ୍‌ଙ୍କ ବିନା ବି ଫିଲ୍ମ ହିଟ୍ ହୋଇପାରେ। ତେବେ ସେ ବହୁତ ଭାବିଚିନ୍ତି ଫିଲ୍ମ ସାଇନ୍ କରନ୍ତି। ଆଗକୁ ତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ମିଶନ୍‌ ମଙ୍ଗଲ୍‌’। […]

mission-mangal-1..

Niharika Rout
  • Published: Saturday, 20 July 2019
  • , Updated: 20 July 2019, 02:25 PM IST

ମୁମ୍ବାଇ: ‘ପରିଣୀତା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିବା ବିଦ୍ୟା ବଲାନ୍‌ ରୂପେଲି ପରଦାରେ ବହୁ ବର୍ଷ ଅତିକ୍ରମ କରି ସାରିଲେଣି। ଦମଦାର ଅଭିନୟ ପାଇଁ ସେ ବହୁ ପୁରସ୍କାର ବି ପାଇସାରିଛନ୍ତି। ସେ ହିଁ ପ୍ରଥମେ ବିଶ୍ୱାସ ଜମାଇଥିଲେ ଯେ, ବଲିଉଡ୍‌ରେ ୩ ଖାନ୍‌ଙ୍କ ବିନା ବି ଫିଲ୍ମ ହିଟ୍ ହୋଇପାରେ। ତେବେ ସେ ବହୁତ ଭାବିଚିନ୍ତି ଫିଲ୍ମ ସାଇନ୍ କରନ୍ତି।

ଆଗକୁ ତାଙ୍କର ଏକ ନୂଆ ଫିଲ୍ମ ଆସୁଛି। ଏହାର ନାଁ ‘ମିଶନ୍‌ ମଙ୍ଗଲ୍‌’। ଏହି ଫିଲ୍ମରେ ସେ ଖିଲାଡ଼ୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ଶେଆର କରିଛନ୍ତି। ଏହାର ସ୍କ୍ରିପ୍ଟ ପସନ୍ଦ ଆସିବାରୁ ସେ ଫିଲ୍ମ ସାଇନ୍‌ କରିଛନ୍ତି ନା ଆୱାର୍ଡକୁ ଦୃଷ୍ଟିରେ ରଖି ହଁ କରିଛନ୍ତି ବୋଲି ଟ୍ରେଲର ରିଲିଜ୍ ବେଳେ ଜଣେ ରିପୋର୍ଟର ତାଙ୍କୁ ପ୍ରଶ୍ନ କରିଥିଲେ।

ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ଏହି ଫିଲ୍ମର ସ୍କ୍ରିପ୍ଟ ମୋତେ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ ଜୀବନରେ ପ୍ରଥମ ଥର ସ୍କ୍ରିପ୍ଟ ଶୁଣିବା ପରେ ଖୁବ୍ କମ୍ ସମୟ ମଧ୍ୟରେ ଏଥିରେ ଅଭିନୟ କରିବାକୁ ହଁ ଭରିଥିଲି।

ସେ ଏତିକି କହିବା ପରେ ସେଠାରେ ଉପସ୍ଥିତ ଅକ୍ଷୟ କୁମାର ତାଙ୍କୁ ଅଟକାଇ ଥିଲେ ଓ ଏକ ମଜାଦାର କଥା କହିଥିଲେ। ସେ କହିଥିଲେ,“ବିଦ୍ୟା ଜନ୍ମ ହେବା କ୍ଷଣି ନର୍ସ କହିଥିଲେ, ମୁବାରକ୍‌ ହୋ, ଆପଣଙ୍କ ଘରକୁ ନ୍ୟାସ୍‌ନାଲ୍ ଆୱାର୍ଡ ଆସିଛି। ଅର୍ଥାତ୍‌ ବିଦ୍ୟା ସବୁ ଫିଲ୍ମରେ ନ୍ୟାସନାଲ୍‌ ଆୱାର୍ଡ ଜିତିବା ପରି ଅଭିନୟ କରୁଛନ୍ତି।” ଏହା ଶୁଣି ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

‘ମିଶନ୍‌ ମଙ୍ଗଲ୍‌’ ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ। ଏଥିରେ ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ ଓ ସରମନ ଯୋଶୀ ପ୍ରମୁଖ ଅଭିନୟ କରିଛନ୍ତି।

Related story