କେନ୍ଦ୍ରୀୟ ରିପୋର୍ଟରେ ଓଡ଼ିଶାର ମହିଳାମାନେ ଅଧିକ ସଶକ୍ତ

ସରଳ କୁମାର ଦାସ ମହିଳା ସଶକ୍ତିକରଣ କହିଲେ ସାଧାରଣତଃ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ହିଁ ବୁଝାଇଥାଏ। ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ରେ ମହିଳା ସଶକ୍ତିକରଣକୁ ମାପିବା ପାଇଁ ଏକ ଭିନ୍ନ ମାପକାଠିର ପ୍ରୟୋଗ ହୋଇଥାଏ। ଏହାର ୫ମ ପର୍ଯ୍ୟାୟ (୨୦୨୦-୨୧) ରିପୋର୍ଟରେ ସାରା ଦେଶ ଓ ବିଭିନ୍ନ ରାଜ୍ୟରେ ୧୫ରୁ ୪୯ […]

pic

pic

Debendra Prusty
  • Published: Friday, 30 September 2022
  • Updated: 30 September 2022, 01:56 PM IST

Sports

Latest News

ସରଳ କୁମାର ଦାସ

ମହିଳା ସଶକ୍ତିକରଣ କହିଲେ ସାଧାରଣତଃ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ହିଁ ବୁଝାଇଥାଏ। ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ରେ ମହିଳା ସଶକ୍ତିକରଣକୁ ମାପିବା ପାଇଁ ଏକ ଭିନ୍ନ ମାପକାଠିର ପ୍ରୟୋଗ ହୋଇଥାଏ। ଏହାର ୫ମ ପର୍ଯ୍ୟାୟ (୨୦୨୦-୨୧) ରିପୋର୍ଟରେ ସାରା ଦେଶ ଓ ବିଭିନ୍ନ ରାଜ୍ୟରେ ୧୫ରୁ ୪୯ ବର୍ଷର ମହିଳାମାନଙ୍କର ସଶକ୍ତିକରଣର ସ୍ଥିତି ପ୍ରକାଶ ପାଇଛି। ଏହି ସର୍ଭେରେ ମହିଳା ସଶକ୍ତିକରଣର ସ୍ଥିତି ଜାଣିବା ପାଇଁ ଯେଉଁ ୬ଟି ପରିମାପକର ସାହାଯ୍ୟ ନିଆଯାଇଛି ସେଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ।

ମହିଳା ସଶକ୍ତିକରଣର ପ୍ରଥମ ପରିମାପକ ରୂପେ ଜଣେ ବିବାହିତା ମହିଳା ପରିବାରର ତିନିଟି ମୁଖ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କେତେ ଦୂର ସମର୍ଥ, ତାହା ବିବେଚନା କରାଯାଇଥାଏ। ସେହି ପ୍ରସଙ୍ଗ ତିନିଟି ହେଲା ମହିଳା ଜଣକ ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ ନିଜେ ନିର୍ଣ୍ଣୟ ନେବା, ପରିବାର ପାଇଁ ବଡ଼ ବଡ଼ ଜିନିଷର କ୍ରୟ ନିଷ୍ପତ୍ତିରେ ଅଂଶଗ୍ରହଣ କରିବା ଓ ନିଜ ପରିବାର ବା ସମ୍ପର୍କୀୟଙ୍କ ନିକଟକୁ ବୁଲିଯିବାର ନିଷ୍ପତ୍ତି ନିଜେ ନେବା। ଓଡ଼ିଶାରେ ୯୦.୨ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରି ପାରୁଛନ୍ତି, ଯାହା ପ୍ରଶଂସନୀୟ। ୨୦୧୫-୧୬ରେ ହୋଇଥିବା ସର୍ଭେରେ ୮୧.୮ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିର୍ଣ୍ଣୟ ନେବାରେ ଅଂଶଗ୍ରହଣ କରିପାରୁଥିଲେ। ଅର୍ଥାତ୍ ଏବେ ୮.୪ ପ୍ରତିଶତ ଅଧିକ ମହିଳା ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିପାରୁଛନ୍ତି। ସର୍ବ ଭାରତୀୟ ସ୍ତରରେ ଏହି ପ୍ରତିଶତ ୮୮.୭ ରହିଥିବାରୁ ଓଡିଶାର ୧.୫ ପ୍ରତିଶତ ଅଧିକ ମହିଳା ଏହି ନିର୍ଣ୍ଣୟରେ ଅଂଶଗ୍ରହଣ କରିପାରୁଥିବାର ଜଣାପଡୁଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ମହିଳାମାନେ (୯୦.୩ ପ୍ରତିଶତ) ସହରାଞ୍ଚଳର ମହିଳାମାନଙ୍କ (୮୯.୯) ତୁଳନାରେ ନିଷ୍ପତ୍ତି ନେବାରେ ସାମାନ୍ୟ ଅଧିକ ସକ୍ରିୟ। ସାରା ଦେଶର ଗ୍ରାମାଞ୍ଚଳର ମହିଳାମାନଙ୍କ (୮୭.୭ ପ୍ରତିଶତ) ତୁଳନାରେ ଓଡିଶାର ଗ୍ରାମାଞ୍ଚଳର ମହିଳାମାନେ ଏହି ନିଷ୍ପତ୍ତି ନେବାରେ ଅଧିକ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାର ସହରାଞ୍ଚଳର ମହିଳାମାନେ ଦେଶର ସହରାଞ୍ଚଳର ମହିଳାମାନଙ୍କ (୯୧ ପ୍ରତିଶତ) ତୁଳନାରେ ସାମାନ୍ୟ ପଛରେ ଅଛନ୍ତି। ନାଗାଲାଣ୍ଡ ଓ ମିଜୋରାମ ଭଳି ରାଜ୍ୟରେ ପ୍ରାୟ ୯୯ ପ୍ରତିଶତ ମହିଳା ଏହି ଧରଣର ନିର୍ଣ୍ଣୟ ନେବାକୁ ସମର୍ଥ ହୋଇଛନ୍ତି।

ଦ୍ୱିତୀୟ ପରିମାପକ ରୂପେ ଗତ ୧୨ ମାସ ମଧ୍ୟରେ କେତେ ପ୍ରତିଶତ ମହିଳା ନିଜେ କାମ କରି ଅର୍ଥ ଉପାର୍ଜନ କରିଛନ୍ତି ତାହା ବିବେଚନାକୁ ନିଆଯାଇଛି। ଓଡ଼ିଶାରେ ୨୫.୭ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୫-୧୬ ସର୍ଭେରେ ଏହା ୨୨.୫ ପ୍ରତିଶତ ଥିଲା, ଅର୍ଥାତ୍ ଗତ ୫ ବର୍ଷ ମଧ୍ୟରେ ୩.୨ ପ୍ରତିଶତ ଅଧକ ମହିଳା କାମ କରି ଉପାର୍ଜନ କରିପାରୁଛନ୍ତି। ସାରା ଦେଶରେ ୨୫.୪ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରିଥିବାରୁ ଓଡ଼ିଶାର ମହିଳାମାନେ ମଧ୍ୟ ସେମାନଙ୍କ ସହ ତାଳ ଦେଇ ଗତି କରିଥିବାର ଜଣାପଡ଼େ। ଓଡ଼ିଶାର ଗ୍ରାମାଞ୍ଚଳରେ ୨୫.୬ ପ୍ରତିଶତ ମହିଳା କାମ କରି ଅର୍ଥ ଉପାର୍ଜନ କରି ପାରିଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ଅଧିକ ୨୬.୩ ପ୍ରତିଶତ ମହିଳା କାମ କରି ଉପାର୍ଜନ କରିଛନ୍ତି। ସାରା ଦେଶର ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୨୫ ପ୍ରତିଶତ କାମ କରି ଅର୍ଥ ଉପାର୍ଜନ କରିଥିବାରୁ ସେମାନଙ୍କ ତୁଳନାରେ ଓଡ଼ିଶାର ସହରାଞ୍ଚଳର ମହିଳାମାନେ ସାମାନ୍ୟ ଆଗରେ ଥିବା ପରି ଜଣାପଡୁଛି। ତେବେ ତେଲେଙ୍ଗାନା (୪୫ ପ୍ରତିଶତ), ଆନ୍ଧ୍ର ପ୍ରଦେଶ (୪୨ ପ୍ରତିଶତ), ମଣିପୁର(୪୨ ପ୍ରତିଶତ)ର ମହିଳାମାନେ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଥିବାରୁ ଓଡ଼ିଶାର ମହିଳାମାନଙ୍କୁ ସେମାନଙ୍କ ସମକକ୍ଷ ହେବାକୁ ଅଧିକ ପ୍ରୟାସ କରିବାକୁ ହେବ।

‘କେତେ ପ୍ରତିଶତ ମହିଳାଙ୍କ ନିଜ ନାମରେ ବା ଅନ୍ୟ କାହା ସହ ମିଶି ଘରଟିଏ ବା ଜମି ଖଣ୍ଡିଏ ଅଛି’ ତାକୁ ତୃତୀୟ ପରିମାପକ ଭାବେ ନିଆଯାଇଛି। ଓଡ଼ିଶାର ୪୩.୫ ପ୍ରତିଶତ ମହିଳାଙ୍କ ନିଜ ନାମରେ ଏକୁଟିଆ ହେଉ ବା ଅନ୍ୟ କାହା ସହ ମିଶି ହେଉ ଘରଟିଏ ଓ/ବା ଜମି ଖଣ୍ଡିଏ ଅଛି। ୨୦୧୫-୧୬ ସର୍ଭେରେ ଏହା ୬୩.୫ ପ୍ରତିଶତ ଥିଲା। ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମାଲିକାନା ୨୦ ପ୍ରତିଶତ ହ୍ରାସ ପାଇବା ଉଦବେଗଜନକ। ଅବଶ୍ୟ ଦେଶର ଅଧିକାଂଶ ରାଜ୍ୟରେ ମହିଳାଙ୍କ ମାଲିକାନାରେ ହ୍ରାସ ପାଇଥିବା ବେଳେ ତ୍ରିପୁରାରେ ସର୍ବାଧିକ ୪୦ ପ୍ରତିଶତ ହ୍ରାସ ପାଇଛି। ସାରା ଦେଶରେ ୪୩.୩3 ପ୍ରତିଶତ ମହିଳାଙ୍କ ନିଜ ନାମରେ ବା ଅନ୍ୟ କାହା ସହ ମିଶି ଘର ବା ଜମି ଖଣ୍ଡିଏ ଅଛି, ଅର୍ଥାତ୍ ଦେଶର ମହିଳାଙ୍କ ସ୍ଥିତି ସହ ଓଡ଼ିଶା ସମକକ୍ଷ। ଓଡ଼ିଶାର ଗ୍ରାମାଞ୍ଚଳରେ ୪୫.୫ ପ୍ରତିଶତ ମହିଳାଙ୍କ ନିକଟରେ ଜମିବାଡ଼ିର ମାଲିକାନା ଥିଲା ବେଳେ ସହରାଞ୍ଚଳର ୩୫.୪ ପ୍ରତିଶତ ମହିଳାଙ୍କ ନିକଟରେ ମାଲିକାନା ରହିଥିବାରୁ ଜଣା ପଡୁଛି ଯେ ଗ୍ରାମାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ। ତେବେ ସାରା ଦେଶର ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୩୮.୩ ପ୍ରତିଶତ ମହିଳାଙ୍କ ନାମରେ ଘର ବା ଜମି ଥିବାରୁ ଓଡ଼ିଶାର ସହରାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ ପଛରେ ଅଛନ୍ତି। କର୍ଣ୍ଣାଟକ (୬୭.୬ ପ୍ରତିଶତ) ଓ ତେଲେଙ୍ଗାନା (୬୬.୬ ପ୍ରତିଶତ)ର ସର୍ବାଧିକ ମହିଳାଙ୍କ ନିକଟରେ ଘର ଓ ଜମିର ମାଲିକାନା ଥିବାର ଜଣାପଡ଼େ। ଆଇନ ଦୃଷ୍ଟିରୁ ପୈତୃକ ସମ୍ପତ୍ତିରେ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ଥିଲେ ମଧ୍ୟ ତାହା ଠିକ ରୂପେ କାର୍ଯ୍ୟକାରୀ ହେଉ ନ ଥିବାରୁ ମହିଳାଙ୍କ ଘର ଓ ଜମିର ମାଲିକାନାରେ ଆଶାନୁରୂପ ବୃଦ୍ଧି ହେଉନାହିଁ।

ଚତୁର୍ଥ ପରିମାପକ ଅନୁସାରେ କେତେ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଅଛି ଯାହା ସେମାନେ ନିଜେ ବ୍ୟବହାର କରନ୍ତି। ଓଡ଼ିଶାରେ ୮୬.୫ ପ୍ରତିଶତ ମହିଳାଙ୍କ ନିଜର ବ୍ୟାଙ୍କ ଖାତା ଅଛି ଓ ତାହା ସେମାନେ ନିଜେ ବ୍ୟବହାର କରନ୍ତି। ୨୦୧୫-୧୬ର ସର୍ଭେ ଅନୁସାରେ ମାତ୍ର ୫୬.୨ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଥିଲା। ଅର୍ଥାତ୍ ଗତ ୫ ବର୍ଷ ଭିତରେ ପ୍ରାୟ ୩୦ ପ୍ରତିଶତ ଅଧିକ ମହିଳା ବ୍ୟାଙ୍କ ଖାତା ଖୋଲିବାକୁ ସମର୍ଥ ହୋଇ ସେଥିରେ ନିଜେ କାରବାର କରିପାରୁଛନ୍ତି। ସାରା ଦେଶରେ ୭୮.୬ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ବ୍ୟାଙ୍କ ଆକାଉଣ୍ଟ ଥିବାରୁ ଓଡ଼ିଶାର ମହିଳାମାନେ ଏ କ୍ଷେତ୍ରରେ ପ୍ରାୟ ୮ ପ୍ରତିଶତ ଆଗରେ ଅଛନ୍ତି। ବ୍ୟାଙ୍କ ଖାତା ଖୋଲିବାରେ ଓଡ଼ିଶାର ଗ୍ରାମାଞ୍ଚଳର ମହିଳାମାନେ ସହରାଞ୍ଚଳର ମହିଳାମାନଙ୍କ ତୁଳନାରେ ଆଗରେ ଅଛନ୍ତି। ସହରାଞ୍ଚଳରେ ୮୨.୮ ପ୍ରତିଶତ ମହିଳାଙ୍କର ନିଜସ୍ୱ ବ୍ୟାଙ୍କ ଖାତା ଥିଲା ବେଳେ ଗ୍ରାମାଞ୍ଚଳରେ ୮୭.୪ ପ୍ରତିଶତ ଅର୍ଥାତ୍ ୪.୪ ପ୍ରତଶତ ଅଧିକ ମହିଳା ବ୍ୟାଙ୍କ ଖାତାର ଅଧିକାରୀ। ସାରା ଦେଶର ଗ୍ରାମାଞ୍ଚଳର ମହିଳାମାନଙ୍କ (୭୭.୪ ପ୍ରତିଶତ) ଅପେକ୍ଷା ଓଡ଼ିଶାର ଗ୍ରାମାଞ୍ଚଳର ୧୦ ପ୍ରତିଶତ ଅଧିକ ମହିଳା ବ୍ୟାଙ୍କ ଖାତା ଖୋଲି ପାରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲାଯିବା ଉପରେ ଗୁରୁତ୍ୱ ଦିଆଯାଇ ଅନେକ ମହିଳାଙ୍କ ବ୍ୟାଙ୍କ ଖାତା ଖୋଲା ଯାଇଛି। ତେବେ ସେହି ଖାତାଗୁଡ଼ିକରେ ସୁପରିଚାଳନା ହୋଇ ନିୟମିତ ଜମା ଓ ଉଠାଣ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଥି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ।

‘କେତେ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଅଛି ଯାହା ସେମାନେ ନିଜେ ବ୍ୟବହାର କରୁଛନ୍ତି’କୁ ପଞ୍ଚମ ପରିମାପକ ଭାବେ ଗ୍ରହଣ କରାଯାଇଛି। ରିପୋର୍ଟ ଅନୁଯାୟୀ ଓଡ଼ିଶାର ୫୦.୧ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ମୋବାଇଲ ଫୋନ ଅଛି ଓ ତାହା ସେମାନେ ନିଜେ ବ୍ୟବହାର କରୁଛନ୍ତି। ୨୦୧୫-୧୬ର ତଥ୍ୟ ଅନୁଯାୟୀ ଏହା ୩୯.୨ ପ୍ରତିଶତ ଥିଲା। ଅର୍ଥାତ୍, ଗତ ୫ ବର୍ଷ ଭିତରେ ମହିଳା ମୋବାଇଲ ଫୋନର ଅଧିକାରୀ ଓ ବ୍ୟବହାରକାରୀଙ୍କ ସଂଖ୍ୟାରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧିପାଇବା ଏକ ଭଲ ସୂଚନା। ସାରା ଦେଶରେ ୫୪ ପ୍ରତିଶତ ମହିଳାଙ୍କ ନିକଟରେ ନିଜସ୍ୱ ମୋବାଇଲ ଫୋନ ଥିବାରୁ ଏ କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ପ୍ରାୟ ୪ ପ୍ରତିଶତ ପଛରେ ରହିଛନ୍ତି। ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରେ ମୋବାଇଲ ବ୍ୟବହାର ଅଧିକ ହୋଇଥିଲେ ବି ଗ୍ରାମାଞ୍ଚଳର ମହିଳାମାନେ ଏ କ୍ଷେତ୍ରରେ ବେଶି ପଛରେ ନାହାନ୍ତି। ସହରାଞ୍ଚଳର ମହିଳାମାନଙ୍କ ମଧ୍ୟରୁ ୫୮.୮ ପ୍ରତିଶତ ମହିଳାଙ୍କ ନିକଟରେ ନିଜର ମୋବାଇଲ ଥାଇ ସେମାନେ ଏହାର ବ୍ୟବହାର ନିଜେ କରୁଥିବା ବେଳେ ଗ୍ରାମାଞ୍ଚଳର ୪୮ ପ୍ରତିଶତ ଅର୍ଥାତ୍ ୧୦.୮ ପ୍ରତିଶତ କମ ମହିଳାଙ୍କ ନିକଟରେ ନିଜର ମୋବାଇଲ ଫୋନ ଅଛି ଓ ସେମାନେ ତାହା ବ୍ୟବହାର କରୁଛନ୍ତି। ସାରା ଦେଶରେ ସହରାଞ୍ଚଳର ୬୯.୪ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଥିଲା ବେଳେ ଓଡ଼ିଶାର ସହରାଞ୍ଚଳରେ ଥିବା ପ୍ରାୟ ୧୦ ପ୍ରତିଶତ କମ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଉପଲବ୍ଧ। ଗୋଆରେ ସର୍ବାଧିକ ୯୧ ପ୍ରତିଶତ ମହିଳାଙ୍କ ନିକଟରେ ମୋବାଇଲ ଫୋନ ଅଛି। ଆଶ୍ଚର୍ଯ୍ୟର କଥା ଗୁଜରାଟରେ ସର୍ବନିମ୍ନ ୪୮.୮ ପ୍ରତିଶତ ମହିଳା ମୋବାଇଲ ଫୋନର ଅଧିକାରୀ।

ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନତାର ଭାବକୁ ଅଧିକ ଗୁରୁତ୍ୱ ଦେଇ ମହିଳା ସଶକ୍ତିକରଣର ଷଷ୍ଠ ପରିମାପକଟି ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଋତୁସ୍ରାବ ସମୟରେ ୧୫ରୁ ୨୪ ବର୍ଷର କେତେ ପ୍ରତିଶତ ଝିଅ ଓ ମହିଳା ନିଜ ସୁରକ୍ଷା ପାଇଁ ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଛନ୍ତି, ତାକୁ ଗ୍ରହଣ କରାଯାଇଛି। ଓଡ଼ିଶାରେ ଏହି ବର୍ଗର ୮୧.୫ ପ୍ରତିଶତ ମହିଳା ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଛନ୍ତି, ଯାହା ୨୦୧୫-୧୬ ସର୍ଭେରେ ମାତ୍ର ୪୭.୪ ପ୍ରତିଶତ ଥିଲା। ଅର୍ଥାତ୍ ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ପରିଚ୍ଛନ୍ନତା ନେଇ ସଚେତନତା ବୃଦ୍ଧି ପାଇଛି ଯଦ୍ଦ୍ୱାରା ପ୍ରାୟ ୩୪ ପ୍ରତିଶତ ଅଧିକ ମହିଳା ଏହାକୁ ଗ୍ରହଣ କରିଛନ୍ତି, ଯାହା ଉତ୍ସାହଜନକ। ସାରା ଦେଶରେ ୭୭.୩ ପ୍ରତିଶତ ମହିଳା ପରିଚ୍ଛନ୍ନ ଉପାୟ ଅବଲମ୍ୱନ କରୁଥିବାରୁ ଏ ଦିଗରେ ଓଡ଼ିଶାର ମହିଳାମାନେ ପ୍ରାୟ ୪ ପ୍ରତିଶତ ଆଗରେ ଥିବାର ଜଣାପଡ଼େ। ଅବଶ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହାର ଗ୍ରହଣୀୟତା ଅଧିକ। ଗ୍ରାମାଞ୍ଚଳରେ ପ୍ରାୟ ୭୯.୫ ପ୍ରତିଶତ ଏହାର ଅବଲମ୍ୱନ କରୁଥିବା ବେଳ ସହରାଞ୍ଚଳରେ ୯୧.୫ ପ୍ରତିଶତ ବା ୧୨ ପ୍ରତିଶତ ଅଧିକ ମହିଳାଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ରହିଛି। ସାରା ଦେଶର ଗ୍ରାମାଞ୍ଚଳରେ ୭୨.୩ ପ୍ରତିଶତ ମହିଳା ଏହାକୁ ଗ୍ରହଣ କରିଥିବା ବେଳେ ଓଡ଼ିଶାର ଗ୍ରାମାଞ୍ଚଳର ପ୍ରାୟ ୭ ପ୍ରତିଶତ ଅଧିକ ପରିଚ୍ଛନ୍ନ ଉପାୟକୁ ଆପଣେଇବା ବାସ୍ତବିକ ପ୍ରଶଂସନୀୟ।

ମହିଳା ସଶକ୍ତିକରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ସମାନ ଅବକାଶ ପ୍ରଦାନ କରିବାକୁ ହେବ। ଏନଏଫଏଚଏସ ରିପୋର୍ଟରେ ଯେଉଁ ୬ଟି ପରିମାପକରେ ସେମାନଙ୍କ ସଶକ୍ତିକରଣର ଅଗ୍ରଗତିକୁ ମାପିବାକୁ ଚେଷ୍ଟା କରାଯାଇଛି, ସେଥିରୁ ସେମାନଙ୍କୁ ସେହି ସମାନ ଅବକାଶ ମିଳୁଛି କି ନାହିଁ ତାହା ଜାଣିବାରେ ସାହାଯ୍ୟ ମିଳୁଛି। ତେବେ ସଶକ୍ତିକରଣର ଅଗ୍ରଗତିକୁ ଠିକ ରୂପେ ମାପିବା ପାଇଁ ଆହୁରି ଅନେକ ପରିମାପକର ଆବଶ୍ୟକତା ରହିଛି। ଏହି ରିପୋର୍ଟରେ ରାଜ୍ୟଗୁଡ଼ିକର ରାଙ୍କିଙ୍ଗ କରିବା ପାଇଁ କୌଣସି ପ୍ରଚେଷ୍ଟା ହୋଇ ନ ଥିଲେ ବି ଅଧିକାଂଶ ପରିମାପକରେ ଓଡ଼ିଶାର ମହିଳାମାନେ ଯେ ଅନ୍ୟ ଅନେକ ରାଜ୍ୟ ତୁଳନାରେ ଆଗରେ ରହି ମହିଳା ସଶକ୍ତିକରଣକୁ ଅଗ୍ରସର କରିବାରେ ସାହାଯ୍ୟ କରିଛନ୍ତି, ସେଥିରେ ସନ୍ଦେହ ନାହିଁ। ତେବେ ଓଡ଼ିଶାରେ ଅଧିକ ସଂଖ୍ୟକ ମହିଳାଙ୍କ ହାତକୁ କିପରି ଘର ଓ ଜମିର ମାଲିକାନା ଆସି ପାରିବ ସେ ଦିଗରେ ସମାଜ ଓ ସରକାର ଆନ୍ତରିକତା ପ୍ରଦର୍ଶନ ପୂର୍ବକ ଉଦ୍ୟମ କରିବା ଆବଶ୍ୟକ।

ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story