ନବୀନ ଓ ନରେନ୍ଦ୍ରଙ୍କ ହାତ ସଫେଇ ଦୋସ୍ତି

ଶୁଭ୍ରାଂଶୁ ଶେଖର ଜେନା ରାଜ୍ୟରେ ପ୍ରମୁଖ ବିରୋଧୀ ହେଉଛନ୍ତି ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)। ଗାଁ ଦାଣ୍ଡରୁ ଆରମ୍ଭ କରି ବିଧାନସଭା ସବୁଠି ଏହି ଦୁଇ ଦଳ ପରସ୍ପର ବିରୋଧରେ ନାରା ଦିଅନ୍ତି। ଏମିତିକି ଦଳୀୟ ନେତାମାନେ ପରସ୍ପର ଉପରେ ଆକ୍ଷେପ କରିବାକୁ ମଧ୍ୟ ଭୁଲନ୍ତି ନାହିଁ। ହେଲେ ଏହି ବିଜେଡି ଯେତେବେଳେ ପଲ୍ଲୀ ଛାଡ଼ି ଦିଲ୍ଲୀ ମାଡ଼େ ସେତେବେଳେ ରାଜ୍ୟର ବିରୋଧୀ ଦଳ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ […]

Naveen-Patnaik-meets-PM-Modi

Naveen-Patnaik-meets-PM-Modi

Subhransu Sekhar
  • Published: Thursday, 12 December 2019
  • Updated: 13 December 2019, 12:50 PM IST

Sports

Latest News

  • ଶୁଭ୍ରାଂଶୁ ଶେଖର ଜେନା

ରାଜ୍ୟରେ ପ୍ରମୁଖ ବିରୋଧୀ ହେଉଛନ୍ତି ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)। ଗାଁ ଦାଣ୍ଡରୁ ଆରମ୍ଭ କରି ବିଧାନସଭା ସବୁଠି ଏହି ଦୁଇ ଦଳ ପରସ୍ପର ବିରୋଧରେ ନାରା ଦିଅନ୍ତି। ଏମିତିକି ଦଳୀୟ ନେତାମାନେ ପରସ୍ପର ଉପରେ ଆକ୍ଷେପ କରିବାକୁ ମଧ୍ୟ ଭୁଲନ୍ତି ନାହିଁ। ହେଲେ ଏହି ବିଜେଡି ଯେତେବେଳେ ପଲ୍ଲୀ ଛାଡ଼ି ଦିଲ୍ଲୀ ମାଡ଼େ ସେତେବେଳେ ରାଜ୍ୟର ବିରୋଧୀ ଦଳ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ କୋଳାକୋଳି ହେଉଥିବା ଦେଖିବାକୁ ମିଳିଛି। ବିଜେଡି ଓ ବିଜେପି ଭିତରେ ଭିତିରିଆ ସମ୍ପର୍କ ରହିଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ ବିଜେଡି ଓ ବିଜେପି କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରନ୍ତି। ଦେଶର ବିକାଶ ପାଇଁ କେନ୍ଦ୍ରକୁ ଆବଶ୍ୟକ ସ୍ଥଳରେ ସହଯୋଗ କରୁଛୁ ବୋଲି ବିଜେଡି କେବଳ କହିଥାଏ। ଚଳିତ ସପ୍ତାହରେ ରାଜ୍ୟସଭା ଓ ଲୋକସଭାରେ ନାଗରିକ ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଧେୟକରେ ତ୍ରୁଟି ଥିବା ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ଥିବା ପଞ୍ଜାବର ଶିରୋମଣୀ ଅକାଳୀ ଦଳ କହିଥିଲା। ଏଥିପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲା ପଞ୍ଜାବର ଏହି ଦଳ। ହେଲେ ବିଜେଡି ଏନଡିଏରେ ନଥାଇ ମଧ୍ୟ କୌଣସି ତ୍ରୁଟି ଦେଖିପାରିନଥିଲା । କ'ଣ ବିଧେୟକରେ ଗୋଟିଏ ବି ଭୁଲ୍ ପାଇଲାନି ନା ସିବିଆଇ ତଦନ୍ତ ଭୟରେ କେନ୍ଦ୍ରର ହଁରେ ହଁ ମାରି ମୋଦିଙ୍କ ଗୁଡ ବୁକରେ ରହିବାକୁ ଚାହୁଁଛନ୍ତି ବିଜେଡି ସୁପ୍ରିମୋ?

ବୁଧବାର ରାଜ୍ୟସଭାରେ ସଂଶୋଧିତ ନାଗରିକ ବିଧେୟକ ଗୃହୀତ ହୋଇଛି। ରାଜ୍ୟସଭାରେ ବିଧେୟକ ଗୃହୀତ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଆବଶ୍ୟକ ସଦସ୍ୟ ନାହାନ୍ତି। ହେଲେ ବିଜେଡିର ୭ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଫଳରେ ବିଜେପି ଦମ୍ଭୋକ୍ତି ପ୍ରକାଶ କରିଥିଲା। ବିଜେଡି ଭଳି ଅନ୍ୟ କିଛି ଏନଡିଏ ବାହାର ଦଳ ସରକାରକୁ ସମର୍ଥନ କରିବା ଫଳରେ ବିଲ୍ ଗୃହୀତ ହୋଇଛି।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ। ଦେଶରେ ମୋଦି ସରକାର ଦ୍ୱିତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିବା ପରେ ପ୍ରଥମ ସଂସଦ ଅଧିବେଶନରେ ତିନି ତଲାକ ଏବଂ ଧାରା ୩୭୦ ବିଲ୍ ଆଣିଥିଲେ। ଲୋକସଭାରେ ସଂଖ୍ୟା ବଳ ଅଧିକ ଥିବାରୁ ଦୁଇଟି ଯାକ ବିଲ୍‌ ଗୃହୀତ ହୋଇଥିଲା। ହେଲେ ରାଜ୍ୟସଭାରେ ବିଜେଡି ସହଯୋଗର ହାତ ବଢ଼ାଇବାରୁ ମୋଦି ସରକାର ଏପରି ଅନେକ ବିଲ୍‌ ଗୃହୀତ କରିବାରେ ସଫଳ ହେଉଛନ୍ତି।

ସେହିପରି ରାଜ୍ୟ ବିଧାନସଭା କଥା ଯଦି ଦେଖିବା, ଶାସକ ଦଳ ବିଜେଡି ବିରୋଧରେ ବିଜେପି ଏଠି ହାଲ୍ଲାବୋଲ କରିଥାଏ। ଅନ୍ୟପଟେ ବିଜେଡି ସରକାରଙ୍କ ଅନେକ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରଶଂସା କରିଥାନ୍ତି ମୋଦୀ ସରକାର। ଯାହାକି ବିଜେପିର ପାଟି ଚୁପ୍ କରାଇଥାଏ। ନିକଟରେ ବିଧାନସଭାରେ ବିଜେଡି ଓ ବିଜେପି ବିଧାନସଭାରେ ପରସ୍ପରର ଗୋଇ ଖୋଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିକୁ ପ୍ରଶଂସା କରିଥିଲେ। ଯାହାକି ଉଭୟ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ କହିବା ଉପରେ ଲଗାମ ଲଗାଇଥିଲା।

ଖାଲି ଗୃହରେ ନୁହେଁ କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍, ଜିଏସଟି, ନୋଟବନ୍ଦୀ ଆଦି ବିଭିନ୍ନ ପ୍ରସଙ୍ଗକୁ ବିଜେଡି ସମର୍ଥନ କରିଛି। ଦେଶର ଅର୍ଥବ୍ୟବସ୍ଥାକୁ ନେଇ ବିଜେପିକୁ ବିରୋଧୀ ଦଳ ଟାର୍ଗେଟ କରୁଛନ୍ତି। ହେଲେ ବିଜେଡି କେବେ ଦେଶର ଆର୍ଥିକ ସ୍ଥିତିକୁ ନେଇ ସରକାରକୁ ସମାଲୋଚନା କରିନାହିଁ।

ଏବେ ବିଜେଡି ମୋଦି ସରକାରଙ୍କ ପ୍ରତି ପ୍ରସଙ୍ଗରେ ସମର୍ଥନ କରିବା ପଛର କାରଣ ହୋଇପାରେ ତାହା ବଡ଼ ପ୍ରଶ୍ନ। ରାଜ୍ୟରେ ଚିଟଫଣ୍ଡ ଭଳି ବଡ଼ ଦୁର୍ନୀତି ଯେଉଁଥିରେ ବିଜେଡି ନେତାଙ୍କ ସଂପୃକ୍ତି ଥିବାର ସିବିଆଇ ପ୍ରମାଣ ପାଇଛି ତାହାର ତଦନ୍ତ ଏକ ପ୍ରକାର ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଖଣି ଦୁର୍ନୀତି ପାଇଁ ସିବିଆଇ ଭୟରେ ବିଜେଡି କେନ୍ଦ୍ର ସରକାରଙ୍କ ଗେହ୍ଲାପୁଅ ହେବାକୁ ଚେଷ୍ଟା କରୁଛି ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପୂର୍ବରୁ ଚାଷୀଙ୍କ ହିତ ପାଇଁ ଘୋଷଣା କଲେ କାଳିଆ ଯୋଜନା। କେନ୍ଦ୍ର ଦ୍ୱାରା ବିପର୍ଯ୍ୟୟ ପାଣ୍ଠିରୁ ଟଙ୍କା ଉଠାଇ ଯେନତେନ ଚାଷୀଙ୍କୁ ସରକାର ପଇସା ଦେଇ ନିର୍ବାଚନ ବେଳେ ଭୋଟ୍ ହାତେଇ ନେଲେ। ହେଲେ ଏବେ ଆର୍ଥିକ ବୋଝ ବଢ଼ିବା ପରେ କାଳିଆ ଯୋଜନାର ଜନ୍ମଦାତା ନବୀନ ନିଜ ହାତରେ ଗାଇଡ ଲାଇନ ବଦଳ କରି ବର୍ଷକୁ ୧୦ ହଜାର ପରିବର୍ତ୍ତେ ୪ ହଜାର ଦେବେ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ରର ପିଏମ କିଷାନ ଯୋଜନା ମାଧ୍ୟମରେ ୬ ହଜାର ଚାଷୀଙ୍କୁ ମିଳିବ କହି ୬ ହଜାର ଟଙ୍କା ଚାଷୀଙ୍କ ପକେଟକୁ ଆଉ ଦେବନି ବୋଲି କହିଛନ୍ତି ନବୀନ ସରକାର। ପ୍ରଥମେ ପିଏମ କିଷାନ ସମ୍ମାନ ନିଧି ଯୋଜନାକୁ ଲାଗୁ କରାଇଦେବନି ବୋଲି ଅଡି ବସିଥିବା ନବୀନ ସରକାର ଏବେ କେନ୍ଦ୍ରର ଏହି ଯୋଜନାକୁ ନିଜ ଯୋଜନା ସହ ଯୋଡ଼ି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯଦି ରାଜ୍ୟରେ ବିଜେପି ସତରେ ବିଜେଡି ସରକାରକୁ ବିରୋଧ କରୁଛି ତାହେଲେ ସଂସଦରେ ମଧ୍ୟ ବିଜେଡି ସାଂସଦଙ୍କ ସମର୍ଥନ ନନେବା ଉଚିତ। କାରଣ ଭୋଟ ବେଳେ ଭୋଟରଙ୍କୁ ପ୍ରଥମେ ଭକୁଆ କରି ଭୋଟ୍ ସାଉଁଟୁଛନ୍ତି। ଦ୍ୱିତୀୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ଭାରତ ଓ ପାକିସ୍ତାନ ଭଳି ଶତ୍ରୁ ଭାବନା ସୃଷ୍ଟି କରୁଛନ୍ତି ଦୁଇ ଦଳ। ହେଲେ ମୁଖିଆ କିନ୍ତୁ ଦିଲ୍ଲୀରେ ଗୋଟିଏ ଥାଳିରେ ଖାଉଛନ୍ତି।

ସେହିପରି ବିଜେଡି ଯଦି ବିଜେପିକୁ ବିରୋଧ କରୁଛି ତାହେଲେ ସଂସଦରେ କୌଣସି ପ୍ରକାର ସହଯୋଗ ନକରିବା ଉଚିତ। ଫଳରେ ନିଜର ରାଜନୀତିକ ଏଜେଣ୍ଡା ପରିସ୍କାର ଜଣାପଡ଼ିବ। ସିବିଆଇ ଭୟରେ ନବୀନ ଦିଲ୍ଲୀରେ ଶରଣ ପଶୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଛି ସେହି ଅଭିଯୋଗର ଏକ ପ୍ରକାର ରୋକ ଲାଗିବ। ଫଳରେ ନୀବନ ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଅବ୍ୟାହତ ରଖିପାରିବେ।

ନିର୍ବାଚନ ଆସିଲେ ବିଜେଡି ଓ ବିଜେପି ପରସ୍ପରକୁ ଦାୟୀ କରନ୍ତି। ନିକଟରେ ବିଧାନସଭା ଓ ସାଧାରଣ ନିର୍ବାଚନ ପରେ ପାଟକୁରା ଏବଂ ବିଜେପୁର ଉପନିର୍ବାଚନ ହୋଇଛି। ସବୁଠି ଶଙ୍ଖନାଦ ହୋଇଥିବା ବେଳେ ବିଜେପି ଚିତପଟାଙ୍ଗ ମାରିଛି। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ପରସ୍ପର ବିରୋଧରେ ଆକ୍ଷେପ କରିବାକୁ ଯାଇ ଅନେକ ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ନବୀନ ସରକାର ପିସି ସରକାରକୁ ପ୍ରୋତ୍ସାହନ ଦିଏ, ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି, ଏଠି ସଚିବ ମୁଖିଆ ମନ୍ତ୍ରୀ କ୍ଷମତାହୀନ ବୋଲି ବିଜେପି ନାରା ଦିଏ। ହେଲେ ନିର୍ବାଚନ ସରିଲେ ଦିଲ୍ଲୀରେ ଦୁଇ ଦଳ ପୁଣି କୋଳାକୋଳି ହୋଇ ଆରମ୍ଭ କରନ୍ତି ହାତ ସଫେଇ ଦୋସ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos