ଦିଲ୍ଲୀରେ ଜରିନାଙ୍କ ସହ କ’ଣ ଘଟିଲା? ରାତାରାତି ପଳାଇ ଆସିଲେ ମୁମ୍ବାଇ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜରିନ ଖାନ ବର୍ତ୍ତମାନ ନିଜର ଅପ୍ କମିଂ ଫିଲ୍ମ ଅକ୍ସର-୨ର ପ୍ରଚାର ପାଇଁ ବହୁତ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ସେଠାରେ ତାଙ୍କ ସହିତ ଯାହା ଘଟିଥିଲା ତାହା ଜରିନଙ୍କ ପାଇଁ କେଉଁ ଭୟଙ୍କର ସ୍ୱପ୍ନଠାରୁ କମ୍ ନୁହେଁ। ଜରିନ ଦିଲ୍ଲୀରେ ପହଞ୍ଚିବା ପରେ ହଠାତ୍ ତାଙ୍କୁ ୪୦ରୁ ୫୦ ଲୋକ ଘେରି ଯାଇଥିଲେ। ତାଙ୍କ ସହ ଫଟୋ ଉଠାଇବା ପାଇଁ ଚହୁଁଥିଲେ। ଦେଖୁ ଦେଖୁ ସ୍ଥିତି ନିୟନ୍ତ୍ରଣ […]

zareenkhan

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 01:11 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜରିନ ଖାନ ବର୍ତ୍ତମାନ ନିଜର ଅପ୍ କମିଂ ଫିଲ୍ମ ଅକ୍ସର-୨ର ପ୍ରଚାର ପାଇଁ ବହୁତ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ସେଠାରେ ତାଙ୍କ ସହିତ ଯାହା ଘଟିଥିଲା ତାହା ଜରିନଙ୍କ ପାଇଁ କେଉଁ ଭୟଙ୍କର ସ୍ୱପ୍ନଠାରୁ କମ୍ ନୁହେଁ।

ଜରିନ ଦିଲ୍ଲୀରେ ପହଞ୍ଚିବା ପରେ ହଠାତ୍ ତାଙ୍କୁ ୪୦ରୁ ୫୦ ଲୋକ ଘେରି ଯାଇଥିଲେ। ତାଙ୍କ ସହ ଫଟୋ ଉଠାଇବା ପାଇଁ ଚହୁଁଥିଲେ। ଦେଖୁ ଦେଖୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଜରିନଙ୍କ ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଏପରିକି କଥା ଜବରଦସ୍ତି ଆଡ଼କୁ ଚାଲି ଯାଇଥିଲା। କ୍ୟାମେରାରେ ତାଙ୍କ ମୁହଁକୁ କଏଦ କରିବା ପାଇଁ କିଛି ଲୋକ ତାଙ୍କ ସହ ଦବରଦସ୍ତି କରିଥିଲେ। ଜରିନ୍ ଏଥିରେ ଏତେ ଡରି ଯାଇଥିଲେ ଯେ ବାଧ୍ୟ ହୋଇ ରାତି ଫ୍ଲାଇଟ୍‌ରେ ମୁମ୍ବାଇ ଫେରିଯାଇଥିଲେ।

ଏକ ଇଂରାଜି ୱେବ୍‌ସାଇଟ୍ ଅନୁସାରେ ଜରିନ୍‌ ମାତ୍ର ୧୫ ମିନିଟି ପାଇଁ ଫ୍ୟାନଙ୍କ ସହ ଦେଖା କରିବାକୁ ଦିଲ୍ଲୀର ଏକ ଇଭେଣ୍ଟରେ ପହଞ୍ଚିଥିଲେ। ପୂର୍ବରୁ ଇଭେଣ୍ଟ ଆୟୋଜକମାନେ ବିଳମ୍ବ କରି ସାରିଥିଲେ। ଜରିନ୍ ଯେତେବେଳେ ଇଭେଣ୍ଟରେ ପହଞ୍ଚିଲେ ସେଠାରେ ସୁରକ୍ଷା ବ୍ୟବସ୍ଥା ନଥିଲା। ଫଳରେ ତାଙ୍କୁ ଏଭଳି ହଟହଟା ହେବାକୁ ପଡ଼ିଲା। ସେଠାରେ ତାଙ୍କୁ ସୁରକ୍ଷା ଦେବାକୁ କୌଣସି ବ୍ୟବସ୍ଥା ନଥିଲା।ଓ ଫିଲ୍ମର ଜଣେ ହେଲେ ବି ମେଲ ମେମ୍ବର ତାଙ୍କ ସହିତ ନଥିଲେ। ମୁମ୍ବାଇ ଫେରିବା ପରେ ଜରିନ ଏହା ତାଙ୍କ ପାଇଁ ଏକ ଭୟାନକ ଘଟଣା ଥିଲା ବୋଲି କହିଥିଲେ।

Related story