ଜୟାଙ୍କୁ ନିଜ ଫିଲ୍ମର ସ୍କ୍ରିନିଂକୁ କାହିଁକି ଡାକିବାକୁ ପସନ୍ଦ କରନ୍ତିନି କରଣ?

ମୁମ୍ବାଇ:  ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶଙ୍କ ମଧ୍ୟରେ କରଣ ଜୋହର ଜଣେ। ତାଙ୍କର ନିର୍ଦ୍ଦେଶିତ ଅନେକ ଫିଲ୍ମ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛି। କରଣଙ୍କ ବ୍ୟକ୍ତିଗତ ଜୀବନ ଖୋଲା କାଗଜ ପରି ସ୍ପଷ୍ଟ। ତାଙ୍କ ବିଷୟରେ ଆପଣମାନେ ଅନେକ କଥା ଜାଣିଥିବେ ଓ ଆଉ କିଛି କଥା ଜାଣିନଥିବେ। ନିକଟରେ ଏକ ସାକ୍ଷତକାରରେ କରଣ ନିଜ କ୍ୟାରିଅର ବିଷୟରେ  ଅନେକ କଥା ସେୟାର କରିଥିଲେ। ସେ ସେଥିରେ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଭୟ କରନ୍ତି ବୋଲି କହିଥିଲେ। କରଣ […]

jaya

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 02:02 PM IST

ମୁମ୍ବାଇ:  ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶଙ୍କ ମଧ୍ୟରେ କରଣ ଜୋହର ଜଣେ। ତାଙ୍କର ନିର୍ଦ୍ଦେଶିତ ଅନେକ ଫିଲ୍ମ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଛି। କରଣଙ୍କ ବ୍ୟକ୍ତିଗତ ଜୀବନ ଖୋଲା କାଗଜ ପରି ସ୍ପଷ୍ଟ। ତାଙ୍କ ବିଷୟରେ ଆପଣମାନେ ଅନେକ କଥା ଜାଣିଥିବେ ଓ ଆଉ କିଛି କଥା ଜାଣିନଥିବେ।

ନିକଟରେ ଏକ ସାକ୍ଷତକାରରେ କରଣ ନିଜ କ୍ୟାରିଅର ବିଷୟରେ  ଅନେକ କଥା ସେୟାର କରିଥିଲେ। ସେ ସେଥିରେ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଭୟ କରନ୍ତି ବୋଲି କହିଥିଲେ। କରଣ ଆହୁରି ମଧ୍ୟ କହିଥିଲେ ଯେ ସେ ତାଙ୍କ ଫିଲ୍ମରେ ସ୍କ୍ରିନିଂକୁ ଜୟାଙ୍କୁ ଡାକିବାକୁ ଖୁବ୍‌ ଡରନ୍ତି। କାରଣ ଜୟା ବଚ୍ଚନ ସେହି ଲୋକ ମାନଙ୍କ ମଧ୍ୟରୁ ଜଣେ ଯିଏ କେବେ ମିଛ କୁହନ୍ତି ନାହିଁ। ଯାହା କୁହନ୍ତି ସିଧା ସିଧା କହି ଦିଅନ୍ତି।  ସେଥିପାଇଁ ଅନ୍ୟ ନିର୍ଦ୍ଦେଶକମାନେ ବି ତାଙ୍କୁ ଡରନ୍ତି।

କରଣ କହିଥିଲେ,“ଯଦି ଜୟାଙ୍କୁ ନିଜ ଫିଲ୍ମ ସ୍କ୍ରିନିଂରେ କେହି ଡାକିବେ ତେବେ ତାଙ୍କର ପ୍ରତିକ୍ରିୟା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ୍‌ ରହିବା ଦରକାର। ତେଣୁ ଜୟା ମତେ କୁହନ୍ତି, କରଣ ମୁଁ ତୁମ ଫିଲ୍ମ ସ୍କ୍ରିନ୍‌ରେ ଆସିପାରିବିନି। କାହିଁକିନା ମୁଁ ତୁମକୁ ମିଛ କହି ପାରିବି ନାହିଁ। ଯଦି ତୁମ ଫିଲ୍ମ ମତେ ଭଲ ଲାଗିବନି ତେବେ ମୁଁ କହି ଦେବି ଓ ତୁମେ ନିରାଶ ହୋଇଯିବ।”

ଜୟାଙ୍କ ଏହି ଗୁଣ ପାଇଁ କରଣ ତାଙ୍କୁ ପ୍ରଶଂସା ମଧ୍ୟ କରନ୍ତି।

Related story