ପରିବର୍ଦ୍ଧିତ ଏନଡିଏ ଓ ୨୦୨୪ ନିର୍ବାଚନ

ଆଗାମୀ ସାଧାରଣ ନିର୍ବାଚନ ବିଧି ମୁତାବକ ୨୦୨୪ରେ ଅନୁଷ୍ଠିତ ହେବାର କଥା। ମାତ୍ର, ଏହା ଆଗୁଆ ଅର୍ଥାତ୍‍ ୨୦୨୩ ଶେଷ ହେବା ପୂର୍ବରୁ ହୋଇଯିବାର କଳ୍ପନା ଜଳ୍ପନା ଚାଲିଛି। ତେବେ ଚଳିତ ବର୍ଷ ପ୍ରବଳ ବର୍ଷା ଓ ବନ୍ୟାରେ ଗୁଜୁରାଟ, ମହାରାଷ୍ଟ୍ର ସମେତ ଉତ୍ତର ଭାରତର ଏକ ବଡ଼ ଅଂଶରେ ବିପୁଳ କ୍ଷୟକ୍ଷତି ଘଟିଛି। ସେ ସବୁର ପୁନରୁଉଦ୍ଧାର କାର୍ଯ୍ୟ ହେତୁ ଏହି ଆଗୁଆ ନିର୍ବାଚନ ସମ୍ଭାବନା ବିଚାର କମି ଯାଇଛି।

Expanded NDA

Expanded NDA

Debendra Prusty
  • Published: Thursday, 27 July 2023
  • Updated: 27 July 2023, 01:57 PM IST

News Highlights

  • ୨୦୨୪ ନିର୍ବାଚନ ପୂର୍ବରୁ ଉପାର ସ୍ଥାନ ନେଇଛି ଇଣ୍ଡିଆ। ବଢ଼ିଛି ଏନଡିଏର କଳେବର।
  • ୧୯୮୯ରୁ ଭାରତରେ ଆରମ୍ଭ ହୋଇଥିବା ମେଣ୍ଟ ରାଜନୀତି ୨୦୨୪ ନିର୍ବାଚନରେ କେଉଁ ମୋଡ଼ ନେବ ଦେଖିବା କଥା।

ତଥାପି ଦେଶରେ ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସନରେ ଥିବା ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟରେ ଥିବା ଅନେକ ଗୁଡ଼ିଏ ଟୁକୁଡ଼ା ଟୁକୁଡ଼ା ଗୋଷ୍ଠୀ ଓ ଆଞ୍ଚଳିକ ଦଳକୁ ଏକାଠି କରି ୨୫ ବର୍ଷର ପୁରୁଣା ଗଠବନ୍ଧନ ଏନଡିଏର କଳେବର ବୃଦ୍ଧି କରିବାରେ ଲାଗିଛି। ଏପରି ଗଠବନ୍ଧନ ତରବରିଆ ଭାବେ ଯୋଗାଡ଼ କରିବା ପାଇଁ ଦଳ ତରବର ହେବାର କାରଣ ହେଉଛି ଜୁଲାଇ ୧୮ ତାରିଖରେ ବାଙ୍ଗାଲୋରଠାରେ ଦେଶର ଅନେକ ରାଜନୈତିକ ଦଳ ଏକଜୁଟ୍‍ ହୋଇ ଗୋଟିଏ ନୂଆ ଗଠବନ୍ଧନ ସୃଷ୍ଟିକଲେ। ଏହି ଗଠବନ୍ଧନରେ ଦେଶର ପ୍ରମୁଖ ୨୬ଟି ଦଳ ସାମିଲ ହୋଇ ଏହାର ନାମ ଇଣ୍ଡିଆ ରଖିଲେ। ଏଥିରେ ୨୦୧୪ରୁ କ୍ରମାଗତ ୨ ଥର କେନ୍ଦ୍ର ଶାସନ ଦଖଲ କରିଥିବା ଏନଡିଏ ଭିତରେ ଭୟ ସଂଚାର ହେଲା। ପରିବର୍ଦ୍ଧିତ ଏନଡିଏରେ ଛୋଟ ବଡ଼ ଅନ୍ୟ କିଛି ଗୋଷ୍ଠୀ ବିଶେଷତଃ ଶରତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ବାହାରି ଆସିଥିବା ଅଜିତ୍‍ ଗୋଷ୍ଠୀ, ଶିବସେନାରୁ ବାହାରି ଆସିଥିବା ସିନ୍ଦେ ଗୋଷ୍ଠୀ ସମେତ ଅନେକ ଛୋଟ ଛୋଟ ଆଞ୍ଚଳିକ ଦଳ ଓ ଗଠବନ୍ଧନରୁ ଅଲଗା ହୋଇ ପୁନଶ୍ଚ ଲେଉଟିଥିବା ପଞ୍ଜାବରେ ଅକାଳୀ ଦଳ ଉତ୍ତର ପ୍ରଦେଶର ଭାରତୀୟ ସମାଜ ପାର୍ଟିର ଓମ୍‍ ପ୍ରକାଶ ରାରାଉର, ବିହାରର ପଶୱାନଙ୍କ ପୁତ୍ର ଚିରାଗ ପାଶୱାନ ଓ ଉତ୍ତର ପ୍ରଦେଶର ସୁହେଲ ଦେବଙ୍କ ହାତ ଧରିଛି। ମୋଟାମୋଟି ଭାବେ ଏନଡିଏର ପରିବର୍ଦ୍ଧିତ ଗଠବନ୍ଧନରେ ୩୮ଟି ଦଳ ଏବେ ଯୋଗ ଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଜୁଲାଇ ୧୮ ତାରିଖର ବେଠକକୁ ୪୩ ଛୋଟ ଛୋଟ ଦଳଙ୍କୁ ନିମନ୍ତ୍ରଣ କରିଥିଲା, ସେଥିରୁ ପାଞ୍ଚଦଳ ଆସି ନଥିଲେ। ଏଥିରେ ଯୋଗ ଦେଇଥିବା ଏପରି ୨୫ ଦଳ ଅଛନ୍ତି, ଯାହାଙ୍କ ପାଖରେ ଗୋଟିଏ ହେଲେ ବି ଲୋକସଭା ବା ବିଧାନସଭା ଆସନ ନାହିଁ। ତେବେ ଏହା ମଧ୍ୟ ସତ୍ୟ ଯେ ଏନଡିଏକୁ ଚାଲେଞ୍ଜ ଦେବାକୁ ଗଠିତ ‘ଇଣ୍ଡିଆ’ ପାଖରେ ଥିବା କିଛି ଦଳଙ୍କର ଗୋଟିଏ ହେଲେ ଲୋକସଭା ଆସନ ଜିତିବାର କ୍ଷମତା ନାହିଁ।

ସ୍ମରଣ ଥାଉକି ଦେଶରେ ଗଠବନ୍ଧନ ସରକାର ଗଢ଼ିବାର ପରମ୍ପରା ଅତି ପୁରୁଣା। ୧୯୮୯ରେ କଂଗ୍ରେସରୁ ଅଲଗା ହୋଇ ଗୋଟିଏ ଗୋଷ୍ଠୀ ଭି. ପି. ସିଂହଙ୍କ ନେତୃତ୍ୱରେ ଜନମୋର୍ଚ୍ଚା ଗଠନ କରିଥିଲେ ଓ ଶେଷରେ ପୂର୍ବରୁ କଂଗ୍ରେସରୁ ଅଲଗା ହୋଇଥିବା ଗୋଷ୍ଠୀର ନେତା ଚନ୍ଦ୍ରଶେଖରଙ୍କ ନେତୃତ୍ୱାଧୀନ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେହି ସମୟରେ ଏକ ମେଣ୍ଟ ଗଠନ କରି କଂଗ୍ରେସ ଭିନ୍ନ କିଛି ପରସ୍ପର ଭିତରେ ମତ ସାମଞ୍ଜସ୍ୟ ନଥିବା ବା ଆଦର୍ଶଗତ ବିଭେଦ ଥିବା ଦଳମାନଙ୍କର ଗଠବନ୍ଧନ କରି ସରକାର ଗଠନ କଲେ। ଏହି ମେଣ୍ଟରେ ଅସ୍ଥିରତା ଦେଖାଦେବାରୁ ପୁନଶ୍ଚ କଂଗ୍ରେସ କ୍ଷମତାକୁ ଆସିଲା। ଶ୍ରୀ ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସଂଖ୍ୟାଲଘୁ ହେଲେ ମଧ୍ୟ ଅନ୍ୟମାନଙ୍କ ସାହାଯ୍ୟରେ ସରକାର ଚଳାଇଲେ।

କଂଗ୍ରେସକୁ ବିରୋଧ କରିବାକୁ ଯାଇ ଭାରତୀୟ ଜନତା ପାର୍ଟି କଂଗ୍ରେସ-ବିରୋଧି ଅନେକ ଦଳଙ୍କୁ ଏକଜୁଟ କରି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ଗଠନ କରିଥିଲେ। କଂଗ୍ରେସ ବିରୋଧି ଭୋଟକୁ ଏକଜୁଟ କରି ରଖିବା ଅଭିପ୍ରାୟରେ ଦେଶର ୨୯ ଗୋଟି ରାଜ୍ୟ ତଥା ଆଞ୍ଚଳିକ ଦଳ ଏହି ଗଠବନ୍ଧନରେ ରହି ଦୁଇଗୋଟି ସାଧାରଣ ନିର୍ବାଚନ ୧୯୯୮ ଓ ୧୯୯୯ରେ ଲଢ଼ିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏହି ଗଠବନ୍ଧନ ୧୯୯୯ରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ଶାସନ ଭାର ଗ୍ରହଣ କରିଥିଲେ। ଏହି ମେଣ୍ଟ ସରକାର ପାଇଁ ସହଯୋଗୀ ବିଜୁ ଜନତା ଦଳ, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ସଂଯୁକ୍ତ ଜନତା ଦଳ ଓ ଶିବସେନାର ସମର୍ଥନ ଅତ୍ୟନ୍ତ ଜରୁରୀ ଥିଲା ଓ ଏହି ଦଳଗୁଡ଼ିକ ଯୋଗୁଁ ଏହି ସରକାର ଭାରତୀୟ ଜନତା ପାର୍ଟିର ସମସ୍ତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରୁ ନଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଯଦିଓ ତାଙ୍କର ଦଳର ଆଦର୍ଶଗତ ଗୁରୁ ଆରଏସ୍ଏସ୍‍ ସହିତ ଥିଲେ କିନ୍ତୁ ଜଣେ ରାଷ୍ଟ୍ର ନାୟକ ଥିବାରୁ ସଂକୀର୍ଣ୍ଣତାଠାରୁ ବହୁ ଦୂରରେ ଥିଲେ। ସେଥିପାଇଁ କଠୋରପନ୍ଥୀ ମୌଳବାଦୀଙ୍କ ସହ ତାଙ୍କର ଅନେକ ସମୟରେ ମତଭେଦ ହେଉଥିଲା। କୁହାଯାଏ ଗୁଜରାଟରେ ଏକ ଦଙ୍ଗା ପରେ ସେ ଇସ୍ତଫା ଦେଇଥିଲେ ଓ ଅନେକ ବୁଝାସୁଝା ପରେ ପୁନଶ୍ଚ ଶାସନରେ ଥିଲେ। ହେଲେ ସେ ବେଶୀ ଦିନ ଶାସନରେ ରହି ପାରିଲେ ନାହିଁ।

ପରବର୍ତ୍ତୀ ନିର୍ବାଚନ (୨୦୦୪)ରେ ଦେଶରେ ଅନେକ ଭଲକାମ ସତ୍ତ୍ୱେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଏକଥା ମଧ୍ୟ ସ୍ମରଣ ରଖିବା ଉଚିତ୍‍ ଯେ ୨୦୦୪ ବେଳକୁ ଏନଡିଏ ଗଠବନ୍ଧନରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଚାଲି ଯାଇଥିଲା। ୨୯ଟି ଦଳକୁ ନେଇ ଗଢ଼ା ଯାଇଥିବା ଗଠବନ୍ଧନ ଶେଷ ବେଳକୁ ୨୬ ସଂଖ୍ୟାକୁ କମି ଆସିଥିଲା। ଏହି ଗଠବନ୍ଧନ କଂଗ୍ରେସ ବିରୋଧୀ ଅଣ କମ୍ୟୁନିଷ୍ଟମାନଙ୍କର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କଂଗ୍ରେସ ଏହାର ସୁଯୋଗ ନେଇ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ମେଣ୍ଟ ଗଠନ କରିନେଲା। ଏହି ମେଣ୍ଟ ୨୦୦୪ ମସିହାରେ ସରକାରକୁ ଆସିଲା ଏବଂ ଏହାର ପ୍ରଧାନମନ୍ତ୍ରୀ ହେଲେ ଡକ୍ଟର ମନମୋହନ ସିଂହ। ଏହି ମେଣ୍ଟ ମଧ୍ୟ ୨୦୦୯ ମସିହାରେ ପୁନଶ୍ଚ କେନ୍ଦ୍ର ଶାସନ ଦଖଲ କଲା। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରର ଲଗାତର ବିଜୟ ଏବଂ ଏନଡିଏର ପରାଜୟ ଦେଖି ଅନେକ ରାଜ୍ୟ ଦଳ ଏନଡିଏ ହାତ ଛାଡ଼ିଦେଇ ନିଜକୁ ସମଦୂରତାରେ ରଖିବା କଥା ଘୋଷଣା କଲେ। ସେହି ଦଳମାନଙ୍କ ମଧ୍ୟରେ ମୁଖ୍ୟତଃ ଓଡ଼ିଶାର ବିଜୁ ଜନତା ଦଳ ଥିଲା। ବିଜୁ ଜନତା ଦଳ ୨୦୦୯ରେ ଭାଜପାର ହାତଛାଡ଼ି ଅଲଗା ହୋଇଗଲା ଓ ରାଜ୍ୟର ଅନ୍ୟକିଛି ଦଳ ଏନ୍‍ସିପି ଓ କମ୍ୟୁନିଷ୍ଟମାନଙ୍କ ସହିତ ସିଟ୍‍ ବଣ୍ଟନ କରି ନିର୍ବାଚନ ରଣାଙ୍ଗନକୁ ଗଲା। ଏଥିରେ ସଫଳତା ପାଇବାରୁ ଦଳ ଏହି ସମାନ ଦୂରତାର ତତ୍ତ୍ୱ ବାରମ୍ବାର ଦୋହରାଇଲା।

୨୦୧୪ ନିର୍ବାଚନ ପୂର୍ବରୁ ଉପା ମେଣ୍ଟରେ ଫାଟ ଦେଖାଦେଲା। ବାମପନ୍ଥୀ ଦଳମାନଙ୍କର ଜିଦ୍‍ ହେତୁ କିଛି ପ୍ରମୁଖ ଦଳ ମେଣ୍ଟରୁ ଦୂରେଇ ଗଲେ ମଧ୍ୟ ସରକାର ଶେଷ ପର୍ଯ୍ୟନ୍ତ ଚାଲୁ ରହିଥିଲା। ତେବେ ଗଠବନ୍ଧନରେ ଫାଙ୍କ ଓ କଂଗ୍ରେସ ଦଳର ଦୁର୍ବଳତାକୁ ସାମନାରେ ରଖି ଭାରତୀୟ ଜନତା ପାର୍ଟି ନେତୃତ୍ୱଧୀନ ଏନ୍‍ଡିଏ ମନମୋହନ ସିଂହ ସରକାର ବିରୁଦ୍ଧରେ ଅନେକ ଦୁର୍ନୀତିର ଅଭିଯୋଗ ଆଣିଲେ। ଏହି ଅଭିଯୋଗ ଆଣିବାରେ ତତ୍‍କାଳୀନ ସିଏଜି ପ୍ରମୁଖ ଭୂମିକା ନେଇଥିଲେ। ଯିଏକି ପରବର୍ତ୍ତୀ କାଳରେ ଅବସର ନେବା ପରେ ଏନ୍‍ଡିଏ ସରକାର ଦ୍ୱାରା ପୁରସ୍କୃତ ହୋଇଥିଲେ। ଦୁର୍ନୀତିର ମୂଳ ଉତ୍ପାଟନ ଦେଶ ବାହାରେ ଗଚ୍ଛିତ ଥିବା ଅନେକ ଭାରତୀୟ ଅର୍ଥ ଫେରାଇ ଆଣିବାର ପ୍ରତିଶ୍ରୁତି, ଦେଶରେ ବୃଦ୍ଧି ପାଇଥିବା ଦରଦାମ୍‍ ଓ ବେକାରୀ ରୋକିବା ଆଦି ଅନେକ ପ୍ରତିଶ୍ରୁତି ଦେଇ ୨୦୧୪ ମସିହାରେ ଭାଜପା ନେତୃତ୍ୱାଧୀନ ଏନ୍‍ଡିଏ କେନ୍ଦ୍ର ଶାସନ ଦଖଲ କଲା। ଏହି ସମୟରେ ଗଠବନ୍ଧନରେ ଭାଜପା ବଡ଼ ମଜବୁତ୍‍ ନଥିଲା ଏବଂ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠ ଦଳ ନଥିଲା।

୨୦୧୪ରୁ ୨୦୧୯ ମଧ୍ୟରେ ବିମୁଦ୍ରାକରଣ ପରି କଠୋର ନିଷ୍ପତ୍ତି ସତ୍ତ୍ୱେ ଧର୍ମୀୟ ଭାବାବେଗ ଓ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ଆଦି କୌଶଳ ଭିତ୍ତିରେ ୨୦୧୯ରେ ଭାଜପା ଲୋକସଭାରେ ଅଧିକ ସିଟ୍‍ ହାତେଇଲା। ଏନ୍‍ଡିଏ ସଂସଦରେ ଦୁଇ ତୃତୀୟାଂଶ ଆସନ ଦଖଲ କଲା। ଏହି ଅବସ୍ଥାକୁ ଆସିବା ପରେ ଭାଜପା ବେଧଡ଼କ ଭାବେ ତାର ସମସ୍ତ କାର୍ଯ୍ୟ କରିଚାଲିଲା। ଆର୍‍ଏସ୍‍ଏସ୍‍ ବିଚାରର ପ୍ରଭାବରେ ତା’ର ଇଚ୍ଛା ପୂରଣ କରିବା ସହଜ ହେଲା। ହେଲେ ଯାହାସବୁ ପୂର୍ବ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟକାରୀ ହେଲାନାହିଁ। ବରଂ ବେକାରୀ ବଢ଼ିଲା, ଦରଦାମ୍‍ ବଢ଼ିଲା। ଦେଶର କଳାଟଙ୍କା ଉଦ୍ଧାର ହେଲା ନାହିଁ। ବରଂ ରାଜନୈତିକ ଦଳମାନଙ୍କୁ ଭୟଭୀତ କରିବାର ପ୍ରକ୍ରିୟା ବୃଦ୍ଧି ପାଇଲା। ଅଳ୍ପକିଛି ବ୍ୟବସାୟୀ ପ୍ରଚୁର ଅର୍ଥର ମାଲିକ ହେଲେ। ଦେଶାନ୍ତର ହୋଇ ବିଦେଶରେ ରହି ବେପାର ବଢ଼ାଇଲେ। ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧିପାଇବା ସାଙ୍ଗକୁ ଦେଶ କଂଗ୍ରେସ ମୁକ୍ତ ହେବା ପରିବର୍ତ୍ତେ ଭାରଜପା କଂଗ୍ରେସଯୁକ୍ତ ହେବାର ଦେଖାଗଲା। ଏଥିରେ ଉତ୍ସାହିତ ହୋଇ ଭାଜପା ଓ ଆରଏସ୍‍ଏସ୍‍ ବିରୋଧି ରାଜନୀତିକ ଶକ୍ତିମାନେ ବାଙ୍ଗାଲୋରଠାରେ ‘ଇଣ୍ଡିଆ’ ଗଠବନ୍ଧନ ଗଢ଼ିଲେ ଓ ହତୋତ୍ସାହିତ ଭାଜପା ଆଉ ଗୁଡ଼ିଏ ଦଳ ସାଉଁଟି ଏନ୍‍ଡିଏ ଗଠନ କଲା। ଦେଖିବାର ଅଛି, ଆସନ୍ତା ସାଧାରଣ ନିର୍ବାଚନରେ ଏହି ପରିବର୍ଦ୍ଧିତ ଏନ୍‍ଡିଏ କ୍ଷମତାକୁ ଆସୁଛି ନା ‘ଇଣ୍ଡିଆ’ର ଆହ୍ୱାନ ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ଓ ଦେଶର ଜନତାଙ୍କୁ ଦୁର୍ଦ୍ଦିନରୁ ମୁକ୍ତ କରିବାର ଆହ୍ୱାନ ସଫଳ ହେଉଛି।

ପଞ୍ଚାନନ କାନୁନଗୋ

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story