କାହିଁକି ଭାଙ୍ଗି ଗଲା ସଲିମ୍‌-ଜାଭେଦ ଯୋଡ଼ି? କ’ଣ ଏହା ହେଉଛି ତା’ର କାରଣ?

ମୁମ୍ବାଇ: ଆଜି ହେଉଛି ସଲମାନ ଖାନ୍‌ଙ୍କ ବାପା ସଲିମ୍ ଖାନଙ୍କ ଜନ୍ମଦିନ। ଆଜି ସେ ୮୨ ବର୍ଷରେ ପାଦ ଥାପିଛନ୍ତି। ଜାଭେଦ ଅଖତରଙ୍କ ସହ ମିଶି ସେ ‘ଜଞ୍ଜିର’, ‘ହାଥୀ ମେରେ ସାଥୀ’, ‘ୟାଦୋଁ କୀ ବାରାତ’, ‘ଦିୱାର’ ଓ ‘ଶୋଲେ’ ଭଳି ହିଟ୍ ଫିଲ୍ମ ଦେଇଥିଲେ। ଏକଦା ଏହି ଯୋଡ଼ି ବଲିଉଡ୍‌ରେ ବହୁତ ହିଟ୍ ଥିଲେ। ଜାଭେଦ ସଲିମ୍‌ଙ୍କଠାରୁ ୧୦ ବର୍ଷ ସାନ ଥିଲେ। ଫିଲ୍ମର କାହାଣୀ ଲେଖିବା ପୂର୍ବରୁ ସଲିମ ଖାନ୍ ଅଭିନୟ କ୍ଷେତ୍ରରେ […]

salimjaved

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 01:01 PM IST

ମୁମ୍ବାଇ: ଆଜି ହେଉଛି ସଲମାନ ଖାନ୍‌ଙ୍କ ବାପା ସଲିମ୍ ଖାନଙ୍କ ଜନ୍ମଦିନ। ଆଜି ସେ ୮୨ ବର୍ଷରେ ପାଦ ଥାପିଛନ୍ତି। ଜାଭେଦ ଅଖତରଙ୍କ ସହ ମିଶି ସେ ‘ଜଞ୍ଜିର’, ‘ହାଥୀ ମେରେ ସାଥୀ’, ‘ୟାଦୋଁ କୀ ବାରାତ’, ‘ଦିୱାର’ ଓ ‘ଶୋଲେ’ ଭଳି ହିଟ୍ ଫିଲ୍ମ ଦେଇଥିଲେ। ଏକଦା ଏହି ଯୋଡ଼ି ବଲିଉଡ୍‌ରେ ବହୁତ ହିଟ୍ ଥିଲେ। ଜାଭେଦ ସଲିମ୍‌ଙ୍କଠାରୁ ୧୦ ବର୍ଷ ସାନ ଥିଲେ। ଫିଲ୍ମର କାହାଣୀ ଲେଖିବା ପୂର୍ବରୁ ସଲିମ ଖାନ୍ ଅଭିନୟ କ୍ଷେତ୍ରରେ ନିଜକୁ ପରୀକ୍ଷା କରିଥିଲେ। ତେବେ ଅଭିନୟରେ ସେ ସେମିତି କିଛି ଖାସ୍‌ କରିପାରିଲେନି। କେବଳ ସାଇଡ୍ ହିରୋ ହୋଇ ରହିଗଲେ। ତେବେ ଫିଲ୍ମ କାହାଣୀ ଲେଖି ସେ ହିଟ୍‌ ହୋଇଥିଲେ।  ସଲିମ ଓ ଜାଭେଦ ଯୋଡ଼ି ବଲିଉଡ୍‌ ଇତିହାସରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅମିତାଭ ବଚ୍ଚନଙ୍କୁ ସୁପରଷ୍ଟାର ବନାଇବାରେ ଏହି ଯୋଡ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ତେବେ ପ୍ରଶ୍ନ ଉଠେ ଏ ଯୋଡ଼ି କାହିଁକି ଭାଙ୍ଗି ଗଲା?

ଏହାର ଉତ୍ତର ରହିଛି ଅନିତା ପାଧ୍ୟେଙ୍କ ମରାଠୀ ବହି ‘ୟହୀ ହୈ ରଙ୍ଗରୂପ୍’ରେ। ଲେଖକ ଏଥିରେ ସଲିମଙ୍କ ସହିତ ଦୀର୍ଘ ଆଲୋଚନା କରିଛନ୍ତି। ବହିରେ ଦର୍ଶାଯାଇଛି ଯେ ସଲିମ ଓ ଜାଭେଦ ମିଶି କରି ‘ମିଷ୍ଟର ଇଣ୍ଡିଆ’ର କାହାଣୀ ଲେଖିଥିଲେ। ସେମାନେ ଚାହୁଁଥିଲେ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଅଭିନୟ କରନ୍ତୁ। କାରଣ ଏହି ଫିଲ୍ମରେ ଲିଡ୍ ଆକ୍ଟର ଦୃଶ୍ୟମାନ ହେବେ ନାହିଁ। କେବଳ ତାଙ୍କ ସ୍ୱର ଶୁଣାଯିବ। ଅମିତାଭଙ୍କ ଠାରୁ ଆଉ କାହାର ସ୍ୱର ଭଲ ହୋଇପାରେ! ତେଣୁ ସେମାନେ ତାଙ୍କୁ ଫିଲ୍ମରେ ନେବାକୁ ପସନ୍ଦ କରିଥିଲେ। କାହାଣୀଟିକୁ ନେଇ ଦୁଇ ଜଣ ଯାକ ଅମିତାଭଙ୍କ ନିକଟକୁ ଯାଇଥିଲେ। ତେବେ ଲିଡ୍‌ କ୍ୟାରେକ୍ଟର ଦୃଶ୍ୟମାନ ହେବନି ଶୁଣି ଅମିତାଭ ଏଥିରେ କାମ କରିବାକୁ ମନା କରି ଦେଇଥିଲେ। ଏହା ଶୁଣିବା ପରେ ଜାଭେଦ ରାଗି ଯାଇଥିଲେ ଓ ଅମିତାଭଙ୍କ ସହ ଆଉ କେବେ କାମ କରିବେ ନାହିଁ ବୋଲି ସଲିମଙ୍କୁ କହିଥିଲେ। ତେବେ ସଲିମ ତାଙ୍କ ସହିତ ସହମତ ନଥିଲେ। ଏହି ଘଟଣାର କିଛି ଦିନ ପରେ ଏକ ପାର୍ଟିରେ ଅମିତାଭଙ୍କ ସହ ଜାଭେଦ ଅଖତରଙ୍କ ଭେଟ ହେଲା। ସେଠାରେ ଜାଭେଦ ଅମିତାଭଙ୍କୁ କହିଥିଲେ ଯେ ସଲିମ ଆଉ ତାଙ୍କ ସହିତ କାମ କରିବାକୁ ଚାହୁଁ ନାହାନ୍ତି। ଏହି କଥା ଜାଣିବା ପରେ ଜାଭେଦଙ୍କ ଉପରେ ସଲିମ ରାଗି ଗଲେ ଓ ଦୁହିଁଙ୍କ ଯୋଡ଼ି ଭାଙ୍ଗି ଗଲା।

Related story