ସଡ଼କ ବଦଳାନ୍ତୁ ସରକାର

ଦେବେନ୍ଦ୍ର ପୃଷ୍ଟି ଫେବୃଆରୀ ପହିଲାରେ ୨୦୨୦-୨୧ ବର୍ଷ ପାଇଁ ମୋଦୀ-୨ ସରକାରଙ୍କ ଆର୍ଥିକ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଜାନୁଆରୀ ୩୧ ତାରିଖରେ ୨୦୧୯-୨୦ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ଭାରତୀୟ ଅର୍ଥନୀତିର ଯେଉଁ ସାଂପ୍ରତିକ ଚିତ୍ର ପ୍ରଦର୍ଶନ କରାଯାଇଛି ସେଥିରେ ସରକାରଙ୍କ ପାଇଁ ଅନେକ ସଂକେତ ରହିଛି। ସରକାର ଏଡି ସବୁ ସଂକେତରୁ ଶିକ୍ଷାଲାଭ କରି ବିକାଶ ଓ ଅଭିବୃଦ୍ଧିର ସଡ଼କ ପରିବର୍ତ୍ତନ ନକଲେ ଲୋକମାନଙ୍କ […]

5678

5678

Debendra Prusty
  • Published: Friday, 31 January 2020
  • Updated: 31 January 2020, 07:14 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଫେବୃଆରୀ ପହିଲାରେ ୨୦୨୦-୨୧ ବର୍ଷ ପାଇଁ ମୋଦୀ-୨ ସରକାରଙ୍କ ଆର୍ଥିକ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଜାନୁଆରୀ ୩୧ ତାରିଖରେ ୨୦୧୯-୨୦ ବର୍ଷ ପାଇଁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ଭାରତୀୟ ଅର୍ଥନୀତିର ଯେଉଁ ସାଂପ୍ରତିକ ଚିତ୍ର ପ୍ରଦର୍ଶନ କରାଯାଇଛି ସେଥିରେ ସରକାରଙ୍କ ପାଇଁ ଅନେକ ସଂକେତ ରହିଛି। ସରକାର ଏଡି ସବୁ ସଂକେତରୁ ଶିକ୍ଷାଲାଭ କରି ବିକାଶ ଓ ଅଭିବୃଦ୍ଧିର ସଡ଼କ ପରିବର୍ତ୍ତନ ନକଲେ ଲୋକମାନଙ୍କ ପାଇଁ ନିଯୁକ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ନହେବାର ଆଶଙ୍କା ଅଧିକ। ଲୋକଙ୍କ ପାଇଁ ନିଯୁକ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ନହେଲେ ବଜାରରେ କାରବାର ମାନ୍ଦା ରହିବା ନିଶ୍ଚିତ। ବଜାର ମାନ୍ଦା ରହିଲେ ଆର୍ଥିକ ଅଭିବୃତ୍ତି ଲକ୍ଷ୍ୟ ହାସଲ ହେବା ସମ୍ଭବ ନୁହେଁ।

ଭାରତ ସରକାରଙ୍କ ମୁଖ୍ୟ ଆର୍ଥନୀତିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୯-୨୦ ବର୍ଷର ଆର୍ଥତିକ ସର୍ବେକ୍ଷଣ ରିପୋର୍ଟରେ ଏହା ସ୍ୱୀକାର କରାଯାଇଛି ଯେ ଭାରତର ଅଭିବୃଦ୍ଧି ହାର କମିଛି। ମାତ୍ର ଚାରି ବର୍ଷ ତଳେ ଯେଉଁ ପ୍ରଗତିର ହାର ୮ ପ୍ରତିଶତ ଥିଲା ତାହା ଏବେ ୫ ପ୍ରତିଶତକୁ ଖସି ଆସିଛି। ୨୦୨୦-୨୧ ବର୍ଷରେ ଏହା ସାମାନ୍ୟ ବୃଦ୍ଧି ପାଇ ୬-୬.୫ ପ୍ରତିଶତ ହେବ ବୋଲି ଆର୍ଥନୀତି ସର୍ବେକ୍ଷଣ ରିପୋର୍ଟରେ ଅନୁମାନ କରାଯାଇଛି। ପ୍ରଗତିର ଏହି ହାର ହାସଲ ହେଲେ ବି ୨୦୨୪-୨୫ ସୁଦ୍ଧାର ଭାରତର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ପାଇଁ ରହିଥିବା ସରକାରୀ ଲକ୍ଷ୍ୟ ହାସଲ ହେବା ସମ୍ଭବ ନୁହେଁ। ସେଥିପାଇଁ ସେହି ବର୍ଷ ସୁଦ୍ଧା ସରକାରଙ୍କୁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୧.୪ ଲକ୍ଷ କୋଟି ଡଲାର ନିବେଶ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି। ତେବେ, କେଉଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ପୁଞ୍ଜି ନିବେଶ କରାଯିବ ତାହା ସରକାର ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ସରକାର ଯଦି ପୂର୍ବ ପରି କେବଳ ଶିଳ୍ପ ଓ ସହରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ କୋଟିକୋଟ ଟଙ୍କା ଖର୍ଚ୍ଚ କରନ୍ତି ତଦ୍ୱାରା ସାମୟିକ ଭାବେ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିହେବ କିନ୍ତୁ ଅଧିକ ଲୋକଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି ପାଇବ ନାହିଁ। କାରଣ ଶିଳ୍ପ ଓ ସହର କୃଷକମାନଙ୍କର ଉତ୍ପାଦନ ଓ ଆୟ ବୃଦ୍ଧି କରିବାର କୌଣସି ନିଶ୍ଚିତତା ନାହିଁ। ଭାରତର ବୃହତ୍ତର ଜନଗୋଷ୍ଠୀ ଏବେ ବି କୃଷି କ୍ଷେତ୍ରରେ ନିୟୋଜିତ। ସେମାନଙ୍କ ଆୟ ଓ ଉତ୍ପାଦନ ବୃଦ୍ଧି ନପାଇଲେ ସାମଗ୍ରିକ ଭାବେ ଉପଭୋଗ ଓ ଆର୍ଥିକ ଉପଲବ୍ଧି ବୃଦ୍ଧି ପାଇବ ନାହିଁ।

ଏଥିପାଇଁ ସରକାରଙ୍କୁ କୃଷି କ୍ଷେତ୍ରର ବିକାଶ ଓ କୃଷକମାନଙ୍କର ଆୟ ଓ ଅମଳ ବୃଦ୍ଧି ପାଇଁ ଯୋଜନା କରିବାକୁ ପଡ଼ିବ। ସେହି କ୍ଷେତ୍ର ପାଇଁ ବଜେଟ ବ୍ୟୟ ବଢ଼ାଇବାକୁ ହେବ। ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୧୭-୧୮ ବର୍ଷରେ କୃଷି କ୍ଷେତ୍ରର ପ୍ରଗତି ହାର ଥିଲା ୫ ପ୍ରତିଶତ। ପରବର୍ତ୍ତୀ ବର୍ଷକୁ ଏହା ୨.୯ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୯-୨୦ ବର୍ଷରେ ଏହା ଆହୁରି କମି ୨.୮ ପ୍ରତିଶତ ହୋଇଛି। ଦେଶର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ୮-୧୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଥିବା ସରକାର କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ଏତେ କମ୍‌ରେ ସନ୍ତୁଷ୍ଟ ହେବା ଉଚିତ ନୁହେଁ। ମୋଟ ଘରୋଇ ଉତ୍ପାଦ ବା ଜିଡିପିକୁ କୃଷି କ୍ଷେତ୍ରର ଅବଦାନ ବୃଦ୍ଧି ନପାଇଲେ ଅଥବା କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୫ ପ୍ରତିଶତ ବା ତା’ଠାରୁ ଅଧିକ ନହେଲେ ଭାରତର ବୃହତ୍ତର ଜନଗୋଷ୍ଠୀ ଜିଡିପି ପରିସଂଖ୍ୟାନରୁ ପରମାର୍ଥ ଲାଭ କରିବେ ନାହିଁ। ଏହା ଏକ କଠୋର ସତ୍ୟ। ସରକାରଙ୍କୁ ତାହା ସ୍ୱୀକାର କରିବାକୁ ପଡ଼ିବ। କେବଳ ଶିଳ୍ପ ଓ ସେବା କ୍ଷେତ୍ରର ବିକାଶ କରି ସରକାର ଭାରତର ବୃହତ୍ତର ଜନଗୋଷ୍ଠୀ ପାଇଁ ନିଯୁକ୍ତି ଓ ରୋଜଗାର ସୁଯୋଗ ବୃଦ୍ଧି କରିପାରିବେ ନାହିଁ।

ସେଥିପାଇଁ ମୌଳିକ ଆର୍ଥନୀତିକ ବୃତ୍ତିର ବିକାଶ ଉପରେ ଗୁରୁତ୍ୱ ଦେବାକୁ ହେବ। କୃଷି, ପଶୁପାଳନ, ମାଛଚାଷ, କୁକୁଡ଼ା ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସମେତ କାରିଗରୀ, ହସ୍ତତନ୍ତ ଓ କୁଟୀର ଶିଳ୍ପ ହେଉଛି ଭାରତର ମୌଳିକ ଆର୍ଥନୀତିକ ବୃତ୍ତି ବା ବେଉସା। ପିଢ଼ି ପରେ ପିଢ଼ି ଅଧିକାଂଶ ଭାରତୀୟ ଏହାକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରିଚାଲିଛନ୍ତି। ଏହି ଲୋକମାନଙ୍କୁ ସେମାନଙ୍କର କୌଳିକ ବୃତ୍ତିରୁ ବାହାର କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଥିବାବେଳେ ଏମାନଙ୍କ ପାଇଁ ବିକଳ୍ପ ନିଯୁକ୍ତି ଓ ରୋଜଗାର ସୁଯୋଗ କରିବାକୁ ଭୁଲିଗଲେ ଆର୍ଥିକ ଲକ୍ଷ୍ୟ ହାସଲ ହେବା ଆଦୌ ସମ୍ଭବ ନୁହେଁ। ପୁଣି ସେମାନଙ୍କ ପାଇଁ କେବଳ ବିକଳ୍ପ ବୃତ୍ତିର ବ୍ୟବସ୍ଥା କଲେ ହେବ ନାହିଁ, ସେଥିପାଇଁ ସେମାନଙ୍କୁ ଯୋଗ୍ୟ କରିବାକୁ ପଡ଼ିବ। ସେ ଦିଗରେ ଶିକ୍ଷା ଓ ତାଲିମର ବ୍ୟବସ୍ଥା ମଧ୍ୟ ଜରୁରୀ। ଏସବୁ ନକରି ସରକାର କେବଳ ଶିଳ୍ପ, ସହର ଓ ନିର୍ମାଣ କ୍ଷେତ୍ରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଲେ ବା ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ କଲେ ଏହି ବର୍ଗର ଲୋକମାନଙ୍କର ବିଶେଷ କିଛି ଲାଭ ହେବ ନାହିଁ। ବରଂ ଏହା ଫଳରେ ଦେଶରେ କ୍ରୋନି କ୍ୟାପିଟାଲିଷ୍ଟ ବା ସରକାରଙ୍କ ପ୍ରିୟ ପୁଞ୍ଜିବାଦୀଙ୍କ ସଂଖ୍ୟା କିଛି ବଢ଼ିବ ଏବଂ/ବା ମୁଷ୍ଟିମେୟ ପୁଞ୍ଜିପତି ଅଧିକ ଧନୀ ହେବେ। ଏହି ପ୍ରକ୍ରିୟା ଏଯାବତ ଚାଲି ଆସିଛି। ଏହି ପ୍ରକ୍ରିୟା ଯୋଗୁଁ ହିଁ ଏବେ ଦେଶର ମାତ୍ର ୧ ପ୍ରତିଶତ ଧନ କୁବେରଙ୍କ ନିକଟରେ ଦେଶର ୭୦ ପ୍ରତିଶତ ଗରୀବଙ୍କ ସଂପତ୍ତିଠାରୁ ୪ ଗୁଣ ଅଧିକ ସଂପତ୍ତି ଠୁଳ ହୋଇଛି ଓ ଦେଶର ମାତ୍ର ୬୩ ଜଣ ଲୋକଙ୍କ ନିକଟରେ ଦେଶର ଗୋଟିଏ ବର୍ଷର ବଜେଟଠାରୁ ଅଧିକ ଅର୍ଥ କେନ୍ଦ୍ରୀଭୂତ ହୋଇଛି। ଏହା ଭାରତୀୟ ସମ୍ବିଧାନର ମୂଳ ଚରିତ୍ର ସମାଜବାଦଠାରୁ ଯଥେଷ୍ଟ ଭିନ୍ନ ଏକ ବ୍ୟବସ୍ଥା। ଭାରତର ପ୍ରାଚୀନ ମୂଲ୍ୟବୋଧ ହେଉଛି ସମାନତା। ପ୍ରାଚୀନ ଭାରତର ମୁନିଋଷିମାନେ ସବୁବେଳେ ସମସ୍ତଙ୍କ କଲ୍ୟାଣ କାମନା କରୁଥିଲେ, ଭଗବାନଙ୍କୁ ସମସ୍ତଙ୍କର ଶ୍ରୀବୃଦ୍ଧି ହେଉ, ସମସ୍ତେ ସୁଖଶାନ୍ତିରେ ରହନ୍ତୁ ବୋଲି ପ୍ରାର୍ଥନା କରୁଥିଲେ। ସରକାରଙ୍କୁ ସେହି ଆଭିମୁଖ୍ୟ ଆପଣେଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସବ୍‌ କା ସାଥ୍‌ ସବ୍‌ କା ବିକାଶ ଓ ସବ୍‌ କା ବିଶ୍ୱାସର ସ୍ଲୋଗାନ ଦେଉଛନ୍ତି ତାହାକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ହେବ। ଖାଲି ସ୍ଲୋଗାନରେ ବିକାଶ ଓ ସମୃଦ୍ଧି ଆସେ ନାହିଁ। ସେଥିପାଇଁ ନୀତିନିଷ୍ଠ ସଂକଳ୍ପ ଓ ଯୋଜନାର ଆବଶ୍ୟକତା ରହିଛି।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ସରକାରଙ୍କ ହାସଲ ନେଇ କେତେକ ସକାରାତ୍ମକ ପରିସଂଖ୍ୟାନର ଅବତାରଣା କରାଯାଇଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ ୨୦୧୭-୧୭ ବର୍ଷରେ ୩୭୦୦୦ କୋଟି ଡଲାର ଥିଲାବେଳେ ୨୦୧୯-୨୦ ବର୍ଷରେ ତାହା ୪୬୧୨୦ କୋଟି ଡଲାରକୁ ବୃଦ୍ଧି ପାଇଛି। ୨୦୧-୧୨ ବର୍ଷରେ ଆନୁଷ୍ଠାନିକ ନିଯୁକ୍ତିର ହାର ୧୭.୯ ପ୍ରତିଶତ ଥିଲାବେଳେ ଏବେ ତାହା ୨୨.୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨ ଓ ୨୦୧୭-୧୮ ବର୍ଷ ମଧ୍ୟରେ ସରକାର ୨.୬୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ଏହି ସମୟ ମଧ୍ୟରେ ମହିଳାଙ୍କ ପାଇଁ ନିୟମିତ ନିଯୁକ୍ତି ସୁଯୋଗରେ ୮ ପ୍ରତିଶତ ବୃଦ୍ଧି ଘଟିଛି। ତେବେ, ଏହି ଗୋଲାପୀ ଚିତ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ ଓ ପ୍ରଗତିଶୀଳ କରିପାରି ନାହିଁ। ସରକାରଙ୍କୁ ଏହା ହୃଦବୋଧ କରିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story