ନିଜ ଫିଲ୍ମ ପ୍ରମୋଟ୍ କରିବାକୁ କପିଲଙ୍କ ଶୋ’କୁ ଆସିଲେନି ସଚିନ; କ’ଣ ଏହାର କାରଣ?

ନୂଆଦିଲ୍ଲୀ: ଶୁକ୍ରବାର (ଗତକାଲି) ରିଲିଜ୍ ହୋଇଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସଚିନ: ଏ ବିଲିୟନ ଡିମ୍ସ’। ଆଶା କରାଯାଉଥିଲା ଯେ ସଚିନ ତାଙ୍କ ଫିଲ୍ମର ପ୍ରମୋସୋନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଯିବେ। କିନ୍ତୁ ସେମିତି ହେଲା ନାହିଁ। ମିଳିଥିବା ସୂଚନା ଅନୁଯାୟୀ ସଚିନଙ୍କୁ ନିଜ ଶୋକୁ ଆଣିବାକୁ କପିଲ ଓ ତାଙ୍କ ଟିମ୍ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ତାଙ୍କୁ ଶୋକୁ ଆଣିବାକୁ ବିଫଳ ହୋଇଥିଲେ। ତେବେ […]

kapil

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 01:55 PM IST

ନୂଆଦିଲ୍ଲୀ: ଶୁକ୍ରବାର (ଗତକାଲି) ରିଲିଜ୍ ହୋଇଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ସଚିନ: ଏ ବିଲିୟନ ଡିମ୍ସ’। ଆଶା କରାଯାଉଥିଲା ଯେ ସଚିନ ତାଙ୍କ ଫିଲ୍ମର ପ୍ରମୋସୋନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଯିବେ। କିନ୍ତୁ ସେମିତି ହେଲା ନାହିଁ।

ମିଳିଥିବା ସୂଚନା ଅନୁଯାୟୀ ସଚିନଙ୍କୁ ନିଜ ଶୋକୁ ଆଣିବାକୁ କପିଲ ଓ ତାଙ୍କ ଟିମ୍ ଚେଷ୍ଟା କରିଥିଲା। କିନ୍ତୁ ସେମାନେ ତାଙ୍କୁ ଶୋକୁ ଆଣିବାକୁ ବିଫଳ ହୋଇଥିଲେ। ତେବେ କ’ଣ କହି ସଚିନ ସେମାନଙ୍କୁ ମନା କରି ଥିଲେ?

କୁହାଯାଉଛି ଯେତେବେଳେ କପିଲ ଓ ତାଙ୍କ ଟିମ୍ ପକ୍ଷରୁ ସଚିନଙ୍କୁ ଏନେଇ ଯୋଗାଯୋଗ କରାଗଲା ସେ ସ୍ପଷ୍ଟ ଭାବେ ସେମାନଙ୍କ ଶୋ’କୁ ଆସିବାକୁ ମନା କରି ଦେଇଥିଲେ। ସେ କହିଥିଲେ,“ତାଙ୍କ ଫିଲ୍ମକୁ କୌଣସି ହିନ୍ଦୀ ଶୋ’ରେ ପ୍ରମୋଟ କରାଯିବ ନାହିଁ।”

ସୂଚନାଯୋଗ୍ୟ, ସଚିନ ତାଙ୍କ ଫିଲ୍ମକୁ ମରାଠୀ ଶୋ’ଗୁଡ଼ିକରେ ପ୍ରୋମୋସନ୍ କରିଥିଲେ।

ରିପୋର୍ଟ ଓ ଫଟୋ-ଦୈନିକ

Related story