ମୁମ୍ବାଇ: ସାଧାରଣତଃ ହିରୋଇନ୍ ମାନେ ବହୁତ ସୁନ୍ଦର ହୋଇଥାଆନ୍ତି। ସେମାନେ ସ୍କ୍ରିନ୍ରେ ସୁନ୍ଦର ଓ ଫିଟ୍ ଦେଖାଯିବାକୁ ଖୁବ୍ ପରିଶ୍ରମ କରନ୍ତି। ପୁଣି ମେକପ୍ ମ୍ୟାନଙ୍କଠୁ ଆରମ୍ଭ କରି କଷ୍ଟ୍ୟୁମ୍ ଡିଜାଇନର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଚରିତ୍ର ଅନୁଯାୟୀ ପରଫେକ୍ଟ କରିବାରେ ଟିକେ ବି ଊଣା କରନ୍ତି ନାହିଁ। କିନ୍ତୁ ଆଜି ଆମେ ଏମିତି ଜଣେ ବଲିଉଡ୍ ହିରୋଇନ୍ ବିଷୟରେ କହିବୁ ଯିଏ ଏକ ଫିଲ୍ମ ପାଇଁ ଅନେକ ଦିନ ଧରି ଗାଧୋଇ ନଥିଲେ। କାରଣ ସେ ଫିଲ୍ମରେ ତାଙ୍କୁ ମିଳିଥିବା ଚରିତ୍ର ଭଳି ଦିଶିବାକୁ ଚାହୁଁଥିଲେ। ଚାଲନ୍ତୁ ଜାଣିବା ସେହି ହିରୋଇନ୍ ଜଣକ କିଏ?
ସେହି ହିରୋଇନ୍ ଜଣକ ହେଉଛନ୍ତି ବିଦ୍ୟା ବାଲନ। ନିଜ ଜବରଦସ୍ତ ଅଭିନୟ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ବିଦ୍ୟା ସବୁବେଳେ ନିଜ ଅଭିନୟକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ଯାହା ଦରକାର ପଡ଼େ ସେ କରନ୍ତି। ଯେଉଁଥିପାଇଁ ବଲିଉଡ୍ରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଚରିତ୍ର ଯାହା ଡିମାଣ୍ଡ କରେ ସେ ତାକୁ ପୂରା କରନ୍ତି। ନିଜର ସୌନ୍ଦର୍ଯ୍ୟର ଚିନ୍ତା କରନ୍ତି ନାହିଁ।