କାହିଁକି ପ୍ରତାରଣାର ଶିକାର ହେଲେ ଦିବ୍ୟା ଭାରତୀ, କିଏ ଥିଲେ ଏହି ଅଭିନେତା

ମୁମ୍ବାଇ: ଦିବ୍ୟା ଭାରତୀ ବଲିଉଡରେ ବହୁତ କମ ସମୟରେ ଅଧିକ ନାଁ କମାଇବାରେ ସଫଳ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ସେ ସମୟରେ ତାଙ୍କ ସହ କାମ କରୁଥିବା ବହୁ କଳାକାରଙ୍କୁ ତାଙ୍କ ସଫଳତା କଣ୍ଟା ପରି ଲାଗୁଥିଲା। ତେବେ ଏବେ ତ ଦିବ୍ୟା ଭାରତୀ ଆଉ ଦୁନିଆରେ ନାହାନ୍ତି, ତଥାପି ତାଙ୍କ ପ୍ରତି ବି-ଟାଉନରେ ହୋଇଥିବା ଅନ୍ୟାୟର ବହୁ କଥାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହୁଛି। ଶ୍ରୀଦେବୀଙ୍କ ସହ ମନୋମାଳିନ୍ୟ ହେଉ କି […]

divya-amir

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 12:49 PM IST

ମୁମ୍ବାଇ: ଦିବ୍ୟା ଭାରତୀ ବଲିଉଡରେ ବହୁତ କମ ସମୟରେ ଅଧିକ ନାଁ କମାଇବାରେ ସଫଳ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ସେ ସମୟରେ ତାଙ୍କ ସହ କାମ କରୁଥିବା ବହୁ କଳାକାରଙ୍କୁ ତାଙ୍କ ସଫଳତା କଣ୍ଟା ପରି ଲାଗୁଥିଲା। ତେବେ ଏବେ ତ ଦିବ୍ୟା ଭାରତୀ ଆଉ ଦୁନିଆରେ ନାହାନ୍ତି, ତଥାପି ତାଙ୍କ ପ୍ରତି ବି-ଟାଉନରେ ହୋଇଥିବା ଅନ୍ୟାୟର ବହୁ କଥାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହୁଛି। ଶ୍ରୀଦେବୀଙ୍କ ସହ ମନୋମାଳିନ୍ୟ ହେଉ କି ଆଉ କିଛି ଦିବ୍ୟା ଏବେ ବି ଚର୍ଚ୍ଚାରେ। ତେବେ ଆମେ ଏଠାରେ ଆଜି ଏମିତି କିଛି କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ବର୍ତ୍ତମାନ ବଲିଉଡରେ ରାଜ କରୁଥିବା ଜଣେ ଅଭିନେତାଙ୍କ ପାଖରୁ ଦିବ୍ୟା ପାଇଥିଲେ ପ୍ରତାରଣା। ଏହା ପ୍ରେମ ପ୍ରତାରଣା ନ ଥିଲା। ହେଲେ ଏହାର ପ୍ରଭାବ ଏପରି ଥିଲା ଯେ ଦୁଃଖରେ ଭାଙ୍ଗି ପଡିଥିଲେ ଦିବ୍ୟା। ଆସନ୍ତୁ ଜାଣିବା କିଏ ଏହି ଅଭିନେତା ଓ କାହିଁକି ସେ ଦିବ୍ୟାଙ୍କୁ ଦେଇଥିଲେ ଏପରି ପ୍ରତାରଣା।

ଘଟଣା ସେ ସମୟର, ଯେତେବେଳେ ୟଶ ଚୋପ୍ରା ‘ଡର’ ଫିଲ୍ମ ନିର୍ମାଣ କରୁଥିଲେ। ଏଥିରେ ସେ ଅମୀର ଖାନ୍‌ଙ୍କୁ ନେବାକୁ ଚାହିଁଥିଲେ। ତେବେ ଫିଲ୍ମ ଚୟନକୁ ନେଇ ଚୁଜି ରହୁଥିବା ଅମୀର ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଲଣ୍ଡନରେ ଏକ ଲାଇଭ ଶୋ’ରେ ଅମୀର ଓ ଦିବ୍ୟା ଡ୍ୟାନ୍ସ କରୁଥିଲେ। ଏକ ଡ୍ୟାନ୍ସରେ ଦିବ୍ୟା ତାଙ୍କର ଷ୍ଟେପ ଭୁଲି ଯାଇଥିଲେ। ଅମୀର ଦିବ୍ୟାଙ୍କ ଭୁଲ ଦେଖିବା ପରେ ଅନ୍ୟ ଗୀତରେ ଆଉ ତାଙ୍କ ସହ ଡ୍ୟାନ୍ସ ନ କରି ଜୁହି ଚାୱଲାଙ୍କୁ ପାର୍ଟନର ବନାଇ ନେଇଥିଲେ।

ଏହା ଦେଖି ଦିବ୍ୟା ପୂରା ଭାଙ୍ଗି ପଡିଥିଲେ। ତେବେ ଏହି ସମୟରେ ଦିବ୍ୟାଙ୍କ ସାଥ ଦେଇଥିଲେ ଭାଇଜାନ୍‌ ସଲମାନ। ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ସଲମାନ ଦିବ୍ୟାଙ୍କ ସହ ଡ୍ୟାନ୍ସ କରିଥିଲେ। ସେବେଠାରୁ ଉଭୟ ଦିବ୍ୟା ଓ ସଲମାନ ଭଲ ବନ୍ଧୁ ପାଲଟି ଯାଇଥିଲେ।

Related story