‘ପ୍ୟାର କିୟା ତୋ ଡରନା କ୍ୟା’ ଫିଲ୍ମରେ କାହିଁକି ସାର୍ଟ ପିନ୍ଧି ନ ଥିଲେ ସଲମାନ୍‌? ଜାଣିଛନ୍ତି !

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ । ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର। ସେ ପୁଣି ୧୯ବର୍ଷ ପୂର୍ବର ଏକ ଫିଲ୍ମ ଉପରୁ ହଟାଇଛନ୍ତି ଏହି ରାଜ୍। ଫିଲ୍ମଟି ହେଉଛି ‘ପ୍ୟାର କିୟା ତୋ ଡରନା କ୍ୟା’। ଏହି ଫିଲ୍ମରେ ସଲ୍ଲୁ ସାର୍ଟ ଲେସ୍‌ ହେବାର ରହସ୍ୟ ବଖାଣିଛନ୍ତି। କୁହାଯାଏ ବଲିଉଡ୍‌ ସାର୍ଟଲେସ୍ ଟ୍ରେଣ୍ଡ ସଲମାନଙ୍କଠାରୁ ହିଁ ଆରମ୍ଭ ହୋଇଥିଲା । କେତେକ ବିଶ୍ୱାସ କରନ୍ତି, ସଲ୍ଲୁ ଯେଉଁ ଫିଲ୍ମରେ ସାର୍ଟ ଖୋଲନ୍ତି ସେହି ଫିଲ୍ମ ବକ୍ସଅଫିସରେ […]

salu

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 07:12 PM IST

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ । ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର। ସେ ପୁଣି ୧୯ବର୍ଷ ପୂର୍ବର ଏକ ଫିଲ୍ମ ଉପରୁ ହଟାଇଛନ୍ତି ଏହି ରାଜ୍। ଫିଲ୍ମଟି ହେଉଛି ‘ପ୍ୟାର କିୟା ତୋ ଡରନା କ୍ୟା’। ଏହି ଫିଲ୍ମରେ ସଲ୍ଲୁ ସାର୍ଟ ଲେସ୍‌ ହେବାର ରହସ୍ୟ ବଖାଣିଛନ୍ତି।

କୁହାଯାଏ ବଲିଉଡ୍‌ ସାର୍ଟଲେସ୍ ଟ୍ରେଣ୍ଡ ସଲମାନଙ୍କଠାରୁ ହିଁ ଆରମ୍ଭ ହୋଇଥିଲା । କେତେକ ବିଶ୍ୱାସ କରନ୍ତି, ସଲ୍ଲୁ ଯେଉଁ ଫିଲ୍ମରେ ସାର୍ଟ ଖୋଲନ୍ତି ସେହି ଫିଲ୍ମ ବକ୍ସଅଫିସରେ ସୁପରହିଟ୍‌ ହୋଇଥାଏ। ସଲ୍ଲୁଙ୍କ ସାର୍ଟଲେସ୍‌ ହେବାର ଟ୍ରେଣ୍ଡ ଆଜି ବି ଦର୍ଶକ ଭୁଲି ପାରୁନାହାଁନ୍ତି। ୧୯୯୮ରେ ‘ପ୍ୟାର କିୟା ତୋ ଡରନା କ୍ୟା’ରେ ସଲ୍ଲୁ ସାର୍ଟ ପିନ୍ଧି ନ ଥିଲେ। ଏହି କାରଣରୁ ଫିଲ୍ମଟି ହିଟ୍‌ ହୋଇଥିବା କୁହାଯାଏ।  ପୂର୍ବରୁ କେବେ ଏପରି କରି ନ ଥିବା ସଲ୍ଲୁ କାହିଁକି କଲେ ଜାଣିଛନ୍ତି। ଏହା ପଛରେ  ଅଛି ଏକ ରୋଚକ କାରଣ।

ସେ କହିଛନ୍ତି, ମୋତେ ଫିଲ୍ମଟି ସାର୍ଟଲେସ୍‌ ହେବାକୁ ଇଚ୍ଛା ନ ଥିଲା। ହେଲେ ଡିଜାଇନର ମୋ ପାଇଁ ଯେଉଁ ଡ୍ରେସ ବନାଇଥିଲେ ତାହା ବହୁତ ଟାଇଟ୍‌ ହୋଇଥିଲା। ବଟମ୍‌ ବି ଦେଇ ହୋଇ ନ ଥିଲା। ତେଣୁ ମୁଁ ଏହାକୁ ପିନ୍ଧିବା ଅପେକ୍ଷା ବିନା ସାର୍ଟରେ ସୁଟ୍‌ କରିବାକୁ ପସନ୍ଦ କରିଥିଲି। ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଗଲା ଓ ମୋ ଫିଲ୍ମ ହିଟ୍‌ ହୋଇଗଲା।

ରିୟାଲିଟ ଶୋ’ ସାରେଗାମାପା ଲିଟିଲ ଚାମ୍ପରେ ସଲମାନ ଏହି  ରାଜ ଖୋଲିଛନ୍ତି।

Related story