ଏଇ ମାସରେ ବିବାହ କରିବେ ବିରାଟ ଓ ଅନୁଷ୍କା!

ମୁମ୍ବାଇ: କିଛିଦିନ ହେବ କ୍ରିକେଟ୍ ତାରକା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଖବର ଅନୁଯାୟୀ ବିରାଟ ଓ ଅନୁଷ୍କାଙ୍କ ବିବାହ ଚଳିତବର୍ଷ ଡିସେମ୍ବର ୯ରୁ୧୨ତାରିଖ ମଧ୍ୟରେ ଇଟାଲିରେ ହେବାକୁ ଯାଉଛି। ସେଥିପାଇଁ ଉଭୟଙ୍କ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେଣୁ ନିକଟରେ ଫ୍ୟାସନ୍ ଡିଜାଇନର ସବ୍ୟସଚ୍ଚୀ ନିଜ ଟିମ୍ ସହ ଅନୁଷ୍କାଙ୍କ ଘରକୁ ଯାଇଥିଲେ। ବିରାଟ ମଧ୍ୟ ଡିସେମ୍ବରେ ହେବାକୁ ଥିବା ଭାରତୀୟ କ୍ରିକେଟ୍‌ ଦଳର […]

virushka-2

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 03:41 PM IST

ମୁମ୍ବାଇ: କିଛିଦିନ ହେବ କ୍ରିକେଟ୍ ତାରକା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଖବର ଅନୁଯାୟୀ ବିରାଟ ଓ ଅନୁଷ୍କାଙ୍କ ବିବାହ ଚଳିତବର୍ଷ ଡିସେମ୍ବର ୯ରୁ୧୨ତାରିଖ ମଧ୍ୟରେ ଇଟାଲିରେ ହେବାକୁ ଯାଉଛି। ସେଥିପାଇଁ ଉଭୟଙ୍କ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେଣୁ ନିକଟରେ ଫ୍ୟାସନ୍ ଡିଜାଇନର ସବ୍ୟସଚ୍ଚୀ ନିଜ ଟିମ୍ ସହ ଅନୁଷ୍କାଙ୍କ ଘରକୁ ଯାଇଥିଲେ। ବିରାଟ ମଧ୍ୟ ଡିସେମ୍ବରେ ହେବାକୁ ଥିବା ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତରୁ ବିଶ୍ରାମ ନେବା ଲାଗି ଆବେଦନ କରିଛନ୍ତି। ଅନୁଷ୍କା ମଧ୍ୟ ଶାହାରୁଖଙ୍କ ସହ ଆସୁଥିବା ଆଗାମୀ ପିଲ୍ମକୁ ଡିସେମ୍ବରରେ ସାରିବା କରିବା ପାଇଁ ଚେଷ୍ଟା କରୁଛନ୍ତି। ଶାହାରୁଖ ଏଥିରେ ଅନୁଷ୍କାଙ୍କୁ ସହଯୋଗ କରି ସୁଟିଂରେ ଅଧିକ ସମୟ ଦେଉଛନ୍ତି। ଏସବୁ କଥାକୁ ନଜରରେ ରଖି ଅନୁମାନ କରାଯାଉଥିଲା ଯେ ଡିସେମ୍ବରରେ ଉଭୟଙ୍କର ବିବାହ ହେବ। ଏହି ଖବରଟି ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେବାପରେ ଅନୁଷ୍କା ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି। ବିବାହକୁ ନେଇ ଯେଉଁ ଖବର ଆସୁଛି ସେଥିରେ କୌଣିସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

Related story