ଅକ୍ଷୟ କୁମାର ତାଙ୍କର ସମସ୍ତ ଗାର୍ଲଫ୍ରେଣ୍ଡଙ୍କୁ କାହିଁକି ସିଦ୍ଧିବିନାୟକ ମନ୍ଦିର ନେଇ ଯାଉଥିଲେ?

ମୁମ୍ବାଇ: ବଲିଉଡର ସୁଖୀ ଦମ୍ପତିଙ୍କ ମଧ୍ୟରେ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କ ନାଁ ଆସେ। ଆଜି ହୁଏତ ଅକ୍ଷୟ କୁମାର ନିଜକୁ ଜଣେ ବିଶ୍ୱସ୍ତ ସ୍ୱାମୀ ଭାବେ ପ୍ରମାଣିତ କରିଥାଇପାରନ୍ତି, କିନ୍ତୁ ଏକଦା ତାଙ୍କର ଗାର୍ଲଫ୍ରେଣ୍ଡଙ୍କ ଲିଷ୍ଟ୍ ଖୁବ୍ ଲମ୍ବା ଥିଲା। ଅକ୍ଷୟଙ୍କ ଆଫାୟାର ତାଙ୍କର ପ୍ରତି ଫିଲ୍ମର ପ୍ରତି ହିରୋଇନଙ୍କ ସହ ଥିଲା। ଏହା ହୁଏତ ଆପଣମାନେ ଜାଣିଥିବେ। ତେବେ ଏହା ଜାଣିନଥିବେ ଯେ ଅକ୍ଷୟ ତାଙ୍କର ସମସ୍ତ ଗାର୍ଲଫ୍ରେଣ୍ଡଙ୍କୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 11:57 AM IST

ମୁମ୍ବାଇ: ବଲିଉଡର ସୁଖୀ ଦମ୍ପତିଙ୍କ ମଧ୍ୟରେ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖନ୍ନାଙ୍କ ନାଁ ଆସେ। ଆଜି ହୁଏତ ଅକ୍ଷୟ କୁମାର ନିଜକୁ ଜଣେ ବିଶ୍ୱସ୍ତ ସ୍ୱାମୀ ଭାବେ ପ୍ରମାଣିତ କରିଥାଇପାରନ୍ତି, କିନ୍ତୁ ଏକଦା ତାଙ୍କର ଗାର୍ଲଫ୍ରେଣ୍ଡଙ୍କ ଲିଷ୍ଟ୍ ଖୁବ୍ ଲମ୍ବା ଥିଲା। ଅକ୍ଷୟଙ୍କ ଆଫାୟାର ତାଙ୍କର ପ୍ରତି ଫିଲ୍ମର ପ୍ରତି ହିରୋଇନଙ୍କ ସହ ଥିଲା। ଏହା ହୁଏତ ଆପଣମାନେ ଜାଣିଥିବେ। ତେବେ ଏହା ଜାଣିନଥିବେ ଯେ ଅକ୍ଷୟ ତାଙ୍କର ସମସ୍ତ ଗାର୍ଲଫ୍ରେଣ୍ଡଙ୍କୁ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ନେଇ ଯାଉଥିଲେ ଓ ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ମୁଦି ପିନ୍ଧାଇ ନିର୍ବନ୍ଧ କରି ଦେଉଥିଲେ। ଏ କଥା ଆମେ କହୁ ନାହୁଁ। ଏକ ସାକ୍ଷାତକାରରେ ନିଜେ ରବୀନା ଟଣ୍ଡନ ଏ କଥା କହିଥିଲେ। ଅକ୍ଷୟ ଓ ରବିନା ଟଣ୍ଡନଙ୍କ ଆଫାୟାର ବିଷୟ ତ ସାରା ଦେଶ ଜାଣିଛି! ତା’ହେଲେ ଆସନ୍ତୁ ନଜର ପକାଇବା ଅକ୍ଷୟଙ୍କ ଗାର୍ଲଫ୍ରେଣ୍ଡଙ୍କ ତାଲିକା ଉପରେ।

ପୂଜା ବତ୍ରା- ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଅକ୍ଷୟ ବଲିଉଡ୍‌ ଅଭିନେତ୍ରୀ ପୂଜା ବତ୍ରାଙ୍କୁ ଡେଟ୍‌ କରୁଥିଲେ। ଦୀର୍ଘ ଦିନ ଧରି ସେ ତାଙ୍କ ସହିତ ଡେଟ୍ କରୁଥିଲେ। ସେତେବେଳେ ପୂଜା ଜଣେ ପ୍ରସିଦ୍ଧ ମଡେଲ ଥିଲେ। ପୂଜାଙ୍କ ସହଯୋଗରେ ଅକ୍ଷୟ ବଡ଼ ବଡ଼ ପାର୍ଟିକୁ ଯାଉଥିଲେ। ପୂଜା ଅକ୍ଷୟଙ୍କୁ ନେଇ ସିରିୟସ୍‌ ଥିଲେ। କିନ୍ତୁ ଅକ୍ଷୟ ତାଙ୍କୁ ନେଇ ଆଦୌ ସିରିୟସ ନଥିଲେ। ସେ ତାଙ୍କୁ କେବଳ ବ୍ୟବହାର କରୁଥିଲେ ବୋଲି କୁହାଯାଏ।

ଆୟଶା ଜୁଲ୍‌କା- ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପରେ ଅକ୍ଷୟଙ୍କ ଆଫାୟାର ଅଭିନେତ୍ରୀ ଆୟଶା ଜୁଲ୍‌କାଙ୍କ ସହିତ ଆରମ୍ଭ ହୋଇଥିଲା। ଫିଲ୍ମ ‘ଖିଲାଡ଼ୀ’ ସମୟରେ ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। କିନ୍ତୁ ପରେ ଅକ୍ଷୟ ତାଙ୍କୁ ଧୋକା ଦେଇଥିଲେ ବୋଲି କୁହାଯାଏ।

ଶିଳ୍ପାସେଟ୍ଟୀ- ଶିଳ୍ପା ସେଟ୍ଟୀଙ୍କ ସହ ଅକ୍ଷୟ ଆଫାୟାର ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା। ୯୦ଦଶକର ଏହି ଯୋଡ଼ିକୁ ହିଟ୍‌ ଓ ହଟ୍‌ ଯୋଡିଙ୍କ ମଧ୍ୟରେ ଗଣାଯାଉଥିଲା। ଶିଳ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ଅକ୍ଷୟଙ୍କ ସହ ତାଙ୍କର ନିର୍ବନ୍ଧ ସରି ଯାଇଥିଲା।

ରବିନା ଟଣ୍ଡନ- ଶିଳ୍ପାଙ୍କ ପରେ ଅକ୍ଷୟ ରବିନା ଟଣ୍ଡନଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏ ଦୁହିଁଙ୍କ ଆଫାୟାର ତିନି ବର୍ଷ ଧରି ଚାଲିଥିଲା। ରବିନା ଏକ ସାକ୍ଷାତକାରରେ ଅକ୍ଷୟଙ୍କ ସହ ତାଙ୍କର ରିଲେସନ୍‌ସିପ୍‌ ସଂପର୍କରେ ଖୋଲାଖୋଲି କହିଥିଲେ। ସେ କହିଥିଲେ, ଅକ୍ଷୟ ନିଜର ସବୁ ଗାର୍ଲଫ୍ରେଣ୍ଡଙ୍କୁ ସିଦ୍ଧିବିନାୟକ ମନ୍ଦିର ନେଇ ଯାଉଥିଲେ। ସେଠାରେ ସେମାନଙ୍କ ବିଶ୍ୱାସ ଜିତିବା ପାଇଁ ସେମାନଙ୍କୁ ମୁଦି ପିନ୍ଧାଇ ନିର୍ବନ୍ଧ କରି ଦେଉଥିଲେ।

ଟ୍ୱିଙ୍କଲଙ୍କ ପ୍ରେମରେ ପଡ଼ିବା ପରେ ଅକ୍ଷୟ ରବିନାଙ୍କୁ ଧୋକା ଦେଇଥିଲେ।

ରେଖା- କୁହାଯାଏ ନିଜଠାରୁ ବୟସରେ ଢେର ବଡ଼ ଅଭିନେତ୍ରୀ ରେଖାଙ୍କୁ ବି ଭଲ ପାଉଥିଲେ ଅକ୍ଷୟ। ରେଖାଙ୍କ ସହିତ ବି ତାଙ୍କର ଆଫାୟାର ଥିଲା।

Related story