ବିଗ୍ ବି’ଙ୍କୁ କିଏ ପଢ଼ାଇଥିଲେ ଅଭିନୟର ଏବିସିଡି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କର ଅନେକ ପରିଚୟ। କିଏ ତାଙ୍କୁ କହେ ‘ବିଗ୍ ବି’ ତ ଆଉ କିଏ କହେ ’ଶେହେନ୍‌ଶାହ’। ତାଙ୍କୁ ବି କୁହାଯାଏ ‘ଶତାବ୍ଦୀର ମହାନାୟକ’। ଏମିତିକି ଏକଦା ଫ୍ରାନ୍ସର ଜଣେ ନିର୍ଦ୍ଦେଶକ ଫ୍ରାନ୍ସୁଆ ତ୍ରୁଫୋ ତାଙ୍କୁ ‘ୱାନ୍‌ ମ୍ୟାନ୍‌ ଇଣ୍ଡଷ୍ଟ୍ରୀ’ ବୋଲି କହିଥିଲେ। ପ୍ରାୟ ୫୦ ବର୍ଷର ଅଭିନୟ କ୍ୟାରିୟରେ ଏମିତି ଅନେକ ପରିଚୟ ସହିତ ଅମିତାଭ ପାଇଛନ୍ତି ଗଦା ଗଦା ପୁରସ୍କାର ଓ ସମ୍ମାନ। ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମ […]

amitav

Jitendra Garnayak
  • Published: Friday, 11 October 2019
  • , Updated: 11 October 2019, 03:06 PM IST

ମୁମ୍ବାଇ: ଅମିତାଭ ବଚ୍ଚନଙ୍କର ଅନେକ ପରିଚୟ। କିଏ ତାଙ୍କୁ କହେ ‘ବିଗ୍ ବି’ ତ ଆଉ କିଏ କହେ ’ଶେହେନ୍‌ଶାହ’। ତାଙ୍କୁ ବି କୁହାଯାଏ ‘ଶତାବ୍ଦୀର ମହାନାୟକ’। ଏମିତିକି ଏକଦା ଫ୍ରାନ୍ସର ଜଣେ ନିର୍ଦ୍ଦେଶକ ଫ୍ରାନ୍ସୁଆ ତ୍ରୁଫୋ ତାଙ୍କୁ ‘ୱାନ୍‌ ମ୍ୟାନ୍‌ ଇଣ୍ଡଷ୍ଟ୍ରୀ’ ବୋଲି କହିଥିଲେ। ପ୍ରାୟ ୫୦ ବର୍ଷର ଅଭିନୟ କ୍ୟାରିୟରେ ଏମିତି ଅନେକ ପରିଚୟ ସହିତ ଅମିତାଭ ପାଇଛନ୍ତି ଗଦା ଗଦା ପୁରସ୍କାର ଓ ସମ୍ମାନ। ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ସେ। ଏହା ସହିତ ଅନ୍ୟାନ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇଛନ୍ତି। ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’, ‘ପଦ୍ମଭୂଷଣ’ ଓ ‘ପଦ୍ମବିଭୂଷଣ’ ଭଳି ପୁରସ୍କାରରେ ସମ୍ମାନିତ କରିଛନ୍ତି। ନିକଟରେ ତାଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଦାଦା ସାହେବ ଫାଲ୍‌କେ’ ପ୍ରଦାନ କରାଯିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଭିନୟ ପାଇଁ ସେ ପାଇଛନ୍ତି ଏତେ ସବୁ ପରିଚୟ ଓ ସମ୍ମାନ। ଗଲା ପ୍ରାୟ ୫୦ ବର୍ଷ ହେଲାଣି ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ସେ ଲୋକଙ୍କ ମନୋରଞ୍ଜନ କରି ଆସୁଛନ୍ତି। କିନ୍ତୁ ଜାଣିଛନ୍ତି, ଅଭିନୟର ଏବିସିଡି ସେ କାହା ପାଖରୁ ଶିଖିଛନ୍ତି। ତାଙ୍କ ନାଁ ହେଉଛି- ଫ୍ରାଙ୍କ ଠାକୁର ଦାସ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କିରୋଡ଼ି ମଲ୍‌ କଲେଜରେ ଇଂରାଜୀ ଶିକ୍ଷକ ଥିଲେ। ତା’ସହିତ କଲେଜର ଡ୍ରାମା ସୋସାଇଟିର ସେ ଥିଲେ ଜଣେ ପ୍ରମୁଖ ସଦସ୍ୟ।

ଅମିତାଭ ବଚ୍ଚନ ଏହି କଲେଜରେ ୧୯୫୯ ରୁ ୧୯୬୨ ପର୍ଯ୍ୟନ୍ତ ପଢ଼ିଥିଲେ। କୁହାଯାଏ, ଯଦି ଅମିତାଭ ତାଙ୍କ ସଂସ୍ପର୍ଶରେ ଆସି ନଥା’ନ୍ତେ ଅବା ଡ୍ରାମା ସୋସାଇଟିରେ ହେଉଥିବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁ ନଥା’ନ୍ତେ ହୁଏତ, ଅଭିନୟ ଜଗତରେ ପ୍ରବେଶ କରି ନଥା’ନ୍ତେ। ସେ କଲେଜରେ ହେଉଥିବା ନାଟକଗୁଡ଼ିକରେ ଭାଗ ନେଉଥିଲେ।

ପ୍ରାୟ ଦୁଇ ବର୍ଷ ତଳେ ଏକ ସାକ୍ଷାତକାରରେ ଅମିତାଭ କହିଥିଲେ,“ପ୍ରଥମ ସାକ୍ଷାତରେ ହିଁ ସେ (ଫ୍ରାଙ୍କ ଠାକୁର ଦାସ) ମୋ ଗୁରୁ ହୋଇଯାଇଥିଲେ। ତାଙ୍କ ଯୋଗୁ ମୁଁ ଥିଏଟର ଦୁନିଆର ଏବିସିଡି ଶିଖିପାରିଥିଲି। ସ୍ଥିତି ଅନୁସାରେ ହାବଭାବ କେମିତି କରିବାକୁ ହେବ, ଡାଏଲଗ୍ କେମିତି କହିବାକୁ ହେବ- ଏସବୁ ତାଙ୍କଠାରୁ ହିଁ ଶିଖିଥିଲି। ସେ ଜଣେ ବଢ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଥିଲେ।”

ଫ୍ରାଙ୍କ ଠାକୁର ଦାସ ଜଣେ ଅତି ସରଳ ଓ ଭଦ୍ର ବ୍ୟକ୍ତି ଥିଲେ। ସେ ଅମିତାଭଙ୍କୁ ଅଭିନୟ ଶିଖାଇଛନ୍ତି ବୋଲି କେବେ ଦାବି କରି ନଥିଲେ। ଅମିତାଭଙ୍କ ବିଷୟରେ ପଚାରିଲେ ସେ କେବଳ କହୁଥିଲେ ଯେ ତାଙ୍କର ଶିଖିବାର ବହୁତ ଆଗ୍ରହ ଥିଲା। ତାଙ୍କୁ ଦିନେ ନା ଦିନେ ସଫଳତାର ଶୀର୍ଷରେ ପହଞ୍ଚିବାର ଥିଲା।

 

 

 

 

 

Related story