ବଲିଉଡ୍‌ରେ ବାବା କ୍ରେଜ୍‌: ଜାଣନ୍ତୁ କେଉଁ ଷ୍ଟାର୍‌ଙ୍କ ଧର୍ମଗୁରୁ କିଏ?

ସାଧାରଣ ଲୋକ ହୁଅନ୍ତୁ ବା ବଲିଉଡ୍‌ ଷ୍ଟାର। ଧର୍ମଶାସ୍ତ୍ର ଉପରେ ଅଧିକାଂଶ ଲୋକଙ୍କ ବିଶ୍ୱାସ ଥାଏ। ହେଲେ ଧର୍ମୀୟ ଭାବନା ସହ ଯୋଡ଼ି ରହିବା ଉପାୟ ଅଲଗା ଅଲଗା ଥାଏ। କିଏ ପୂଜାପାଠ ଓ ପ୍ରାର୍ଥନାକୁ ବିଶ୍ୱାସ କରିଥାଏ ତ, କିଏ ଧର୍ମଗୁରୁଙ୍କ ଆଦର୍ଶକୁ ଅନୁସରଣ କରିଥାନ୍ତି। ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଷ୍ଟାରମାନେ କେଉଁ  ଧର୍ମ ଗୁରୁଙ୍କୁ ଅନୁସରଣ କରନ୍ତି। ଶିଳ୍ପା ସେଟ୍ଟୀ ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଯୋଗ ଓ ଧ୍ୟାନ ଉପରେ […]

kajallll

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 02:13 PM IST

ସାଧାରଣ ଲୋକ ହୁଅନ୍ତୁ ବା ବଲିଉଡ୍‌ ଷ୍ଟାର। ଧର୍ମଶାସ୍ତ୍ର ଉପରେ ଅଧିକାଂଶ ଲୋକଙ୍କ ବିଶ୍ୱାସ ଥାଏ। ହେଲେ ଧର୍ମୀୟ ଭାବନା ସହ ଯୋଡ଼ି ରହିବା ଉପାୟ ଅଲଗା ଅଲଗା ଥାଏ। କିଏ ପୂଜାପାଠ ଓ ପ୍ରାର୍ଥନାକୁ ବିଶ୍ୱାସ କରିଥାଏ ତ, କିଏ ଧର୍ମଗୁରୁଙ୍କ ଆଦର୍ଶକୁ ଅନୁସରଣ କରିଥାନ୍ତି।

ଆସନ୍ତୁ ଜାଣିବା ବଲିଉଡ୍‌ର କେଉଁ ଷ୍ଟାରମାନେ କେଉଁ  ଧର୍ମ ଗୁରୁଙ୍କୁ ଅନୁସରଣ କରନ୍ତି।

ଶିଳ୍ପା ସେଟ୍ଟୀ

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଯୋଗ ଓ ଧ୍ୟାନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି।  କଲ୍‌କୀ ଭଗବାନଙ୍କୁ  ଶିଳ୍ପା  ନିଜ ଧର୍ମଗୁରୁ ଭାବେ ଅନୁସରଣ କରନ୍ତି।

 ଶାହିଦ କପୁର

ନିଜର ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଶାହିଦ କପୁରଙ୍କ ଧର୍ମଗୁରୁ  ରାଧାସ୍ୱାମୀ। ସତ୍‌ସଙ୍ଗ ଉପରେ ବିଶ୍ୱାସ କରନ୍ତି ସେ। ଶାହିଦଙ୍କ ପତ୍ନୀ ମୀରା ମଧ୍ୟ ରାଧାସ୍ୱାମୀଙ୍କୁ  ବିଶ୍ୱାସ କରନ୍ତି। କୁହାଯାଏ, ଏମାନଙ୍କ ବିବାହ ବନ୍ଧନ ପଛରେ ରହିଛି ରାଧାସ୍ୱାମୀଙ୍କ ହାତ।  

ହ୍ରିତିକ୍‌ ରୋଶନ୍‌

ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ  ଗୁରୁ କଳ୍‌କୀ ଭଗବାନଙ୍କୁ ବିଶ୍ୱାସ କରନ୍ତି।  ସବୁବେଳେ ସେଠାକୁ ଯାଇଥାନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

 ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସାଇବାବାଙ୍କୁ ନିଜର ଧର୍ମ ଗୁରୁଭାବେ ମାନନ୍ତି। ସବୁବେଳେ ସାଇ ମନ୍ଦିର ଯାଆନ୍ତି।

ଦିୟା ମିର୍ଜା

ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଦିୟା ମିର୍ଜା ଧର୍ମଶାସ୍ତ୍ର ଉପରେ ବିଶ୍ୱାସ କରିବାରେ କାହାଠୁ କମ୍‌ ନୁହଁନ୍ତି। ଆର୍ଟ ଅଫ୍‌ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଧର୍ମଗୁରୁ ଭାବେ ମାନନ୍ତି।

 

 

 

 

Related story