କରୋନା: ଆଗାମୀ ପିଢ଼ିକୁ ଶିକ୍ଷା

ଶୁଭ୍ରାଂଶୁ ଶେଖର ଜେନା ଇଂରାଜୀରେ ଗୋଟିଏ ପ୍ରବାଦ ରହିଛି “Every negative has a positive. Push a negative hard enough and deep enough that it will break through into its counter side.” ଏହାର ଅର୍ଥ ଅନେକ ଦୁର୍ଘଟଣା, ପରିକଳ୍ପନା କରାଯାଇନଥିବା ଜିନିଷରୁ ଅନେକ କିଛି ଶିଖିବା ଦରକାର। ତେଣୁ ବିପଦ ବେଳେ ଭାଙ୍ଗିନପଡ଼ି ଆଗକୁ ବଢ଼ିବା ଉଚିତ୍। ସାରା ବିଶ୍ୱ ପାଇଁ ଏବେ କରୋନା ବଡ଼ ଚ୍ୟାଲେଞ୍ଜ। ସ୍ଥିତି ଏମିତି ଯେ ଯେଉଁ […]

after lockdown

after lockdown

Subhransu Sekhar
  • Published: Wednesday, 01 April 2020
  • Updated: 01 April 2020, 08:05 AM IST

Sports

Latest News

  • ଶୁଭ୍ରାଂଶୁ ଶେଖର ଜେନା

ଇଂରାଜୀରେ ଗୋଟିଏ ପ୍ରବାଦ ରହିଛି “Every negative has a positive. Push a negative hard enough and deep enough that it will break through into its counter side.” ଏହାର ଅର୍ଥ ଅନେକ ଦୁର୍ଘଟଣା, ପରିକଳ୍ପନା କରାଯାଇନଥିବା ଜିନିଷରୁ ଅନେକ କିଛି ଶିଖିବା ଦରକାର। ତେଣୁ ବିପଦ ବେଳେ ଭାଙ୍ଗିନପଡ଼ି ଆଗକୁ ବଢ଼ିବା ଉଚିତ୍। ସାରା ବିଶ୍ୱ ପାଇଁ ଏବେ କରୋନା ବଡ଼ ଚ୍ୟାଲେଞ୍ଜ। ସ୍ଥିତି ଏମିତି ଯେ ଯେଉଁ ଛିଙ୍କ, କାଶକୁ ମଣିଷ କେବେ ଗଣୁନଥିଲା ଏବେ ତାହା ଗଣିବାକୁ ବାଧ୍ୟ ହେଉଛି। କାରଣ ମନରେ କରୋନା ଭୟ।

୧୯୯ଟି ଦେଶର ଏବେ କରୋନା ବ୍ୟାପିଛି। ମାର୍ଚ୍ଚ ୩୦ ତାରିଖ ମଧ୍ୟାହ୍ନ ସୁଦ୍ଧା ୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୪ ହଜାର ଛୁଇଁଛି ମୃତ୍ୟୁ ସଂଖ୍ୟା। ସେହିପରି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୫୧,୮୩୩। ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭୧। ସୁସ୍ଥ ହୋଇ ଘରକୁ ୧୦୦ ଜଣ ଫେରିଛନ୍ତି। ଓ୍ୱାର୍ଲଡମିଟର ଇନଫରମେସନ ଡାସବୋର୍ଡରୁ ଏହି ସୂଚନା ମିଳିଛି। କରୋନାର ପ୍ରତିଷେଧକ ବାହାରିନି। କେବଳ ଏହାକୁ ରୋକିବା ପାଇଁ ବା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଛନ୍ତି। ଏହାସହିତ ପ୍ରାଥମିକ ଭାବରେ ହାତ ପାଖରୁ ଦାଣ୍ଡ ଦୁଆର, ଆସବାବପତ୍ର ପରିଷ୍କାର ରଖୁଛନ୍ତି। ଲୋକମାନେ ଘର ଭିତରେ ରହୁଛନ୍ତି ଲକ୍‌ଡାଉନ୍ ପାଇଁ।

ଯଦିଓ ଲକ୍‌ଡାଉନ୍ ପାଇଁ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଛି, ହେଲେ ଏହାର ସକରାତ୍ମକ ଦିଗ ଉପରେ ମଧ୍ୟ ଅବଲୋକନ କରିବାର ବେଳ ଆସିଛି। ଏହା ଲକ୍‌ଡାଉନ୍ ପରବର୍ତ୍ତୀ ଜୀବନକୁ ରାହା ଦେଖାଇବ। ବାୟୁର ଗୁଣବତ୍ତା ଏବଂ ଜଳବାୟୁ ସଙ୍କଟରୁ ମୁକ୍ତି ଦେବ। ସାଇକୋଲୋଜିଷ୍ଟ ଓ ମୋଟିଭେସନାଲ ସ୍ପିକର କୁହନ୍ତି ଯଦି ଜଣେ ଗୋଟିଏ କାମକୁ ୨୧ ଦିନ ଧରି କରିବ ତାହେଲେ ଆଗାମୀ ଦିନରେ ସେ କାମ କରିବାକୁ ଆଉ ତାକୁ ଅସୁବିଧା ହେବନି। ଏହା ଅଭ୍ୟାସରେ ପରିଣତ ହୋଇଯିବ। କାରଣ କୌଣସି ନୂଆ କାମ କଲେ ପ୍ରଥମେ ନୂଆ ନୂଆ ଦିନେ ଦୁଇ ଦିନ ମଣିଷକୁ ସେହି କାମ କରିବାକୁ ଭଲ ଲାଗିଥାଏ। ହେଲେ କୌଣସି ସମୟରେ ତିକ୍ତତା ଆସିଲେ ସେହି କାମ ଉପରେ ମନୋନିବେଶ କରିନଥାଏ। ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍ ରହିଛି। ଘରେ ରହିବା ସମୟରେ ଆପାତତଃ ଘର ପରିଷ୍କାର କରିବା ସହିତ ବାଡ଼ି ବଗିଚା ଓ ପରିବାର ପ୍ରତି ଜଣେ ଅଧିକ ସମୟ ଦେଉଥିବ। ଆଜିର ୨୪ ଘଣ୍ଟିଆ କାର୍ଯ୍ୟଶୈଳୀରେ ଜଣେ ରୋଜଗାରିଆ ବ୍ୟକ୍ତି ପଇସା ପଛରେ ନପଡି ଘରେ ରହି ପରିବାର କଥା ବୁଝିବା ବଡ଼ କଥା। ତେଣୁ ଲକ୍‌ଡାଉନ୍ ପରେ ଏହି ଅଭ୍ୟାସକୁ ଜାରି ରଖିଲେ ପରିବାର ସହିତ ନିଜେ ମଧ୍ୟ ଖୁସିରେ ରହିପାରିବ।

ଏବେ ଅଧିକାଂଶ ଲୋକ ଗାଁରେ କିମ୍ୱା ଘରେ ରହି କାମ କରୁଛନ୍ତି। ଆଇଟି ଚାକିରିଆ ହେଉ ବା ତହସିଲ କର୍ମଚାରୀ, ଘରେ ରହି ଲାପଟପ, କମ୍ପ୍ୟୁଟରରେ କାମ କରୁଛନ୍ତି। ଏହା ଦ୍ୱାରା ପେଟ୍ରୋଲ, ଡିଜେଲ ଖର୍ଚ୍ଚ କମିବା ସହିତ ପ୍ରଦୂଷଣ ମଧ୍ୟ କମିଛି। ସପ୍ତାହକୁ ୬ ଦିନ ନହେଉ ୨ ଦିନ ଯଦି ଜଣେ ଘରେ ରହି କାମ କରିବ ତାହେଲେ ୨୦ ପ୍ରତିଶତ ପ୍ରଦୂଷଣ କମିଯିବ। ଅର୍ଥାତ ରୋଜଗାରକୁ ରୋଜଗାର ତା’ ସହିତ ପରିବେଶ ସୁରକ୍ଷା। କୋଭିଡ-୧୯କୁ ଡରି ଯଦି ଆମେ ଘରେ ରହି କାମ କରିପାରିବା, ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମାଇ ପାରିବା ତାହେଲେ ଆଗାମୀ ଦିନରେ ପରିବେଶ ସୁରକ୍ଷା ଓ ଆଉ ଥରେ କୋଭିଡ-୧୯ ଭଳି ଭାଇରସ ସୃଷ୍ଟି ନହେଉ ଚିନ୍ତା କରି କିଛି ଭଲ କାମ କରିପାରିବା।

ପ୍ରତ୍ୟେକ ବ୍ୟକ୍ତିର ଆଚରଣ ଏବଂ କାର୍ଯ୍ୟ ନିର୍ଭର କରେ ସାମାଜିକ ଫଳାଫଳ ଉପରେ। ଆଜି ଯଦି କରୋନା ବ୍ୟାପିଛି ତାହାର ପ୍ରଥମ କାରଣ ଥଣ୍ଡା ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିବା। ଆମେ ଯଦି ସବୁବେଳ ଶୀତତାପ ନିୟନ୍ତ୍ରଣରେ ରହିବା ତାହେଲେ ସେହି ଯନ୍ତ୍ରାଂଶରୁ ନିର୍ଗତ ଅଙ୍ଗାରକାମ୍ଳ ଆମ ପରିବେଶ ଉପରେ ପ୍ରଭାବ ପକାଇବ। ତେଣୁ ମଣିଷ ଏବେ ଏସି ଭିତରେ ରହି ନିଜକୁ ଏମିତି ତିଆରି କରିଛି ଯେ ବାହାରେ ବୁଲିଲେ ସେ ନିଜେ ରୋଗାକ୍ରାନ୍ତ ହେଉଛି। ଆଉ ଏଥିପାଇଁ ସେ ନିଜେ ଦାୟୀ। କାରଣ ଏସି, ଗାଡି ପ୍ରଚୁର ଭାବରେ ବ୍ୟବହାର କରି ବାୟୁମଣ୍ଡଳରେ ଅମ୍ଳଜାନ କମି ଅଙ୍ଗାରକାମ୍ଳ ବଢ଼ିବାରେ ଲାଗିଛି। ଯଦି ଜଣେ ସପ୍ତାହରେ ଦୁଇ ଦିନ ଘରେ ରହି କାମ କରିବ ପ୍ରଦୂଷଣ କମିବ, ଏସି ବ୍ୟବହାର ଉପରେ ରୋକ୍ ଲଗାଇ ନିଜ ଶରୀରର ସହିବା ଶକ୍ତିକୁ ବୃଦ୍ଧି କରିବ ତାହେଲେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହାସହିତ ବଜାରକୁ ଯିବାବେଳେ କିମ୍ୱା ଆଖ ପାଖକୁ ଯିବା ପାଇଁ ଗାଡ଼ି ମୋଟର ବ୍ୟବହାର ନକଲେ ବାୟୁମଣ୍ଡଳ ଶୁଦ୍ଧ ରହିବ। ଯାହାକି ନିଜ ପାଇଁ, ସମାଜ ଓ ପରିବେଶ ପାଇଁ ଲାଭଦାୟକ ହେବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ଶନିବାର ୧୦୧ରୁ ୩୫ ସହରର ବାୟୁମଣ୍ଡଳର ଗୁଣବତ୍ତା ‘ଭଲ’ ଶ୍ରେଣୀରେ ରହିଛି। ବିଶେଷଜ୍ଞମାନେ ଭାରତର ବାୟୁମଣ୍ଡଳର ଗୁଣବତ୍ତାକୁ ଅଭୂତପର୍ବ ଏବଂ ଅବିଶ୍ୱସନୀୟ ବୋଲି କହିଛନ୍ତି। ଏଭଳି ଗୁଣବତ୍ତା ୨୦୧୪ରେ ଏୟାର ଇଣ୍ଡେକ୍ସ ଆରମ୍ଭ ପାଖରୁ ନଥିଲା।

ଶନିବାର ଦିନ ଦିଲ୍ଲୀରେ ବର୍ଷା ହୋଇଥିଲା। ଏହାପରେ ଦିଲ୍ଲୀରେ ବାୟୁମଣ୍ଡଳର ଗୁଣବତ୍ତା ୪୫ ଉପରେ ଥିଲା। ଯାହାକି ଦିଲ୍ଲୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ପୂର୍ବତନ ମୁଖ୍ୟ ଦୀପଙ୍କର ସାହ କହିଛନ୍ତି, ୨୦୧୪ରେ ଏୟାର କ୍ୱାଲିଟି ଇଣ୍ଡେକ୍ସର ଶୁଭାରମ୍ଭ ହୋଇଥିଲା। ଏହାପରେ ଦିଲ୍ଲୀ ବାୟୁମଣ୍ଡଳର ଗୁଣବତ୍ତା କେବେ ଏଭଳି ଦେଖିବାକୁ ମିଳିନଥିଲା। ଏବେ ଦିଲ୍ଲୀ ବାୟୁମଣ୍ଡଳର ଗୁଣବତ୍ତା ଭଲ ହେବା ଅବିଶ୍ୱାସ ଲାଗୁଛି।

ସେହିଭଳି କରୋନାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚୀନର ଉହାନ ଦୀର୍ଘ ୩ ମାସ ହେବ ଲକ୍‌ଡାଉନ୍ ଥିଲା। ଚାଇନାର ପ୍ରମୁଖ ଶିଳ୍ପ ଓ ଗବେଷଣା ଏହିଠାରେ ରହିଛି। ନାସାର ରିପୋର୍ଟ ଅନୁଯାୟୀ ଗତବର୍ଷ ଏହି ସମୟରେ ଉହାନରୁ ଯେଉଁ ପରିମାଣରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ ହେଉଥିଲା ତାହା ଏବେ ଲକ୍‌ଡାଉନ୍ ପରେ ୩୫ରୁ ୪୦ ପ୍ରତିଶତ କମିଛି।

ଯଦି ଜଣେ ବ୍ୟକ୍ତି ଏହି ନିୟମ ସବୁ ମାନିବ ତାହେଲେ ସେ ରୋଗାକ୍ରାନ୍ତ ହେବାର ସମ୍ଭାବନା ମଧ୍ୟ କମିଯିବ। କାରଣ ଏବେ ଚାଲିବା କମ୍, ଚେୟାରରେ ବସିବା ଅଧିକ। ତେଣୁ ପ୍ରତ୍ୟେକ ଡାକ୍ତର କହିଥାନ୍ତି ସକାଳେ ପ୍ରାତଃଭ୍ରମଣ କରିବା ନିହାତି ଦରକାର। ଯଦି ସ୍ୱାସ୍ଥ୍ୟ ଠିକ୍ ରହିବ ରୋଗ ପାଇଁ ଖର୍ଚ୍ଚ ବି କମିବ।

ଆଉ ଏକି ଦିଗ ମଧ୍ୟ ଏବେ ଦେଖିବାକୁ ମିଳିଛି। ଲକ୍‌ଡାଉନ ବେଳେ ଘରେ ବସି କ’ଣ କରିବେ? ଏବେ ଚିତ୍ରାଙ୍କନ ପ୍ରତିଯୋଗିତା ଚାଲିଛି। ଆଜିର କମ୍ପ୍ୟୁଟର ଯୁଗରେ ସମସ୍ତେ ଫଟୋସପ ସଫ୍ଟଓ୍ୱୟାର ଜରିଆରେ ଚିତ୍ର ଆଙ୍କୁଥିବାର ଅଧିକ ନଜିର ରହିଛି। ହେଲେ ଏବେ ପିଲାଠୁ ବୁଢ଼ା ଫାଙ୍କା ସମୟରେ କ’ଣ କରିବେ କହି ଡ୍ରଇଂ କରି ସୋଶାଲ ମିଡିଆରେ ବିନା ମ୍ୟାଚରେ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ସେହିପରି ଗୀତକୁ ନେଇ ମଧ୍ୟ ଅନ୍ତାକ୍ଷରୀ ଚାଲିଛି। ଏହାଦ୍ୱାରା ମଣିଷର ସୃଜନଶୀଳତା ଓ ବୌଦ୍ଧିକ ବିକାଶ ହୋଇପାରୁଛି।

ସେହିଭଳି କରୋନାଭାଇରସ୍ ଦ୍ୱାରା ଜଣେ ମଣିଷ ବ୍ୟକ୍ତିଗତ ଆଚରଣର ସୀମା ବାବଦରେ ହେଜିଛି। ସାମାଜିକ ସମାଧାନର ସମନ୍ୱୟ ରକ୍ଷା କରିବା ଦେଶ ପାଇଁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ ରହିଛି।

ଖାଲି ଭାରତ ନୁହେଁ କରୋନା ଚେନକୁ ବ୍ରେକ କରିବା ପାଇଁ ଚାଇନା, ଇଟାଲୀରେ ମଧ୍ୟ ଲକ୍‌ଡାଉନ୍ ଲାଗୁ ହୋଇଛି। ଏହାଦ୍ୱାରା ପ୍ରଦୂଷଣ କମିଛି। ତେବେ ଏହା ଏକ ଗ୍ରହଣୀୟ ନୁହେଁ। କାରଣ ପ୍ରଦୂଷଣ ହ୍ରାସ ହେବା ନିଶ୍ଚିତ ଭାବରେ ଅର୍ଥନୀତିକ କାର୍ଯ୍ୟକଳାପ ହ୍ରାସ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ, ପ୍ରଥମ ପ୍ରାଥମିକତା ଗରିବ ଏବଂ ଅସୁରକ୍ଷିତ ଲୋକଙ୍କୁ ସହାୟତା କରିବା ଆବଶ୍ୟକ ରହିଛି।

ଏବେ ନାଲି ଓ ସବୁଜ ଅର୍ଥନୀତି ଉପରେ ବିଚାର କରିବା ଦରକାର। ଯାହା ଏକକାଳୀନ ଚାକିରି ସୃଷ୍ଟି କରିବ ଏବଂ ପରିବେଶ ସଙ୍କଟ ଦୂର କରିବ।

ଏବେ ଦେଶ ଲକ୍‌ଡାଉନ୍। ଦେଶର ଦୁଇ ମେରୁଦଣ୍ଡ ଅର୍ଥନୀତି ଓ ସ୍ୱାସ୍ଥ୍ୟବସ୍ଥା ଚିନ୍ତାର ବିଷୟ। ଏବେ ଦୁଇଟି ଯାକ ବିପର୍ଯ୍ୟସ୍ତ ରହିଛି। ତେଣୁ ଭାରତକୁ ଏବେ ଏହି ଦୁଇଟି ଦିଗ ଉପରେ ଧ୍ୟାନ ଦେବାକୁ ପଡିବ। କରୋନାଭାଇରସ୍ ମହାମାରୀ ଆମର ଦୈନନ୍ଦିନ ଆଚରଣରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଛି। ଏହି ଛୋଟିଆ ପରିବର୍ତ୍ତନ ଯଦି କରୋନା ସହିତ ଲଢ଼ିବାରେ ସଫଳ ହେଉଛି। ତାହେଲେ ଏହି ଅଭ୍ୟାସକୁ ବ୍ରତ ଭାବି ପାଳନ କଲେ ଆମେ ଆଗାମୀ ଦିନରେ ଦେଖାଯିବାକୁ ଥିବା ଜଳବାୟୁ ସମସ୍ୟାକୁ ମଧ୍ୟ ପାର୍ କରିପାରିବା। ଖାଲି ଏତିକି ନୁହେଁ ଅନ୍ୟାନ୍ୟ ମାରାତ୍ମକ ରୋଗକୁ ମଧ୍ୟ ମାତ୍ ଦେଇପାରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story