ସୁଟିଂ ନକରି କପିଲଙ୍କ ଶୋରୁ କାହିଁକି ଫେରିଲେ ଶାହାରୁଖ ଓ ଅନୁଷ୍କା ?

ନୂଆଦିଲ୍ଲୀ: ଶାହାରୁଖ ଓ ଅନୁଷ୍କାଙ୍କ ଚଳଚ୍ଚିତ୍ର  ‘ଜବ୍‌ ହ୍ୟାରି ମେଟ ସେଜଲ୍‌’ର ସୁଟିଂ ସରିଛି । ୪ ଅଗଷ୍ଟରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି।  ରିଲିଜ ପୂର୍ବରୁ ଏବେ ଫିଲ୍ମ ପ୍ରମୋସନରେ ଜୋରଦାର ଲାଗିପଡିଛନ୍ତି ଶାହାରୁଖ ଓ ଅନୁଷ୍କା। ସେଥିପାଇଁ ଖୁବ ବ୍ୟସ୍ତ ରହୁଛନ୍ତି ଏହି ଦୁଇଜଣ । ଫିଲ୍ମର ପ୍ରମୋସନ ପାଇଁ ଶୁକ୍ରବାର ଦିନ ଏମାନେ ପହଁଚିଥିଲେ କମେଡିଆନ କପିଲ ଶର୍ମାଙ୍କ ଶୋରେ , କିନ୍ତୁ ସୁଟିଂ ନକରି ସେଠାରୁ ଚାଲିଆସିଥିଲେ। ତେବେ ଖବର […]

srk

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 05:19 PM IST

ନୂଆଦିଲ୍ଲୀ: ଶାହାରୁଖ ଓ ଅନୁଷ୍କାଙ୍କ ଚଳଚ୍ଚିତ୍ର  ‘ଜବ୍‌ ହ୍ୟାରି ମେଟ ସେଜଲ୍‌’ର ସୁଟିଂ ସରିଛି । ୪ ଅଗଷ୍ଟରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି।  ରିଲିଜ ପୂର୍ବରୁ ଏବେ ଫିଲ୍ମ ପ୍ରମୋସନରେ ଜୋରଦାର ଲାଗିପଡିଛନ୍ତି ଶାହାରୁଖ ଓ ଅନୁଷ୍କା। ସେଥିପାଇଁ ଖୁବ ବ୍ୟସ୍ତ ରହୁଛନ୍ତି ଏହି ଦୁଇଜଣ । ଫିଲ୍ମର ପ୍ରମୋସନ ପାଇଁ ଶୁକ୍ରବାର ଦିନ ଏମାନେ ପହଁଚିଥିଲେ କମେଡିଆନ କପିଲ ଶର୍ମାଙ୍କ ଶୋରେ , କିନ୍ତୁ ସୁଟିଂ ନକରି ସେଠାରୁ ଚାଲିଆସିଥିଲେ।

ତେବେ ଖବର ଅନୁଯାୟୀ ଗତକାଲି କପିଲ ସୁଟିଂ କରିବାକୁ ଯାଉଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ସେଥିପାଇଁ ସେ ସୁଟିଂ କରିପାରି ନଥିଲେ। ଯଦିଓ ସୁଟିଂ ବନ୍ଦ ହେବା ଯୋଗୁ ଶାହାରୁଖ ଟିକେ ଅସନ୍ତୁଷ୍ଟ ଥିଲେ , ତଥାପି କପିଲଙ୍କ ଦେହ ଅସୁସ୍ଥ ହେବାର ଦେଖି ବିଚଳିତ ହୋଇ ପଡିଥିଲେ।

Related story