ଜନସଙ୍ଘରୁ ବିଜେପି-ଶ୍ୟାମାପ୍ରସାଦଙ୍କଠାରୁ ନରେନ୍ଦ୍ର ମୋଦୀ

ସୂର୍ଯ୍ୟମଣି ମିଶ୍ର ୧୯୮୦ ମସିହା ୬ ଅପ୍ରେଲରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି)। ଭାରତୀୟ ଜନତା ପାର୍ଟି ହେଉଛି ଭାରତୀୟ ଜନ ସଂଘର ପୁନରାବତାର। ଏହି ଦଳର ଉଦୟ, ଉତ୍‍ଥାନ, ପରିସ୍ଥିତି ଏବଂ ଲକ୍ଷ୍ୟ ଉପରେ ଜାଣିବାର ପ୍ରାସଙ୍ଗିକତା ରହିଛି। ଭାରତୀୟ ଜନ ସଂଘର ପ୍ରତିଷ୍ଠା ୨୧ ଅକ୍ଟୋବର ୧୯୫୧ରେ ହୋଇଥିଲା। ଏହାର ପ୍ରତିଷ୍ଠାତା ସଭାପତି ଥିଲେ ମହାନ୍‍ ଶିକ୍ଷାବିତ୍‍, ସ୍ୱାଧୀନତା ସଂଗ୍ରାମୀ ଏବଂ ହିନ୍ଦୁ ମହାସଭାର ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ। ଭାରତ […]

gb11

gb11

Debendra Prusty
  • Published: Tuesday, 06 April 2021
  • Updated: 06 April 2021, 12:35 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

୧୯୮୦ ମସିହା ୬ ଅପ୍ରେଲରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି (ବିଜେପି)। ଭାରତୀୟ ଜନତା ପାର୍ଟି ହେଉଛି ଭାରତୀୟ ଜନ ସଂଘର ପୁନରାବତାର। ଏହି ଦଳର ଉଦୟ, ଉତ୍‍ଥାନ, ପରିସ୍ଥିତି ଏବଂ ଲକ୍ଷ୍ୟ ଉପରେ ଜାଣିବାର ପ୍ରାସଙ୍ଗିକତା ରହିଛି। ଭାରତୀୟ ଜନ ସଂଘର ପ୍ରତିଷ୍ଠା ୨୧ ଅକ୍ଟୋବର ୧୯୫୧ରେ ହୋଇଥିଲା। ଏହାର ପ୍ରତିଷ୍ଠାତା ସଭାପତି ଥିଲେ ମହାନ୍‍ ଶିକ୍ଷାବିତ୍‍, ସ୍ୱାଧୀନତା ସଂଗ୍ରାମୀ ଏବଂ ହିନ୍ଦୁ ମହାସଭାର ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ। ଭାରତ ସ୍ୱାଧୀନ ହେବା ପରେ ବୈଚାରିକ ଦୃଷ୍ଟିକୁ ନେଇ ବିଭିନ୍ନ ରାଜନୈତିକ ଦଳର ପୃଥକ-ପୃଥକ ସଂଗଠନ ଆରମ୍ଭ ହୋଇଥିଲା। ମୁସ୍‍ଲିମ୍‍ ଲିଗ୍‍, ହିନ୍ଦୁ ମହାସଭା, ଆରଏସ୍‍ଏସ୍‍, କମ୍ୟୁନିଷ୍ଟ ଦଳ, କଂଗ୍ରେସ ସୋସିଆଲିଷ୍ଟ ପାର୍ଟି (ସିଏସ୍‍ପି), ଫରୱାର୍ଡ ବ୍ଲକ୍‍ ଆଦି ୧୯୪୦ ମସିହା ଆରମ୍ଭରେ ଗଠନ ହୋଇସାରିଥିଲା।

୧୯୪୮ରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହ ଜଡ଼ିତ ସମାଜବାଦୀ ବ୍ୟକ୍ତି, ଯେଉଁମାନେ କଂଗ୍ରେସ ଦଳରେ ଥିଲେ, ଦଳଠାରୁ ପୃଥକ ହୋଇଗଲେ। ଏହି ବ୍ୟକ୍ତି ଏକାଠି ହୋଇ ସୋସିଆଲିଷ୍ଟ ପାର୍ଟି ଗଠନ କଲେ। କଂଗ୍ରେସ ଦଳ ଭିତରେ ଦକ୍ଷିଣପନ୍ଥୀ ନେତାଙ୍କର ପ୍ରଭାବ ଓ ସମ୍ମାନ ଥିଲା। ଏହାକୁ ଅତି ପାଖରୁ ଦେଖିଥିଲେ ମହାତ୍ମା ଗାନ୍ଧୀ। ଯେଉଁଥି ପାଇଁ ସମାଜବାଦୀ ପକ୍ଷଧର ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହିଁଥିଲେ। ଗାନ୍ଧିଜୀଙ୍କ ହସ୍ତକ୍ଷେପ ଯୋଗୁଁ ହିଁ ପଣ୍ଡିତ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ।

ଆଚାର୍ଯ୍ୟ ନରେନ୍ଦ୍ର ଦେବ ନିଜ ଆତ୍ମକଥାରେ ଲେଖିଛନ୍ତି- ଆମେ କଂଗ୍ରେସ କାହିଁକି ଛାଡ଼ିଲୁ? ପଣ୍ଡିତ ନେହେରୁ ଦକ୍ଷିଣପନ୍ଥୀଙ୍କ ଚାପରେ ପଡ଼ି କିଛି ବି ସମାଜବାଦୀ ପଦକ୍ଷେପ ନେଇପାରିଲେ ନାହିଁ। ଆମେ ସମାଜବାଦୀ ଲକ୍ଷ୍ୟ-ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଚାହିଁ ବିଫଳ ହେବା ପରେ କଂଗ୍ରେସ ଦଳ ଛାଡ଼ିଥିଲୁ। କାରଣ ସମାଜବାଦୀ ଉଦ୍ଦେଶ୍ୟକୁ ଛାଡ଼ିପାରିବୁ ନାହିଁ।

ସେହି ସମୟରେ କଂଗ୍ରେସ ଭିତରେ ଦକ୍ଷିଣପନ୍ଥୀ ପ୍ରଭାବୀ ନେତା ଥିଲେ ସର୍ଦ୍ଦାର ବଳ୍ଲଭ ଭାଇ ପଟେଲ। ସର୍ଦ୍ଦାର ପଟେଲଙ୍କ ସପକ୍ଷରେ, ସମର୍ଥନରେ ଥିଲେ ଡଃ ରାଜେନ୍ଦ୍ର ପ୍ରସାଦ, କହ୍ନେୟା ମାଣିକଲାଲ ମୁନ୍‍ସି, ଡଃ ରଘୁବୀର ଦ୍ୱାରିକା ପ୍ରସାଦ ମିଶ୍ର। ୧୯୫୦ରେ ସର୍ଦ୍ଦାର ପଟେଲଙ୍କ ବିୟୋଗ ପରେ ହତାଶ ହୋଇପଡ଼ିଥିଲେ ଏହି କଂଗ୍ରେସ ଭିତରେ ଥିବା ଦକ୍ଷିଣପନ୍ଥୀ ନେତାମାନେ। ଗାନ୍ଧିଜୀଙ୍କ ହତ୍ୟାପରେ ଆର୍‍ଏସ୍‍ଏସ୍‍ ଉପରେ କିଛିଦିନ ପାଇଁ ପ୍ରତିବନ୍ଧକ ଲଗାଗଲା। ଏହା ପୂର୍ବରୁ ଆର୍‍ଏସ୍‍ଏସ୍‍ ସହ ଜଡ଼ିତ ବ୍ୟକ୍ତିମାନେ ମଧ୍ୟ ଗୋଟିଏ ପୃଥକ ରାଜନୈତିକ ଫ୍ରଣ୍ଟ ତିଆରି କରିବା ପାଇଁ ବ୍ୟାକୁଳ ଥିଲେ, ଯାହାଦ୍ୱାରା ସେମାନେ ସେମାନଙ୍କର ରାଜନୈତିକ ଷ୍ଟାଣ୍ଡକୁ ଉପସ୍ଥାପିତ, ପ୍ରଚାର-ପ୍ରସାର କରିପାରିବେ, ଯେହେତୁ ପଣ୍ଡିତ ନେହେରୁ ଦକ୍ଷିଣପନ୍ଥୀ ବିଚାରର କେବଳ ବିରୋଧୀ ନଥିଲେ, ତୀବ୍ର ବିରୋଧୀ ଥିଲେ।

ଏହି ସମୟରେ ହିନ୍ଦୀଭାଷୀ ଅଞ୍ଚଳରେ ଯେଉଁ ହିନ୍ଦୁତ୍ୱବାଦୀ ବ୍ୟକ୍ତି ଥିଲେ, ସେମାନଙ୍କର ଥିଲା ପୃଥକ ବ୍ୟାକରଣ। ୧୯୪୬ରେ ହିନ୍ଦୁ ମହାସଭା ନେତା ମଦନ ମୋହନ ମାଲବ୍ୟଙ୍କ ପରଲୋକ ହେବା ପରେ ମହାସଭାର ସଂସ୍କାରବାଦୀ ପକ୍ଷର ସବୁଦିନ ପାଇଁ ଅନ୍ତ ଘଟିଲା ବୋଲି ସେତେବେଳେ ପଣ୍ଡିତ ମାଲବ୍ୟଙ୍କ ସପକ୍ଷବାଦୀ ଦକ୍ଷିଣପନ୍ଥୀ ନେତାମାନେ ମତ ଦେଲେ। ପଣ୍ଡିତ ମାଲବ୍ୟଙ୍କ ପରେ ହିନ୍ଦୁ ମହାସଭାରେ ବଙ୍ଗାଳୀ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରୁଥିବା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ପ୍ରଭାବ ବଢ଼ିଲା। ମହାସଭାର ଅଧ୍ୟକ୍ଷ ହେଲେ ବିଦ୍ୱାନ୍‍ ଦୂରଦ୍ରଷ୍ଟା ଶ୍ୟାମା ପ୍ରସାଦ। ଶ୍ୟାମା ପ୍ରସାଦ ମୁଖାର୍ଜୀ କମ୍‍ ବୟସରେ କଲିକତା ବିଶ୍ୱବିଦ୍ୟାଳୟର ଉପକୁଳପତି ହୋଇ ନିଜର ବାଗ୍ମୀତାକୁ ପ୍ରମାଣିତ କରିଥିଲେ। ତାଙ୍କ ପାଖରେ ଥିଲା ଅସାଧାରଣ ବୌଦ୍ଧିକ ଦକ୍ଷତା। ଜଟିଳତତ୍ତ୍ୱରେ ନର୍ମିତ ହୋଇଥିଲା ତାଙ୍କ ବ୍ୟକ୍ତିତ୍ୱ। ପଣ୍ଡିତ ନେହେରୁ ଏଥିପାଇଁ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ। ତାଙ୍କ ଉପରେ ବଙ୍ଗଳା ନବଜାଗରଣ ସହ ବଙ୍ଗଳାରେ ସକ୍ରିୟ ଥିବା ଅନୁଶୀଳନ ସମିତିର ଗଭୀର ପ୍ରଭାବ ପଡ଼ିଥିଲା। ଏହି ସମିତି ସେହି ସମୟରେ ଆତଙ୍କବାଦୀ ସଂଗଠନ ଭାବରେ ପରିଚିତ ଥିଲା। ବଙ୍ଗଳାରେ ହିନ୍ଦୁତ୍ୱର ଅର୍ଥ ଥିଲା ମୁସ୍‍ଲିମ୍‍ଙ୍କୁ ବିରୋଧ କରିବା, ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ହିନ୍ଦୁତ୍ୱର ଅର୍ଥ ଥିଲା ବହୁଜନ ଦଳିତଙ୍କୁ ବିରୋଧ। ଏହି ଦୁଇ ରାଜ୍ୟରେ ପୃଥକ ପୃଷ୍ଠଭୂମି ସହ କିଛି ଅନ୍ତର୍ବିରୋଧ ମଧ୍ୟ ଥିଲା। ହିନ୍ଦିଭାଷୀ ଅଞ୍ଚଳରେ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରିଥିଲେ ପଣ୍ଡିତ ମାଲବ୍ୟ, ଯିଏ କଂଗ୍ରେସ ଦଳରେ କିଛିଦିନ ଅଧ୍ୟକ୍ଷ ହୋଇଥିଲେ। ମାଲବ୍ୟ ବନାରସରେ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାଙ୍କ ହିନ୍ଦୁତ୍ୱ ଏଜେଣ୍ଡା ଥିଲା ପୃଥକ। ମାଲବ୍ୟ ହିନ୍ଦୁଙ୍କ ମଧ୍ୟରେ ଜ୍ଞାନ-କ୍ରାନ୍ତି ଆଣିବା, ଛୁଆଁ-ଅଛୁଆଁ ଭେଦଭାବକୁ ଦୂର କରିବା ସହ ହିନ୍ଦୁ ଏକତା ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ପରେ ହିନ୍ଦୁତ୍ୱର ଏହି ସଂସ୍କାରବାଦୀ ପକ୍ଷକୁ କେହି ଆପଣେଇଲେ ନାହିଁ।

ଏହାପରେ ଯେଉଁ ପରିସ୍ଥିତି ତିଆରି ହେଲା, ତାହାଥିଲା ବିଚାରଧାରାର ସମୀକ୍ଷା, ଆରମ୍ଭ ହେଲା ମହାଜାତୀୟ ହିନ୍ଦୁତ୍ୱ, ଯାହାର ପ୍ରତିନିଧିତ୍ୱ ଆର୍‍ଏସ୍‍ଏସ୍‍ କଲା। ଶେଷ ହିନ୍ଦୁତ୍ୱବାଦୀ ସଂଗଠନ ହିନ୍ଦୁ ମହାସଭାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ କାର୍ଯ୍ୟ କରିଥିଲେ। ସେହିସମୟରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରି ଏହାର ପ୍ରତିଷ୍ଠାତା ସଭାପତି ହେଲେ ଶ୍ୟାମା ପ୍ରସାଦ। ଅଟଳ ବିହାରୀ ବାଜପେୟୀ ତାଙ୍କର ଘରୋଇ ସଚିବ ଭାବରେ କାର୍ଯ୍ୟ କଲେ। ଏହି ସମୟରେ ଜନସଂଘର ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ କଂଗ୍ରେସର ଦ୍ୱାରିକା ପ୍ରସାଦ ମିଶ୍ର। ସେ କଂଗ୍ରେସ ଦଳରେ ଅଟକିଗଲେ। ଫଳରେ ତାଙ୍କ ଅନୁଗତ ମଧ୍ୟ କଂଗ୍ରେସ ଦଳ ଛାଡ଼ି ଜନସଂଘକୁ ଆସିନଥିଲେ। ପରବର୍ତ୍ତୀ ସମୟରେ ଏହି ଦକ୍ଷିଣପନ୍ଥୀ ଦ୍ୱାରିକା ପ୍ରସାଦ ମିଶ୍ର ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାରେ ଚାଣକ୍ୟ ଭୂମିକା ପାଳନ କରିଥିଲେ; କିନ୍ତୁ କେଏମ୍‍ ମୁନ୍‍ସି ଏବଂ ରଘୁବୀରଙ୍କ ଭଳି ବ୍ୟକ୍ତିତ୍ୱ କଂଗ୍ରେସ ଦଳ ଛାଡ଼ି ଜନସଂଘରେ ଯୋଗ ଦେଇଥିଲେ। ହିନ୍ଦୁତ୍ୱର ପ୍ରସାର - ଶକ୍ତିବୃଦ୍ଧି ଦିଗରେ ଶ୍ୟାମା ପ୍ରସାଦ ସମର୍ପିତ ଭାବରେ କାର୍ଯ୍ୟ କଲେ, ଯେପରି ବଙ୍ଗଳାରେ ନବଜାଗରଣ। କିନ୍ତୁ ୧୯୫୩ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଲା। ଏହାପରେ ଜନସଂଘ ଅର୍ଥ ଆରଏସ୍‍ଏସ୍‍, ନିଜ ପ୍ରତିଷ୍ଠା ସମୟରେ ଆର୍‍ଏସ୍‍ଏସ୍‍ର ଶକ୍ତି ଗୌଣ ରୂପରେ ଥିଲା। ଶ୍ୟାମା ପ୍ରସାଦଙ୍କ ମେଧା-ବାଗ୍ମୀତା ଆଗରେ ଆର୍‍ଏସ୍‍ଏସ୍‍ର କୌଣସି ନେତା ମୁଣ୍ଡ ଟେକି ପାରିନଥିଲେ। ୧୯୩୬ରେ କଂଗ୍ରେସ ଭିତରେ ଦକ୍ଷିଣପନ୍ଥୀଙ୍କୁ ଚିହ୍ନଟ କରିଥିଲେ ପଣ୍ଡିତ ନେହେରୁ। ଏ ସଂପର୍କରେ ସେ ତାଙ୍କ ଆତ୍ମକଥାରେ ପ୍ରକାଶ କରିଛନ୍ତି। ଏହି କଂଗ୍ରେସ ଭିତରେ ନେତା ହିଁ ଜନସଂଘ ପ୍ରତିଷ୍ଠା କରିଥିଲେ।

ଶ୍ୟାମା ପ୍ରସାଦଙ୍କ ପରେ ଜନସଂଘର ବୈଚାରିକ ଆବେଗ ଥିଲେ ଦୀନଦୟାଲ ଉପାଧ୍ୟାୟ। ଏକାତ୍ମ ମାନବବାଦ ମାଧ୍ୟମ ଦେଇ ଜନସଂଘର ସଂଗଠନ ଶକ୍ତି ବୃଦ୍ଧି କରିଥିଲେ। ମାତ୍ର ୪୪ ଦିନ ଅଧ୍ୟକ୍ଷ ରହିଥିଲେ ଦୀନଦୟାଲ। ସନ୍ଦେହଜନକ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା। ସନ୍ଦିଗ୍ଧ ଅବସ୍ଥାରେ ମୁଗଲସରାଇ ରେଳଷ୍ଟେସନ ପାଖରୁ ତାଙ୍କର ଶବ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଜନସଂଘର ପୂର୍ବ ଅଧ୍ୟକ୍ଷ ବଳରାଜ ମେଧୋକ ଅଭିଯୋଗ କରିଥିଲେ। ଏହାପରେ ଅଟଳ-ଆଡ଼ଭାନୀଙ୍କ ନେତୃତ୍ୱରେ ୧୯୭୦ ଦଶକରେ ଜନସଂଘ ପରିଚାଳିତ ହେଲା। ୧୯୭୭ରେ ବିଶେଷ ତତ୍କାଳୀନ ପରିସ୍ଥିତି ଯୋଗୁଁ ଜନସଂଘ ଜନତା ପାର୍ଟିରେ ବିଲୟ ହେଲା। ଜନତା ପାର୍ଟି ସରକାର ଗଠନ କଲା। ବାଜପେୟୀ, ଆଡ଼ଭାନୀ ପ୍ରମୁଖ ଜନସଂଘୀ ନେତା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ପଦ ପାଇଲେ। ପରେ ଜନତା ପାର୍ଟି ଭିତରେ କଳହ ହେଲା। ସରକାର ଭାଙ୍ଗିବା ପରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା। କଂଗ୍ରେସ ପୁଣି କ୍ଷମତାକୁ ଫେରିଲା। ଏପରି ସ୍ଥିତିରେ ପୁରାତନ ଜନସଂଘୀ ଏକାଠି ହେଲେ। ୬ ଅପ୍ରେଲ ୧୯୮୦ରେ ନୂଆଦଳ ଭାବରେ ଭାରତୀୟ ଜନତା ପାର୍ଟି ଜନ୍ମ ନେଲା। ଅଟଳ ବିହାରୀ ବାଜପେୟୀ ଏହି ଦଳର ପ୍ରତିଷ୍ଠାତା ସଭାପତି ହେଲେ।

୧୯୮୪ ଲୋକସଭା ନିର୍ବାଚନ ବିଜେପି ପାଇଁ ପ୍ରଥମ ନିର୍ବାଚନ ଥିଲା। ଏହି ନିର୍ବାଚନରେ ପାର୍ଟି ମାତ୍ର ଦୁଇଟି ଆସନରେ ବିଜୟୀ ହେଲା। ପାର୍ଟିର ରାଜନୈତିକ ରାସ୍ତା ଥିଲା ‘ଗାନ୍ଧୀବାଦ ସମାଜବାଦ’। ଲୋକସଭା ନିର୍ବାଚନରେ ପାର୍ଟିର ଶୋଚନୀୟ ପରାଜୟ ପରେ ପାର୍ଟି ଏ ସଂପର୍କରେ ସମୀକ୍ଷା କଲା। ବିଶ୍ୱ ହିନ୍ଦୁ ପରିଷଦର ରାମ ଜନ୍ମଭୂମି ଆନ୍ଦୋଳନରେ ପାର୍ଟିର ନେତା ଏଲ୍‍ କେ ଆଡ଼ଭାନୀ ଆଗରେ ରହିଲେ। ୧୯୮୯ ନିର୍ବାଚନରେ ପାର୍ଟି ୮୭ଟି ଆସନରେ ବିଜୟୀ ହେଲା। ଏହାପରେ ପାର୍ଟିର ଗ୍ରାଫ୍‍ ଉପରକୁ ଉଠିଲା। ୧୯୯୬ରେ ପାର୍ଟି ୧୩ ଦିନ ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ଦିଗରେ ସଫଳ ହେଲା। ୧୯୯୮ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେଲା। ଏଥର ୧୩ ମାସରେ ସରକାର ଭାଙ୍ଗିଗଲା। ୧୯୯୯ରେ ବିଜେପି ପୁଣି ଥରେ କ୍ଷମତାକୁ ଆସିବାରେ ସଫଳ ହେଲା। ଏହି ସରକାର ୨୦୦୪ ଯାଏ ରହିଲା।

୨୦୦୪ ନିର୍ବାଚନରେ ବିଜେପିକୁ ଝଟ୍‍କା ଲାଗିଲା। କଂଗ୍ରେସ ୧୪୫ ଆସନ ପାଇ ମଧ୍ୟ ବାମ ଏବଂ ସୋସିଆଲିଷ୍ଟ ଦଳ ସହାୟତାରେ ସରକାର ଗଠନ କରିବାରେ ସଫଳ ହେଲା। ୨୦୦୯ରେ ଆଡ଼ଭାନୀଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ଲଢ଼ିଲା। କିନ୍ତୁ ପାର୍ଟି ୨୦୦୪ରେ ୧୩୮ ଆସନରେ ଜିତିଥିବା ବେଳେ ଏଥର ମାତ୍ର ୧୧୬ ଆସନ ଜିତିପାରିଲା। ଏହା ପରେ ବିଜେପିରେ ଆଡ଼ଭାନୀ ଯୁଗ ଶେଷ ହେଲା। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ବିଜେପିର ଉଦୟ ହେଲା। ମୋଦୀ ପ୍ରଥମେ ହିନ୍ଦୁତ୍ୱ କଥା ନକହି ଦୁର୍ନୀତି-ଷଠୁଆବର୍ଗର କଥା କହିଲେ। ନିଜକୁ ଚାହାବାଲାଙ୍କ ସନ୍ତାନ ଭାବେ ପରିଚୟ ଦେଲେ। ୨୦୧୪ରେ ବିଜେପି ସ୍ପଷ୍ଟ ବହୁମତ ପାଇ ସରକାର ଗଠନ କଲା। ଏହା ଥିଲା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ଚମତ୍କାରିତା। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଶକ୍ତି ଆହୁରି ବଢ଼ିଲା। କଂଗ୍ରେସ, ସୋସିଆଲିଷ୍ଟ, ବାମଦଳ ପକ୍ଷରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ - ଦେଶର ଗଣତାନ୍ତ୍ରିକ ମୂଲ୍ୟର ଅବକ୍ଷୟକୁ ନେଇ ଯେତେ ପାଟି କଲେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ବିଜେପି ଆଜି ଦେଶର ସର୍ବବୃହତ୍ତ ଦଳ ଭାବରେ ଲୋକଙ୍କ ବିଶ୍ୱାସକୁ ଜିତିପାରିଛି। ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଏବଂ ସିପିଆଇ ଭଳି ବାମଦଳ ବିଜେପିର ଶକ୍ତି ଆଗରେ ବହୁ ପଛରେ ପଡ଼ିଛନ୍ତି।

ରାଷ୍ଟ୍ରବାଦ, ରାଷ୍ଟ୍ରଧର୍ମ ପାଳନର ମନ୍ତ୍ରକୁ ଉଚ୍ଚାରଣ କରି ନରେନ୍ଦ୍ର ମୋଦୀ ଲୋକମତକୁ ନିଜ ଦଳ ସପକ୍ଷରେ ଆଣିବାରେ ସଫଳ ହୋଇଛନ୍ତି। ଜନସଂଘରୁ ବିଜେପି, ବହୁ ପରୀକ୍ଷାକୁ ସାମ୍ନା କରି ବିଜୟୀ ହୋଇଛି ଦଳ। ବିରୋଧୀଙ୍କ ମୁହଁରୁ ଶୁଭୁଛି ଫାସିଷ୍ଟ-ହିଟ୍‍ଲରବାଦୀଙ୍କ ନେତୃତ୍ୱରେ ସରକାର ଚାଲିଛି। କିନ୍ତୁ ଜନମତ ମୋଦୀ ଏବଂ ବିଜେପି ସମର୍ଥନରେ ଅତୁଟ ରହିଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍ : ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story