ଦ୍ୱନ୍ଦ୍ୱ ଦୂର କରିବେ ଅମିତ ଶାହା!

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତତ୍କାଳୀନ ବିଜେପିର ସଭାପତି ଅମିତ ଶାହା ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱାରୋପ କରି ଯେପରି ଘନଘନ ଓଡ଼ିଶା ଆସୁଥିଲେ ଓ ରାଜ୍ୟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆହ୍ୱାନ ଜଣାଇଥିଲେ ତାହାର ପରିଣତି ହୋଇଥିଲା ଯେ ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବରେ ଆବିର୍ଭାବ ହୋଇଥିଲା। ଯେଉଁ ଦଳ ୨୦୧୪ ପୂର୍ବରୁ ରାଜ୍ୟରେ ତୃତୀୟ ଦଳ ଥିଲା ଓ ଲୋକସଭାରେ ମାତ୍ର ଗୋଟିଏ ଆସନ ପାଇଥିଲା ସେହି ଦଳ ୨୦୧୯ରେ ବିଧାନସଭାରେ ୨୩ଟି ଆସନ ସହିତ ମୁଖ୍ୟ ବିରୋଧୀ ଦଳ ହେଲା ଓ ଲୋକସଭାରେ ଦଳକୁ ୮ଟି ଆସନ ମିଳିଲା।

Amit Shah

Amit Shah

Debendra Prusty
  • Published: Monday, 12 June 2023
  • Updated: 12 June 2023, 12:26 PM IST

News Highlights

  • ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା ବିଜେପି ପାଇଁ ଓଡ଼ିଶା ଉପରେ ଗୁରୁତ୍ୱ ଦେଇଥିଲେ।
  • ସେମାନଙ୍କର ବିଜେଡି ବିରୋଧୀ ପ୍ରଚାର ଯୋଗୁଁ ରାଜ୍ୟରେ ବିଜେପି ଅଧିକ ଲୋକସଭା ଓ ବିଧାନସଭା ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହାସଲ କରିଛି।
  • ୨୦୨୪ ସାଧାରଣ ନିବାର୍ଚନରେ ଓଡ଼ିଶାରେ ବିଜେପିର ଅଧିକ ସଫଳତା ପାଇଁ ଅମିତ ଶାହା କି ବାର୍ତ୍ତା ଦେବେ ଦଳୀୟ କର୍ମୀଙ୍କ ପାଇଁ ଗୁରୁତ୍ୱ ବହନ କରେ।

Sports

Latest News

ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ ଯେଉଁ ମହା ଜନସଂପର୍କ ଯାତ୍ରା ଆରମ୍ଭ ହୋଇଛି, ତାହାକୁ ଓଡ଼ିଶାରେ ଏକ ବିଶାଳ ଜନ ସମାବେଶରେ ଶୁଭାରମ୍ଭ କରିବା ପାଇଁ ଅମିତ ଶାହା ଜୁନ୍ ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି। ଏହି ବିଶାଳ ଜନ ସମାବେଶଟି ଢେଙ୍କାନାଳରେ ଅନୁଷ୍ଠିତ ହେବ ବୋଲି ଯେଉଁ ସୂଚନା ପ୍ରଦାନ କରାଯାଇଛି, ସେଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ଓଡ଼ିଶାର ଅଗ୍ରଣୀ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଉପକୃତ ହେବେ ବୋଲି ଧରି ନିଆଯାଇଛି। କାରଣ ଆଗାମୀ ଲୋକସଭା ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ସେ ଢେଙ୍କାନାଳ ବା ସମ୍ବଲପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅମିତ ଶାହାଙ୍କ ଏହି ଆଗମନରେ ସେ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ କାର୍ଯ୍ୟକ୍ରମ ବର୍ଣ୍ଣନା କରିବା ସମୟରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ମୋଦିଙ୍କ କାର୍ଯ୍ୟକ୍ରମକୁ ରୂପାୟିତ କରି ଲୋକମାନଙ୍କ ନିକଟରେ ପହଞ୍ଚାଇବା ପରିବର୍ତ୍ତେ ବ୍ୟାପକ ହେରଫେର୍ ଓ ଦୁର୍ନୀତିରେ ଲିପ୍ତ ଥିବା ନେଇ ରାଜ୍ୟ ବିଜେପି ପକ୍ଷରୁ କ୍ରମାଗତ ଭାବରେ ଯେଉଁ ଅଭିଯୋଗ କରାଯାଉଛି, ତାହାକୁ ଅମିତ ଶାହା କିପରି ସମର୍ଥନ କରୁଛନ୍ତି ବା ସେଥିରେ ତାଙ୍କର ଆଭିମୁଖ୍ୟ କ’ଣ ତାହା ଜାଣିବା ପାଇଁ ରାଜ୍ୟବାସୀ ଆଗ୍ରହୀ ହେବା ସ୍ୱାଭାବିକ।

ଓଡ଼ିଶାରେ ଏକ ଧାରଣା ସୃଷ୍ଟି ହୋଇଛି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଭିତରେ ସଂପର୍କ ଅତ୍ୟନ୍ତ ନିବିଡ଼। କେନ୍ଦ୍ର ସରକାରଙ୍କ ସମସ୍ତ ବିବାଦୀୟ ବିଧେୟକ, ଯେଉଁଗୁଡ଼ିକୁ ଅନ୍ୟ ଅଣ-ବିଜେପି ଦଳମାନେ ବିରୋଧ କରିଛନ୍ତି, ନବୀନ ପଟ୍ଟନାୟକଙ୍କ ବିଜେଡି ସେଗୁଡ଼ିକ ପାର୍ଲାମେଂଟରେ ସମର୍ଥନ କରିଛନ୍ତି। ଏପରିକି ବିବାଦୀୟ କୃଷି ଆଇନକୁ ମଧ୍ୟ ବିଜେଡି ସମର୍ଥନ ଜ୍ଞାପନ କରିଥିଲା। ନିକଟରେ ସବୁ ଅଣ-ବିଜେପି ବିରୋଧୀ ଦଳମାନଙ୍କୁ ଏକଜୁଟ କରିବାର ଯେଉଁ ପ୍ରୟାସ ନୀତୀଶ କୁମାରଙ୍କ ସଂଯୋଜନାକ୍ରମେ ଚାଲିଛି, ସେଥିରେ ନୀତୀଶଙ୍କ ସହ ଭଲ ବ୍ୟକ୍ତିଗତ ସଂପର୍କ ସତ୍ତ୍ୱେ ନବୀନ ଜଡ଼ିତ ହୋଇ ନାହାନ୍ତି। ପାର୍ଲାମେଂଟର ନୂଆ ସଂସଦ ଉଦ୍ଘାଟନ ଉତ୍ସବରେ ବିଜେଡି ଅନ୍ୟ ବିରୋଧୀ ଦଳମାନଙ୍କ ସହିତ ଯୋଗ ନଦେଇ ଗୃହରେ ଉପସ୍ଥିତ ରହିଥିଲା। ନିକଟରେ ବାହାନଗା ଷ୍ଟେସନରେ ହୋଇଥିବା ଭୟାବହ ରେଳ ଦୁର୍ଘଟଣାରେ ନବୀନ ପଟ୍ଟନାୟକଙ୍କ ସରକାର ସବୁ ଦୃଷ୍ଟିରୁ କେନ୍ଦ୍ର ସରକାର ଓ ରେଳ ବିଭାଗକୁ ସହାୟତା କରି ମୃତ ବ୍ୟକ୍ତିମାନଙ୍କ ପରିଚୟ ଯୋଗାଡ଼ରେ ଓ ପ୍ରାୟ ୯୦୦ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅନ୍ୟ ବିରୋଧୀ ଦଳମାନେ ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରି ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ମଧ୍ୟ ରାଜ୍ୟ ସରକାର ଭିନ୍ନମତ ପୋଷଣ କରି ରେଳ ବିଭାଗ ଓ ରେଳମନ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତତ୍କାଳୀନ ବିଜେପିର ସଭାପତି ଅମିତ ଶାହା ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱାରୋପ କରି ଯେପରି ଘନଘନ ଓଡ଼ିଶା ଆସୁଥିଲେ ଓ ରାଜ୍ୟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଆହ୍ୱାନ ଜଣାଇଥିଲେ ତାହାର ପରିଣତି ହୋଇଥିଲା ଯେ ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ଭାବରେ ଆବିର୍ଭାବ ହୋଇଥିଲା। ଯେଉଁ ଦଳ ୨୦୧୪ ପୂର୍ବରୁ ରାଜ୍ୟରେ ତୃତୀୟ ଦଳ ଥିଲା ଓ ଲୋକସଭାରେ ମାତ୍ର ଗୋଟିଏ ଆସନ ପାଇଥିଲା ସେହି ଦଳ ୨୦୧୯ରେ ବିଧାନସଭାରେ ୨୩ଟି ଆସନ ସହିତ ମୁଖ୍ୟ ବିରୋଧୀ ଦଳ ହେଲା ଓ ଲୋକସଭାରେ ଦଳକୁ ୮ଟି ଆସନ ମିଳିଲା। ଭୋଟ ହାରରେ ଯଦି ଦେଖାଯାଏ, ତେବେ ବିଜେଡି ଆଉ ବିଜେପି ଭିତରେ ଲୋକସଭାରେ ଭୋଟ ହାରରେ ତାରତମ୍ୟ ଶତକଡ଼ା ୫ ଭାଗରୁ କମ୍ ହୋଇଥିଲା। ଯଦିଓ ବିଧାନସଭାରେ ଏହି ତାରତମ୍ୟ ହାର ଅଧିକ ଥିଲା।

୨୦୧୯ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଓଡ଼ିଶା ଗସ୍ତରେ ଆସିନାହାନ୍ତି। ୨୦୧୯ରୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ହୋଇଥିବା ଅମିତ ଶାହା ଗୋଟିଏ ଥର କଟକକୁ ଭର୍ତ୍ତୃହରି ମହତାବଙ୍କ କାର୍ଯ୍ୟକ୍ରମରେ ଆସିବା ଛଡ଼ା ପ୍ରାୟ ଓଡ଼ିଶା ଉପରେ ପୂର୍ବପରି ଦୃଷ୍ଟି ଦେଇନାହାନ୍ତି। ଫଳ ହୋଇଛି ଯେ ୨୦୧୯ ପରେ ସମସ୍ତ ଉପ-ନିର୍ବାଚନ କେବଳ ଧାମନଗରକୁ ଛାଡ଼ିଦେଲେ, ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି କ୍ରମାଗତ ଖରାପ ପ୍ରଦର୍ଶନ କରିଛି। ବିଜେଡିର ଶକ୍ତି ସବୁ କ୍ଷେତ୍ରରେ ବୃଦ୍ଧି ପାଇଛି। ଅବଶ୍ୟ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସେଠାରେ କଂଗ୍ରେସର ବିଜୟ ଓ ବିଜେପିର ପରାଜୟ ପରେ ଆରଏସଏସର ମୁଖପତ୍ର କୁହାଯାଉଥିବା ଅର୍ଗାନାଇଜରରେ ମେ ୨୩ ସଂସ୍କରଣରେ ପ୍ରକାଶିତ ସଂପାଦକୀୟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କେବଳ ମୋଦି ଓ ହିନ୍ଦୁତ୍ୱ ଉପରେ ନିର୍ଭର କରି ବିଜେପି ଆଗକୁ ଗତି କରିପାରିବ ନାହିଁ। ସେହି କାରଣରୁ ନରେନ୍ଦ୍ର ମୋଦିଙ୍କ ସରକାର କେତେଗୁଡ଼ିଏ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯେଉଁଥିରେ ଉଜ୍ଜ୍ୱଳା ଯୋଜନାରେ ଗୃହିଣୀମାନଙ୍କୁ ମାଗଣାରେ ଇନ୍ଧନଗ୍ୟାସ ସଂରଜାମ ଯୋଗାଇ ଦିଆଯାଇଥିଲା, ଦେଶର ୮୦ କୋଟି ଲୋକଙ୍କୁ ୫ କିଲୋ ଲେଖାଏଁ ମାଗଣା ଶସ୍ୟ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର ଦେବାପାଇଁ ବ୍ୟବସ୍ଥା ସହିତ ଜଳଜୀବନ ମିଶନରେ ସମସ୍ତଙ୍କୁ ଟ୍ୟାପ୍ ପାଣି ଦେବା ପାଇଁ କାର୍ଯ୍ୟକ୍ରମ ନିଆଯାଇଛି। ଏହାଛଡ଼ା ଚାଷୀମାନଙ୍କ ପାଇଁ ବର୍ଷକୁ ୬ ହଜାର ଟଙ୍କାର ପିଏମ୍ କିଷାନ ଯୋଜନା ଓ ବୀମା ଯୋଜନା କଥା ରହିଛି। କିନ୍ତୁ ଏହିସବୁ ଯୋଜନା ସତ୍ତ୍ୱେ କଂଗ୍ରେସ ପକ୍ଷରୁ ଲୋକମାନଙ୍କୁ ସିଧାସଳଖ ଅଧିକ ଫାଇଦା ପାଇଁ ଯେଉଁ ଗ୍ୟାରେଂଟି ବ୍ୟବସ୍ଥା କରାଯାଉଛି, ତାହା ଭୋଟରମାନଙ୍କୁ ଅଧିକ ପ୍ରଭାବିତ କରୁଛି।

ଓଡ଼ିଶାରେ ମଧ୍ୟ ଠିକ୍ ସେହିକଥା ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ହାଲ୍କା କରିଦେବାର ଉଦ୍ୟମ କରୁଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ଏ ସଂପର୍କରେ ବିଭିନ୍ନ ସମୟରେ କିଛି କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଏହିସବୁ ଅଭିଯାନରେ ସହାୟତା ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ସହାନୁଭୂତି ପ୍ରକାଶ କରୁଥିବା ଏକ ଧାରଣା ସୃଷ୍ଟି ହୋଇଛି। ଅମିତ ଶାହା ଢେଙ୍କାନାଳ ସଭାରେ ସେହି ଧାରଣାକୁ ବଦଳାଇ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯାନକୁ ନୂଆ ରୂପ ପ୍ରଦାନ କରିବେ କି?

‘ଅର୍ଗାନାଇଜର’ର ସଂପାଦକୀୟ ପରେ ସବୁ ରାଜ୍ୟରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ନୂଆ କୌଶଳ ପ୍ରସ୍ତୁତ ହେଉଛି। କେନ୍ଦ୍ରୀୟ ବିଜେପି ନେତୃତ୍ୱ ଏହା ଭଲ ଭାବେ ଜାଣନ୍ତି ଯେ ହିନ୍ଦୁତ୍ୱ ପ୍ରସଂଗ ଓଡ଼ିଶାରେ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ବିଶେଷ ଆକର୍ଷଣକାରୀ ନୁହେଁ। କାରଣ ରାଜ୍ୟରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। କିନ୍ତୁ ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଶତକଡ଼ା ୨୩ ଭାଗ। ଆଉ ସେହି ଆଦିବାସୀମାନେ ରହୁଥିବା ଅଞ୍ଚଳରେ ରାଜ୍ୟର ପ୍ରାୟ ସମସ୍ତ ଖଣିଜ ସଂପଦ ରହିଛି ଓ ତାହାରି ଉପରେ ଭିତ୍ତିକରି ଓଡ଼ିଶାର ଆର୍ଥôକ କ୍ଷମତା ବଢ଼ିଛି। ତଥାପି ଏହି ଲୋକମାନେ ଏବେବି ରାଜ୍ୟର ସବୁଠାରୁ ଦରିଦ୍ରତମ ଶ୍ରେଣୀ ହୋଇ ରହିଛନ୍ତି। ଏହି ପ୍ରସଂଗକୁ କିପରି ଉତ୍ଥାପନ କରାଯାଇପାରିବ ସେ ସଂକ୍ରାନ୍ତରେ ଅମିତ ଶାହା ରାଜ୍ୟ ନେତାମାନଙ୍କୁ ଓ କର୍ମୀମାନଙ୍କୁ କିପରି ମାର୍ଗଦର୍ଶନ ଦେଖାଇବେ ତାହା ଢେଙ୍କାନାଳ ସଭା ପରେ ସ୍ପଷ୍ଟ ହେବ। ଅସଲକଥା ହେଉଛି, ରାଜ୍ୟ ବିଜେପି ନେତୃତ୍ୱ ଓ ପ୍ରସଂଗ ନେଇ ଯେଉଁ ଦ୍ୱନ୍ଦ୍ୱରେ ଅଛି ସେଗୁଡ଼ିକ ଅମିତ ଶାହା ଦୂର କରିବାରେ ସକ୍ଷମ ହେବେ କି?

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story