ବିରାଟ ଓ ଅନୁଷ୍କାଙ୍କୁ ନେଇ ଫିଲ୍ମ ବନାଇବେ କରଣ ଜୋହର!

ମୁମ୍ବାଇ: କରଣ ଜୋହର ଷ୍ଟାର କିଡ୍‌ମାନଙ୍କୁ ଲଞ୍ଚ୍ କରବାରେ ସବୁବେଳେ ଆଗରେ ରହିଥାନ୍ତି। ହେଲେ ଏବେ ସେ କୌଣସି ଷ୍ଟାର କିଡ୍ ନୁହେଁ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କୁ ଲଞ୍ଚ୍ କରିବାକୁ ଭାବିଛନ୍ତି। କରଣ ବିରାଟଙ୍କର ଅଭିନୟ କଳାରେ ସେ ବେଶ୍ ପ୍ରଭାବିତ ହୋଇଛନ୍ତି। ନିକଟରେ ବିରାଟ କୋହଲି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କ ସହ ଏକ ଆଡ୍‌ରେ ନଜର ଆସିଥିଲେ। ଏହି ଆଡ୍ ଦେଖି କରଣ ଏତେ ପ୍ରଭାବିତ ହୋଇଥିଲେ ଯେ […]

virat

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 12:17 PM IST

ମୁମ୍ବାଇ: କରଣ ଜୋହର ଷ୍ଟାର କିଡ୍‌ମାନଙ୍କୁ ଲଞ୍ଚ୍ କରବାରେ ସବୁବେଳେ ଆଗରେ ରହିଥାନ୍ତି। ହେଲେ ଏବେ ସେ କୌଣସି ଷ୍ଟାର କିଡ୍ ନୁହେଁ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କୁ ଲଞ୍ଚ୍ କରିବାକୁ ଭାବିଛନ୍ତି। କରଣ ବିରାଟଙ୍କର ଅଭିନୟ କଳାରେ ସେ ବେଶ୍ ପ୍ରଭାବିତ ହୋଇଛନ୍ତି। ନିକଟରେ ବିରାଟ କୋହଲି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କ ସହ ଏକ ଆଡ୍‌ରେ ନଜର ଆସିଥିଲେ। ଏହି ଆଡ୍ ଦେଖି କରଣ ଏତେ ପ୍ରଭାବିତ ହୋଇଥିଲେ ଯେ ଟ୍ୱିଟ୍‌ କରି ବିରାଟଙ୍କ ପ୍ରଶଂସା କରିଥିଲେ।  ସେ ଲେଖିଥିଲେ ଯେ ଅଭିଷେକ ବର୍ମନ ଏକ ବହୁତ ଭଲ ଆଡ୍ ବନାଇଛନ୍ତି ଏବଂ ବିରାଟ ଜଣେ ବହୁତ ଭଲ କଳାକାର।

ସୂଚନା ଅନୁଯାୟୀ କରଣ ଜୋହର ବିରାଟ କୋହଲିଙ୍କୁ ନିଜ ଫିଲ୍ମ ପାଇଁ ସାଇନ୍ କରିବାକୁ ଚାହୁଁଛନ୍ତି। ବିରାଟ ଯଦି ହିରୋ ହେବେ ହିରୋଇନ ଅନୁଷ୍କା ହେବାଟା ତ ନିଶ୍ଚିତ! ଯଦି ଏପରି ହୁଏ ତେବେ ତାଙ୍କ ଫ୍ୟାନ୍‌ମାନେ ବେଶ୍ ଖୁସି ହେବେ। ନିକଟରେ ଖବର ଆସିଥିଲା ଯେ ବିରାଟ ଚଳିତ ବର୍ଷ ଅନୁଷ୍କାଙ୍କୁ ବାହା ହେବେ।

Related story