ଅକ୍ଷୟ କୁମାର ଏବଂ ଫିଲ୍ମ ନିର୍ମାତା ସୁନୀଲ ଦର୍ଶନଙ୍କ ଯୋଡ଼ି ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ଫିଲ୍ମ ଦେଇଛନ୍ତି। ଏଥିରେ ଜାନୱର, ଏକ ରିସ୍ତା, ହାଁ ମୈନେ ପ୍ୟାର କିଆ, ମେରେ ଜୀବନ ସାଥୀ ଏବଂ ଅନ୍ଦାଜ ପରି ଫିଲ୍ମ ରହିଛି। ଦୁଇଜଣ 7 ବର୍ଷରେ 7ଟି ଫିଲ୍ମ କରିଛନ୍ତି। 2006ରେ ଦୁଇଜଣଙ୍କର ଶେଷ ଫିଲ୍ମ ମେରେ ‘ଜୀବନ ସାଥୀ’ ଥିଲା। ଏହା ପରେ ସେମାନେ ଆଉ ଏକାଠି ଫିଲ୍ମ କରିନାହାଁନ୍ତି।
କ’ଣ ପାଇ ପ୍ରିୟଙ୍କାଠୁ ଦୂର ହୋଇଥିଲେ ଅକ୍ଷୟ?
ଅନ୍ଦାଜ(2003) ଓ ଏତରାଜ(2004)ର ସଫଳତା ପରେ ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା ବଲିଉଡର ହିଟ୍ ଯୋଡି ହୋଇଯାଇଥିଲେ। ଏହା ସହ ସେମାନଙ୍କ ମଧ୍ୟରେ ଅଫେୟାର ମଧ୍ୟ ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ବହୁତ ଗସିପ୍ ହେବାକୁ ଲାଗିଲା। ତେଣୁ ଅକ୍ଷୟ ଓ ଟ୍ୱିଙ୍କଲ୍ ଖାନ୍ନାଙ୍କ ମଧ୍ୟରେ ସମସ୍ୟା ବଢିବାରେ ଲାଗିଲା। ଏହାପରେ ପ୍ରିୟଙ୍କାଙ୍କ ଫିଲ୍ମରୁ ଧୀରେ ଧୀରେ ଅକ୍ଷୟ ଦୂରେଇବାକୁ ଲାଗିଲେ। ଫିଲ୍ମ ନିର୍ମାତା ସୁନୀଲ କହିଛନ୍ତି, ଫିଲ୍ମ ବରସାତ୍(2005)ପାଇଁ ପ୍ରଥମେ ସେ ଅକ୍ଷୟ ଓ ପ୍ରିୟଙ୍କାଙ୍କୁ ନେଇଥିଲେ। ହେଲେ ଅକ୍ଷୟ ଡେଟ୍ ନାହିଁ ବୋଲି କହି ଫିଲ୍ମର ଅଫରଟିକୁ ଫେରାଇ ଦେଇଥିଲେ। ପରେ ବବି ଦେୱଲଙ୍କୁ ନେଇ ଫିଲ୍ମଟି ହୋଇଥିଲା।