ମୁମ୍ବାଇ: ଜଣେ ୱେଟର୍ରୁ ବଲିଉଡର ସୁପରଷ୍ଟାର ପର୍ଯ୍ୟନ୍ତ ଅକ୍ଷୟଙ୍କ ଯାତ୍ରା ଥିଲା ଖୁବ୍ ସଂଘର୍ଷମୟ। ଖିଲାଡ଼ି ଷ୍ଟାର୍ ଭାବେ ପରିଚୟ ହାସଲ ନିମନ୍ତେ ତାଙ୍କୁ କିଛି କମ୍ କଷ୍ଟ କରିବାକୁ ପଡ଼ି ନ ଥିଲା। କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ହିଁ ଆଜି ତାଙ୍କୁ ସଫଳତା ଆଣିଦେଇଛି, ଯାହାର ସେ କେବେହେଲେ ପରିକଲ୍ପନା କରିନଥିଲେ।
୧୯୯୧ରେ ଫିଲ୍ମ ‘ସୌଗନ୍ଧ’ରୁ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟଙ୍କର ଆଜି ୫୨ତମ ଜନ୍ମଦିନ। ଫୋବର୍ସ ମାଗାଜିନ୍ରେ ଚଳିତ ବର୍ଷର ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟଙ୍କ ନାଁ ଚତୁର୍ଥ ସ୍ଥାନରେ ରହିଛି। ଅକ୍ଷୟ କୁମାର ବଲିଉଡ୍କୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଦର୍ଶକଙ୍କୁ ସବୁବେଳେ ଅକ୍ଷୟଙ୍କ ଫିଲ୍ମର ଅପେକ୍ଷା ଥାଏ। କେବଳ ଆକ୍ସନ ନୁହେଁ, ସାମାଜିକ ବାର୍ତ୍ତା ଥିବା ଫିଲ୍ମ ହେଉ, କମେଡ଼ି, ରୋମାନ୍ସ ସବୁଠି ସେ ନିଜ ଛାପ ଛାଡ଼ିବାରେ ସକ୍ଷମ ହୋଇ ପାରିଛନ୍ତି। ସୁପରଷ୍ଟାର ହେବା ସତ୍ତ୍ୱେ ନିଜ ଜୀବନରେ ସେ ବହୁ ଉତ୍ଥାନ ପତନକୁ ସାମନା କରିଛନ୍ତି।
ସେତେବେଳେ ଏହି ମାମଲାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ସବୁଆଡ଼େ ଏହି ଦୁଇଜଣଙ୍କ ଏଭଳି କାରନାମକୁ ନିନ୍ଦା କରାଗଲା। ଏହାପରେ ଅଶ୍ଳୀଳତା ଆଧାରରେ ଦୁହିଁଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଫଳରେ ଅକ୍ଷୟଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଅବଶ୍ୟ ପରେ ୯୫୦ ଟଙ୍କା ଜରିମାନା ଦେବାପରେ ତାଙ୍କୁ ତୁରନ୍ତ ଜାମିନ୍ ମିଳିଯାଇଥିଲା।
ଏହି ଫିଲ୍ମ ଜରିଆରେ ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ତାହାକୁ ରଙ୍ଗୀନ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଆଗକୁ ଅକ୍ଷୟଙ୍କର ଆହୁରି ୪ଟି ଫିଲ୍ମ- ‘ହାଉସ୍ଫୁଲ୍-୪’ ଓ ‘ଗୁଡ୍ ନ୍ୟୁଜ୍, ‘ସୂର୍ଯ୍ୟ ବଂଶମ୍’ ଓ ‘ଲକ୍ଷ୍ମୀ ବମ୍ବ୍’ ଆସିବ।