ଗଣମାଧ୍ୟମର ପତିଆରା ନେଇ ପ୍ରଶ୍ନବାଚୀ

ରବି ଦାସ ଦେଶରେ ଗଣମାଧ୍ୟମଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି। ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ଛଡ଼ା ସାମାଜିକ ଗଣମାଧ୍ୟମ କ୍ଷୀପ୍ର ଗତିରେ ପ୍ରସାର ଲାଭ କରୁଛି। ଏକ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ସଂଖ୍ୟା ବୃଦ୍ଧିକୁ ଯେକେହି ସ୍ୱାଗତ କରିବା କଥା। କିନ୍ତୁ ଗତ କିଛିବର୍ଷ ଭିତରେ ଗଣମାଧ୍ୟମର ପତିଆରା ଓ ବିଶ୍ୱାସନୀୟତା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ପ୍ରସଙ୍ଗ ଉପରେ ଗଣମାଧ୍ୟମଗୁଡ଼ିକ ସେମାନଙ୍କ ଦୃଷ୍ଟିକୋଣରୁ ତଥ୍ୟ ଉପସ୍ଥାପନ କରି ଯେଉଁପରି ବର୍ଣ୍ଣନା ବା […]

media

media

Debendra Prusty
  • Published: Thursday, 24 September 2020
  • Updated: 24 September 2020, 04:25 PM IST

ରବି ଦାସ

ଦେଶରେ ଗଣମାଧ୍ୟମଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି। ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ଛଡ଼ା ସାମାଜିକ ଗଣମାଧ୍ୟମ କ୍ଷୀପ୍ର ଗତିରେ ପ୍ରସାର ଲାଭ କରୁଛି। ଏକ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ସଂଖ୍ୟା ବୃଦ୍ଧିକୁ ଯେକେହି ସ୍ୱାଗତ କରିବା କଥା। କିନ୍ତୁ ଗତ କିଛିବର୍ଷ ଭିତରେ ଗଣମାଧ୍ୟମର ପତିଆରା ଓ ବିଶ୍ୱାସନୀୟତା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ପ୍ରସଙ୍ଗ ଉପରେ ଗଣମାଧ୍ୟମଗୁଡ଼ିକ ସେମାନଙ୍କ ଦୃଷ୍ଟିକୋଣରୁ ତଥ୍ୟ ଉପସ୍ଥାପନ କରି ଯେଉଁପରି ବର୍ଣ୍ଣନା ବା ଉପସ୍ଥାପନା କରୁଛନ୍ତି ସେଗୁଡ଼ିକ ଭିତରୁ ପ୍ରକୃତ ସତ୍ୟ ଆବିଷ୍କାର କରିବା ଅସମ୍ଭବ ହୋଇପଡ଼ିଛି। ସବୁଠାରୁ ଉଦବେଗର କଥା ଯେ, ସାଧାରଣ ରାଜନୈତିକ ଦଳମାନଙ୍କ ପରି ଗଣମାଧ୍ୟମଗୁଡ଼ିକ ବ୍ୟକ୍ତିଗତ ବା ଦଳୀୟ ସ୍ୱାର୍ଥ ଦ୍ୱାରା ଅତ୍ୟଧିକ ପରିଚାଳିତ ହେଉଥିବାରୁ ପରସ୍ପର ବିରୋଧରେ ସମ୍ବାଦ ପରିବେଷଣ କରୁଛନ୍ତି। ଯେଉଁ କାରଣରୁ ରାଜନୈତିକ ଦଳ ଓ ବ୍ୟକ୍ତିମାନଙ୍କର ପତିଆରା ନଷ୍ଟ ହେଉଛି ତାହାକୁ ଗଣମାଧ୍ୟମଗୁଡ଼ିକ ଭଲଭାବେ ଜାଣିସୁଦ୍ଧା ସେହିପରି ଆଚରଣ ପ୍ରଦର୍ଶନ କରୁଛନ୍ତି।

ଛାପା ଗଣମାଧ୍ୟମ ଉପରେ ସମ୍ପାଦକ ଓ ମାଲିକମାନଙ୍କର ଯେଉଁ ନିୟନ୍ତ୍ରଣ ରହିଥିଲା ସେଥିରେ ଅଧିକାଂଶ ସାମ୍ବାଦିକ ବିଶେଷ ପ୍ରଭାବିତ ହେଉନଥିଲେ। ସାମ୍ବାଦିକତାର ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ପରି ନିଷ୍ପତି ସଂପାଦକ ବା ମାଲିକମାନେ ନେବାକୁ ସାହସ କରୁନଥିଲେ। ସମ୍ପାଦକ ଜରିଆରେ ମାଲିକମାନେ ସେମାନଙ୍କର ନୀତି ନିୟନ୍ତ୍ରଣରେ ଭୂମିକା ନେଉଥିଲେ ମଧ୍ୟ ସାମ୍ବାଦିକମାନଙ୍କୁ ସିଧାସଳଖ ଚାପ ପକାଇବା ପାଇଁ କାର୍ଯ୍ୟ କରୁନଥିଲେ। ଯଦିଓ ସମ୍ବାଦପତ୍ର ପ୍ରକାଶନ ଏକ ବ୍ୟବସାୟିକ ବ୍ୟବସ୍ଥା ଓ ବ୍ୟବସାୟିକ ସ୍ୱାର୍ଥ ପାଇଁ କିଛି ବୁଝାମଣା କରାଯାଉଥିଲେ ମଧ୍ୟ ସାମ୍ବାଦିକତାର ମୌଳିକ ଧର୍ମ ନଷ୍ଟ ନକରି ଗଣମାଧ୍ୟମର ପ୍ରସାର କରାଯାଉଥିଲା। ଯେହେତୁ ଛାପା ଗଣମାଧ୍ୟମରେ ପ୍ରକୃତ ଉତ୍ପାଦନ ମୂଲ୍ୟଠାରୁ କାଗଜର ଦାମ ପାଠକମାନଙ୍କ ସ୍ୱାର୍ଥ ପାଇଁ ଯଥେଷ୍ଟ କମ୍ ରଖାଯାଏ। ବାସ୍ତବରେ କାଗଜ ମୂଲ୍ୟର ପ୍ରକୃତ ଅର୍ଥ ବିଜ୍ଞାପନ ସୂତ୍ରରୁ ହିଁ ମିଳିଥାଏ। ଏଣୁ ଏହି ବିଜ୍ଞାପନ ହାସଲ ପାଇଁ ଗଣମାଧ୍ୟମ ସାଲିସ କରିବା ଜଣାଥିଲା। ପୂର୍ବରୁ କିନ୍ତୁ ସରକାରୀ ସଂସ୍ଥା ବା ସରକାରୀ ବିଜ୍ଞାପନ, ସରକାରୀ ଉଦ୍ୟୋଗ ବିଜ୍ଞାପନ ଗୋଟିଏ ନୀତି ଉପରେ ପର୍ଯ୍ୟବେସିତ ହୋଇ ପ୍ରଦାନ କରାଯାଉଥିଲା। ଯିଏ କ୍ଷମତାରେ ଥାଆନ୍ତୁ ନା କାହିଁକି ନୀତି ଆଧାର ଉପରେ ବିଜ୍ଞାପନ ଦିଆଯାଉଥିଲା। ଅଧିକ ପ୍ରସାରିତ ଗଣମାଧ୍ୟମ ପାଇଁ ବିଜ୍ଞାପନ ଦର ଅଧିକ ହେଉଥିଲେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରମାନେ ସରକାରୀ ଓ ସରକାରୀ ଉଦ୍ୟୋଗ ବିଜ୍ଞାପନ ପାଇବା ପାଇଁ ନୀତିରେ ବ୍ୟବସ୍ଥା ହେଉଥିଲା।

ଦେଶରେ ମୁକ୍ତ ଅର୍ଥନୀତିର ବ୍ୟବସ୍ଥା ଓ ଘରୋଇ ଉଦ୍ୟୋଗର ପ୍ରସାର ସହିତ ଲୋକମାନଙ୍କର ଖାଉଟି ଚାହିଦା ବଢ଼ିବା ପରେ ଏହିସବୁ ସଂସ୍ଥାମାନେ ପ୍ରସାରଣ ଅନୁସାରେ ବିଜ୍ଞାପନ ଦେଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ରହିବା ବାଧ୍ୟତାମୂଳକ ନୁହେଁ। ଗତ କିଛିବର୍ଷ ହେଲା ସରକାରୀ ଓ ସରକାରୀ ଉଦ୍ୟୋଗ ବିଜ୍ଞାପନ ସରକାରଙ୍କୁ ସମର୍ଥନ କରୁଥିବା ଗଣମାଧ୍ୟମକୁ ମିଳିବା ଓ ସରକାରଙ୍କୁ ବିରୋଧ କରୁଥିବା ଗଣମାଧ୍ୟମର ବିଜ୍ଞାପନ କମାଇଦେବାର ନିଷ୍ପତିମାନ ଅତି ଖୋଲାଖୋଲି ଭାବେ କରାଯାଉଛି। ବୈଦ୍ୟୁତିକ ଗଣମାଧ୍ୟମରେ ସମସ୍ତ ଖର୍ଚ୍ଚ ପ୍ରାୟ ବିଜ୍ଞାପନ ସୂତ୍ରରୁ ଆଦାୟ କରାଯାଉଛି। ସରକାରୀ ସଂସ୍ଥାମାନେ ଛାପା ଗଣମାଧ୍ୟମ ପରି ବୈଦ୍ୟୁତିକ ଗଣମାଧ୍ୟମରେ ସେମାନଙ୍କ ସମର୍ଥକମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା ସମୟରେ ଘରୋଇ ବିଜ୍ଞାପନଗୁଡ଼ିକ ଟିଆରପି ଆଧାରରେ ଦିଆଯାଉଛି। ଅବଶ୍ୟ ଅନେକ ଘରୋଇ ଉଦ୍ୟୋଗଗୁଡ଼ିକରେ ମଧ୍ୟ ଦଳୀୟ ଦୃଷ୍ଟିଭଙ୍ଗୀ ଅଛି। ସେମାନେ ସରକାରୀ ବିରୋଧୀ ଗଣମାଧ୍ୟମକୁ ଅଧିକ ସହାୟତା କରି ଅସୁବିଧାରେ ପଡ଼ିବାକୁ ଚାହାନ୍ତି ନାହିଁ। ଏହି ଟିଆରପି ଚକ୍କରରେ ବୈଦ୍ୟୁତିକ ଗଣମାଧ୍ୟମମାନେ ଅନେକ ସମୟରେ ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ତଥ୍ୟ ଓ ସତ୍ୟ ଅପେକ୍ଷା ଡ୍ରାମା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେମାନେ ତଥ୍ୟର କଥା କହୁଛନ୍ତି, କିନ୍ତୁ ତଥ୍ୟ ଓ ସତ୍ୟ ଭିତରେ ଥିବା ତାରତମ୍ୟକୁ ଜାଣିଶୁଣି ଏଡ଼ାଇ ଯାଉଛନ୍ତି।

ବୈଦ୍ୟୁତିକ ଗଣମାଧ୍ୟମର ଟିଆରପି ଚକ୍କର ଛଡ଼ା ରାଜନୈତିକ ଓ ବ୍ୟକ୍ତିଗତ ବିଚାର ଯେଉଁଠାରେ ପ୍ରାଧାନ୍ୟ ଲାଭ କରୁଛି ସେଠାରେ ଏଗୁଡ଼ିକ ପରସ୍ପର ବିରୋଧରେ କାମ ଆରମ୍ଭ କରିଦେଉଛନ୍ତି। ଯେପରି ଓଡ଼ିଶା ପରି ବହୁ ରାଜ୍ୟରେ ଛାପା ଗଣମାଧ୍ୟମ ଭିତରେ ରାଜନୈତିକ ସ୍ୱାର୍ଥ ରହିଥିଲା ଏବେ ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ବ୍ୟବସାୟିକ ସ୍ୱାର୍ଥ ଅଧିକ ପ୍ରାଧାନ୍ୟ ଲାଭ କରୁଛି। ଗୋଟିଏ ଗଣମାଧ୍ୟମ ଅନ୍ୟ ଗଣମାଧ୍ୟମର ବ୍ୟବସାୟିକ ସ୍ୱାର୍ଥକୁ ହାନୀ କରିବାର ଯଦି ଉଦ୍ୟମ କରୁଛି ତେବେ ସଂପୃକ୍ତ ଗଣମାଧ୍ୟମଟି ଅନ୍ୟ ଗଣମାଧ୍ୟମର ବ୍ୟବସାୟିକ ସ୍ୱାର୍ଥକୁ ନଷ୍ଟ କରିବା ପାଇଁ କାହାଣୀ ଉପସ୍ଥାପିତ କରୁଛି। ବୈଦ୍ୟୁତିକ ଗଣମାଧ୍ୟମରେ ଯଦି କୌଣସି ପ୍ରକାର ଭିଜୁଆଲ ମିଳିଗଲା ତେବେ ନିଜେ ଚାହୁଁଥିବା ଲକ୍ଷ୍ୟ ଅନୁସାରେ ବର୍ଣ୍ଣନା ଉପସ୍ଥାପନା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଏମାନଙ୍କର ପରସ୍ପର ବିରୋଧୀ ବ୍ୟବସାୟିକ ସ୍ୱାର୍ଥ ଲଢ଼େଇରେ ଦର୍ଶକମାନଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ଚାଲୁଛି। ଏଥିରେ କିଏ କେତେବାଟ ସଫଳ ହେବ ତାହା ଭିନ୍ନ କଥା। କିନ୍ତୁ ସାଧାରଣ ସଚେତନ ଲୋକଙ୍କ ନିକଟରେ ଏମାନଙ୍କ ପତିଆରା ନଷ୍ଟ ହେବାରେ ଏହା ଏକ ମାଧ୍ୟମ ହୋଇଛି। ଦର୍ଶକମାନେ ବା ପାଠକମାନେ କ’ଣ ଚାହୁଁଛନ୍ତି ବା ତାହା ଜାଣିବା ପାଇଁ କୌଣସି ଉଦ୍ୟମ କରାଯାଉନାହିଁ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଛାପା ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ପ୍ରବଳ ମତ ପ୍ରକାଶ ପାଉଛି। ଯଦିଓ ସାମାଜିକ ଗଣମାଧ୍ୟମଗୁଡ଼ିକ ମଧ୍ୟ ଲଗାମଛଡ଼ା ଭାବରେ କାର୍ଯ୍ୟ କରୁଥିବା ବହୁ ଅଭିଯୋଗ ଆସୁଛି। ଏପରିକି ଫେସବୁକ୍ ଓ ଟ୍ୱିଟର ପ୍ରଭୃତି ପ୍ଲାଟଫର୍ମଗୁଡ଼ିକ ବିରୋଧରେ ଅଭିଯୋଗ ପାର୍ଲାମେଂଟ ଓ ବିଧାନସଭାରେ ମଧ୍ୟ ଆଲୋଚିତ ହେଉଛି।

ନିକଟରେ ସୁଦର୍ଶନ ଟିଭିର ଏକ ପ୍ରସାର ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇ ଯେଉଁ ନିଷ୍ପତି ନେଇଛନ୍ତି ତାହା ଗଣମାଧ୍ୟମଗୁଡ଼ିକ ଉପରେ ବା ଅଭିମତ ସ୍ୱାଧୀନତା ଉପରେ ହସ୍ତକ୍ଷେପ ବୋଲି କୁହାଯାଇ ପ୍ରଥମେ ସୁପ୍ରିମକୋର୍ଟ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁ ବୋଲି ପ୍ରସ୍ତାବ ଦିଆଯାଇଛି। ବାସ୍ତବରେ ଦେଖିବାକୁ ଗଲେ ଛାପା ଗଣମାଧ୍ୟମ ଓ ବୈଦ୍ୟତିକ ଗଣମାଧ୍ୟମ ତୁଳନାରେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇଟି ଆଇନ ରହିଛି। ଅପରପକ୍ଷରେ ଛାପା ଗଣମାଧ୍ୟମ ବା ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ବିରୋଧରେ ଯେପରି ମାନହାନୀ ମୋକଦ୍ଦମା ବା ପିଙ୍ଗଳ କୋଡ଼ର ଅନ୍ୟ ଧାରାରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ତାହା ମଧ୍ୟ ସାମାଜିକ ଗଣମାଧ୍ୟମ ବିରୋଧରେ ହୋଇପାରିବ। କିନ୍ତୁ ଏହା କେହି ଅସ୍ୱୀକାର କରିବେ ନାହିଁ ଯେ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ପରି ସାମାଜିକ ଗଣମାଧ୍ୟମ କେତେକ କ୍ଷେତ୍ରରେ ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିଯୁକ୍ତ କରି ନିଜର ବା ଦଳର ପ୍ରଚାର ସହିତ ଅନ୍ୟମାନଙ୍କ ବିରୋଧରେ କୁତ୍ସା ରଟନା କରାଯାଉଛି। ଘୃଣାଭାବର ଯେଉଁ ବାତାବରଣ ସୃଷ୍ଟି ହୋଇଛି ସେଥିରେ ବୈଦ୍ୟୁତିକ ଗଣମାଧ୍ୟମ ପରି ସାମାଜିକ ଗଣମାଧ୍ୟମମାନେ ମଧ୍ୟ କିଛି ଭୂମିକା ନେଇଛନ୍ତି। ଯେହେତୁ ସାମାଜିକ ଗଣମାଧ୍ୟମ ଅଭିମତ ସ୍ୱାଧୀନତାର ଏକ ମୁଖ୍ୟ ଅସ୍ତ୍ର ଓ ନିଜ ବିରୋଧରେ ଯେକୌଣସି ମିଥ୍ୟା ପ୍ରଚାରର ଜବାବ ଦେବା ପାଇଁ ଯଥେଷ୍ଟ ସୁଯୋଗ ରହିଛି ସେହି ଦୃଷ୍ଟିରୁ ଅନ୍ୟ ଗଣମାଧ୍ୟମଗୁଡ଼ିକ ପତିଆରା ଶୂନ୍ୟ ହେଉଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମ ଅଧିକ ପ୍ରଭାବଶାଳୀ ହେଉଛି।

ସ୍ୱାଧୀନ ଗଣମାଧ୍ୟମ ବିନା ଗଣତନ୍ତ୍ରର କୌଣସି ଅର୍ଥ ନାହିଁ। ଜରୁରୀ ପରିସ୍ଥିତି ସମୟରେ ଏହାକୁ କ୍ଷୁଣ୍ଣ କରାଯାଇଥିବାରୁ ଦେଶର ଜନସାଧାରଣ ୧୯୭୭ରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିଦେଇଥିଲେ। କିନ୍ତୁ ବର୍ତମାନ ସମ୍ବାଦପତ୍ର ସ୍ୱାଧୀନତାକୁ ସିଧାସଳଖ ଭାବରେ କ୍ଷୁଣ୍ଣ କରାନଯାଇ ଏପରି ଭାବରେ କରାଯାଉଛି ଯେଉଁଠାରେ ଗଣମାଧ୍ୟମ ସ୍ୱାଧୀନତା ଆପେ ଆପେ ଚାଲିଯାଉଛି। ଯେଉଁମାନେ ସଂପୂର୍ଣ୍ଣ ସ୍ୱାଧୀନ ଭାବରେ ସାମ୍ବାଦିକତା କରୁଛନ୍ତି ସେମାନେ ବିଭିନ୍ନ ଭାବରେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ସାରା ବିଶ୍ୱରେ ସମ୍ବାଦପତ୍ର ସ୍ୱାଧୀନତା ସଂପର୍କୀୟ ଏକ ହିସାବରେ ଭାରତର ସ୍ଥାନ ବିଶ୍ୱରେ ୧୪୨ ସ୍ଥାନରେ ରହିଛି। ଶ୍ରୀଲଙ୍କା ଓ ଏପରିକି ପାକିସ୍ତାନ ଭାରତଠାରୁ ଆଗର ରହିଛି। ଗଣମାଧ୍ୟମର ପତିଆରା ହରାଇବା ଦିଗରେ ଯେଉଁ ଗଣମାଧ୍ୟମମାନେ ଜାଣତରେ ବା ଅଜାଣତରେ କାର୍ଯ୍ୟ କରୁଛନ୍ତି ସେମାନେ ସମ୍ବାଦପତ୍ର ସ୍ୱାଧୀନତା କ୍ଷୁଣ୍ଣ ପାଇଁ ପଥ ପରିଷ୍କାର କରୁଛନ୍ତି। ଭାରତର ଆନ୍ତର୍ଜାତିକ ସ୍ତରରେ ସମ୍ବାଦପତ୍ର ସ୍ୱାଧୀନତା କ୍ଷେତ୍ରରେ ସ୍ଥାନ ଏତେ ପଛରେ ହୋଇଥିଲେ ମଧ୍ୟ ଭାରତର ଗଣମାଧ୍ୟମଗୁଡ଼ିକରେ ଏଥିପାଇଁ କୌଣସି ବିତର୍କ ବା ଆଲୋଚନା କରାଯାଉନାହିଁ। ଗଣମାଧ୍ୟମ ପତିଆରା ହରାଇଲେ ଗଣମାଧ୍ୟମ ସ୍ୱାଧୀନତା ଲୋପ କରିବା ପାଇଁ ସରକାରଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story