ସୈଫ୍-ଅମ୍ରିତାଙ୍କ ଲଭ୍‌ ଲାଇଫରେ କାହିଁକି ଲାଗିଲା ବ୍ରେକ୍‌

ମୁମ୍ବାଇ:ବଲିଉଡରେ ଯଦି ଗ୍ଲାମର କପଲଙ୍କ ବିଷୟରେ କୁହାଯାଏ ତେବେ ନିଶ୍ଚିତ ଭାବେ ସୈଫ୍ ଓ କରିନାଙ୍କ ନାଁ ଆସିବ। ଦୁହେଁ ପୁରା ପରଫେକ୍ଟ କପଲ୍ । ସେମାନଙ୍କ ବୈବାହିକ ଜୀବନ ଖୁବ୍‌ ସୁରୁଖୁରୁରେ ଚାଲିଛି। କିନ୍ତୁ ସୈଫ କେବେବି ଜଣେ ଭଲ ସ୍ୱାମୀ ହୋଇପାରି ନାହାଁନ୍ତି। କାରଣ ସୈଫ ଥରେ ବିବାହ କରିଥିଲେ ମଧ୍ୟ ତାଙ୍କ ଯୋଡ଼ି ତିଷ୍ଟି ପାରି ନ ଥିଲା। ତାଙ୍କ ପ୍ରଥମ ପତ୍ନୀ  ଅମ୍ରିତାଙ୍କ ସହ ହୋଇଥିଲା ବିବାହ ବିଚ୍ଛେଦ। ତେବେ ଚାଲନ୍ତୁ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 03:35 PM IST

Sports

Latest News

ମୁମ୍ବାଇ:ବଲିଉଡରେ ଯଦି ଗ୍ଲାମର କପଲଙ୍କ ବିଷୟରେ କୁହାଯାଏ ତେବେ ନିଶ୍ଚିତ ଭାବେ ସୈଫ୍ ଓ କରିନାଙ୍କ ନାଁ ଆସିବ। ଦୁହେଁ ପୁରା ପରଫେକ୍ଟ କପଲ୍ । ସେମାନଙ୍କ ବୈବାହିକ ଜୀବନ ଖୁବ୍‌ ସୁରୁଖୁରୁରେ ଚାଲିଛି। କିନ୍ତୁ ସୈଫ କେବେବି ଜଣେ ଭଲ ସ୍ୱାମୀ ହୋଇପାରି ନାହାଁନ୍ତି। କାରଣ ସୈଫ ଥରେ ବିବାହ କରିଥିଲେ ମଧ୍ୟ ତାଙ୍କ ଯୋଡ଼ି ତିଷ୍ଟି ପାରି ନ ଥିଲା। ତାଙ୍କ ପ୍ରଥମ ପତ୍ନୀ  ଅମ୍ରିତାଙ୍କ ସହ ହୋଇଥିଲା ବିବାହ ବିଚ୍ଛେଦ। ତେବେ ଚାଲନ୍ତୁ ଜାଣିବା ସୈଫ ଓ ଅମ୍ରିତାଙ୍କ ଲଭ ଷ୍ଟୋରୀ ଏବଂ ବିବାହ  ବିଚ୍ଛେଦ ସମ୍ପର୍କରେ। ଯାହାକି ଫିଲ୍ମ ଜଗତରେ ପୂରା ହଇଚଇ ସୃଷ୍ଟି କରିଥିଲା

ଅମ୍ରିତା ଓ ସୈଫଙ୍କ ପ୍ରଥମ ଦେଖା ସେହି ସମୟରେ ହୋଇଥିଲା ଯେବେ ସୈଫ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାପାଇଁ ସଂଘର୍ଷ କରୁଥିଲେ। ଶର୍ମିଲା ଟାଗୋରଙ୍କ ପୁଅ ହେବା ସତ୍ୱେ ତାଙ୍କୁ ଫିଲ୍ମ ଜଗତରେ ସୁଯୋଗ ମିଳି ନ ଥିଲା। ସେହି ସମୟରେ ଅମ୍ରିତା ଇଣ୍ଡଷ୍ଟ୍ରିର ଟପ୍‌ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଥିଲେ। ସେ ଅନେକ ସୁପରହିଟ ଫିଲ୍ମ ଲୋକଙ୍କୁ ଭେଟି ଦେଉଥିଲେ। ଦୁହିଁଙ୍କ ଭେଟ ରାହୁଲ ରବେଲଙ୍କ ଫିଲ୍ମ ସେଟରେ ହୋଇଥିଲା। ସୈଫ୍ ଅମ୍ରିତାଙ୍କୁ ପ୍ରଥମ ଦେଖାରେ ତାଙ୍କର ପୁରା ଦିୱାନା ହୋଇଯାଇଥିଲେ। ପ୍ରଥମ ଦେଖା ପରେ ସୈଫ୍ ଅମୃତାଙ୍କୁ କଫି ପାଇଁ ଡାକିଥିଲେ।  କିନ୍ତୁ ଅମ୍ରିତା ବ୍ୟସ୍ତ ଥିବା କାରଣରୁ ମନା କରିଦେଇଥିଲେ। କିଛି ଦିନ ପରେ ଅମ୍ରିତା ସୈଫଙ୍କୁ ନିଜ ଘରକୁ ଡାକିଥିଲେ।ପରେ ଦୁହେଁ ଖୁବ ନିକଟତର ହୋଇଯାଇଥିଲେ ଓ ବିବାହ କରିବାକୁ ନିସ୍ପତି ନେଇଥିଲେ। କିନ୍ତୁ ସେ ସମୟରେ ସୈଫଙ୍କୁ ହୋଇଥିଲା ୨୧ ବର୍ଷ। ଅମ୍ରିତାଙ୍କୁ ହୋଇଥିଲା ୩୩ ବର୍ଷ। ତଥାପି ଦୁହେଁ ଦୁହିଁଙ୍କ ସହ ରହିବାକୁ ପସନ୍ଦ କରିଥିଲେ। କିନ୍ତୁ ଏହି ବିବାହକୁ କାହାରି ସ୍ୱିକୃତୀ ମିଳି ନ ଥିଲା। ଅମୃତାଙ୍କ ଘର ଲୋକ ଭିନ୍ନ ସଂପ୍ରଦାୟର ପୁଅ ସହ ବିବାହ କରିବାକୁ  ଅନୁମତି ଦେଇ ନ ଥିଲେ। ଦୁହିଁଙ୍କ ପରିବାରର ଅରାଜି ସତ୍ତ୍ୱେ ଦୁହେଁ ୧୯୯୧ରେ ବିବାହ କରିଥିଲେ।

ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିଲା। ସୈଫଙ୍କୁ ସଫଳତା ମିଳି ନ ଥିବାରୁ ଅମ୍ରିତା ତାଙ୍କ ଅପାରଗତାକୁ ନେଇ ପ୍ରଶ୍ନ କରିଥିଲେ। ଉଭୟଙ୍କ ଭିତରେ ଝଗଡା ଏତେ ତୀବ୍ର ହେଉଥିଲା ଯେ, ଦୁହେଁ ପରସ୍ପରକୁ ଗାଳି ଗୁଲଜ ମଧ୍ୟ କରୁଥିଲେ। ଏକ ସାକ୍ଷାତକାରରେ ଅମ୍ରିତା ସୈଫଙ୍କୁ ରଙ୍ଗିନ୍ ମିଜାଜର କହିଥିଲେ। ତେବେ ୧୨ ବର୍ଷ ଏକାଠି ରହିବା ପରେ ଦୁହିଁଙ୍କ ସଂପର୍କ ଭାଙ୍ଗି ଯାଇଥିଲା। ଏମିତିବି କୁହାଯାଉଥିଲା ସୈଫଙ୍କର ଜଣେ ଇଟାଲିଆନ୍ ଅଭିନେତ୍ରୀଙ୍କ ସହ  ସମ୍ପର୍କ ଥିଲା।  କିଛି ବର୍ଷ ଏକା ରହିବା ପରେ ସୈଫଙ୍କ ଜୀବନରେ କରିନା ଆସିଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos