ଅଭିଷେକ ଓ ରାଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲେ ଜଣେ ମହିଳା: ଜାଣନ୍ତି ସେ କିଏ?

ମୁମ୍ବାଇ: ଫିଲ୍ମ ଦୁନିଆରେ କେତେ ବେଳେ କ’ଣ ହେବ କେହି କହିପାରିବେ ନାହିଁ। ଏଠି ଯୋଡ଼ି ତିଆରି ହୁଏ ଓ ଭାଙ୍ଗେ। ଯେଉଁ ଯୋଡ଼ିକୁ ଲୋକେ ଉଦାହରଣ ଭାବେ ନିଅନ୍ତି ସେ ଯୋଡ଼ି ବି ଭାଙ୍ଗି ଯାଏ। ସେ ସାହିଦ-କରୀନାଙ୍କ ଯୋଡ଼ି ହେଉ କି ଜନ୍‌-ବିପାଶାଙ୍କ ଯୋଡ଼ି- ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି ବଲିଉଡ୍‌ରେ। ଏମାନେ ବାହା ହେବେ ବୋଲି କେତେ ଚର୍ଚ୍ଚା ହୋଇନଥିଲା? କିନ୍ତୁ କ’ଣ ହେଲା? ଏମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଗଲା। […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 01:31 PM IST

ମୁମ୍ବାଇ: ଫିଲ୍ମ ଦୁନିଆରେ କେତେ ବେଳେ କ’ଣ ହେବ କେହି କହିପାରିବେ ନାହିଁ। ଏଠି ଯୋଡ଼ି ତିଆରି ହୁଏ ଓ ଭାଙ୍ଗେ। ଯେଉଁ ଯୋଡ଼ିକୁ ଲୋକେ ଉଦାହରଣ ଭାବେ ନିଅନ୍ତି ସେ ଯୋଡ଼ି ବି ଭାଙ୍ଗି ଯାଏ। ସେ ସାହିଦ-କରୀନାଙ୍କ ଯୋଡ଼ି ହେଉ କି ଜନ୍‌-ବିପାଶାଙ୍କ ଯୋଡ଼ି- ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି ବଲିଉଡ୍‌ରେ। ଏମାନେ ବାହା ହେବେ ବୋଲି କେତେ ଚର୍ଚ୍ଚା ହୋଇନଥିଲା? କିନ୍ତୁ କ’ଣ ହେଲା? ଏମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଗଲା। ଏଭଳି ଏକ ଯୋଡ଼ି ହେଉଛନ୍ତି ଅଭିଷେକ ବଚ୍ଚନ ଓ ରାଣୀ ମୂଖାର୍ଜୀ। ଆଲୋଚନା ହେଉଥିଲା ଏ ଦୁହେଁ ବିବାହ କରିବେ। କିନ୍ତୁ ସେମିତି ହେଲା ନାହିଁ। ଦୁହିଁଙ୍କ ମଧ୍ୟରେ ବାଧା ସାଜିଲେ ଜଣେ ମହିଳା।

‘ବଣ୍ଟି ଔର ବବ୍‌ଲି’ ଓ ‘ଯୁବା’ରେ ଏହି ଯୋଡ଼ିଙ୍କୁ ଦର୍ଶକେ ଭାରି ପସନ୍ଦ କରିଥିଲେ। ୧୯୯୭ରେ ‘ରାଜା କି ଆଏଗୀ ବାରାତ’ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିବା ରାଣୀ ୨୦୦୧ରେ ଅଭିଷେକଙ୍କ ସହିତ ‘ବସ୍ ଇତ୍‌ନା ସା ଖ୍ୱାବ ହେ’ରେ କାମ କରିଥିଲେ। ଏହି ଫିଲ୍ମ ଜରିଆରେ ଦୁହିଁଙ୍କ ଭେଟ ହୋଇଥିଲା। ଏହା ପରେ ଦୁହେଁ ଦୁହିଁଙ୍କ ସହିତ ସମୟ ବିତାଇବାକୁ ଲାଗିଲେ। ୨୦୦୪ ଦୁହେଁ ‘ଯୁବା’ରେ କାମ କଲେ। ଏହି ଫିଲ୍ମ ନିର୍ମାଣ ବେଳକୁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା।

ରାଣୀ ଓ ଅଭିଷେକଙ୍କ ପ୍ରେମ ଯେତେ ଗଭୀର ହୋଇ ଚାଲିଥିଲା ଗଣମାଧ୍ୟମରେ ସେମାନଙ୍କ ବିଷୟରେ ସେତେ ସେତେ ଖବର ଆସିବାକୁ ଲାଗିଲା। ଯେତେବେଳେ ଅଭିଷେକଙ୍କ ମା’ ଜୟାବଚ୍ଚନ ଏ ବିଷୟରେ ଜାଣିଲେ ସେ ପୂରା ଖପ୍ପା ହୋଇଗଲେ। କାରଣ ସେ ରାଣୀଙ୍କୁ ଆଦୌ ପସନ୍ଦ କରୁ ନଥିଲେ। ଜୟାଙ୍କ ହସ୍ତକ୍ଷେପ ଯୋଗୁଁ ଅଭିଷେକ ଓ ରାଣୀଙ୍କ ପ୍ରେମ ବେଶି ଦିନ ତିଷ୍ଠି ପାରି ନଥିଲା। ଏହାର କିଛି ବର୍ଷ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଥିଲେ ଅଭିଷେକ। ବାହାଘରକୁ ସେ ରାଣୀଙ୍କୁ ଆମନ୍ତ୍ରଣ ମଧ୍ୟ କରିନଥିଲେ। ପରେ ରାଣୀ ଆଦିତ୍ୟ ଚୋପ୍ରାଙ୍କୁ ବାହା ହୋଇଥିଲେ।

Related story