ନୂଆ ଟ୍ୱିଷ୍ଟ୍; ବେଦିକାଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ଟେଲିଭିଜନ୍‌ ଦୁନିଆର ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଗତ ଦଶ ବର୍ଷ ହେଲା ଦର୍ଶକଙ୍କ ମନୋରଞ୍ଜନ କରି ଆସିଛୁ। ନିକଟରେ ଏହି ଶୋ’ର ୩ ହଜାର ଏପିସୋଡ୍ ପୂରା କରିଛି। ଆଜିକାଲି ଶୋ’ରେ ଚାଲିଛି ହାଇଭୋଲ୍ଟେଜ୍‌ ଇମୋସ୍‌ନାଲ୍‌ ଡ୍ରାମା। ଗୋଏଙ୍କା ପରିବାରରେ ନାୟରାଙ୍କ ରିଏଣ୍ଟ୍ରି ପରେ ଏବେ ଶୋ’ରେ କାର୍ତ୍ତିକ୍‌, ବେଦିକା ଓ ତାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳୁଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ ମଧ୍ୟ […]

rishta

Chinmayee Roy
  • Published: Sunday, 22 September 2019
  • , Updated: 22 September 2019, 09:09 AM IST

ମୁମ୍ବାଇ: ଟେଲିଭିଜନ୍‌ ଦୁନିଆର ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଗତ ଦଶ ବର୍ଷ ହେଲା ଦର୍ଶକଙ୍କ ମନୋରଞ୍ଜନ କରି ଆସିଛୁ। ନିକଟରେ ଏହି ଶୋ’ର ୩ ହଜାର ଏପିସୋଡ୍ ପୂରା କରିଛି। ଆଜିକାଲି ଶୋ’ରେ ଚାଲିଛି ହାଇଭୋଲ୍ଟେଜ୍‌ ଇମୋସ୍‌ନାଲ୍‌ ଡ୍ରାମା। ଗୋଏଙ୍କା ପରିବାରରେ ନାୟରାଙ୍କ ରିଏଣ୍ଟ୍ରି ପରେ ଏବେ ଶୋ’ରେ କାର୍ତ୍ତିକ୍‌, ବେଦିକା ଓ ତାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳୁଛି। ଦର୍ଶକ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।

ଏହା ସହିତ ବେଦିକା ଓ ନାୟରାଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି। ବେଦିକା ଭାବୁଛନ୍ତି ଯେ କାର୍ତ୍ତିକ୍‌ଙ୍କ ନିକଟତର ହେବା ପାଇଁ ନାୟରା ନିଜ ପୁଅକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏ ନେଇ ନାୟରା ଯେତେ ବୁଝାଇଲେ ବି ବେଦିକା ତାଙ୍କ କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏସବୁ ପରେ ବି ନାୟରା ସବୁ କିଛି ଭୁଲି ଗୋଏଙ୍କା ପରିବାରରେ ରହୁଛନ୍ତି। ଆଉ ଏଥିଯୋଗୁ ବେଦିକା ଦୁଃଖିତ ଥିବା ସମସ୍ତେ ଦେଖିଛନ୍ତି। ଖବର ଆସିଛି ଯେ ଆଗାମୀ ଏପିସୋଡ୍‌ରେ କାହାଣୀ ଏକ ବଡ଼ ଟ୍ୱିଷ୍ଟ୍ ନେବାକୁ ଯାଉଛି।

ସୂଚନା ଅନୁଯାୟୀ, ନାୟରା ଓ କାର୍ତ୍ତିକ ପରସ୍ପର ନିକଟତର ହେଉଥିବା ଦେଖି ବେଦିକା ରାଗି ଯିବେ ଓ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବେ। ହେଲେ ଠିକ୍‌ ସମୟରେ ନାୟରା ଆସି ତାଙ୍କୁ ବଞ୍ଚାଇ ଦେବେ। ତେବେ ଶୋ’ରେ କାର୍ତ୍ତିକ ଓ ନାୟରାଙ୍କ ପୁନର୍ମିଳନ ହେବ ନା ବେଦିକାଙ୍କ ସଂସାର ନ ଭାଙ୍ଗି ନାୟରା ପୁଣି ଥରେ ଫେରି ଯିବେ, ତାହା ଦେଖିବାର ଅଛି।

Related story