ସୁଶାନ୍ତ ସିଂ ରାଜପୁତଙ୍କ ସହ କାହିଁକି ଫିଲ୍ମ କରିବାକୁ ମନାକଲେ ଦିଶା ?

ମୁମ୍ବାଇ: ଫିଲ୍ମର ସଫଳତା ଓ ବିଫଳତା ଗୋଟେ ଅଭିନେତାର ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଭଳ ଫିଲ୍ମଟିଏ ଜଣେ କଳାକାରର ଭବିଷ୍ୟତକୁ ସୁନ୍ଦର କରୁଥିବା ବେଳେ ଏକ ବିଫଳ ଫିଲ୍ମ ସେହି କଳାକାରର କ୍ୟାରିୟରକୁ ଖରାପ କରି ରଖିଦେଇଥାଏ। ତେଣୁ ଆଜିକାଲି ବଲିଉଡରେ କଳାକାରମାନେ ଫିଲ୍ମରେ କାମ କରିବା ପୂର୍ବରୁ ଅନେକ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି। ସେମିତି ଏକ ନିଷ୍ପତ୍ତି ନେଇଛନ୍ତି ଦିଶା ପଟାନି । “ଚନ୍ଦା ମାମା ଦୁରକେ ” ଫିଲ୍ମରେ ଲିଡ ରୋଲରେ ଦିଶାଙ୍କୁ […]

dishaaa

dishaaa

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 06:04 PM IST

Sports

Latest News

ମୁମ୍ବାଇ: ଫିଲ୍ମର ସଫଳତା ଓ ବିଫଳତା ଗୋଟେ ଅଭିନେତାର ଭବିଷ୍ୟତ ଉପରେ ପ୍ରଭାବ ପକାଇଥାଏ। ଭଳ ଫିଲ୍ମଟିଏ ଜଣେ କଳାକାରର ଭବିଷ୍ୟତକୁ ସୁନ୍ଦର କରୁଥିବା ବେଳେ ଏକ ବିଫଳ ଫିଲ୍ମ ସେହି କଳାକାରର କ୍ୟାରିୟରକୁ ଖରାପ କରି ରଖିଦେଇଥାଏ। ତେଣୁ ଆଜିକାଲି ବଲିଉଡରେ କଳାକାରମାନେ ଫିଲ୍ମରେ କାମ କରିବା ପୂର୍ବରୁ ଅନେକ ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି। ସେମିତି ଏକ ନିଷ୍ପତ୍ତି ନେଇଛନ୍ତି ଦିଶା ପଟାନି । “ଚନ୍ଦା ମାମା ଦୁରକେ ” ଫିଲ୍ମରେ ଲିଡ ରୋଲରେ ଦିଶାଙ୍କୁ ଅଭିନୟ କରିବାକୁ ଅଫର ମିଳିଥିବା ବେଳେ ସେ ଏହି ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି। ଏହାକ କାରଣ ହେଉଛି ଏଥିରେ ଦିଶାଙ୍କ ବିପକ୍ଷରେ ଲିଡ ରୋଲରେ ନଜର ଆସିଥାନ୍ତେ ସୁଶାନ୍ତ ସିଂ ରାଜପୁତ। ଯଦିଓ ‘ଧୋନି ’ ଫିଲ୍ମରେ ଦୁହେଁ ଏକାଠି କାମ କରି ସଫଳତା ପାଇସାରିଛନ୍ତି କିନ୍ତୁ ରବତା ଫିଲ୍ମର ବିଫଳତା ପରେ ସୁଶାନ୍ତଙ୍କ ସହ କାମ କରିବାରେ କୁଣ୍ଠାବୋଥ କରୁଛନ୍ତି ଦିଶା। ଫିଲ୍ମରେ କାମ ନକରିବାର କାରଣ ସ୍କ୍ରିପ୍ଟ ଦମଦାର ନାହିଁ ବୋଲି ଦିଶା କହିଥିବା ବେଳେ ସୁଶାନ୍ତଙ୍କ ନାଁ ଶୁଣିବା ପରେ ସେ ଏହି ଫିଲ୍ମରେ କାମ କରିବାକୁ ସିଧା ମନା କରିଦେଇଥିବାର ଖବର ଏବେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos