ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜୀବନ ଘଟଣାବହୁଳ। କାରଣ ସେ କେବଳ ଜଣେ ସାଧାରଣ ଓ ସୁସ୍ଥିଆ କଳାକାର ମାତ୍ର ନୁହଁନ୍ତି। ସେ ଏମିତି ଜଣେ ଅଭିନେତ୍ରୀ। ଯିଏ ନିଜ କାମକୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି। ତେଣୁ ସେ ବଲିଉଡର ନମ୍ବର ୧ ଅଭିନେତ୍ରୀମାନଙ୍କ ଭିତରୁ ଜଣେ ହୋଇଥିଲେ ମଧ୍ୟ, ହଲିଉଡ୍ ଫିଲ୍ମ ଓ ଆମେରିକୀୟ ଟେଲିଭିଜନ ସହ ଜଡ଼ିତ ହୋଇଛନ୍ତି। ସେଥିପାଇଁ ତାଙ୍କ ଜୀବନ ଘଟଣା ବହୁଳ। ତାଙ୍କ ଜୀବନରେ ଏମିତି ଅନେକ ଘଟଣା ଅଛି ଯାହା ତାଙ୍କ ଫ୍ୟାନ୍ ମାନେ ଜାଣିନାହାଁନ୍ତି। ପଢ଼ନ୍ତୁ ତାଙ୍କ ବିଷୟରେ ସେମିତି କିଛି ତଥ୍ୟ।
୧: ଅଧିକାଂଶ ଲୋକ ଜାଣନ୍ତି ପିସି ବା ପ୍ରିୟଙ୍କା ଚୋପ୍ରାଙ୍କର ପ୍ରଥମ ଫିଲ୍ମ ହେଲା ‘ଦି ହିରୋ, ଲଭଷ୍ଟୋରି ଅଫ୍ ଏ ସ୍ପାଏ’ କିନ୍ତୁ ଏହା ଭୁଲ୍ ତଥ୍ୟ। ସତକଥା ହେଲା ସେ ୨୦୦୨ ରେ ତାମିଲ ଫିଲ୍ମ ‘ଥମିଜାନ’ରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଠି ତାଙ୍କ ହିରୋ ଥିଲେ ବିଜୟ।
୩: ତେବେ ତାଙ୍କର ସବୁ ପାଠପଢା ଓ ଇଚ୍ଛା ଗୋଟେ ନୂଆମୋଡ଼ ନେଲା ସେତେବେଳେ ଯେତେବେଳେ ସେ ମିସ୍ ୱର୍ଲ୍ଡ ବନିଗଲେ। ସେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହାପରେ ସେ ମଡେଲିଂକୁ ହିଁ ନିଜର କ୍ୟାରିଅର ଭାବେ ବାଛି ନେଇଥିଲେ।
୪: ପ୍ରିୟଙ୍କାଙ୍କର ଦୁଇଟି ଗୁପ୍ତ ନାଁ ଅଛି। ଯେଉଁ ନାଁ ସଂପର୍କରେ ବାହାରେ ବୋଧହୁଏ କେହି ଜାଣନ୍ତି ନାହିଁ। କେବଳ ତାଙ୍କ ପରିବାର ସଦସ୍ୟ ଓ କିଛି ସାଙ୍ଗସାଥୀଙ୍କୁ ଛାଡ଼ି। ସେମାନେ କେହି କେହି ତାଙ୍କୁ ଡାକନ୍ତି ମିମି ଏବଂ ଆଉକିଛି ଡାକନ୍ତି ସନସାଇନ୍।
୫: ସେ ଜଙ୍କ୍ ଫୁଡ୍ ଓ ଫ୍ରେଞ୍ଚ୍ ଫ୍ରାଏଜ୍ ଖାଇବାକୁ ପସନ୍ଦ କରନ୍ତି। ତାଙ୍କର ପ୍ରିୟ ଖାଦ୍ୟ ହେଉଛି ପିଜା। ମିଠା ମଧ୍ୟ ତାଙ୍କର ଖୁବ୍ ପସନ୍ଦ। ତେଣୁ ସେ ପାଖରେ ସବୁବେଳେ କ୍ୟାଣ୍ଡିଜ୍ ରଖିଥାନ୍ତି।
୬: ପ୍ରିୟଙ୍କା ଖୁବ୍ କାର୍ ପ୍ରିୟ। ବିଭିନ୍ନ ଷ୍ଟାଇଲ୍ ଓ ବ୍ରାଣ୍ଡର କାର୍ ଚଢ଼ିବାକୁ ସେ ଖୁବ୍ ଭଲ ପାଆନ୍ତି। ତାଙ୍କ ଫାଖରେ Mercedes S-Class, Porsche Cayenne and BMW 7-Series ଛଡା ଆହୁରି କିଛି ଲକ୍ଜରୀ କାର ଅଛି।
୭: ପ୍ରିୟଙ୍କାର ଗୋଟେ ଦେଶୀ ଖାଦ୍ୟ ପ୍ରତି ବିଶେଷ ଆକର୍ଷଣ ରହିଛି। ତାହା ହେଲା ଖେଚେଡ଼ି ଓ ଆଚାର। ଏ ସଂପର୍କରେ ସେ ଆସ୍କ ପିସି ଟ୍ୱିଟର ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନଙ୍କୁ ସୂଚନା ଦେଇଥିଲେ।
୯: ଛୋଟ ଥିଲାବେଳେ ପ୍ରିୟଙ୍କା କଥକ ଓ ଶାସ୍ତ୍ରୀୟ ସଂଗୀତ ଶିଖିଥିଲେ। ଥିଏଟର ପ୍ରଡକ୍ସନରେ ମଧ୍ୟ ଭାଗ ନେଇଥିଲେ।
୧୦: ତାଙ୍କର ଅନେକ କଳାରେ ଦକ୍ଷତା ଅଛି। ଯେମିତିକି କରାଟେ, ଗଟକା ଓ ଜୁ ଜିତ୍ସୁ ଏବଂ ଆଉକିଛି ମାର୍ସଲ ଆର୍ଟ।
ପ୍ରିୟଙ୍କା ଚୋପ୍ରା ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି ଇଟାଲୀର ସଲଭାଟୋର ଗାମୋ ମ୍ୟୁଜିଅମରେ ନିଜର ପାଦର ଛାପ ଛାଡିଛନ୍ତି ଓ ସେଠାକାର ତାଲିକାରେ ତାଙ୍କ ନାଁ ଯୋଡ଼ା ହୋଇଛି।