ଶୀତଳ ଭଣ୍ଡାରରେ ଶୀତଳ ଭଣ୍ଡାର!

ଗତ ୨୦୨୨ ଅକ୍ଟୋବର ମାସରେ ପୁନର୍ବାର ୧୦ ମେଟ୍ରିକ ଟନର ସୌର କୋଲ୍ଡରୁମ ପ୍ରତିଷ୍ଠା ପାଇଁ କୃଷିମନ୍ତ୍ରୀ ଘୋଷଣା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘୋଷିତ ୧,୦୦୦ ମଧ୍ୟରୁ ମାତ୍ର ୩୭ଟି ଅନୁଗୁଳ, ଭୁବନେଶ୍ୱର, କୋରାପୁଟ, ମାଲକାନଗିରି, ସମ୍ବଲପୁରରେ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଉଛି। ବାକି ୯୬୩ଟି ସୌର କୋଲ୍ଡ ରୁମ ପ୍ରତିଷ୍ଠା ହେବ କି ନାହିଁ ତାହା ଉପରେ ସନ୍ଦେହ ହେଉଛି।

cold store

cold store

Debendra Prusty
  • Published: Friday, 10 March 2023
  • Updated: 10 March 2023, 05:02 PM IST

News Highlights

  • କେତେ ଶୀଳ ଭଣ୍ଡାର କରିବାକୁ କହିଥିଲେ ରାଜ୍ୟ ସରକାର, କଲେଣି କେତେ?
  • ଶୀତଳ ଭଣ୍ଡାର ନହେଲେ ଚାଷୀ ଆଳୁ, ପିଆଜ ସମେତ ଅନ୍ୟ ପରିବା ସାଇତିବ କେମିତି?
  • ଚାଷୀର ପନିପରିବା ସଂରକ୍ଷିତ ନରହିଲେ ଚାଷୀମାନେ ଉପଯୁକ୍ତ ଦର ପାଇବେ କେମିତି?

ଏବେ ରବିଋତୁ ଆଳୁ ଅମଳ ସାରିଛି, ପିଆଜ ଅମଳ ଚାଲିଛି। ଆଳୁ ଓ ପିଆଜ ଦର ପୁଣି କନ୍ଦାଇଛି ଚାଷୀଙ୍କୁ। ଉତ୍ପାଦକଙ୍କୁ ସେମାନଙ୍କ ଉତ୍ପାଦର ମୂଲ୍ୟ ମିଳୁନାହିଁ। ପିଆଜ ମଣ୍ଡିମାନଙ୍କରେ ପିଆଜ ଦରରେ ଏତେବଡ଼ ହ୍ରାସ ଘଟିଛି ଯେ, ନିଲାମ ମାଧ୍ୟମରେ ଅଧିକ ଦର ମିଳିବାର ସମ୍ଭାବନା ନଥିବାରୁ ଆଉ ନିଲାମ ଡକା ଯାଉନି। ଚାଷୀମାନେ ଏକ କୁଇଣ୍ଟାଲ ପିଆଜ ମାତ୍ର ୪୦୦ରୁ ୫୦୦ ଟଙ୍କା ପାଉଛନ୍ତି। ଅମଳ ହୋଇଥିବା ଆଳୁ ମଧ୍ୟ ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇଛି। ହରିୟାଣା, ଉତ୍ତର ପ୍ରଦେଶ ଓ ଗୁଜରାଟରେ ଆଳୁ ଦର ପିଆଜ ଭଳି। ଅବସ୍ଥା ଏପରି ଯେ ଚାଷୀ ଆଳୁ ଅମଳ କରିବାକୁ ଅନାଗ୍ରହୀ। ଚାଷୀଙ୍କ ଅସନ୍ତୋଷ ଚରମ ସୋପାନରେ। ପାଇକାରୀ ବଜାରରେ କୁଇଣ୍ଟାଲ ପିଛା ଆଳୁ ଦର ମାତ୍ର ୨୦୦-୨୫୦ ଟଙ୍କା। ଏଥିରେ ଆଳୁର ଚାଷଖର୍ଚ୍ଚ ଉଠୁନି। ଭଲ ପାଣିପାଗ କାରଣରୁ ଚଳିତ ବର୍ଷ ଆଳୁ ଓ ପିଆଜ ଉତ୍ପାଦନ ପ୍ରାୟ ୧୦-୧୫ ପ୍ରତିଶତ ବଢ଼ିଛି ଓ ସେଥିପାଇଁ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ହାର କମିଛି; ହେଲେ ଚାଷୀ ଭବିଷ୍ୟତରେ ଆଉ ଚାଷ କରି ଲାଭବାନ ହେବାର ଆଶା ହରାଇ ବସିଛି।

ବଡ଼ ଶୀତଳ ଭଣ୍ଡାରଠାରୁ ଆରମ୍ଭ କରି ୫ ମେଟ୍ରିକ ଟନର ସୌର କୋଲ୍ଡ ରୁମ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ରିହାତି ଦିଆଯାଇ ରାଜ୍ୟ ଉଦ୍ୟାନ ବିଭାଗ ପକ୍ଷରୁ ଶୀତଳ ଭଣ୍ଡାର ଖୋଲା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଉଦ୍ୟମ ସଫଳତା ପାଇପାରିନାହିଁ। ପ୍ରତିବର୍ଷ ଶୀତ ଋତୁରେ ଚାଷୀ କଷ୍ଟ କରି ଖର୍ଚ୍ଚାନ୍ତ ହୋଇ ଫସଲ ଚାଷ କରୁଛି, ଅମଳ କରିଥିବା ଅର୍ଥକାରୀ ଫସଲକୁ ଶସ୍ତାରେ ବେପାରୀ ହାତକୁ ଟେକି ଦେଉଛି କିମ୍ବା ଅମଳ ହେବାକୁ ଥିବା ଫସଲ ଉପରେ ଟ୍ରାକ୍ଟର ମଡ଼େଇ ହଳ କରିଦେଉଛି। ରାଜ୍ୟରେ ହାରାହାରି ବାର୍ଷିକ ୯୮ ଲକ୍ଷ ୫୬ ହଜାର ମେଟ୍ରିକ ଟନର ପରିବା ଉତ୍ପାଦନ ସତ୍ତ୍ୱେ ଓଡ଼ିଶାର ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ତ ଗ୍ରାହକମାନେ ମଧ୍ୟ ଚଢ଼ା ଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି। ଗତ ୨୦୨୨ ଅକ୍ଟୋବର ମାସରେ ପୁନର୍ବାର ୧୦ ମେଟ୍ରିକ ଟନର ସୌର କୋଲ୍ଡରୁମ ପ୍ରତିଷ୍ଠା ପାଇଁ କୃଷିମନ୍ତ୍ରୀ ଘୋଷଣା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘୋଷିତ ୧,୦୦୦ ମଧ୍ୟରୁ ମାତ୍ର ୩୭ଟି ଅନୁଗୁଳ, ଭୁବନେଶ୍ୱର, କୋରାପୁଟ, ମାଲକାନଗିରି, ସମ୍ବଲପୁରରେ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଉଛି। ବାକି ୯୬୩ଟି ସୌର କୋଲ୍ଡ ରୁମ ପ୍ରତିଷ୍ଠା ହେବ କି ନାହିଁ ତାହା ଉପରେ ସନ୍ଦେହ ହେଉଛି।

ବର୍ତ୍ତମାନ ରାଜ୍ୟରେ ୨,୫୦୦ରୁ ଆରମ୍ଭ କରି ୧୦ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୧୩୨ଟି ଶୀତଳଭଣ୍ଡାର ରହିଥିବାର ତଥ୍ୟ ମିଳୁଥିଲେ ବି ଏଥିମଧ୍ୟରୁ ସଚଳ ଅବସ୍ଥାରେ ଅଛି ମାତ୍ର ୩୭ଟି। ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନା, ଜାତୀୟ ଉଦ୍ୟାନକୃଷି ମିସନ ପକ୍ଷରୁ ମିଳିଥିବା ଅନୁଦାନକୁ 'ଆଳୁ ମିସନ' ନାମରେ ୫୦ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ଦେଇ ଶୀତଳ ଭଣ୍ଡାରଗୁଡ଼ିକୁ ପ୍ରତିଷ୍ଠା କରା ଯାଇଥିଲା। ଏହି ରିହାତି ଅର୍ଥକୁ ମୁଖ୍ୟତଃ ଅସାଧୁ ଶୀତଳ ଭଣ୍ଡାର ବ୍ୟବସାୟୀମାନେ ହଡ଼ପ କରିନେଇଥିଲେ। ସେମାନେ, ମାତ୍ରାଧିକ ବିଜୁଳି ବିଲ ଆସୁଥିବା, ଚାଷୀମାନେ ପର୍ଯ୍ୟାପ୍ତ ଆଳୁ, ପରିବା ଓ ଫୁଲ ଫଳ ଆଣି ରଖୁନଥିବା ଯୁକ୍ତି ଦର୍ଶାଇ ଶୀତଳ ଭଣ୍ଡାରଗୁନିକୁ ବନ୍ଦ କରି ଦେଇଛନ୍ତି। ଏହି ରିହାତି ହାତେଇଥିବା ବ୍ୟବସାୟୀମାନେ ଅସାଧୁ କର୍ମଚାରୀଙ୍କ ମାଧ୍ୟମରେ ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଉଥିବା ଶୀତଳ ଭଣ୍ଡାରଗୁଡ଼ିକୁ ବନ୍ଦ କରିବା ଉଦ୍ୟମରେ ମଧ୍ୟ ସଫଳ ହୋଇଛନ୍ତି। ସର୍ବସାଧାରଣଙ୍କ ଅର୍ଥକୁ ରିହାତି ଆକାରରେ ହଡ଼ପ କରି ଚାଷୀ ଓ ଖାଉଟୀମାନଙ୍କୁ ଶୋଷଣ କରିବାର ବଡ଼ ଉଦାହରଣ ହେଲା, ଓଡ଼ିଶାର ବନ୍ଦ ପଡ଼ିଥିବା ଶୀତଳଭଣ୍ଡାର।

ଶୀତଳ ଭଣ୍ଡାର ପରିଚାଳନା ସମସ୍ୟାକୁ ଅନୁଭବ କରି ୨୦୧୫ ମସିହାରେ ନ୍ୟାସନାଲ ହର୍ଟିକଲଚର ମିସନ ବା ଏନଏଚଏମ ପକ୍ଷରୁ ମାତ୍ର ୧୩ ଲକ୍ଷ ଟଙ୍କା ବ୍ୟୟରେ ୫ ମେଟ୍ରିକ ଟନର ସୌର କୋଲ୍ଡରୁମ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲେ ବି ରାଜ୍ୟ ସରକାର ଏଥିପାଇଁ ବ୍ୟୟ ବରାଦ କରିନଥିବାରୁ ‘କାରଖାନା ଏବଂ ଖଣି ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି’ରୁ ଅର୍ଥ ଖର୍ଚ୍ଚ କରି ଖଣି ବହୁଳ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରେ କିଛି ସୌର କୋଲ୍ଡରୁମ ପ୍ରତିଷ୍ଠା ହୋଇ ପାରିଛି। କୃଷି ବିଭାଗର ସୂଚନା ଅନୁସାରେ ବର୍ତ୍ତମାନର ଆବଶ୍ୟକତାକୁ ଅନୁଭବ କରି ୧୫ ଲକ୍ଷ ବ୍ୟୟରେ ପୁଣିଥରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦିଆ ଯାଉଛି। ଏ ସବୁର ପରିଚାଳନା ଭାର ରହିବ ଗ୍ରାମ ପଞ୍ଚାୟତ ହାତରେ। କୋଭିଡ କାଳରେ ସରପଞ୍ଚମାନଙ୍କୁ ଜିଲ୍ଲା କଲେକ୍ଟର କ୍ଷମତା ଦେବା ଓ ସୌର କୋଲ୍ଡରୁମ ପରିଚାଳନା କରିବା ଏକକଥା ନୁହେଁ। ପଞ୍ଚାୟତମାନେ ସୌର କୋଲ୍ଡରୁମରେ ବ୍ୟବହାର ହେବାକୁ ଥିବା ବ୍ୟାଟେରୀ ଗୁଡ଼ିକର ନିୟମିତ ଚାର୍ଜିଂ, ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କରିବା କେତେଦୂର ବାସ୍ତବବାଦୀ ଚିନ୍ତାଧାରା, ତାହା ବୋଧଗମ୍ୟ ହେଉନାହିଁ। ସୌରଶକ୍ତି ହିଁ କୋଲ୍ଡ ଚେନ ବା ଶୀତଳ ଶୃଙ୍ଖଳା ପାଇଁ ଉର୍ଜ୍ଜା ସ୍ରୋତ ହୋଇଥିଲେ ମଧ୍ୟ ଦୁଇ ତିନିଦିନ ଧରି ଆକାଶ ମେଘୁଆ ରହିଲେ କିମ୍ବା କୌଣସି କାରଣରୁ ଖରାପ ହୋଇଗଲେ ନିରନ୍ତର ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୁଏ। ଯେଉଁସବୁ ସ୍ଥାନରେ ନିୟମିତ ବିଜୁଳି ଯୋଗାଣ ସୁବିଧା ନାହିଁ ସେଠାରେ ସୌର କୋଲ୍ଡରୁମ ଏକ କଳ୍ପନା ବିଳାସ। ଏହା ସତ୍ୟ ଯେ, ମାତ୍ରାଧିକ ବିଜୁଳି ବିଲରୁ ରକ୍ଷା ପାଇବାକୁ ଓ ପ୍ରାକୃତିକ ବିପର୍ଯୟ ପ୍ରଭାବିତ ଅଞ୍ଚଳରେ ସୌର କୋଲ୍ଡରୁମ ଅତ୍ୟାବଶ୍ୟକ। ତେବେ, ଏହାକୁ ଆମର ସମସ୍ୟାର ସମାଧାନ ଭାବେ ବ୍ୟବହାର ନକରି, ସମସ୍ୟାକୁ ଆମର ଚାଷ ଓ ଚାଷୀଙ୍କ ଉପରେ ଲଦିଦେବା କେବେ ହେଁ ସ୍ପୃହଣୀୟ ନୁହେଁ।

ବାସ୍ତବରେ, ଏହା ଆମ ରାଜ୍ୟର ଏକ କୃଷି ଓ କୃଷକଙ୍କ ସମସ୍ୟା। ଯେଉଁ ଯୁବ ଉଦ୍ୟୋଗୀମାନେ, ଶୀତଳ ଭଣ୍ଡାର ସ୍ଥାପନ କରି ଆତ୍ମନିଯୁକ୍ତି ପାଇବା ଓ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ କୃଷକଙ୍କ ଆୟ ବଢ଼ାଇବାକୁ ଏକ ସ୍ୱପ୍ନ ଦେଖିଥିଲେ, ସେମାନେ ହତୋତ୍ସାହିତ ହେବା କେବେ ହେଁ କାହାର ବି ସ୍ୱାର୍ଥ ଅନୁକୂଳ ନୁହେଁ। ଏଣୁ ରାଜ୍ୟ ସରକାରଙ୍କୁ ଆମର କିଛି ଅନୁରୋଧ:

୨୦୨୧ ଅଗଷ୍ଟ ମାସଠାରୁ ରିହାତି ଦରରେ ବିଦ୍ୟୁତ ବିଲ ମିଳିବାର ବ୍ୟବସ୍ଥା ଥିବା ସତ୍ତ୍ୱେ ମାତ୍ର ୪୦ ପ୍ରତିଶତ ଉଦ୍ୟୋଗୀଙ୍କୁ ଏହି ସୁବିଧା ମିଳିଛି। ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ନଥିବା କାରଣରୁ ବଳକା ୬୦ ପ୍ରତିଶତ ରିହାତି ପାଇ ପାରି ନାହାନ୍ତି। ସୁବିଧାରୁ ବଞ୍ଚିତ ରହିଥିବା ସମସ୍ତଙ୍କୁ ପୁରୁଣା ରିହାତି ମିଳିବା ଦରକାର। ସେହିପରି, ଶୀତଳ ଭଣ୍ଡାର ମାନଙ୍କରେ ଯେ କେବଳ ଆଳୁ ଓ ପରିବା ସାଇତା ହେବ ଓ ଅନ୍ୟ କିଛି ହେବ ନାହିଁ, ସେପରି ନିୟମ ଅତି ପୁରୁଣା କାଳିଆ ଓ କାହାର ସ୍ୱାର୍ଥସାଧନ କରେନା। ପ୍ରଥମେ, ଆମ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ହାଇବ୍ରିଡ଼ ମୋଡ଼ରେ ଚାଲିବା ଦରକାର। ଶୀତଳଭଣ୍ଡାର ମଧ୍ୟରେ ରହିଥିବା ଖାଲି ସ୍ଥାନରେ ବଟନ ଛତୁ ଚାଷ କରି ବ୍ୟାଙ୍କ ଋଣ ପରିଶୋଧ କରିବାକୁ ପ୍ରଚେଷ୍ଟିତ ଉଦ୍ୟୋଗୀଙ୍କୁ ରିହାତି ଦିଆ ଯାଉନି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସରକାର ଏହା ଉପରେ ଦୃଷ୍ଟି ଦେଇ ସ୍ପଷ୍ଟ ନୀତି ଘୋଷଣା କରିବା ଆବଶ୍ୟକ। ଦେଖାଯାଉଛି ଯେ, ଆବଶ୍ୟକ ପରିମାଣର ଆଳୁ, ଫଳ ଓ ପନିପରିବା ଇତ୍ୟାଦି ଶୀତଳ ଭଣ୍ଡାରରେ ସାଇତା ହେବାକୁ ଆସିପାରୁନି। ଚାଷୀମାନେ ଏଥିପାଇଁ ଅଭ୍ୟସ୍ତ ହୋଇନାହାନ୍ତି ଏବଂ ବେପାରୀମାନେ ଚାଷୀ ପାଖରୁ କିଣିନେଇ ବିଭିନ୍ନ ବଜାରକୁ ଚାଲାଣ କରି ଦେଉଛନ୍ତି। ଶୀତଳ ଭଣ୍ଡାରଗୁଡ଼ିକ କ୍ଷତି ସହିବାର ଅନ୍ୟତମ କାରଣ ହେଲା, ସେମାନଙ୍କ ଭଣ୍ଡାର କ୍ଷମତାର ଉପଯୋଗ ନହୋଇ ପାରିବା। ଏଥିପାଇଁ ସରକାରୀ କଳ ଓ ଉଦ୍ୟୋଗୀ ସମ୍ମିଳିତ ଭାବେ ଉଦ୍ୟମ କରୁ ନାହାନ୍ତି। ପ୍ରତ୍ୟେକ ଶୀତଳ ଭଣ୍ଡାର ଚାରିପାଖେ ଆଳୁ ଓ ପରିବା କ୍ଲଷ୍ଟର ଭିତ୍ତିରେ ଚାଷ ହେଲେ ଓ ତାହାକୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ଉଦ୍ୟୋଗୀମାନେ ନିଶ୍ଚିତ କିଣି ନେଲେ କିଛିଦିନ ମଧ୍ୟରେ ସବୁକିଛି ବ୍ୟବସ୍ଥିତ ହୋଇପାରନ୍ତା। ଶୀତଳ ଭଣ୍ଡାର ଉଦ୍ୟୋଗୀମାନେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସମସ୍ୟାର ସାମ୍ନା କରନ୍ତି। ସେ ସବୁକୁ ସ୍ଥାନୀୟ ପ୍ରଶାସନ ମଧ୍ୟସ୍ଥତା କରି ତୁରନ୍ତ ସମାଧାନ କରି ପାରିବେ। ଯଦି ତୁରନ୍ତ ସମାଧାନ କରାନଯାଏ, ଚାଷୀଙ୍କ ମନୋବଳ ଭାଙ୍ଗିଯିବା ସହ ଉଦ୍ୟୋଗୀମାନେ ହତୋତ୍ସାହିତ ହୋଇଯିବେ। ଏଣୁ, ସବୁକିଛି ଗୁଳାରେ ନପଡ଼ିବା ଯାଏଁ, ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କର ଗୁରୁ ଦାୟିତ୍ୱ ରହିଛି। ରାଜ୍ୟ ପ୍ରଶାସନ ଆବଶ୍ୟକ ନୀତି ପ୍ରଣୟନ ଓ ପରାମର୍ଶ ଦେବା ଦରକାର। ତାହା ନହେଲେ, ଯେପରି ଗତ ବର୍ଷମାନଙ୍କରେ କିଛି ଶୀତଳ ଭଣ୍ଡାର ବନ୍ଦ ହୋଇ ଯାଇଛି, ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ବନ୍ଦ ହୋଇଯିବ। ଚାଷୀଙ୍କଠାରୁ ଆଳୁ ଓ ପରିବା କିଣି ସାଇତିବା, ବିଦ୍ୟୁତ ଦେୟ ଦେବା, ବ୍ୟାଙ୍କ ଋଣ କିସ୍ତି ପରିଶୋଧ କରିବା, ରକ୍ଷଣାବେକ୍ଷଣ ତଥା ଶ୍ରମିକଙ୍କୁ ମଜୁରୀ ଦେବାକୁ ବ୍ୟାଙ୍କରୁ ଆବଶ୍ୟକୀୟ କାର୍ଯ୍ୟକାରୀ ଋଣ ପାଇବାରେ ଉଦ୍ୟୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ। ବଡ଼କଥା ଯେ, ମାଳ ଅଞ୍ଚଳରେ ଥିବା ଶୀତଳ ଭଣ୍ଡାରଗୁଡ଼ିକରେ ଆଦିବାସୀମାନେ ମହୁଲଫୁଲ ସଂଗ୍ରହ କରି ରଖିପାରିବେ। ପ୍ରଚଳିତ ଅବକାରୀ ଆଇନରେ ଏଥିପାଇଁ ସୁବିଧା ନାହିଁ। ରାଜ୍ୟ ସରକାର ୫-ଟି ଅଧୀନରେ ଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଆଣି ଏସବୁର ସମାଧାନ କରିବା ଜରୁରୀ।

କଥାଟି ହେଲା ଯେ ଆଜି କୃଷି ଆଉ ପୁରୁଣା କାଳିଆ ବ୍ୟବସ୍ଥାର ଗଣ୍ଡି ଭିତରେ ସୀମିତ ହୋଇ ରହିନାହିଁ। ଆମ ଦେଶ ଓ ବିଶ୍ୱର କେଉଁଠି କେଉଁ ଫସଲର ଚାହିଦା ଓ ବଜାର ମୂଲ୍ୟ କେତେ, ତାହା ଚାଷୀ ଓ ଶୀତଳ ଭଣ୍ଡାର ଉଦ୍ୟୋଗୀ ଇଣ୍ଟରନେଟ ମାଧ୍ୟମରେ ଜାଣିପାରୁଛନ୍ତି। ରପ୍ତାନି ଯୋଗ୍ୟ ପରିବା ଓ ଫଳ ଫୁଲକୁ ଧୋଇ, ଜୀବାଣୁମୁକ୍ତ କରି, ଶୀତଳ ଶୃଙ୍ଖଳା ମଧ୍ୟରେ ଦୂର ସ୍ଥାନକୁ ବିମାନ, ରେଳ ଓ ଶୀତଳଯାନରେ ପଠା ଯାଇ ପାରୁଛି। ମିଠା ମକା ମଞ୍ଜି, ସବୁଜ ମଟରକୁ ପ୍ରକ୍ରିୟାକରଣ ପରେ ପ୍ୟାକେଟ କରାଯାଇ ଦୀର୍ଘ ଦିନ ଯାଏଁ ବ୍ୟବହାର ହେଉଛି। ଏବେ ତ କଟାପରିବା ପ୍ୟାକେଟରେ ମିଳୁଛି। ବାହାର ରାଜ୍ୟର ବ୍ୟବସାୟୀ ଓଡ଼ିଶାରେ ଉତ୍ପାଦିତ ଆଳୁ ଓ ପିଆଜ ବିକ୍ରିବଟା ନିୟନ୍ତ୍ରଣ କରିବା ଘୋର ଲଜ୍ଜାଜନକ। ଓଡ଼ିଶାରେ ବାର୍ଷିକ ପ୍ରାୟ ୪ ଲକ୍ଷ ଟନ ଆବଶ୍ୟକ ହେଉଥିବା ପିଆଜ ଆମ ରାଜ୍ୟରେ ହିଁ ଉତ୍ପାଦନ ହେଉଥିଲେ ହେଁ ସାଇତି ରଖିବା ବ୍ୟବସ୍ଥା ଅଭାବରୁ ଓ ଚାଷୀଙ୍କର ଆର୍ଥିକ ଦୁରବସ୍ଥା କାରଣରୁ ପିଆଜର ଅଭାବୀ ବିକ୍ରି ହେଉଛି। ବେପାରୀଙ୍କ ଉପରେ ସରକାରୀ ନିୟନ୍ତ୍ରଣ ନଥିବାରୁ ଓ ଚାଷୀଙ୍କଠାରୁ ଲାଭଜନକ ମୂଲ୍ୟରେ କେନ୍ଦ୍ର ସରକାରଙ୍କ ନାଫେଡ଼ ଓ ରାଜ୍ୟ ସରକାରଙ୍କ ବିହନ ନିଗମ ଓ ଯୋଗାଣ ବିଭାଗ କିଣିନେଲେ, ବେପାରୀମାନେ ଯେ ଚାଷୀଙ୍କୁ ଅଧିକ ମୂଲ୍ୟ ଦେବାକୁ ବାଧ୍ୟ ହେବେ, ଏହା ସଭିଏଁ ଜାଣିଥିଲେ ବି ଅଜଣା ରହୁଛନ୍ତି। ସମସ୍ତ ଶୀତଳଭଣ୍ଡାର ଉଦ୍ୟୋଗୀଙ୍କୁ ନିଜର ଭଣ୍ଡାର ନିକଟରେ ପିଆଜଭାଡ଼ି ସ୍ଥାପନ କରିବାକୁ ପ୍ରୋତ୍ସାହନ ଦିଆଗଲେ ସହଜ ଓ ସୁବିଧାରେ ପିଆଜ ସମସ୍ୟା ଅନେକାଂଶରେ ଦୂର ହୋଇପାରନ୍ତା।

ଆମେ ସତରେ ଯଦି ଉଭୟ ଚାଷୀ ଓ ଖାଉଟୀଙ୍କ ପାଇଁ ସମର୍ପିତ, ଆମକୁ ଗ୍ରାମ୍ୟ ଗୋଦାମ, ଶୀତଳଭଣ୍ଡାର ଓ ସୌର କୋଲ୍ଡରୁମ ପ୍ରତିଷ୍ଠା କରିବା ସହ, ଉଦ୍ୟୋଗୀମାନେ କିପରି ସେଗୁଡ଼ିକୁ ଲାଭଜନକ ଭାବେ ପରିଚାଳନା କରିବାକୁ ସମର୍ଥ ହେବେ, ତାହା ଦେଖିବାକୁ ପଡ଼ିବ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story