ଏହି ପଞ୍ଚ ତାରକା ହୋଟେଲ୍‌ରେ ହେବ ‘ବିରୁଷ୍କା’ଙ୍କର ରିସେପ୍‌ସନ୍: ଦେଖନ୍ତୁ ହୋଟେଲ୍‌ର କିଛି ଝଲକ୍...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ବାହାଘର ସରିଯାଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ବହୁତ ଶିଘ୍ର ସେମାନେ ଭାରତକୁ ଫେରିବେ ଓ ବାହାଘରର ରିସେପ୍‌ସନ୍‌ ପାର୍ଟି ଦେବେ। ସେମାନେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଦିଲ୍ଲୀର ତାଜ୍‌ ହୋଟେଲରେ ରିସେପ୍‌ସନ୍‌ ଦେବେ ବୋଲି ସୂଚନା ମିଳିଛି। ତାଜ୍‌ ଡିଫ୍ଲେମାଟିକ୍ ଏନକ୍ଲେଭର ଦରବାର ହଲ୍‌ରେ ରିସେପ୍ଶନର ଆୟୋଜନ କରାଯାଇଛି। […]

38849817-h1-exterior_1_3x2

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 02:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ବାହାଘର ସରିଯାଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ବହୁତ ଶିଘ୍ର ସେମାନେ ଭାରତକୁ ଫେରିବେ ଓ ବାହାଘରର ରିସେପ୍‌ସନ୍‌ ପାର୍ଟି ଦେବେ। ସେମାନେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଦିଲ୍ଲୀର ତାଜ୍‌ ହୋଟେଲରେ ରିସେପ୍‌ସନ୍‌ ଦେବେ ବୋଲି ସୂଚନା ମିଳିଛି। ତାଜ୍‌ ଡିଫ୍ଲେମାଟିକ୍ ଏନକ୍ଲେଭର ଦରବାର ହଲ୍‌ରେ ରିସେପ୍ଶନର ଆୟୋଜନ କରାଯାଇଛି। ଏବେଠାରୁ ଏହାର ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଲାଣି। ନିମନ୍ତ୍ରଣ ପତ୍ର ଅନୁଯାୟୀ ଡିସେମ୍ବର ୨୧ ତାରିଖ ରାତି ୮.୩୦ ମିନିଟରେ ରିସେପ୍‌ସନ୍‌ ଆରମ୍ଭ ହେବ। ଏହି ପାର୍ଟିରେ କେବଳ ବିରାଟ ଓ ଅନୁଷ୍କାଙ୍କ ସମ୍ପର୍କୀୟମାନେ ହିଁ ସାମିଲ ହେବେ।

ଦିଲ୍ଲୀର ତାଜ୍‌ ଡିପ୍ଲୋମାଟିକ୍ ଏନ୍‌କ୍ଲେଭ୍ ଏକ ପଞ୍ଚ ତାରକା ହୋଟେଲ୍। ଏହି ହୋଟେଲ୍‌ର ଦରବାର ହଲ୍‌ରେ ପାର୍ଟି ଦିଆଯିବ। ଏଠାରେ  ଅତି କମ୍‌ରେ ୫୦୦ ରୁ ୧୦୦୦ ଲୋକଙ୍କୁ ଆତିଥ୍ୟ ଦିଆଯାଇପାରିବ। ହୋଟେଲରେ ୪୦୩ଟି ରୁମ୍ ଓ ୪୧ ଟି ସ୍ୱିଫ୍ଟ୍ ରହିଛି। ଲଗ୍‌ଜରି ସ୍ପା ଓ ସେଲୁନ୍ ମଧ୍ୟ ରହିଛି। ଏହି ହୋଟେଲ୍‌ଟି ଇଣ୍ଡିଆନ୍, ଇୟୁରୋପିୟାନ୍ ଓ ଚାଇନିଜ୍ ଖାଦ୍ୟ ପାଇଁ ପ୍ରସିଦ୍ଧ। ଦେଖନ୍ତୁ ହୋଟେଲ୍‌ର କିଛି ଝଲକ୍।

ଡିସେମ୍ବର ୨୬ରେ ମୁମ୍ବାଇରେ ହେବ ପାର୍ଟି:

ଦିଲ୍ଲୀରେ ଭୋଜି ଦେବା ପରେ ବିରାଟ ଓ ଅନୁଷ୍କା ଡିସେମ୍ବର ୨୬ ତାରିଖରେ ମୁମ୍ବାଇରେ ଆଉ ଏକ ଭୋଜି ଦେବେ। ଯେଉଁଠାରେ ବିରାଟ ଓ ଅନୁଷ୍କାଙ୍କର ନିକଟତର କ୍ରିକେଟ ତାରକା ଓ ବଲିଉଡ ତାରକାମାନେ ଯୋଗ ଦେବେ। ତେବେ ସୂଚନା ଅନୁଯାୟୀ ବିରାଟ ଓ ଅନୁଷ୍କା ବାହାଘର ପରେ ସାଉଥ ଆଫ୍ରିକା ଯିବେ। ସେଠାରେ ବିରାଟ ଟେଷ୍ଟ୍ ସିରିଜରେ ସାମିଲ ହେବେ ଓ ଅନୁଷ୍କା ତାଙ୍କ ସହ ନୂଆବର୍ଷ ପାଳନ କରିବେ।

https://youtu.be/oObOsdmwXBY

Related story