ସୁସ୍ମିତା ସେନ୍‌ଙ୍କ ପାଇଁ ସୁଇସାଇଡ୍‌ ଉଦ୍ୟମ କରିଥିଲେ ଏହି ଜଣାଶୁଣା ନିର୍ଦ୍ଦେଶକ

ମୁମ୍ବାଇ: ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ପ୍ରେମିକଙ୍କ ଲିଷ୍ଟ ବହୁତ ଲମ୍ବା। କୁହାଯାଏ ଏହି ଲିଷ୍ଟ ସଲମାନଙ୍କଠାରୁ ବି ବଡ଼। ଆଉ ଏଥିରେ ରହିଛି ବହୁ ବଡ଼ ବଡ଼ ହସ୍ତୀଙ୍କ ନାଁ। ହେଲେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ସୁସ୍ମିତାଙ୍କ ପାଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଆମେ ଆଉ କାହା କଥା କହୁନାହୁଁ, ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନିର୍ଦ୍ଦେଶକ ବିକ୍ରମ ଭଟ୍ଟ।

୧୯୯୪ରେ ସୁସ୍ମିତା ମିସ୍‌ ୟୁନିଭର୍ସ ହେବା ଓ ବିକ୍ରମଙ୍କ ସହ ତାଙ୍କ ଲଭ୍‌ ଆରମ୍ଭ କାହାକୁ ଅଛପା ନାହିଁ। ସୁସ୍ମିତାଙ୍କ ପାଇଁ ବିକ୍ରମ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେବାକୁ ପଛାଇ ନଥିଲେ। ହେଲେ ଶେଷରେ ସୁସ୍ମିତାଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ପତ୍ନୀ ଓ ପିଲା ଛାଡି ପଳାଇବା ଓ ଏପଟେ ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ପରେ ବିକ୍ରମ ପାଗଳଙ୍କ ପରି ହୋଇଯାଇଥିଲେ। ଏପରିକି ସେ ନିଜ ଘର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ପରେ ସେ ଏପରି ଉଦ୍ୟମରୁ ନିଜକୁ ଦୂରେଇ ରଖିଥିଲେ।

ପରେ ବିକ୍ରମ ପତ୍ନୀ ଓ ପିଲାମାନଙ୍କୁ ଫେରାଇ ଆଣିବାକୁ ଓ ସେମାନଙ୍କ ସହ ସମ୍ପର୍କ ସୁଧାରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ସେ ସାରା ଜୀବନ ଏକା ରହିବାକୁ ନିଷ୍ପତ୍ତି ନେଇଥିଲେ।