ଆବେଗର ବ୍ୟବସାୟ ବନାମ ଦୋମୁହାଁ ବ୍ୟବସ୍ଥା ବିରୋଧୀ

ପ୍ରେମାନନ୍ଦ ଦାଶ ପୁଣି ଜାତି ଓ ଧର୍ମର ଆଧାରରେ କ୍ଷମତା ରାଜନୀତିର ସିଡ଼ି ଚଢ଼ିବାକୁ ଯୋଜନାବଦ୍ଧ ଉଦ୍ୟମ। ବିଜ୍ଞାନ ଓ ବିକାଶର ଜୟଯାତ୍ରାବେଳେ ଆବେଗକୁ ପୁଞ୍ଜି କରି ସାମାଜିକ ବିଭ୍ରାନ୍ତରୁ ଫାଇଦା ନେବାର ଭୟଙ୍କର ଅପଚେଷ୍ଟା। ଉଦ୍‌ବେଗର କଥା, ସତ୍ତାଧାରୀମାନଙ୍କ ସତ୍‌ରଞ୍ଜରେ ସାଧାରଣ ଜନତାଙ୍କ ଆବେଗ, ବିଶ୍ଵାସ ଓ ବିକାଶ କେବଳ ମାତ୍ର ଗୋଟି ସାଜିଥିବାବେଳେ ବ୍ୟବସ୍ଥା ବିରୋଧୀଙ୍କ ଦୋମୁହାଁ ଓ ଅସ୍ପଷ୍ଟ ଆଭିମୁଖ୍ୟ ସ୍ଥିତିକୁ କେବଳ ଯେ ଅଧିକ ସଙ୍ଗିନ୍‌ କରିଚାଲିଛି ତା’ ନୁହେଁ ବରଂ […]

Root-Report

Root-Report

Subrat Kumar Nayak
  • Published: Sunday, 12 January 2020
  • Updated: 12 January 2020, 09:13 PM IST

Sports

Latest News

ପ୍ରେମାନନ୍ଦ ଦାଶ

ପୁଣି ଜାତି ଓ ଧର୍ମର ଆଧାରରେ କ୍ଷମତା ରାଜନୀତିର ସିଡ଼ି ଚଢ଼ିବାକୁ ଯୋଜନାବଦ୍ଧ ଉଦ୍ୟମ। ବିଜ୍ଞାନ ଓ ବିକାଶର ଜୟଯାତ୍ରାବେଳେ ଆବେଗକୁ ପୁଞ୍ଜି କରି ସାମାଜିକ ବିଭ୍ରାନ୍ତରୁ ଫାଇଦା ନେବାର ଭୟଙ୍କର ଅପଚେଷ୍ଟା। ଉଦ୍‌ବେଗର କଥା, ସତ୍ତାଧାରୀମାନଙ୍କ ସତ୍‌ରଞ୍ଜରେ ସାଧାରଣ ଜନତାଙ୍କ ଆବେଗ, ବିଶ୍ଵାସ ଓ ବିକାଶ କେବଳ ମାତ୍ର ଗୋଟି ସାଜିଥିବାବେଳେ ବ୍ୟବସ୍ଥା ବିରୋଧୀଙ୍କ ଦୋମୁହାଁ ଓ ଅସ୍ପଷ୍ଟ ଆଭିମୁଖ୍ୟ ସ୍ଥିତିକୁ କେବଳ ଯେ ଅଧିକ ସଙ୍ଗିନ୍‌ କରିଚାଲିଛି ତା’ ନୁହେଁ ବରଂ କ୍ଷମତାଲିପ୍‌ସୁଙ୍କ ବିନା ଦ୍ଵିଧାରେ ଆଗକୁ ମାଡ଼ି ଚାଲିବାର ରାସ୍ତାକୁ ପ୍ରଶସ୍ତ କରି ତୋଳିଛି। ନିକଟ ଅତୀତରେ କେହି ଜଣେ ଅତି ମାନବ ସମାଜ ସଂସ୍କାରୀଙ୍କ ତ୍ୟାଗପୂତ ସଂକଳ୍ପ ଯାତ୍ରା ବିନା ଯେ ଏହି ଦୁଃସ୍ଥିତିରୁ ମୁକ୍ତି ମିଳିବ, ତାହା କାହିଁ ଜଣାପଡ଼ୁନାହିଁ।

ଆବେଗକୁ ନେଇ ବ୍ୟବସାୟ ଅନ୍ତତଃ ପକ୍ଷେ ଆମ ଦେଶରେ କାହିଁ କେତେ ଶତାବ୍ଦୀ ଧରି ଚାଲିଛି, ତାହା ସ୍ଵୀକାର କରିବାକୁ ପଡ଼ିବ। ଧର୍ମ, ପରମ୍ପରା, ମେଳା, ମହୋତ୍ସବ ଏବଂ ଯାତ୍ରା ଆଦି ସାଧାରଣ ଲୋକଙ୍କ ଆବେଗକୁ ନେଇ ହେଉଥିବା ଆୟୋଜନର ପ୍ରଚ୍ଛଦରେ ଯେ ଏକ ଉଚ୍ଚାଭିଳାଷୀ ବ୍ୟବସାୟିକ ମନୋବୃତ୍ତି ରହିଛି, ତାହା ଆଦୌ ଅସ୍ଵୀକାର କରିହେବ ନାହିଁ। ସେହି ଆବେଗର ବ୍ୟବସାୟକୁ ଏବେ ରାଜନୀତିକ ରଙ୍ଗ ଦିଆଯାଉଛି। ରୀତିମତ ପ୍ରସ୍ତୁତି ସହ ଜାତି ଓ ଧର୍ମୀୟ ଆବେଗକୁ ପୁଞ୍ଜି କରି ଲୋକଙ୍କ ଭାବନା ଓ ବିଶ୍ଵାସକୁ ଜିତି ଶାସନରେ ତିଷ୍ଠି ରହିବାର ଏହି କଳା କୌଶଳକୁ ସାଧାରଣତଃ ବ୍ୟବସ୍ଥା ବିରୋଧୀମାନେ ବିରୋଧ କରିବା କଥା। କିନ୍ତୁ ଏବେ ବ୍ୟବସ୍ଥା ବିରୋଧୀ ମାନେ କାହାନ୍ତି ଯେ। ଯଦି ବା ଅଛନ୍ତି ସେମାନଙ୍କ ସ୍ଵର ପୂର୍ବ ଦଶନ୍ଧି ତୁଳନାରେ ସେମିତି ଶାଣିତ ନୁହେଁ। ଏହା ଏକ ସାମାଜିକ ସଙ୍କଟ ହୋଲି କୁହାଯାଇପାରେ।

ସରକାରଙ୍କୁ ସମାଲୋଚନା କରିବା ବା ବିରୋଧ କରିବା ନ୍ୟାୟରେ ଯେ ପ୍ଲା’ କାର୍ଡ ବା ଧାରଣା ଅବା ବିକ୍ଷୋଭ କି ଚକାଜାମ୍‌ କରି ବ୍ୟବସ୍ଥା ବିରୋଧୀଙ୍କ ଭୂମିକାକୁ ସଫଳତାର ସହ ନିର୍ବାହ କରାଯାଇ ନଥାଏ ବରଂ ଏକ ବିକଳ୍ପ ବ୍ୟବସ୍ଥାର ସମସ୍ତ ଫର୍ମୁଲା ହାତରେ ଧରି ସତ୍ତାଧାରୀଙ୍କୁ ସଫଳତାର ସହ ଚ୍ୟାଲେଞ୍ଜ ଦିଆଯାଇଥାଏ। ଭାରତୀୟ ଇତିହାସରେ ଏଭଳି କ୍ରାନ୍ତିକାରୀଙ୍କ ସଂଖ୍ୟା ଆଦୌ କମ୍ ନାହିଁ। କିନ୍ତୁ ଏବର ପରିସ୍ଥିତିରେ ସେମିତି କ୍ରାନ୍ତିକାରୀ ଯେ ଆଖପାଖ ସାମାଜିକ ଚଳଣିରେ ଅଛନ୍ତି, ତାହା ଏଯାଏ ନିଶ୍ଚିତ ଭାବେ ଅସ୍ପଷ୍ଟ ରହିଛି।

ଭାରତୀୟ ସାମାଜିକ ଚରିତ୍ରରେ ଯେଉଁ ବ୍ୟକ୍ତିତ୍ଵମାନେ ଆଜି ଯାଏ ପୂଜନୀୟ ହୋଇ ରହିଛନ୍ତି, ସେମାନେ ଲୋକଙ୍କ ଆବେଗର ଉପରକୁ ଉଠି ଉଭୟ ବିଜ୍ଞାନ ଓ ବିକାଶର ସମ୍ମିଳିତ ମନ୍ତ୍ରକୁ ନିଜ ଦୃଷ୍ଟି ଶକ୍ତିରେ ଦେଖି ସାରିବା ପରେ ତାକୁ ନିଜ ନିଃଶ୍ଵାସ ପ୍ରଶ୍ଵାସରେ ପରଖିବା ପରେ ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ସମାଜର ସ୍ଵପ୍ନ ଦେଖିଛନ୍ତି ଏବଂ ସେହି ଅନୁସାରେ କର୍ମ ସମ୍ବଳିତ ମନ୍ତ୍ର ବାଣ୍ଟିଛନ୍ତି। ସଫଳ ବ୍ୟକ୍ତିତ୍ଵଙ୍କୁ ହିଁ ସମାଲୋଚନା କରାଯାଏ କାରଣ ବିଫଳତାକୁ କେହି କେବେ ମନେ ରଖି ନଥାଏ। ସରକାର ସିଏ ଯିଏ ରାଷ୍ଟ୍ରବାଦୀ, ଯିଏ ସମାଜବାଦୀ, ଯିଏ ବିଶ୍ଵବାଦୀ। ଏ ଦେଶ ଉଭୟ ଭୋଗୀ ଓ ଯୋଗୀଙ୍କର। ଏ ଦେଶ ଉଭୟ ସ୍ଵାକ୍ଷର ଓ ନିରକ୍ଷରଙ୍କର, ବୃତ୍ତିଧାରୀ ଓ ବେକାରୀଙ୍କର, ବାମପନ୍ଥୀ, ମଧ୍ୟମପନ୍ଥୀ, ଦକ୍ଷିଣପନ୍ଥୀ ଓ ଚରମପନ୍ଥୀଙ୍କର, ଦୁର୍ବଳ ଓ ସଶକ୍ତଙ୍କର, ଗରିବ ଓ ଧନୀଙ୍କର, ସଫଳ ଓ ବିଫଳଙ୍କର, ଶ୍ରମିକ ଓ ଉଦ୍ୟୋଗୀଙ୍କର। କେବେ ଦ୍ଵିପାକ୍ଷିକ ତ କେବେ ତ୍ରିପାକ୍ଷିକ ପୁଣି କେବେ ପକ୍ଷହୀନ ସାମୂହିକ, ସମସ୍ତଙ୍କର ହେଉଚି ସରକାର। ସରକାର ଯେହେତୁ ଏକ ବ୍ୟକ୍ତି, ଦଳ କି ଗୋଷ୍ଠୀ ନୁହେଁ, ତେଣୁ ସରକାରଙ୍କ ବିଚାରରେ ଜାତି ଓ ଧର୍ମ ଆସିବ କେମିତି।

ଯେଉଁ ଦେଶରେ ପୁରୁଷଟିଏ ସଂସାର ବସାଇବା ପାଇଁ ୨୧ ବର୍ଷ ପୂର୍ବରୁ ଅନୁମତି ପାଏ ନାହିଁ, ସେହି ଦେଶରେ ୧୮ ବର୍ଷର କିଶୋରକୁ ସରକାର ଗଢ଼ିବାର ଅଧିକାର କେମିତି ମିଳିଲା ଏବଂ ଏପରି ଏକ ପରସ୍ପର ବିରୋଧୀ ବା ଦ୍ଵନ୍ଦ୍ଵାତ୍ମକ ଆଚରଣରେ ସଂସ୍କାର ଆଣିବା ଏକ ରାଷ୍ଟ୍ରବାଦୀ ସରକାରର ଯେପରି ପ୍ରମୁଖ ଏଜେଣ୍ଡା ହେବା ଆବଶ୍ୟକ, ଠିକ୍ ସେହିଭଳି ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ତଥାକଥିତ ବ୍ୟବସ୍ଥା ବିରୋଧୀମାନେ ଅଣ୍ଟା ଭିଡ଼ିବା ଏକଦମ୍ ଅପରିହାର୍ଯ୍ୟ।

ଡାଲି କିଲୋ ୧୦୦ ଟଙ୍କା, ତେଲ ଲିଟର ୧୨୦ ଟଙ୍କା, ପିଆଜ କିଲୋ ଷାଠିଏ ଟଙ୍କା, ଆଳୁ ତିରିଶ ଟଙ୍କା, ଗୋଟିଏ ବ୍ୟାଗ୍ ପନି ପରିବାର ଦାମ୍‌ ୫୦୦ ଟଙ୍କା ଟପିବାକୁ ବସିଥିବା ବେଳେ ରୋଜଗାର, ଆୟ ବୃଦ୍ଧି, ଅଧିକ ଉତ୍ପାଦନ ଓ ନିଯୁକ୍ତି କଥା ଚିନ୍ତା ନକରି ଆଗାମୀ ପିଢ଼ି ମନ୍ଦିର ମସ୍‌ଜିଦ୍‌କୁ କାହିଁକି ଯିବେ, ତାହାର ଉତ୍ତର ପ୍ରଥମେ ସତ୍ତା ଚଳାଉଥିବା କ୍ଷମତାଧାରୀମାନେ ଚିନ୍ତା ଯେପରି କରିବା ଜରୁରୀ ବ୍ୟବସ୍ଥାବିରୋଧୀ ବୁଦ୍ଧିଜୀବୀମାନେ ମଧ୍ୟ ବିକଳ୍ପର ବ୍ଲୁପ୍ରିଣ୍ଟ ଚୂଡ଼ାନ୍ତ କରିବା ନିହାତି ଆବଶ୍ୟକ। ବେଲଗାମ୍‌ ଶାସକଙ୍କୁ ଲଗାମ୍ ସେମାନେ ଦିଅନ୍ତି

ଯେଉଁମାନେ ଆତ୍ମଶକ୍ତିରେ ସମୃଦ୍ଧ। ଏହାର ଅଭାବୀ ବଜାର ଏବେ ଭାରତୀୟ ସାମାଜିକ ଚରିତ୍ରକୁ ଗ୍ରାସ କରିବାକୁ ବସିଛି।
ସାଧାରଣ ଲୋକ ଅବା ଦେଶ କି ରାଜ୍ୟର ଲାଭ ତୁଳନାରେ ଭୋଟ୍‌ ବ୍ୟାଙ୍କକୁ କାଏମ୍ ରଖିବା ଓ ବଢ଼ାଇବା ଏବେ ସରକାରର ପ୍ରମୁଖ ଫୋକସ୍‌ରେ ରହୁଛି। ଦେଶର ମୋଦି ସରକାର ହୁଅନ୍ତୁ ଅବା ରାଜ୍ୟର ନବୀନ ସରକାର, ସମସ୍ତେ 2024 ନିର୍ବାଚନରେ ମାଷ୍ଟର କାର୍ଡ ଖେଳିବାକୁ ଉଦ୍ୟମ ସିନା ଜାରି ରଖିଛନ୍ତି କିନ୍ତୁ ବାସ୍ତବରେ ଏଥିରେ ସାଧାରଣ ଲୋକର ଆୟ, ମାନ ଓ ଚଳଣିରେ ଉନ୍ନତି ହେବାର ଯେ ଯୋଜନା ନାହିଁ, ଏହା ଅବଶ୍ୟ ସ୍ପଷ୍ଟ।

ପଛୁଆ ବର୍ଗଙ୍କ ସଠିକ୍‌ ପରିସଂଖ୍ୟାନ ନ ଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରଣୟନ ହେଉ ନାହିଁ। ଏହି କଥା କହି ଆସନ୍ତା ୨୦୨୧ ଜନଗଣନାରେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଆଧାରରେ ପଛୁଆ ବର୍ଗଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୁଣି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପାଇଁ ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି। କିନ୍ତୁ ଏହା ପଛରେ ୨୦୨୪ ନିର୍ବାଚନରେ ଏକ ବଡ଼ ଭୋଟ ବ୍ୟାଙ୍କକୁ ଆକୃଷ୍ଟ କରିବାର ମାଷ୍ଟର୍‌ ଷ୍ଟ୍ରୋକ୍‌ ଛପି ରହିଥିବା ଅନୁମାନ କରାଯାଉଛି। ଟଙ୍କିକିଆ ଚାଉଳ ଭଳି ନିର୍ବାଚନ ପୂର୍ବରୁ ରାଜ୍ୟ ଶାସନ କଳର ଥିଙ୍କ୍ ଟ୍ୟାଙ୍କ ଏହି ଜାତି କାର୍ଡ ଖେଳିବା ଏକରକମ ଥୟ ଲାଗୁଛି।

ରାଜ୍ୟ ସରକାର ସ୍ଵୀକାର କରୁଛନ୍ତି ଧାରା ୧୬(୪) ଅନୁଯାୟୀ, ସରକାରୀ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟକୁ କ୍ଷମତା ପ୍ରଦାନ କରାଯାଇଛି ଏବଂ ଓଡ଼ିଶାରେ ବହୁ ପୁରାତନ କାଳରୁ ବିଭିନ୍ନ ସଂପ୍ରଦାୟ ଓ ଜାତିମାନଙ୍କ ଭିତରେ ବିବିଧତା ଥିଲେ ବି ଏକତାର ଡୋରିରେ ବାନ୍ଧି ହୋଇ ରହିଛନ୍ତି। ଆଧୁନିକ ଓଡ଼ିଶାକୁ ୮୩ ବର୍ଷ ବିତିଥିଲେ ବି ଅଧିକାଂଶ କ୍ଷେତ୍ରରେ ବିକାଶ କରିବାରେ ରାଜ୍ୟ ସଫଳତା ପାଇଛି। ଦୀର୍ଘ ଦୁଇ ଦଶନ୍ଧି ଭିତରେ ରାଜ୍ୟର ମାନବ ବିକାଶ ସୂଚକାଙ୍କ ଦ୍ରୁତ ଗତିରେ ଅଗ୍ରସର ହୋଇଆସିଛି। ତଥାପି ସମୂହ ବିକାଶ କ୍ଷେତ୍ରରେ ସଂସ୍କାର ଆଣି ଆହୁରି ଆଗକୁ ଯିବା ପାଇଁ ପୁଣି ଜାତିଭିତ୍ତିକ ଜନଗଣନା ଆଳରେ ଓଡ଼ିଆଙ୍କୁ ଭାଗ ଭାଗ କରିଦେବାକୁ କିଏ କାହିଁକି ସ୍ଵପ୍ନ ଦେଖିଲା, ତାହା ଯେମିତି ବୁଝା ପଡ଼ୁନାହିଁ ସେପରି ଏହାର ପରିଣାମକୁ ନଜର ଅନ୍ଦାଜ କରିବାର ଭୟାବହତା ସେତିକି ଭୟ ସୃଷ୍ଟି କରୁଛି।

ଜାତିର ପିତା ମହାତ୍ମା ଗାନ୍ଧୀ ସବୁବେଳେ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ସମାନତା ଆଣିପାରିଲେ ପ୍ରକୃତ ସ୍ୱାଧୀନତା ଆସିବ ବୋଲି ଖାଲି କହୁ ନଥିଲେ ବରଂ ଜାତି ଓ ଧର୍ମର ଉର୍ଦ୍ଧ୍ଵରେ ରହି ସବୁ ଲୋକଙ୍କୁ ସମାନ ଦୃଷ୍ଟିରେ ନିଜେ ଦେଖୁଥିଲେ। ଗରିବୀର ଜାତି ଓ ଧର୍ମ କେବେ ନ ଥିଲା କି ବିକାଶର ଶ୍ରେଣୀ ଓ ରଙ୍ଗ ଏବେ ବି ନାହିଁ।

ଜାତି ଓ ଧର୍ମକୁ ନେଇ ଆବେଗର ଏହି ପୁରୁଣା ବ୍ୟବସାୟ ଏବେ ରାଜନୀତିକ ରଙ୍ଗ ନେଇ ଉଗ୍ରମୁହାଁ ହୋଇଥିବାବେଳେ ତଥାକଥିତ ବ୍ୟବସ୍ଥା ବିରୋଧୀଙ୍କ ଦୋମୁହାଁ ନୀତି ସ୍ଥିତିକୁ ଅଧିକ ସଂକଟକୁ ଟାଣି ନେଉଛି। କେବଳ ବିରୋଧ ନୁହେଁ ବର ବିକଳ୍ପ ଚିନ୍ତାକୁ ସଫଳତାର ସହ କାର୍ଯ୍ୟକାରୀ କରା ନଗଲେ ଏପରି ସ୍ଥିତିରୁ ନିକଟ ଅତୀତରେ ଏବର ଓ ଭବିଷ୍ୟ ପିଢ଼ିଙ୍କୁ ସୁରକ୍ଷା ମିଳିବା ମୁସ୍କିଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story