ନବୀନ ବାବୁ, ଆଉ କେତେ ଦୁର୍ନୀତି ଓ ଦୁର୍ଗତି ଦେଖିବେ?

ସୂର୍ଯ୍ୟମଣି ମିଶ୍ର ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ଶାସନର ଡୋର ଆପଣଙ୍କ ହାତରେ, ନବୀନ ବାବୁ! ଏବେ ଆପଣ କୁହନ୍ତୁ ଆଉ କେତେ ଦେଖିବେ ଓଡ଼ିଶାର ଦୁର୍ନୀତି ଏବଂ ଓଡ଼ିଆଙ୍କ ଦୁର୍ଗତି? ଶାସନ କ୍ଷମତାକୁ ଆସିବା ପୂର୍ବରୁ ଆପଣ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶା ହେବ ସମୃଦ୍ଧ। ଏହା ପରେ ଆପଣ ଶୁଣାଇ ଚାଲିଛନ୍ତି ପ୍ରଗତି ପଥେ ଓଡ଼ିଶା। କିନ୍ତୁ ଓଡ଼ିଶାରେ କି ପ୍ରଗତି ହୋଇଛି, କ’ଣ ସମାନୁପାତିକ ବିକାଶ କରିବା କ୍ଷେତ୍ରରେ ଆପଣ ସଫଳ […]

mineing scam in odisha

mineing scam in odisha

Debendra Prusty
  • Published: Thursday, 30 July 2020
  • Updated: 30 July 2020, 06:53 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ଶାସନର ଡୋର ଆପଣଙ୍କ ହାତରେ, ନବୀନ ବାବୁ! ଏବେ ଆପଣ କୁହନ୍ତୁ ଆଉ କେତେ ଦେଖିବେ ଓଡ଼ିଶାର ଦୁର୍ନୀତି ଏବଂ ଓଡ଼ିଆଙ୍କ ଦୁର୍ଗତି? ଶାସନ କ୍ଷମତାକୁ ଆସିବା ପୂର୍ବରୁ ଆପଣ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶା ହେବ ସମୃଦ୍ଧ। ଏହା ପରେ ଆପଣ ଶୁଣାଇ ଚାଲିଛନ୍ତି ପ୍ରଗତି ପଥେ ଓଡ଼ିଶା। କିନ୍ତୁ ଓଡ଼ିଶାରେ କି ପ୍ରଗତି ହୋଇଛି, କ’ଣ ସମାନୁପାତିକ ବିକାଶ କରିବା କ୍ଷେତ୍ରରେ ଆପଣ ସଫଳ ହୋଇଛନ୍ତି କି? ଏହି ଆଲେଖ୍ୟରେ ଆପଣଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ କରୁନାହୁଁ। କିନ୍ତୁ ଆପଣଙ୍କ ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ପାଳନ ନେଇ ପ୍ରଶ୍ନ କରିବା ଉଚିତ୍ ମନେ କରୁଛୁ। ଆପଣ ପ୍ରତିଶ୍ରୁତି ଦେଇଥିଲେ ପୋସ୍କୋ କରିବ ମେଗା ଇସ୍ପାତ କାରଖାନା। ଆପଣ ପ୍ରତିଶ୍ରୁତି ଦେଇଥିଲେ କେନ୍ଦୁଝରରେ ପ୍ରତିଷ୍ଠା ହେବ ମିତ୍ତଲର ମେଗା ଇସ୍ପାତ ପ୍ରକଳ୍ପ। ଆପଣ ପ୍ରତିଶ୍ରୁତି ଦେଇଥିଲେ ଏବଂ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ବେଦାନ୍ତ କମ୍ପାନୀ ସହ। ଏହି କମ୍ପାନୀ ପ୍ରତିଷ୍ଠା କରିବା ବେଦାନ୍ତ ବିଶ୍ୱବିଦ୍ୟାଳୟ। ୨୦୦୦ ମସିହାରୁ ଆପଣ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସବୁ ଚାଷ ଜମି ହେବ ଜଳସେଚିତ। କୃଷି ଓ କୃଷକର ବିକାଶରେ ଓଡ଼ିଶାର ବିକାଶ ସୁନିଶ୍ଚିତ ହେବ। ଆୟ ଓ ରୋଜଗାର ବୃଦ୍ଧି ସହ ଆର୍ଥିକ ବିକାଶକୁ ସୁନିଶ୍ଚିତ କରାଯିବ। କିନ୍ତୁ ୮୦ ଦଶକରେ ଓଡ଼ିଶାବାସୀ ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ କଂଗ୍ରେସ ସରକାର ଯେପରି ଠକିଥିଲା ଆଜି ଆପଣଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଓଡ଼ିଶାବାସୀ ଦେଖୁଛନ୍ତି। ଖଣିଜ ସଂପଦ ଶେଷ ହେଉଛି। କିନ୍ତୁ ଖଣି ଅଞ୍ଚଳର ଅଧିବାସୀ ଦାରିଦ୍ର‌୍ୟରୁ ମୁକ୍ତି ପାଉନାହାନ୍ତି। ୨୦୦୬ରେ ମୋଟ ଋଣଭାର ଥିଲା ୩୫ ହଜାର କୋଟି ଟଙ୍କା। ଏବେ ଏହି ଋଣଭାର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ୨୦୦୪ ନିର୍ବାଚନ ପରେ ଆପଣ ୪୪ ଟି ବୁଝାମଣା ପତ୍ର ସାକ୍ଷର କରିଥିଲେ। ଏବେ ଆପଣ କୁହନ୍ତୁ କେତୋଟି ବୁଝାମଣା ପତ୍ର ଅନୁଯାୟୀ କେତେ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି? କେତେ କର୍ମସଂସ୍ଥାନ ସୃଷ୍ଟିକାରୀ ଶିଳ୍ପାୟନ ପ୍ରତିଷ୍ଠାରେ ଆପଣ ସଫଳ ହୋଇଛନ୍ତି।

ଆପଣ ନିଜେ ଦେଖିଛନ୍ତି ଖଣି ମହାଦୁର୍ନୀତିର ପର୍ଦ୍ଦାଫାଶକୁ। ତଦନ୍ତକାରୀ ଶାହା କମିଶନ ଏ ସଂପର୍କରେ ରିପୋର୍ଟ ଦେଲେ। ଆପଣଙ୍କ ସାମ୍‌ନାକୁ ଆସିଲା ଚିଟ୍‌ଫଣ୍ଡ ମହାଦୁର୍ନୀତି। କିନ୍ତୁ କ’ଣ ହେଲା, ଆଜି ଦିନରେ କ’ଣ ଦୁର୍ନୀତିର ଅନ୍ତ ଘଟିଛି ନା ପିସି ଆଦାୟର କଳା ଅଧ୍ୟାୟର ପୂର୍ଣ୍ଣଛେଦ ହୋଇପାରିଛି? ସାରା ଦେଶରେ ଗଚ୍ଛିତ ଥିବା କ୍ରୋମାଇଟ୍‌ ସଂପଦର ୯୭.୬ ପ୍ରତିଶତ କ୍ରୋମାଇଟ୍ (୧୧୧ନିୟୁତ ଟନ୍‌) ଓଡ଼ିଶାରେ ଅଛି। ଏହିପରି ୯୫.୦୯ ପ୍ରତିଶତ ନିକେଲ(୧୭୪.୫ ନିୟୁତଟନ୍‌), ୭୬.୬୬ ପ୍ରତିଶତ ଗ୍ରାଫାଇଟ୍ (୪.୬ ନିୟୁତଟନ୍‌), ୪୯.୭୪ ପ୍ରତିଶତ ବକ୍‌ସାଇଟ୍ (୧୫୩୦ନିୟୁତ ଟନ୍‌), ୩୩.୯୧ ପ୍ରତିଶତ ଲୁହାପଥର (୪୧୭୭ନିୟୁତଟନ୍‌), ୩୨.୩୩ ପ୍ରତିଶତ ମିନେରାଲ୍ ସ୍ୟାଣ୍ଡ (୮୬ନିୟୁତ ଟନ୍‌), ୨୮.୮୭ ପ୍ରତିଶତ ମାଙ୍ଗାନିଜ (୧୧୬ନିୟୁତ ଟନ୍‌), ୨୫.୭ ପ୍ରତିଶତ ଫାୟାର କ୍ଲେ (୧୭୭ ନିୟୁତଟନ୍‌), ୨୪.୩୭ ପ୍ରତିଶତ କୋଇଲା (୫୧.୫୭୧ନିୟୁତଟନ୍‌), ୨୧.୨୪ ପ୍ରତିଶତ ଫାଇରୋଫାଇଲାଇଟ୍ (୪.୮ନିୟୁତ ଟନ୍‌), ୨୦.୮୩ ପ୍ରତିଶତ ରାନାଡ଼ିୟମ୍ ମ୍ୟାଗ୍ନେଟାଇଟ୍ (୨.୫ନିୟୁତ ଟନ୍‌), ୧୩.୩୪ ପ୍ରତିଶତ ଚାଇନା କ୍ଲେ (୩୧୪ ନିୟୁତ ଟନ୍‌), ୧୨ ପ୍ରତିଶତ ଡୋଲମାଇଟ୍ (୧୭୦ନିୟୁତ ଟନ୍‌), ମୂଲ୍ୟବାନ୍ ଖଣିଜ ସଂପଦ ଓଡ଼ିଶାରେ ରହିଛି।  କିନ୍ତୁ ଏହି ମୂଲ୍ୟବାନ୍ ଖଣିଜ ସଂପଦର ସୁବିନିଯୋଗ ହେବା ପରିବର୍ତ୍ତେ ଏହା ଓଡ଼ିଶାବାସୀଙ୍କ କ୍ରୟଶକ୍ତି ବୃଦ୍ଧି କରିବାରେ ଏବଂ ଓଡ଼ିଆଙ୍କ ସ୍ୱଚ୍ଛଳ କରିବା ଦିଗରେ ସହାୟକ ହେବା ପରିବର୍ତ୍ତେ କିଛି ମୁଷ୍ଟିମେୟ ଲୋକ ପ୍ରାଚୁର୍ଯ୍ୟର ପାହାଡ଼ ଗଢୁଛନ୍ତି ଏବଂ ଚାଲିଛି ଖଣିଜ ସଂପଦର ଅବାଧ ଲୁଣ୍ଠନ। ଏହା କ’ଣ ନବୀନ ବାବୁ ଆପଣଙ୍କ ସାମ୍‌ନାରେ ହେଉନାହିଁ କି? ଏହା ଆପଣଙ୍କ ଦକ୍ଷତା ଏବଂ ଉତ୍ତରଦାୟିତ୍ୱ ପାଳନରେ ବିଫଳତାକୁ ସୂଚାଉନାହିଁ କି? ଗଣତାନ୍ତ୍ରିକ ଧାରାରେ ଆପଣ ଓଡ଼ିଆଙ୍କର ଏବଂ ଓଡ଼ିଶାବାସୀଙ୍କର ଅଭିଭାବକ। ଜଣେ ଅଭିଭାବକର କର୍ତ୍ତବ୍ୟ ହେଉଛି ସେ ସମାନୁପାତିକ ବିକାଶ ଧାରାରେ ସମସ୍ତଙ୍କୁ ଯୋଡ଼ିବା। ଟଙ୍କିକିଆ ଚାଉଳ ଏବଂ ୫ ଟଙ୍କାରେ ଭାତ ଡାଲମା ଦେବା ଫଳରେ ଓଡ଼ିଆ ଜନତା କ’ଣ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉନାହାନ୍ତି କି? ଏହା ଆପଣଙ୍କ ଦୂରଦୃଷ୍ଟିର ଅଭାବ ନା କ୍ଷମତାରେ ରହିବା ପାଇଁ ରାଜନୈତିକ ଗୋଟିଚାଳନା?

ସରକାରଙ୍କର ଘୋଷଣା ହେଉଛି ଓଡ଼ିଶାର ସୁଶାସନ ଯୋଗୁଁ ରାଜ୍ୟ ହେଉଛି ଉତ୍ପାଦନରେ ବଳକା। ପ୍ରଗତି ପଥେ ଓଡ଼ିଶା ଆଗକୁ ବଢୁଛି। ଦାରିଦ୍ର‌୍ୟ ହାର ୨୨ ଭାଗରେ ସୀମିତ ରହିଛି। ଅର୍ଥାତ୍ ଦିନକୁ ଦିନ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ସତ୍ୟ ହେଉଛି କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହୋଇଛନ୍ତି ରାଜ୍ୟର ୩ କୋଟି ୨୪ ଲକ୍ଷ ୬୨ ହଜାର ୯୫୫ ଜଣ। ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସରକାର ଜନକଲ୍ୟାଣ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ଏକ ଟଙ୍କାରେ ୫ କେଜି ଚାଉଳ ମୁଣ୍ଡପିଛା ଗରିବ ପରିବାରକୁ ଦେଉଛନ୍ତି। ଅର୍ଥାତ୍ ୫ ଟଙ୍କାରେ ୫ କେଜି ଚାଉଳ ମିଳୁଛି। ଏହା ବ୍ୟତୀତ ଛତା, କମ୍ବଳ, ଜୋତା, ଲାପ୍‌ଟପ୍‌, ଚାଷୀଙ୍କୁ ମୋବାଇଲ୍‌, କାଳିଆ ଯୋଜନା, ବିଜୁ ଯୁବବାହିନୀ, ସାଇକେଲ୍ ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠଙ୍କୁ ୩ ହଜାର ଟଙ୍କା, କୃଷିଋଣ ବ୍ୟବସ୍ଥା କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟ ଉପରେ ଏବେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ସରକାର ଏତେ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ସତ୍ତ୍ୱେ ରାଜ୍ୟର ୯୦ ଲକ୍ଷ ପରିବାର ଏବେବି ଗରିବ ଅଛନ୍ତି। ୨୮ ଲକ୍ଷ ହେଉଛନ୍ତି ପ୍ରବାସୀ ଶ୍ରମିକ। ତଥ୍ୟ ଅନୁଯାୟୀ ୯୪ ଲକ୍ଷ ପରିବାରର ୩.୫୦ କୋଟି ଲୋକ ଏବେ ବି ଟଙ୍କିକିଆ ଚାଉଳ ଉପରେ ନିଜର ଖାଦ୍ୟ ନିରାପତ୍ତା ମେଣ୍ଟାଉଛନ୍ତି। ରାଜ୍ୟର ମୋଟ ପରିବାର ମଧ୍ୟରୁ ମାତ୍ର ୨୦ ଲକ୍ଷ ପରିବାର ବା ମୋଟ ଜନସଂଖ୍ୟାର ୧୫ରୁ ୨୦ ଭାଗ ପରିବାର କେବଳ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ବୋଲି ଜଣାପଡ଼ିଛି। ଏହା ସୂଚାଇ ଦେଉଛି ଯେ, ଓଡ଼ିଶାର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ବାସ୍ତବରେ ସଫଳ ରୂପାୟନ ହୋଇପାରିନାହିଁ।

୧୯୮୦ ଦଶକରେ ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବେକାରି ହଟିବ ବୋଲି କୁହାଗଲା। ୧୯୯୦ ଦଶକରେ ବୃହତ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ସମାନୁପାତିକ ବିକାଶ ହେବ ବୋଲି ଜୋର୍ ଦିଆଗଲା। ୨୦୦୧ରେ ନୂଆ ଶିଳ୍ପନୀତି ଅଣାଗଲା। ସରକାର କହିଲେ ଆୟ ଓ ରୋଜଗାର ବୃଦ୍ଧି ସହ ଆର୍ଥିକ ବିକାଶ ସୁନିଶ୍ଚିତ ହେବ। ଏହା ପରେ ଲ୍ୟାଣ୍ଡବ୍ୟାଙ୍କ୍ ପ୍ରତିଷ୍ଠା ହେଲା। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା ପାଇଁ ଜମି ମଧ୍ୟ ଯୋଗାଇ ଦିଆଗଲା। ଏହା ମଧ୍ୟରେ ଖଣିଜ ସଂପଦ ଦିନକୁ ଦିନ ଶେଷ ହେଉଛି।  ଅର୍ଥାତ୍ ମୋଟ ଖଣିଜ ସଂପଦ କ୍ରମଶଃ କମିବାରେ ଲାଗିଛି। କିନ୍ତୁ ରାଜ୍ୟର ୮୦ ଭାଗ ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠିପାରୁନାହାନ୍ତି। ଏହି ବାସ୍ତବ ସତ୍ୟକୁ ସରକାର କିନ୍ତୁ ସ୍ୱୀକାର କରିପାରୁନାହାନ୍ତି। ରାଜ୍ୟରେ ଶିଳ୍ପ ଏବଂ ବିକାଶର ଭିତ୍ତିଭୂମି ପାଇଁ ଉଦ୍‌ବାସ୍ତୁ ହେଉଥିବା ଲୋକଙ୍କର ଥଇଥାନ ଏବଂ ନିଯୁକ୍ତି ସୁନିଶ୍ଚିତ ହୋଇପାରୁନି। କାଶୀପୁର-ଲାଞ୍ଜିଗଡ଼ରେ ବକ୍‌ସାଇଟ୍ ଶିଳ୍ପ ପ୍ରତିଷ୍ଠା କରାଗଲା। କଳିଙ୍ଗ ନଗରରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲା। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଖଣିକୁ ଖନନ କରାଯାଇ ପୁଞ୍ଜିପତିଙ୍କ ହାତରେ ଟେକି ଦିଆଗଲା। ଏହା ଫଳରେ ରାଜ୍ୟର ରାଜସ୍ୱ ବୃଦ୍ଧି ସୁନିଶ୍ଚିତ ହେବ ବୋଲି ସରକାର କହିଲେ। କିନ୍ତୁ ଏହି ଜିଲ୍ଲାରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ସବୁଠୁ ଅଧିକ। ଏହି ଜିଲ୍ଲାର ଲୋକଙ୍କୁ ପ୍ରଦୂଷଣ ବଳୟରୁ ମୁକ୍ତ କରାଯାଇପାରୁନାହିଁ। ସ୍ୱଚ୍ଛ ପିଇବା ପାଣି ନାହିଁ। ଖଣିଜ ସଂପଦ, ଜଙ୍ଗଲ ସଂପଦ, ଜଳ ସଂପଦ ସୁବିନିଯୋଗ ଗ୍ରାମସଭାର ନିୟମ ଅନୁଯାୟୀ କରାଯାଉନାହିଁ। ଅନାବଶ୍ୟକ ଭୋଗ ହିଁ ଅନେକଙ୍କୁ ଭୋକିଲା କରୁଛି। ଜଗତୀକରଣ ପ୍ରକ୍ରିୟା ଅଧିକ ଦ୍ରବ୍ୟ ଭୋଗର ପିପାସା ବଢାଇଛି। ଏକ ସମୀକ୍ଷାରୁ ଜଣାଯାଇଛି ଖଣି କ୍ଷେତ୍ରରେ ୬୮ ପ୍ରତିଶତ ପୁଞ୍ଜିଲଗାଣ ହେଉଥିଲେ ହେଁ ନିଯୁକ୍ତି ହାର ମାତ୍ର ୩ ପ୍ରତିଶତ। କ୍ଷୁଦ୍ର ଶିଳ୍ପରେ ୮ ପ୍ରତିଶତ ପୁଞ୍ଜି ଲଗାଣ ହେଉଥିବାବେଳେ ରୋଜଗାର ସୃଷ୍ଟିର ହାର ହେଉଛି ୧୩ ପ୍ରତିଶତ। ମଧ୍ୟମ ଶିଳ୍ପରେ ୧୧ ପ୍ରତିଶତ ପୁଞ୍ଜିଲଗାଣ ହେଉଛି ଆଉ ଏଥିରେ ୨.୫ ପ୍ରତିଶତ ରୋଜଗାର ସୃଷ୍ଟି ହେଉଛି। କୁଟୀର ଶିଳ୍ପରେ ୩ ପ୍ରତିଶତ ପୁଞ୍ଜିଲଗାଣ ହେଉଥିବାବେଳେ ଏଥିରେ ୮୧ ପ୍ରତିଶତ ରୋଜଗାର ସୃଷ୍ଟି ହୋଇପାରୁଛି। ସରକାର କିନ୍ତୁ କୁଟୀର ଶିଳ୍ପ ଉପରେ ଗୁରୁତ୍ୱ ନଦେଇ କମ୍ ରୋଜଗାର ସୃଷ୍ଟି ହେଉଥିବା ବୃହତ୍ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ୧୯୯୦ ଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ଅର୍ଥନୀତିର ପ୍ରଭାବରେ ଆଜି ଆର୍ଥିକ ଅସମାନତା ବଢି ବଢି ଚାଲିଛି। ଭୋକରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉନାହିଁ। ସାମାଜିକ ନ୍ୟାୟ ଓ ସମତାପନ୍ନ ସମାଜ ପ୍ରତିଷ୍ଠାରେ ସରକାର ସଫଳ ହୋଇପାରୁନାହାନ୍ତି। ଶତାଧିକ ପରିବାର ତେଲ ଲୁଣର ସଂସାର ଉଜୁଡ଼ିଯାଉଛି।

୨୦୦୬ରେ ମୋଟ ଋଣ ଭାର ୩୭ ହଜାର କୋଟି ଟଙ୍କା ଥିଲାବେଳେ ଏବେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ଚାଷ ୬୫ ପ୍ରତିଶତ ଲୋକଙ୍କୁ ରୋଜଗାର ଯୋଗାଇଥାଏ। କିନ୍ତୁ ଏହି ଚାଷ ଜମିର ଉର୍ବରତା ଓ ସବୁଜମିକୁ ପାଣି ଯୋଗାଇ ଦେବା ସରକାରଙ୍କ ଦ୍ୱାରା ସମ୍ଭବ ହୋଇପାରିନାହିଁ। ବର୍ଷାଜଳର ସଂରକ୍ଷଣ କରାଯାଇପାରୁନାହିଁ। ସବୁଠି ଏବେ ଦାରିଦ୍ର‌୍ୟର ଉତ୍କଟ ଚିତ୍ର ଦେଖିବାକୁ ମିଳୁଛି। ସରକାରଙ୍କ ଦାବି ହେଲା ଚମକୁଛି ଓଡ଼ିଶା। କିନ୍ତୁ ବାସ୍ତବ ସ୍ଥିତି ଯାହା ଗ୍ରାଉଣ୍ଡ ସର୍ଭେ ରିପୋର୍ଟରୁ ଜଣାଯାଏ ତାହା ହେଉଛି ଦୁଃଖରେ ଓଡ଼ିଶା।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story