କାହିଁକି ଜ୍ୟାକିଙ୍କ ସହ ଫିଲ୍ମ କରନ୍ତି ନି ତବୁ: ଜାଣନ୍ତୁ ପରଦା ପଛର ରହସ୍ୟ

ମୁମ୍ବାଇ: ବଲିଉଡରେ ତବୁ ଏମିତି ଜଣେ ଅଭିନେତ୍ରୀ ଯିଏ ବହୁତ ଚିନ୍ତା କରି ଫିଲ୍ମ ସାଇନ୍‌ କରିଥାନ୍ତି। ୨୦୧୫ରେ ଅଜୟ ଦେବଗନ୍‌ଙ୍କ ସହ ‘ଦୃଶ୍ୟମ’ରେ ବହୁ ପ୍ରଶଂସା ସାଉଣ୍ଟି ଥିବା ତବୁ ପୁଣି ଥରେ ବି-ଟାଉନ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ବଡ଼ ପରଦାରେ ତାଙ୍କୁ ପୁଣି ଥରେ ଅଜୟଙ୍କ ସହ ‘ଗୋଲମାଲ ଏଗେନ୍‌’ରେ ଦେଖିବାକୁ ମିଳିବ। ଏହି କଥା ଜଣାପଡିବା ପରେ ତବୁଙ୍କୁ ନେଇ ଆଉ ଏକ କଥା ଚର୍ଚ୍ଚାକୁ ଆସିଛି। ତାହା ଜ୍ୟାକି ଶ୍ରୋଫ୍‌ଙ୍କୁ ନେଇ। ନିଜ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 10:04 AM IST

ମୁମ୍ବାଇ: ବଲିଉଡରେ ତବୁ ଏମିତି ଜଣେ ଅଭିନେତ୍ରୀ ଯିଏ ବହୁତ ଚିନ୍ତା କରି ଫିଲ୍ମ ସାଇନ୍‌ କରିଥାନ୍ତି। ୨୦୧୫ରେ ଅଜୟ ଦେବଗନ୍‌ଙ୍କ ସହ ‘ଦୃଶ୍ୟମ’ରେ ବହୁ ପ୍ରଶଂସା ସାଉଣ୍ଟି ଥିବା ତବୁ ପୁଣି ଥରେ ବି-ଟାଉନ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ବଡ଼ ପରଦାରେ ତାଙ୍କୁ ପୁଣି ଥରେ ଅଜୟଙ୍କ ସହ ‘ଗୋଲମାଲ ଏଗେନ୍‌’ରେ ଦେଖିବାକୁ ମିଳିବ। ଏହି କଥା ଜଣାପଡିବା ପରେ ତବୁଙ୍କୁ ନେଇ ଆଉ ଏକ କଥା ଚର୍ଚ୍ଚାକୁ ଆସିଛି। ତାହା ଜ୍ୟାକି ଶ୍ରୋଫ୍‌ଙ୍କୁ ନେଇ। ନିଜ ସମୟର ପ୍ରାୟ ସବୁ କଳାକାରଙ୍କ ସହ ଅଭିନୟ କରିଥିବା ତବୁଙ୍କୁ କେବେ ଜ୍ୟାକିଙ୍କ ସହ ଦେଖିବାକୁ ମିଳିନାହିଁ। ଏହା ପଛରେ ଏକ ରହସ୍ୟ ରହିଛି। ଏହାକୁ କେବେ ତବୁ ନିଜେ କହି ନଥିଲେ ବି ଅତୀତରେ ବି-ଟାଉନ୍‌ରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଆସନ୍ତୁ ଜାଣିବା ଏହି ଚର୍ଚ୍ଚା ପଛର ରହସ୍ୟ ସମ୍ପର୍କରେ।

ଘଟଣା ୧୯୮୬ ମସିହାର। ସେତେବେଳେ ତବୁଙ୍କ ଭଉଣୀ ଫରାହ ବେଶ ଲୋକପ୍ରୀୟ ଅଭିନେତ୍ରୀ ଥିଲେ। ବହୁ ସମୟରେ ସେ ତବୁଙ୍କୁ ସୁଟିଂ ସେଟ୍‌କୁ ନେଇ ଯାଉଥିଲେ। ସେ ସମୟରେ ଫରାହ ଓ ଜ୍ୟାକି ଷ୍ଟାରକାଷ୍ଟରେ ‘ଦିଲ୍‌ ଜଲା’ର ସୁଟିଂ ହେଉଥିଲା। ଏଥିରେ ଡ୍ୟାନି ଖଳନାୟକ ଚରିତ୍ରରେ ଅଭିନୟ କରୁଥିଲେ। ସୁଟିଂ ପରେ ଡ୍ୟାନି ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଫରାହ ପାର୍ଟିକୁ ତବୁଙ୍କୁ ନେଇ ଯାଇଥିଲେ। ଜ୍ୟାକି ମଧ୍ୟ ସେଠାକୁ ଆସିଥିଲେ। ନିଶାଶକ୍ତ ଅବସ୍ଥାରେ ଜ୍ୟାକି ତବୁଙ୍କ ସହ ଜୋର ଜବରଦସ୍ତି କରିଥିଲେ। ଏନେଇ ତବୁ କେବେ ବି ମୁହଁ ଖୋଲି ନଥିଲେ ବି ଏକ ସାକ୍ଷାତକାରରେ ଫରାହ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯଦି ସେଦିନ ଡ୍ୟାନି ସ୍ଥିତି ସମ୍ଭାଳି ନଥାନ୍ତେ ତେବେ ଜ୍ୟାକି ସବୁ ସୀମା ଲଙ୍ଘି ଯାଇଥାନ୍ତେ।

ନିଜ ସମୟରେ ବଲିଉଡରେ ରାଜ କରୁଥିବା ତବୁ ଜ୍ୟାକିଙ୍କ ସହ କୌଣସି ଫିଲ୍ମରେ ନଜରକୁ ନ ଆସିବାର କାରଣ ଏହା ହୋଇଥାଏ ବୋଲି କୁହାଯାଇଥାଏ। ସେ ଯାହା ହେଉ ତବୁ କେବେ ଏନେଇ କିଛି କହି ନାହାଁନ୍ତି କି କହିବା ପରି ମୁଡ୍‌ରେ ବି ନାହାଁନ୍ତି।

Related story