‘କରୋନା’ ପାଇଁ ବନ୍ଦ ହେବ କି ଯାତ୍ରା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ହେଉଛି ଯାତ୍ରା। ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଯାତ୍ରା ପରିବେଷଣ ହେଉଛି। ଆଉ ଏହାକୁ ମନୋଭରି ଉପଭୋଗ କରୁଛନ୍ତି ଶହଶହ ଦର୍ଶକ। ଗୋଟିଏ ଟେଣ୍ଟ ଭିତରେ ପାଖାପାଖି ବସି ଦର୍ଶକମାନେ ଯାତ୍ରା ଦେଖୁଛନ୍ତି। ଏପରିସ୍ଥିତିରେ ମହାମାରୀ ଭାବେ ଘୋଷଣା ହୋଇଥିବା ‘କରୋନା’ ବ୍ୟାପିବା ବହୁ ସମ୍ଭାବନା ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ‘କରୋନା’ ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ ନା […]

jatra

Manoranjan Sial
  • Published: Friday, 13 March 2020
  • , Updated: 13 March 2020, 11:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ହେଉଛି ଯାତ୍ରା। ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଯାତ୍ରା ପରିବେଷଣ ହେଉଛି। ଆଉ ଏହାକୁ ମନୋଭରି ଉପଭୋଗ କରୁଛନ୍ତି ଶହଶହ ଦର୍ଶକ। ଗୋଟିଏ ଟେଣ୍ଟ ଭିତରେ ପାଖାପାଖି ବସି ଦର୍ଶକମାନେ ଯାତ୍ରା ଦେଖୁଛନ୍ତି। ଏପରିସ୍ଥିତିରେ ମହାମାରୀ ଭାବେ ଘୋଷଣା ହୋଇଥିବା ‘କରୋନା’ ବ୍ୟାପିବା ବହୁ ସମ୍ଭାବନା ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ‘କରୋନା’ ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବ ନା ବନ୍ଦ ରହିବ? ଫିଲ୍ମ ହଲ୍‌ ମାଲିକଙ୍କ ପରି ଯାତ୍ରା ପାର୍ଟି ପ୍ରଯୋଜକମାନେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବେ କି? ଯାହା ଏବେ ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଖଣ୍ଡଗିରି ମହାକୁମ୍ଭ ପରେ ପରୀକ୍ଷା ପାଇଁ କେତେକ ସ୍ଥାନରେ ଯାତ୍ରା ବନ୍ଦ କରାଯାଇଥିଲା। ତେବେ ମ୍ୟାଟ୍ରିକ୍‌ ପରୀକ୍ଷା ପରେ ସେହି ସବୁ ସ୍ଥାନରେ ଯାତ୍ରା ଚାଲିଛି। ‘ହୋଲି’ ପାଇଁ ଏବେବି ଅନେକ ସ୍ଥାନରେ ଯାତ୍ରା ହେଉଛି। ବନ୍ଦ ଟେଣ୍ଡ ଭିତରେ ଦର୍ଶକମାନେ ପାଖାପାଖି ବସି ଯାତ୍ରା ଦେଖୁଛନ୍ତି। ଏହା ଦ୍ୱାରା ‘କରୋନା’ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିସ୍ଥିତିରେ ଯାତ୍ରା ନଦେଖିବା ଭଲ ବୋଲି ମତ ପ୍ରକାଶ ପାଇଛି।

ତେବେ ଜଣେ ଯାତ୍ରା ପାର୍ଟି ପ୍ରଯୋଜକ କହିଛନ୍ତି ‘କରୋନା’ ସତର୍କତା ନେଇ ଆମକୁ କିଛି ଖବର ଦିଆଯାଇ ନାହିଁ। ‘କରୋନା’ ନେଇ ଆମେ ମେଲୋଡ଼ି ମାଧ୍ୟମରେ ଲୋକଙ୍କ ଭିତରେ ସଚେତନତା କରୁଛୁ। ତେଣୁ ଯାତ୍ରା ବନ୍ଦ ନକରି ଲୋକଙ୍କ ଭିତରେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ମହାମାରୀ ଭାବେ ଘୋଷଣା ହୋଇଥିବା ‘କରୋନା’ ଏବେ କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ପ୍ରତିଦିନ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖାଯାଉଛି। ତେବେ ପରିସ୍ଥିତିକୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍କୁଲ, କଲେଜ, ସିନେମା ହଲ୍‌କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା କୌଣସି ଗୋଟିଏ ସ୍ଥାନରେ ଠୁଳ ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ତେବେ ଏଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କଲେ ଅପରାଧୀକ ମାମଲା ରୁଜୁ ହେବ ବୋଲି ସରକାର କହିଛନ୍ତି।

 

Related story