କାହିଁକି ପ୍ରଭାସଙ୍କ ଫୋନ୍‌ ଚେକ୍‌ କରନ୍ତି ଅନୁଷ୍କା

ସୁପରହିଟ୍‌ ଫିଲ୍ମ ‘ବାହୁବଲୀ’ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡ଼ିକୁ ଦର୍ଶକ ଭରପୁର ସମର୍ଥନ ଦେଇଛନ୍ତି। ଖାଲି ରିଲ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡ଼ି ବେସ୍‌ ସୁନ୍ଦର। ହେଲେ ଏ କଥା ଦୁହେଁ ମୁହଁ ଖୋଲି କୋଉଠି କୁହନ୍ତି ନାହିଁ। ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ଯୋଡିଙ୍କ ସମ୍ପର୍କରେ କିନ୍ତୁ ଟୁପୁର ଟାପର ସବୁବେଳେ ଲାଗି ରହିଛି। ଏଇ ଯେମତି ଏବେ ଶୁଣିବାକୁ ମିଳୁଛି ଯେ, ଅନୁଷ୍କା କୁଆଡ ଲୁଚିଲୁଚି ପ୍ରଭାସଙ୍କ […]

prabhas

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 02:03 PM IST

ସୁପରହିଟ୍‌ ଫିଲ୍ମ ‘ବାହୁବଲୀ’ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡ଼ିକୁ ଦର୍ଶକ ଭରପୁର ସମର୍ଥନ ଦେଇଛନ୍ତି। ଖାଲି ରିଲ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡ଼ି ବେସ୍‌ ସୁନ୍ଦର। ହେଲେ ଏ କଥା ଦୁହେଁ ମୁହଁ ଖୋଲି କୋଉଠି କୁହନ୍ତି ନାହିଁ। ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ଯୋଡିଙ୍କ ସମ୍ପର୍କରେ କିନ୍ତୁ ଟୁପୁର ଟାପର ସବୁବେଳେ ଲାଗି ରହିଛି।

ଏଇ ଯେମତି ଏବେ ଶୁଣିବାକୁ ମିଳୁଛି ଯେ, ଅନୁଷ୍କା କୁଆଡ ଲୁଚିଲୁଚି ପ୍ରଭାସଙ୍କ ଫୋନ୍ ଚେକ୍‌ କରନ୍ତି। କଥାଟା ମିଛ ନୁହେଁ କିନ୍ତୁ ପର୍ସନାଲ ନିଶ୍ଚିତ। ଏ କଥା ଶୁଣି ସ୍ପଷ୍ଟ ଭାବେ ଜଣା ପଡୁଛି ଅନୁଷ୍କା ପ୍ରଭାସଙ୍କ ପ୍ରତି କେତେ ପଜେସିଭ୍‌। ନ ହେଲେ କ’ଣ ଜଣେ ସାଧାରଣ ପ୍ରେମିକା ପରି ସେ ବ୍ୟବହାର କରନ୍ତେ । ପ୍ରଭାସଙ୍କୁ ନେଇ ଖୁବ୍ ଚିନ୍ତାରେ ରହୁଥିବା ଅନୁଷ୍କା ଖାଲି ଫୋନ୍‌ କଲ ଚେକ୍ କରନ୍ତି ତା ନୁହେଁ ପ୍ରଭାସଙ୍କ ପ୍ରତି ଗତିବିଧି ଉପରେ ବି ତାଙ୍କ ପାଖରେ ସବୁ ଖବର।

ସବୁବେଳେ ପ୍ରଭାସଙ୍କୁ ଅନୁଷ୍କା ନିଜର ଜଣେ ବନ୍ଧୁ ବୋଲି କୁହନ୍ତି। କେଉଁ ଫିଲ୍ମରେ ଅଭିନୟ କରିବେ କେଉଁ ଫିଲ୍ମରେ ନାହିଁ, ଏ ସମ୍ପର୍କରେ ପ୍ରଭାସଙ୍କଠାରୁ ସାହାଯ୍ୟ ନେଇଥାନ୍ତି। ପ୍ରଭାସ ମଧ୍ୟ ତାଙ୍କର ଖୁବ୍‌ ଯତ୍ନ ନିଅନ୍ତି। ଏ କଥା ସତ ଯେ, ଦୁହିଁକ ମନରେ କିଛି ନା କିଛି ଅଛି ହେଲେ ମୁହଁଖୋଲି କହିବା ଯାହା ବାକି ।

ପ୍ରଭାସଙ୍କୁ ଘଣ୍ଟା ଖୁବ୍‌ ପସନ୍ଦ। ତେଣୁ ନିକଟରେ ତାଙ୍କ ଜନ୍ମଦିନରେ ଅନୁଷ୍କା ଏକ ସୁନ୍ଦର ଘଣ୍ଟା ଉପହାରରେ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ।

Related story