କୋଲକାତାରୁ କରୋନା ଆମଦାନୀ!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସରକାର ଦାବି କରୁଛନ୍ତି କରୋନା ମୁକାବିଲାରେ ଓଡ଼ିଶା ସରକାର ପ୍ରଥମ। ଓଡ଼ିଶା ସରକାର ତାଲାବନ୍ଦ ଘୋଷଣା କରିବାରେ ସମଗ୍ର ଦେଶରେ ପ୍ରଥମ। ତାଲାବନ୍ଦ ଅବଧି ବୃଦ୍ଧି କରିବାରେ ପ୍ରଥମ। ବିଧାନସଭା ବନ୍ଦ କରିବାରେ ପ୍ରଥମ। ସରକାରୀ ପାଣ୍ଠିରେ ଘରୋଇ କ୍ଷେତ୍ରରେ କୋଭିଡ୍‌ ହସ୍ପିଟାଲ କରିବାରେ ପ୍ରଥମ। ଏସବୁ ପ୍ରଥମ ସହିତ ଆଉ ଗୋଟିଏ କ୍ଷେତ୍ରରେ ବୋଧହୁଏ ଓଡ଼ିଶା ସରକାର ପ୍ରଥମ ହେବାକୁ ଯାଉଛନ୍ତି। ଅବଶ୍ୟ ସରକାର ଏହି ଶ୍ରେୟ ଦାବି କରିବେ ନାହିଁ। […]

wb

wb

Debendra Prusty
  • Published: Monday, 20 April 2020
  • Updated: 20 April 2020, 07:22 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ସରକାର ଦାବି କରୁଛନ୍ତି କରୋନା ମୁକାବିଲାରେ ଓଡ଼ିଶା ସରକାର ପ୍ରଥମ। ଓଡ଼ିଶା ସରକାର ତାଲାବନ୍ଦ ଘୋଷଣା କରିବାରେ ସମଗ୍ର ଦେଶରେ ପ୍ରଥମ। ତାଲାବନ୍ଦ ଅବଧି ବୃଦ୍ଧି କରିବାରେ ପ୍ରଥମ। ବିଧାନସଭା ବନ୍ଦ କରିବାରେ ପ୍ରଥମ। ସରକାରୀ ପାଣ୍ଠିରେ ଘରୋଇ କ୍ଷେତ୍ରରେ କୋଭିଡ୍‌ ହସ୍ପିଟାଲ କରିବାରେ ପ୍ରଥମ। ଏସବୁ ପ୍ରଥମ ସହିତ ଆଉ ଗୋଟିଏ କ୍ଷେତ୍ରରେ ବୋଧହୁଏ ଓଡ଼ିଶା ସରକାର ପ୍ରଥମ ହେବାକୁ ଯାଉଛନ୍ତି। ଅବଶ୍ୟ ସରକାର ଏହି ଶ୍ରେୟ ଦାବି କରିବେ ନାହିଁ। ଏହା ହେଉଛି କୋଲାକାତାରୁ କରୋନା ଆମଦାନୀ!

ଓଡ଼ିଶା ସରକାରଙ୍କ ଦାବି ଅନୁସାରେ ରାଜ୍ୟରେ ଏଯାଏଁ ଯେତେ କରୋନାକ୍ରାନ୍ତ ଚିହ୍ନଟ ହେଲେଣି ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ କୋଲକାତା-ଫେରନ୍ତା। ସରକାରଙ୍କ ଦାବି ଅନୁସାରେ ଯାଜପୁର ତ୍ରିଲୋଚନପୁର ଅଞ୍ଚଳର ଲୋକ କୋଲକାତାରୁ ମାଛ ଭ୍ୟାନ୍‌ରେ ଆସିଥିଲେ। ପରେ ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଯେତେ ଲୋକଙ୍କଠାରୁ କରୋନା ଭୂତାଣୁ ଥିବା ପରୀକ୍ଷାରୁ ଜଣାପଡ଼ିଛି ସେମାନେ ସମସ୍ତେ କୋଲକାତାରୁ ବିଭିନ୍ନ ଗାଡ଼ିରେ ଫେରିଛନ୍ତି ବୋଲି ସରକାରଙ୍କ ତରଫରୁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ତେଣୁ ସରକାର ସମସ୍ତଙ୍କୁ ଆବେଦନ କରିଛନ୍ତି ଯେଉଁମାନେ ଗତ ୨୮ ଦିନ ଭିତରେ କୋଲକାତାରୁ ଆସିଛନ୍ତି ସେମାନେ ପରୀକ୍ଷା ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରନ୍ତୁ।

ସରକାରଙ୍କର ଏପରି ଆବେଦନ ଯଥାର୍ଥ। କାରଣ କୋଲକାତାରୁ ଯଦି ଏହିପରି ଭାବେ ଶହଶହ ଲୋକ ଫେରିଥିବେ ଏବଂ ସେମାନଙ୍କ ଜରିଆରେ ଯଦି କରୋନା ଭୂତାଣୁ ଓଡ଼ିଶା ଆସିଥିବ ତେବେ ଏଠି ତବଲିଗି ଜମାତିଙ୍କ ଜରିଆରେ ଯେମିତି ସଂକ୍ରମଣ ବ୍ୟାପିଛି ସେପରି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବନି। ଉପକୂଳ ଓଡ଼ିଶାର ହଜାର ହଜାର ଲୋକ ପଶ୍ଚିମ ବଙ୍ଗର କୋଲକାତା ସହରରେ ରହି ଗୁଜୁରାଣ ମେଣ୍ଟାନ୍ତି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଅନେକ ଲୋକ କୋଲକାତାରେ ବିଭିନ୍ନ କାମଧନ୍ଦାରେ ନିୟୋଜିତ। କୋଲାକାତାରେ ଓଡ଼ିଶାର ଅନେକ ଲୋକ ପାଣି ପାଇପ କାମ କରନ୍ତି। ଅନେକ ଲୋକ ଡାଲି ପଟିରେ କାମ କରନ୍ତି। ଅନେକ ଲୋକ ମନ୍ଦିର ପୂଜକ ଭାବେ କାମ କରନ୍ତି। ଆହୁରି ଅନେକ ଘରୋଇ ପୂଝାରୀ ଓ ଘରୋଇ ତଥା ବ୍ୟାବସାୟିକ ସହାୟକ ଭାବେ କାର୍ଯ୍ୟ କରନ୍ତି। ଅନେକ ଓଡ଼ିଆ ମଧ୍ୟ କୋଲକାତା ସହରରେ ଛୋଟ ଛୋଟ ହୋଟେଲ ଓ ରେସ୍ତୋଁରା ଖୋଲିଛନ୍ତି। କେତେକ ରାସ୍ତାକଡ଼ରେ ତେଲଭାଜି ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି। କୋଲାକାତାରେ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ।

ଓଡ଼ିଶା ସରକାର ମାର୍ଚ୍ଚ ୧୫ ତାରିଖରେ ଏବଂ ଭାରତ ସରକାର ମାର୍ଚ୍ଚ ୨୫ ତାରିଖରେ ତାଲାବନ୍ଦ ଘୋଷଣା କରିବା ପରେ ନିଶ୍ଚୟ ଏହି ଲୋକମାନେ ନିଜନିଜ ଗାଁକୁ ଫେରିବାକୁ ତତ୍ପର ହୋଇଥିବେ। ବିଶେଷକରି ମାର୍ଚ୍ଚ ୨୫ ତାରିଖରୁ ସର୍ବଭାରତୀୟ ତାଲାବନ୍ଦ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରଠୁ ବ୍ୟାକୁଳ ଲୋକମାନେ କୌଣସି ନା କୌଣସି ଉପାୟରେ ଗାଁକୁ ଫେରିବାକୁ ଉଦ୍ୟମ କରିଥିବେ। କିଏ ମାଲ୍‌ ଗାଡ଼ିରେ, କିଏ ମାଛ ଗାଡ଼ିରେ, କିଏ ଡାଲି କି ତେଲ ଗାଡ଼ିରେ ଆସିବାକୁ ଚେଷ୍ଟା କରିଥିବେ। ଏହା ଏକ ସ୍ୱାଭାବିକ ମାନବିକ ପ୍ରତିକ୍ରିୟା। ତେବେ ସେମାନଙ୍କୁ ଓଡ଼ିଶା-ବଙ୍ଗ ସୀମାନ୍ତରେ ଅଟକାଇବାର ଦାୟିତ୍ୱ ଓଡ଼ିଶା ସରକାରଙ୍କର ଥିଲା। ତାଲାବନ୍ଦ ପରେ ପୁଲିସ ଗାଁ ଗାଁ ବୁଲି ଘରେ ଘରେ ତାଟିକବାଟ ପକାଇବାର ପରିସ୍ଥିତି ସୃଷ୍ଟି କଲା କିନ୍ତୁ ଆନ୍ତଃ-ରାଜ୍ୟ ସୀମା ସିଲ୍‌ କରିବାରେ ହେଳା କରାଗଲା। ଯଦି ସୀମାନ୍ତ ଚେକ୍‌ ଗେଟ୍‌ ବା ଅନ୍ୟ ରାସ୍ତାରେ ଉପଯୁକ୍ତ ପୁଲିସ ତନଖି ହେଉଥାନ୍ତା ତେବେ ଏହି ଲୋକମାନେ ନିଶ୍ଚୟ ବାଟରେ ଧରାପଡ଼ିଥାନ୍ତେ ଓ ସେଠାରୁ ଏକାନ୍ତବାସକୁ ଯାଇଥାନ୍ତେ। ସେମାନଙ୍କଠାରୁ ଅଧିକ ଲୋକଙ୍କୁ ସଂକ୍ରମଣର ଆଶଙ୍କା ନଥାନ୍ତା। କିନ୍ତୁ ପୁଲିସ ସେହି ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହନରେ ବିଫଳ ହୋଇଛି। ହୁଏତ ଏହି ଲୋକମାନେ ଦିନରେ ନଆସି ରାତିରେ ଗାଡ଼ିରେ ଲୁଚି ପଳାଇ ଆସିଥିବେ। ତେବେ ରାତିରେ ମଧ୍ୟ ତନଖି କରିବା ପୁଲିସର ହିଁ ଦାୟିତ୍ୱ ଥିଲା। ଏହି କୋହଳ ବ୍ୟବସ୍ଥାର ସୁଯୋଗ ନେଇ ହୁଏତ କୋଲକାତାରୁ ବହୁ ଓଡ଼ିଆ ପଳାଇ ଆସିଛନ୍ତି ଓ ସେମାନଙ୍କ ସହିତ ଓଡ଼ିଶାକୁ ଆମଦାନୀ ହୋଇଆସିଛି କରୋନା ଭୂତାଣୁ। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଯେତେ କରୋନାକ୍ରାନ୍ତ ଚିହ୍ନଟ ହେଲେଣି ସେଥିପାଇଁ ଓଡ଼ିଶା ସରକାରଙ୍କ ଅବହେଳାକୁ ଦାୟୀ କରାଯାଇପାରେ।

ତେବେ, ରାଜ୍ୟ ସରକାର ଜଣେ କରୋନାକ୍ରାନ୍ତଙ୍କ ନାମ ପ୍ରକାଶ କରି ଅନ୍ୟମାନଙ୍କ ନାମ ଗୋପନ ରଖିବାରୁ ସ୍ୱାଭାବିକ ଭାବେ କେତେକ ଲୋକଙ୍କ ମନରେ ଅନ୍ୟ ଏକ ପ୍ରକାର ସନ୍ଦେହ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏହି ସନ୍ଦେହ ହେଉଛି ଦିଲ୍ଲୀ ତବଲିଗ ଜମାତ ସଂପର୍କ। ଫେସ୍‌ବୁକ୍‌ ଓ ଟୁଇଟର ପରି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ମତାମତରୁ ଜଣାପଡ଼ୁଛି କିଛି ଲୋକ ସନ୍ଦେହ କରୁଛନ୍ତି ଯେ ଓଡ଼ିଶାର ଅଧିକାଂଶ କରୋନାକ୍ରାନ୍ତ ତବଲିଗ ଜମାତରେ ଯୋଗଦେଇଥିଲେ। ସେଠାରୁ ସେମାନେ କରୋନାକ୍ରାନ୍ତ ହୋଇ ଫେରିଛନ୍ତି। ଏବେ ସେମାନଙ୍କ ପରୀକ୍ଷାରୁ କରୋନା ଚିହ୍ନଟ ହେଉଥିବାରୁ ସରକାର ସାଂପ୍ରଦାୟିକ ବିଦ୍ୱେଷକୁ ଡରି ନାଁ ପ୍ରକାଶ କରୁନାହାନ୍ତି ଓ ଦିଲ୍ଲୀ ଜାଗାରେ କୋଲକାତା କଥା କୁହାଯାଉଛି।

ଭୁବନେଶ୍ୱର ବମିଖାଲ ଅଞ୍ଚଳର ପ୍ରଥମ କରୋନାକ୍ରାନ୍ତ ତିନି ଭାଇଙ୍କ ବାପା ଭୋପାଳରୁ ଫେରିଥିଲେ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ମାତ୍ର, ପରେ ଦି’ ଭାଇ ତବଲିଗ ଜମାତ ଯାଇଥିଲେ ବୋଲି ଜଣାପଡ଼ିଲା। ବିଜେପିର ଜଣେ ସ୍ଥାନୀୟ ନେତା ସରକାରଙ୍କର ଏପ୍ରକାର ମିଛର ପର୍ଦ୍ଦାଫାସ କରାଇଥିଲେ ଜନମତ ସଂଗଠିତ କରି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଘଟଣାରେ ମଧ୍ୟ ସରକାର ଏହିପରି ମିଥ୍ୟାର ଆଶ୍ରୟ ନେଇଥାଇ ପାରନ୍ତି। ରାଜ୍ୟର ସାଂପ୍ରଦାୟିକ ସଂହତି ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କର ଏହା ଏକ ଉତ୍ତମ ପଦକ୍ଷେପ ହୋଇଥାଇପାରେ। ମାତ୍ର, ଯଦି ସେମାନେ ତାଲାବନ୍ଦ ପରେ କୋଲାକାତାରୁ ଫେରିଥିବା କଥା ସତ ତେବେ ରାଜ୍ୟ ସରକାର ତାଲାବନ୍ଦ ତନଖିରେ ଘୋର ଅବହେଳା କରିଛନ୍ତି ବୋଲି ବୁଝିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story