ଦୀପିକା ଓ ଭିନ୍‌ଙ୍କ ନୂଆ ଫଟୋକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ହଟେଷ୍ଟ ଅଭିନେତ୍ରୀ ଭାବେ ପରିଚତ ‘ମସ୍ତାନୀ ଗାର୍ଲ’ ଦୀପିକା ପଦୁକୋଣ ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ହଲିଉଡ୍‌ ଫିଲ୍ମ xXx: The Return of Xander Cage (2017)ର ହିରୋ ଭିନ୍‌ ଓ ଦୀପିକାଙ୍କର ଏକ ନୂଆ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଭିନ୍‌ ଡିଜେଲ ଟାଟୁପୂର୍ଣ୍ଣ ବେୟାର ବଡି ସହ ସର୍ଟଟପ୍‌ ପିନ୍ଧା ଦୀପିକାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ଏହି ଫଟୋଟି ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟରେ ଭାଇରାଲ ହୋଇଛି। ଏହାକୁ ନେଇ ଫେସ୍‌ବୁକ୍‌,ଟ୍ୱିଟର ପରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ କିଛି ଦିନ ତଳେ ଦୀପିକା ଓ ଭିନ୍‌ଙ୍କ ଅନ୍ତରଙ୍ଗ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଫିଲ୍ମଟି ୨୦୧୭ ଜାନୁଆରୀ ୨୦ ତାରିଖରେ ପରଦାକୁ ଆସିବ।