୧୫୦ ଏକର ଜମିରେ ତିଆରି ନିଜ ଫାର୍ମ ହାଉସରେ କ’ଣ କରନ୍ତି ସଲମାନ ?

ମୁମ୍ବାଇ: ବଲିଉଡ୍‌ର ଅଭିନେତା ଓ ଅଭିନେତ୍ରୀମାନେ ନିଜ ଘର ତିଆରି କରିବାରେ ଯେପରି ଟଙ୍କା ପାଣି ପରି ଖର୍ଚ୍ଚ କରିଥାନ୍ତି, ସେହିପରି ନିଜ ଫାର୍ମ ହାଉସ ତିଆରି  କରିବାରେ କୋଟି ଟଙ୍କା ବ୍ୟୟ କରନ୍ତି। ବାସ୍ତବରେ ଅନେକ  କଳାକାରଙ୍କ ଫାର୍ମ ହାଉସ କୌଣସି ରାଜ ଉଆସରୁ କମ୍‌ ନୁହେଁ। ସେମାନେ ବି ସବୁବେଳେ ନିଜ ଫାର୍ମ ହାଉସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସଲମାନ ଖାନ୍‌ଙ୍କର ରହିଛି ସେପରି ଫାର୍ମହାଉସ। ଆସନ୍ତୁ ଜାଣିବା ସଲମାନ ଏହି ଆଲିସାନ୍ ଫାର୍ମ […]

Salman-Khan-farm-Fi

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 05:00 PM IST

ମୁମ୍ବାଇ: ବଲିଉଡ୍‌ର ଅଭିନେତା ଓ ଅଭିନେତ୍ରୀମାନେ ନିଜ ଘର ତିଆରି କରିବାରେ ଯେପରି ଟଙ୍କା ପାଣି ପରି ଖର୍ଚ୍ଚ କରିଥାନ୍ତି, ସେହିପରି ନିଜ ଫାର୍ମ ହାଉସ ତିଆରି  କରିବାରେ କୋଟି ଟଙ୍କା ବ୍ୟୟ କରନ୍ତି। ବାସ୍ତବରେ ଅନେକ  କଳାକାରଙ୍କ ଫାର୍ମ ହାଉସ କୌଣସି ରାଜ ଉଆସରୁ କମ୍‌ ନୁହେଁ। ସେମାନେ ବି ସବୁବେଳେ ନିଜ ଫାର୍ମ ହାଉସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

ସଲମାନ ଖାନ୍‌ଙ୍କର ରହିଛି ସେପରି ଫାର୍ମହାଉସ। ଆସନ୍ତୁ ଜାଣିବା ସଲମାନ ଏହି ଆଲିସାନ୍ ଫାର୍ମ ହାଉସରେ କ’ଣ କରନ୍ତି। ମୁମ୍ବାଇର ପେନୱେଲରେ ରହିଛି ସଲମାନଙ୍କ ବଡ଼ ଫାର୍ମ ହାଉସ। ଯାହା ଖୁବ୍‌ ସୁନ୍ଦର। ସଲମନ ଯେବେ ଥକି ପଡ଼ନ୍ତି ସେ ଏହି ଫାର୍ମହାଉସକୁ ଯାଇଥାନ୍ତି। ସେଠାରେ ସେ ମଜା ମସ୍ତି କରନ୍ତି।

ଫାର୍ମ ହାଉସରେ ଘୋଡ଼ା ସବାରୀ କରିବା ସହ ଖେଳକୁଦରେ ଲାଗିପଡ଼ନ୍ତି। ସେ ନିଜେ ଫାର୍ମହାଉସରେ ଗଛ ମଧ୍ୟ ଲଗାଇଥାନ୍ତି। ନିଜ ଫିଲ୍ମ ହିଟ୍ ହେଲେ ଏହି ଫାର୍ମହାଉସରେ ସେ ପାର୍ଟି ଦେଇଥାନ୍ତି। ସବୁବର୍ଷ ନିଜ ଜନ୍ମ ଦିନ ସେ ଏଠାରେ ପାଳନ କରନ୍ତି। ‘ବଜରଙ୍ଗୀ ଭାଇଜାନ’ କିଛି ସିନ୍‌ ଏହି ଫାର୍ମ ହାଉସରେ ସୁଟିଂ କରାଯାଇଥିଲା।

ଫିଲ୍ମ ‘ସୁଲତାନ’ର ଟ୍ରେନିଂ ସଲମାନ ନିଜ  ଫାର୍ମ ହାଉସରେ କରିଥିଲେ। ସଲମାନଙ୍କ ଛୋଟ ଭଉଣୀ ଅର୍ପିତା ନାମରେ ଏହି ଫାର୍ମ ହାଉସଟି ରହିଛି। ଏହା ୧୫୦ ଏକର ଜମିରେ ତିଆରି ହୋଇଛି।

Related story