ସୋସିଆଲ୍ ମିଡିଆରେ କିଏ ଅଧିକ ଲୋକପ୍ରିୟ? କୋହଲି ନା ସଲମାନ

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା କୋଚ୍-ଅଧିନାୟକ ବିବାଦ ପାଇଁ ବିରାଟ କୋହଲି ସମାଲୋଚନାର ଶିକାର ହୋଇ ଆସୁଛନ୍ତି।  ତେବେ ତାଙ୍କର ଲୋକପ୍ରିୟତା ଉପରେ ଏହାର କିଛି ଫରକ ପଡ଼ି ନାହିଁ। ଫେସ୍‌ବୁକ୍‌ରେ ତାଙ୍କର ଫଲୋଅର ସଂଖ୍ୟାରୁ ଏହା ପ୍ରମାଣିତ ହେଉଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯାହାଙ୍କୁ ଅଧିକ ଲୋକ ଫଲୋ କରୁଛନ୍ତି। ପୂର୍ବରୁ ବଲିଉଡ୍ ଅଭିନେତା ସଲମାନ ଖାନ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ କୋହଲି ତାଙ୍କୁ ଟପି […]

salman and virat

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 11:25 AM IST

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା କୋଚ୍-ଅଧିନାୟକ ବିବାଦ ପାଇଁ ବିରାଟ କୋହଲି ସମାଲୋଚନାର ଶିକାର ହୋଇ ଆସୁଛନ୍ତି।  ତେବେ ତାଙ୍କର ଲୋକପ୍ରିୟତା ଉପରେ ଏହାର କିଛି ଫରକ ପଡ଼ି ନାହିଁ। ଫେସ୍‌ବୁକ୍‌ରେ ତାଙ୍କର ଫଲୋଅର ସଂଖ୍ୟାରୁ ଏହା ପ୍ରମାଣିତ ହେଉଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯାହାଙ୍କୁ ଅଧିକ ଲୋକ ଫଲୋ କରୁଛନ୍ତି। ପୂର୍ବରୁ ବଲିଉଡ୍ ଅଭିନେତା ସଲମାନ ଖାନ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ କୋହଲି ତାଙ୍କୁ ଟପି ଯାଇଛନ୍ତି। ଏଥିପାଇଁ ସେ ତାଙ୍କ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫେସ୍‌ବୁକ୍‌ରେ କୋହଲିଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ୩.୫ କୋଟିରୁ ଅଧିକ ହୋଇସାରିଲାଣି। ଏହି ସଂଖ୍ୟା ସଲମାନଙ୍କ ଫଲୋଅର ସଂଖ୍ୟା ଠାରୁ ୬ ଲକ୍ଷ ଅଧିକ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନରେ ଅଛନ୍ତି। ଫେସ୍‌ବୁକ୍‌ରେ ତାଙ୍କ ଫଲୋଅର ସଂଖ୍ୟା ୪ କୋଟିରୁ ଅଧିକ।

Related story