ସିନେମା ସୁଟିଂ ସରିବା ପରେ କ’ଣ ହୁଏ ହିରୋ,ହିରୋଇନ୍‌ଙ୍କ ପୋଷାକ? ଜାଣନ୍ତୁ କିଛି ରୋଚକ ତଥ୍ୟ

ଆପଣ ଯଦି ସିନେମା ଦେଖିବାକୁ ପସନ୍ଦ କରନ୍ତି, ତା’ହେଲେ ନୋଟିସ୍ କରିଥିବେ ହିରୋ, ହିରୋଇନ୍‌ମାନେ ଗୋଟିଏ ସିନେମାରେ ପିନ୍ଧୁଥିବା ଡ୍ରେସ୍‌ ଅନ୍ୟ ସିନେମାରେ ପିନ୍ଧନ୍ତି ନାହିଁ। ଏପରିକି ଗୋଟିଏ ଫିଲ୍ମରେ ହିରୋ, ହିରୋଇନମାନେ ବହୁତ ଥର ନିଜ କଷ୍ଟ୍ୟୁମ୍ ବଦଳାନ୍ତି। ୫ ମିନିଟ୍‌ର ଗୀତରେ ମଧ୍ୟ ହିରୋ,ହିରୋଇନ୍ ଏକାଧିକ ପୋଷାକରେ ନଜର ଆସନ୍ତି। ଆପଣ କେବେ ଭାବିଛନ୍ତି କି ସୁଟିଂ ଶେଷ ହେବା ପରେ ଏ ସବୁ କଷ୍ଟ୍ୟୁମ୍‌ ବା ହିରୋ,ହିରୋଇନ୍‌ଙ୍କ ପୋଷାକଗୁଡ଼ିକୁ କ’ଣ କରାଯାଏ? ଆସନ୍ତୁ […]

hrithik

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 10:54 AM IST

ଆପଣ ଯଦି ସିନେମା ଦେଖିବାକୁ ପସନ୍ଦ କରନ୍ତି, ତା’ହେଲେ ନୋଟିସ୍ କରିଥିବେ ହିରୋ, ହିରୋଇନ୍‌ମାନେ ଗୋଟିଏ ସିନେମାରେ ପିନ୍ଧୁଥିବା ଡ୍ରେସ୍‌ ଅନ୍ୟ ସିନେମାରେ ପିନ୍ଧନ୍ତି ନାହିଁ। ଏପରିକି ଗୋଟିଏ ଫିଲ୍ମରେ ହିରୋ, ହିରୋଇନମାନେ ବହୁତ ଥର ନିଜ କଷ୍ଟ୍ୟୁମ୍ ବଦଳାନ୍ତି। ୫ ମିନିଟ୍‌ର ଗୀତରେ ମଧ୍ୟ ହିରୋ,ହିରୋଇନ୍ ଏକାଧିକ ପୋଷାକରେ ନଜର ଆସନ୍ତି। ଆପଣ କେବେ ଭାବିଛନ୍ତି କି ସୁଟିଂ ଶେଷ ହେବା ପରେ ଏ ସବୁ କଷ୍ଟ୍ୟୁମ୍‌ ବା ହିରୋ,ହିରୋଇନ୍‌ଙ୍କ ପୋଷାକଗୁଡ଼ିକୁ କ’ଣ କରାଯାଏ? ଆସନ୍ତୁ ଜାଣିବା ସେଗୁଡ଼ିକୁ କ’ଣ କରାଯାଏ:

  • ସାଧାରଣତଃ କଷ୍ଟ୍ୟୁମ୍‌ଗୁଡ଼ିକୁ ଫୋପଡ଼ା ଯାଏ ନାହିଁ। କଳାକାରଙ୍କ ଦ୍ୱାରା ପିନ୍ଧାଯାଉଥବା ପୋଷାକଗୁଡ଼ିକୁ ସିନେମା ପ୍ରଡକସନ୍ ହାଉସ୍ ପୃଥକ ପୃଥକ ବାକ୍ସରେ ଲେବଲ୍ ମାରି ରଖନ୍ତି।  ଏହି ଟ୍ୟାଗ୍‌ରୁ ଜଣାପଡ଼େ କେଉଁ କଷ୍ଟ୍ୟୁମ୍ କେଉଁ କଳାକାର ପିନ୍ଧିଥିଲେ।
  • ପ୍ରଡକ୍ସନ୍ ହାଉସ୍ ଏହି ପୋଷାକଗୁଡ଼ିକୁ ଅନ୍ୟ ସିନେମାରେ ମୁଖ୍ୟ କଳାକାରଙ୍କ ବଦଳରେ ଜୁନିଅର ଆର୍ଟିଷ୍ଟଙ୍କୁ ପିନ୍ଧିବାକୁ ଦିଅନ୍ତି।
  • ବେଳେ ବେଳେ ଦେଖାଯାଇଛି ଫିଲ୍ମ ହିଟ୍ ବା ସୁପର ହିଟ୍ ହେଲେ ହିରୋ,ହିରୋଇନ୍‌ମାନେ ସ୍ମୃତି ସ୍ୱରୂପ ଉକ୍ତ ଫିଲ୍ମରେ ପିନ୍ଧିଥିବା ତାଙ୍କର ଫେଭରିଟ୍ ଆଉଟ୍‌ଫିଟ୍‌କୁ ନିଜ ପାଖରେ ରଖନ୍ତି।
  • ଅନେକ ସମୟରେ ଫିଲ୍ମ ପାଇଁ ବିଶେଷ ଭାବେ ଡିଜାଇନରଙ୍କ ଦ୍ୱାରା ଡ୍ରେସ୍ ପ୍ରସ୍ତୁତ କରାଯାଇଥାଏ। ବେଳେ ବେଳେ ହିରୋ,ହିରୋଇନ୍‌ମାନେ ନିଜ ଆଡୁ ମଧ୍ୟ ବିଶେଷ ଡିଜାଇନ୍ ପ୍ରସ୍ତୁତ କରାଇ ଥାଆନ୍ତି। ଏହି କ୍ଷେତ୍ରରେ ସିନେମା ସୁଟିଂ ପରେ ହିରୋ,ହିରୋଇନ୍‌ମାନେ ଉକ୍ତ ପୋଷାକକୁ ନିଜ ପାଖରେ ରଖନ୍ତି। ‘ବମ୍ବେ ଭେଲ୍‌ଭେଟ୍‌’ରେ ଅନୁଷ୍କା ଶର୍ମା ଏକ ଡ୍ରେସ୍ ପିନ୍ଧିଥିଲେ ଯାହାର ଓଜନ ଥିଲା ୩୫ କେଜି। ଏହାକୁ ବିଶେଷ ଭାବେ ଡିଜାଇନ୍ କରିଥିଲେ ନିହାରିକା ଖାନ୍‌। ସିନେମା ଶେଷ ହେବା ପରେ ଅନୁଷ୍କା ସେହି ଡ୍ରେସ୍‌କୁ ନିଜ ପାଖରେ ରଖିଥିଲେ।

ସୌଜନ୍ୟ-ୟଙ୍ଗିସ୍ତାନ

Related story