ହବିଷ୍ୟାଳୀ ଯୋଜନା- ବିଧବା ପ୍ରଥାକୁ ସମର୍ଥନ ନୁହେଁ କି?

ରାଜ୍ୟ ସରକାରଙ୍କ ତରଫରୁ ପୁରୀରେ ଗଲା କିଛି ବର୍ଷ ହେଲା ହବିଷ କରିବା ଲାଗି ଆସୁଥିବା ହିନ୍ଦୁ ବିବାହିତ ମହିଳାଙ୍କ ଲାଗି ଆଶ୍ରୟସ୍ଥଳୀ ତିଆରି ହୋଇଛି। ରାଜ୍ୟ ସରକାର ହୁଏତ ଏଭଳି ଅମାନବୀୟ ଓ ଲିଙ୍ଗଗତ ପାର୍ଥକ୍ୟ ଥିବା ପରମ୍ପରାକୁ ବନ୍ଦ କରିବା ଲାଗି ପଦକ୍ଷେପ ନେଇପାରିଥାନ୍ତେ। କିନ୍ତୁ ରାଜ୍ୟ ସରକାର ହିନ୍ଦୁ ଧାର୍ମିକ ପରମ୍ପରାର ସୁରକ୍ଷା ଲାଗି ପ୍ରତିବର୍ଷ ତିଆରି କରିଦେଉଛନ୍ତି ‘ଅସ୍ଥାୟୀ ହବିଷ୍ୟାଳୀ ଆଶ୍ରୟସ୍ଥଳୀ’।

Widows And Tradition Of Habisha

Widows And Tradition Of Habisha

Debendra Prusty
  • Published: Friday, 19 May 2023
  • Updated: 19 May 2023, 01:23 PM IST

News Highlights

  • ବିଧବାଙ୍କ ହବିଷ ପ୍ରଥା କେତେ ଧାର୍ମିକ ଓ ଆଧ୍ୟାତ୍ମିକ?
  • କେବଳ ସ୍ୱାମୀ ହରା ବିଧବାମାନେ ହବିଷ୍ୟ ପାଳନ୍ତି କାହିଁକି? ସ୍ତ୍ରୀ ହରା ମୃତଦାରମାନେ କାହିଁକି ପୁରୀ ଯାଇଁ ହବିଷ୍ୟ ପାଳନ୍ତି ନାହିଁ?
  • ବିଧବା ଭତ୍ତା ପରିମାଣ ଯାହା ସେଥିରେ କେଉଁ ବିଧବା ମଣିଷ ପରି ଚଳି ପାରିବ?

Sports

Latest News

ମୀରା ଦାଶଙ୍କ ସହିତ ଅଚାନକ ପରିଚୟ ହୁଏ କାର୍ତ୍ତିକ ମାସରେ, ପୁରୀର ଏକ ହବିଷ୍ୟାଳୀ ଆଶ୍ରୟ ସ୍ଥଳୀରେ। ଜଣେ ଯୁବ ବନ୍ଧୁଙ୍କ ମାଉସୀ ଭାବରେ ଆମର ଭେଟ ଓ କଥାବାର୍ତ୍ତା ଚାଲେ।

ସେଦିନ ସେହି ଧଳା ଲୁଗା ଭିତରୁ ଅନ୍ୟୁନ ପଞ୍ଚଷଠି ବର୍ଷୀୟା ବୃଦ୍ଧା ମୀରା ଦାଶ (ଛଦ୍ମ ନାମ) ନିଜର କଷ୍ଟକର ଜୀବନ ସମ୍ପର୍କରେ ବଖାଣୁ ଥିବା ବେଳେ କହିଲେ, ‘ଗାଁ ଲୋକେ କହୁଛନ୍ତି ଆମକୁ ଆଗେ ନିଆଁରେ ପକାଇ ଜାଳି ଦେଉଥିଲେ। ଏବେ ଅନ୍ତତଃ ଜୀବନ ଟିକେ ତ ପାଉଛ।’

ସେ ବଡ଼ କ୍ଷୋଭରେ କହୁଥିଲେ, ‘ଗାଁରେ ସମସ୍ତଙ୍କ ବରାଦ, ପିଇସି ଏଇଟା କରିଦିଅ, ନାନି ଏଇଟା କରିଦିଅ ତ କିଏ ପୁଣି ଭାଉଜ ଏଇଟା କରିଦିଅ। ସମସ୍ତେ କାମ ବରାଦ କରିଦିଅନ୍ତି। ମୀରା ଦାଶ କ’ଣ ଖାଉଛି, କୁଆଡ଼େ ଯାଉଛି, କାହା ସହିତ କଥା ହେଉଛି ଗାଁ ଲୋକଙ୍କ ସେଥିରେ ନଜର। କିନ୍ତୁ ମୀରା ଦାଶ ଘରେ ଖାଇବା ଲାଗି କିଛି ଅଛି କି ନାହିଁ ସେକଥା ଗାଁରେ କିଏ ଆସି ପଚାରିନଥାନ୍ତି।’

ସାଧାରଣତଃ କାର୍ତ୍ତିକ ମାସରେ ପୁରୀ ସହରର ରାସ୍ତା ଘାଟ ଏକ ଧଳା ଚାଦରରେ ଆଚ୍ଛାଦିତ ହେଲା ଭଳି ମନେହୁଏ। ଶହ ଶହ ହିନ୍ଦୁ ମହିଳା ନିଜର ସ୍ଵାମୀଙ୍କ ମୃତ୍ୟୁ କାରଣରୁ ଭଗବାନ କୃଷ୍ଣଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ପୁରୀଠାରେ ଏକାଠି ହୋଇଥା’ନ୍ତି। ସେମାନଙ୍କୁ ବିଶ୍ଵାସ କରାଇଦିଆଯାଇଛି ଯେ ଏହା ଦ୍ଵାରା ଏ ଯନ୍ତ୍ରଣା ଅନ୍ତତଃ ଆସନ୍ତା ଜନ୍ମରେ ତାଙ୍କୁ ମିଳିବ ନାହିଁ। ଏଭଳି ହବିଷ ପାଳନ କ’ଣ କୌଣସି ପ୍ରଗତିଶୀଳ ସମାଜର ଲକ୍ଷଣ ହୋଇପାରେ?

ମୀରା ଦାଶଙ୍କ ସହିତ ଆମର କଥାବାର୍ତ୍ତା ସମୟରେ ସେଦିନ ପାଖରେ ଥିବା ଅନେକ ମହିଳାଙ୍କ ଆଖିରେ ବି ଲୁହ ଆସିଯାଉଥିଲା। ତାଙ୍କ ଭିତରୁ ଜଣେ ଏତିକି ଯୋଡ଼ି ଦେଲେ, ‘ପ୍ରତିମାସରେ ଦୁଇଟି ଏକାଦଶୀ। ସେହିଦିନ ଆମଲାଗି ଉପବାସ। କାଳେ ଆମେ ଭୁଲିଯିବୁ, ସେମାନେ ତୁମକୁ ମନେ ପକାଇଦେବେ, ଆଜି ଏକାଦଶୀ। କାର୍ତ୍ତିକ କରିବାକୁ ଇଚ୍ଛା ନଥିଲେ ବି ନଣନ୍ଦମାନେ ଆସି ଚାଉଳ ଓ ଟଙ୍କା ଆଗୁଆ ଧରାଇଦେବେ। ତୁମେ କାର୍ତ୍ତିକ ନକରି ଯିବ କୁଆଡ଼େ?’

ବିଧବାର କୌଣସି ପୁଲିଙ୍ଗ ଶବ୍ଦ ହିନ୍ଦୁ ସମାଜରେ ନାହିଁ, ଏମିତି ନୁହେଁ ଯେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ପୁରୁଷ ଆମ ସମାଜରେ ନାହାନ୍ତି! ବିଧବା ମହିଳାଙ୍କୁ ସାଧାରଣତଃ ଅମଙ୍ଗଳ ବୋଲି ଗାଁରେ ଧରାଯାଏ ମାତ୍ର ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିବା ପୁରୁଷକୁ ସେଭଳି ଆକାରରେ ଦେଖାଯାଏ ନାହିଁ। ଏହି ମହିଳାମାନେ ଯଦି ନିଜ ଗାଁରେ ବା ପୁରୁଣା ସହରରେ ରହିଛନ୍ତି ତେବେ ଖାଦ୍ୟ, ପୋଷାକ, ସମ୍ପର୍କ ଓ ବିଚାରକୁ ନେଇ ଅନେକ ଲୋକଙ୍କ ନଜର, ଅନେକ ଲୋକଙ୍କ ମନ୍ତବ୍ୟ। ଏହି ଲିଙ୍ଗଗତ ପାର୍ଥକ୍ୟ ଆଜି ବି ରହିଛି।

ନାରୀ ଜଣକ ହୁଏତ ଆମିଷ ଖାଇବା ଲାଗି ଆଗ୍ରହୀ ହୋଇପାରନ୍ତି, ରଙ୍ଗୀନ ଡ୍ରେସ ଓ ଶାଢ଼ୀ ପିନ୍ଧିବା ଲାଗି ଆଗ୍ରହୀ ହୋଇପାରନ୍ତି, ନିଜ ଇଚ୍ଛାରେ ବୁଲିବାକୁ ଯାଇପାରନ୍ତି ଓ ସମସ୍ତ ସାମାଜିକ ଉତ୍ସବରେ ଯୋଗ ଦେବା ଲାଗି ଆଗ୍ରହୀ ହୋଇପାରନ୍ତି। ସେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଜଣେ ଯାହାର ସେହି ସମସ୍ତ ଆଗ୍ରହ ରହିଛି ଯାହା ଅନ୍ୟ ମଣିଷମାନଙ୍କର ରହିଛି। କିନ୍ତୁ ପରମ୍ପରା ନାମରେ ତାହାକୁ ବାରଣ କରିବା ଅଥବା କେହି ଯଦି ଏଭଳି ଅମାନବୀୟ ପରମ୍ପରାକୁ ସ୍ଵୀକାର କରୁନଥାଏ ତେବେ ତାହାଙ୍କୁ ଥଟ୍ଟା କରିବା ଆମ ସମାଜର ଅତି ଘୃଣ୍ୟ ପରମ୍ପରା।

ରାଜ୍ୟ ସରକାରଙ୍କ ତରଫରୁ ପୁରୀରେ ଗଲା କିଛି ବର୍ଷ ହେଲା ହବିଷ କରିବା ଲାଗି ଆସୁଥିବା ହିନ୍ଦୁ ବିବାହିତ ମହିଳାଙ୍କ ଲାଗି ଆଶ୍ରୟସ୍ଥଳୀ ତିଆରି ହୋଇଛି। ରାଜ୍ୟ ସରକାର ହୁଏତ ଏଭଳି ଅମାନବୀୟ ଓ ଲିଙ୍ଗଗତ ପାର୍ଥକ୍ୟ ଥିବା ପରମ୍ପରାକୁ ବନ୍ଦ କରିବା ଲାଗି ପଦକ୍ଷେପ ନେଇପାରିଥାନ୍ତେ। କିନ୍ତୁ ରାଜ୍ୟ ସରକାର ହିନ୍ଦୁ ଧାର୍ମିକ ପରମ୍ପରାର ସୁରକ୍ଷା ଲାଗି ପ୍ରତିବର୍ଷ ତିଆରି କରିଦେଉଛନ୍ତି ‘ଅସ୍ଥାୟୀ ହବିଷ୍ୟାଳୀ ଆଶ୍ରୟସ୍ଥଳୀ’। ଏପରି ଆଶ୍ରୟସ୍ଥଳୀରେ ଅନେକ ମୀରା ଦାଶ ହବିଷ ଲାଗି ଏକାଠି ହୁଅନ୍ତି। ପୂର୍ବରୁ ସେମାନେ ବିଭିନ୍ନ ମଠ ଓ ଭଡ଼ା ଘରେ ଏକାଠି ହେଉଥିଲେ। ଏବେ ସରକାରୀ ଆଶ୍ରୟସ୍ଥଳୀକୁ ଆସିଯାଉଛନ୍ତି। ପରମ୍ପରା ନାମରେ ପୁରୁଷତାନ୍ତ୍ରିକ ବିଚାର ସମାଜରେ ଏହା ଦ୍ୱାରା ଅଧିକ ବଳଶାଳୀ ହେଉନାହିଁ କି ଓ ସରକାର ଏଥିରେ ଏକ ପକ୍ଷ ହେଉନାହାନ୍ତି କି?

ଆଜି ଯେଉଁମାନେ ପ୍ରାଚୀନ ହିନ୍ଦୁ ଧାର୍ମିକ ସଂସ୍କୃତିକୁ ମାହାନ ସଂସ୍କୃତି କହି ଗର୍ବ ମନେକରୁଛନ୍ତି, ଏପରିକି ଅନ୍ୟକୁ ଆକ୍ରମଣ କରିବା ଲାଗି ମଧ୍ୟ ପଛାଉନାହାନ୍ତି ସେମାନେ ହିନ୍ଦୁ ଧର୍ମ ମଧ୍ୟରେ ରହିଥିବା ବିଧବା ପ୍ରଥା ଭଳି କଦର୍ଯ୍ୟ ପ୍ରଥାକୁ ସ୍ଵୀକାର କରିବା ଜରୁରୀ ଯେ ହିନ୍ଦୁ ଧର୍ମର ସମସ୍ତ ପରମ୍ପରା ଗ୍ରହଣୀୟ ନୁହେଁ। ଏହା ନା ମୁସଲମାନ ଧର୍ମରେ ରହିଛି ନା ଖ୍ରୀଷ୍ଟ ଧର୍ମରେ ରହିଛି। ଏପରିକି ଭାରତର କୌଣସି ଆଦିବାସୀ ଜନଜାତି ମଧ୍ୟରେ ଏଭଳି ପରମ୍ପରା ନାହିଁ। ଆଦିବାସୀ ଜନଜାତି ମଧ୍ୟରେ ‘ବିଧବା’ ଶବ୍ଦ ମଧ୍ୟ ନାହିଁ।

ହିନ୍ଦୁ ସମାଜରେ ଏହା କେବେ ଆସିଲା ତାହାର କୌଣସି ଐତିହାସିକ ପ୍ରମାଣ ମଧ୍ୟ ନାହିଁ। ମହାଭାରତରେ ସତ୍ୟବତୀ ଓ କୁନ୍ତୀ ବେଶ ପ୍ରଭାବଶାଳୀ ମହିଳା। ବିଧବା ହୋଇ ମଧ୍ୟ ଅମ୍ବିକା ଓ ଅମ୍ବାଳିକା ମା’ ହୋଇଛନ୍ତି। ରାମାୟଣରେ ଦଶରଥଙ୍କ ମୃତ୍ୟୁ ପରେ ତିନି ପତ୍ନୀଙ୍କ ସମ୍ପର୍କରେ କୌଣସି ବର୍ଣ୍ଣନା ନାହିଁ। କୌଟିଲ୍ୟ ଅର୍ଥଶସ୍ତ୍ରରେ ବିଧବାଙ୍କର ପୁରୁଷଙ୍କ ଭଳି ପୁନର୍ବିବାହ ସମ୍ଭବ ଉଲ୍ଲେଖ ରହିଛି। ମନୁ ମହିଳାଙ୍କ ଲାଗି ବେଶ କଠୋର ହୋଇଥିବା କାରଣରୁ କେତେକ ମନୁ ସଂହିତାରେ ଏହା ଉଲ୍ଲେଖ ରହିଥିବା କୁହନ୍ତି।

ଜଗନ୍ନାଥ ପ୍ରସାଦ ଦାଶ ନିଜର ‘ଦେଶ କାଳ ପାତ୍ର’ ପୁସ୍ତକରେ ଉନ୍ନବିଂଶ ଶତାବ୍ଦୀରେ ପୁରୀର ପଣ୍ଡାମାନେ ବଙ୍ଗ ଦେଶରୁ ବିଧବା ମହିଳାଙ୍କୁ ଚଲାଇ ଚଲାଇ ଆଣିବା ଭିତରେ ଓ ପୁରୀରେ ସେମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ବର୍ଣ୍ଣନା କରିଛନ୍ତି। ଗାଳ୍ପିକା ବୀଣାପାଣି ମହାନ୍ତି ତ ଗଳ୍ପ ‘ଅଶୃ ଅନଳ’ରେ ବିଧବା ମହିଳା କେତକୀର ନରହତ୍ୟାକାରୀ ରୂପର ବର୍ଣ୍ଣନାରେ ଏହି ଘୃଣ୍ୟ ପ୍ରଥା ପ୍ରତି ରହିଥିବା ସମସ୍ତ କ୍ରୋଧକୁ ଉଦଗାରି ଦେଇଛନ୍ତି।

ଯଦି କେହି ଅସ୍ଵୀକାର କରୁଥାଏ ଯେ ଆଜିର ସମାଜରେ ବିଧବା ପ୍ରଥା ଲୋପ ପାଇଛି ତେବେ ସ୍ଵପ୍ନା ମିଶ୍ରଙ୍କ ଉପନ୍ୟାସ ‘ଫେଟା’ ଏହାକୁ ଅସ୍ଵୀକାର କରୁଛି। ସହରରେ ଚାକିରିଆ ସ୍ୱାମୀଙ୍କ ଦେହାନ୍ତ ପରେ ଉଚ୍ଚ ଶିକ୍ଷିତା ଭୁବନେଶ୍ଵର ନିବାସୀ ମହିଳାଙ୍କ ନିଜର ଦୁଇ ଛୁଆଙ୍କୁ ନେଇ ସଂଘର୍ଷମୟ ଜୀବନ ହେଲା ‘ଫେଟା’ର କାହାଣୀ। ଲେଖିକା ଏହାକୁ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହନ୍ତି।

ଉନ୍ନବିଂଶ ଶତାବ୍ଦୀରେ ହୁଏତ ଓଡ଼ିଶାରେ ସମାଜ ସଂସ୍କାର ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିନାହିଁ। କିନ୍ତୁ କଟକ ଜିଲ୍ଲା ମହାଙ୍ଗା ଅଞ୍ଚଳର ବୈରାଗୀ ମିଶ୍ର ନିଜ ଘରେ ବିଧବା ମହିଳାଙ୍କର ଏକ ଆଶ୍ରମ ତିଆରି କରି ସେମାନଙ୍କ ଲାଗି ଶିକ୍ଷାର ବ୍ୟବସ୍ଥା କରିବା କାରଣରୁ ତାଙ୍କୁ ନିଜ ଗାଁ ଛାଡ଼ିବାକୁ ପଡ଼ିଥିଲା। ସମାନ ଉଦ୍ୟମ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମ ବଙ୍ଗର ସମାଜ ସଂସ୍କାରକମାନେ କରିଛନ୍ତି ଓ ସମାଜ ଦ୍ଵାରା ତିରସ୍କୃତ ହୋଇଛନ୍ତି। ତଥାପି ସେମାନେ ଏହି ପ୍ରଥାକୁ ବନ୍ଦ କରିବା ଲାଗି ଉଦ୍ୟମ କରିଛନ୍ତି। ଆଇନ ଭାବରେ ବ୍ରିଟିଶ ସମୟରେ ବେଣ୍ଟିକ ୧୮୨୯ ମସିହାରେ ସତୀ ପ୍ରଥ ଉଚ୍ଛେଦ ଆଇନ ଓ ଡେଲହାଉସୀ ୧୮୫୬ ମସିହାରେ ବିଧବା ପୁନଃ ବିବାହ ଆଇନ ପାସ କରିଛନ୍ତି।

ସ୍ଵାଧୀନ ଭାରତରେ ଆମେ ଭାବିନେଲୁ ଯେ ସରକାର ସବୁ କରିବେ। ଆଜି ଏକ ସମୟ ଆସିଛି ସରକାର ନିଜର ଭୋଟ ବ୍ୟାଙ୍କ ବୃଦ୍ଧି ଲାଗି ପରମ୍ପରାମାନଙ୍କୁ ବ୍ୟବହାର କରିବାରେ ଲାଗିଛନ୍ତି। ଓଡ଼ିଶା ସରକାର ଯଦି ସତରେ ବିଧବା ମହିଳାଙ୍କ ପରିସ୍ଥିତି ପ୍ରତି ଚିନ୍ତାଶୀଳ ହୋଇଥାନ୍ତେ ତେବେ ହବିଷାଳୀ ଆଶ୍ରୟସ୍ଥଳୀ ବଦଳରେ ସମ୍ମାନ ପୂର୍ଣ୍ଣ ସୁସ୍ଥ ଜୀବନ ବଞ୍ଚିବା ଲାଗି ହିତାଧିକାରୀଙ୍କ ଭତ୍ତାରେ ଯଥେଷ୍ଟ ବୃଦ୍ଧି କରିଥା’ନ୍ତେ।

ମୀରା ଦାଶଙ୍କୁ ଭେଟିବା ବର୍ଷ, ୨୦୧୮ ମସିହାରେ, ଭତ୍ତାର ପରିମାଣ ଥିଲା ମାସକୁ ମାତ୍ର ୩୦୦ ଟଙ୍କା। ଶେଷ ଥର ଲାଗି ଏହାର ବୃଦ୍ଧି ୨୦୦୮ ମସିହାରେ ମାସକୁ ୨୦୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି ଘଟିଥିଲା। ଦୀର୍ଘ ୧୦ ବର୍ଷ ଏଥିରେ କୌଣସି ବୃଦ୍ଧି ଘଟିନଥିବା କାରଣରୁ ଆମେ କିଛି ମାନବିକ ଅଧିକାର କର୍ମୀ ଉଦ୍ୟମ ଆରମ୍ଭ କରିଦେଇଥିଲୁ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୀରା ଦାଶଙ୍କ ସମେତ ୪୦୦୦ ହିତାଧିକାରୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା। ନୂଆପଡା, ଯାଜପୁର, ମାଲକାନଗିରି ଓ ଭଦ୍ରକ ଆଦି ଜିଲ୍ଲାମାନଙ୍କରେ ବୃଦ୍ଧବୃଦ୍ଧା ଓ ବିଧବା ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଭତ୍ତା ବୃଦ୍ଧି ଲାଗି ଦାବିପତ୍ର ଦେଇଥିଲେ। ସମସ୍ତଙ୍କର ଆଶା ଥିଲା ଯେ ପ୍ରତି ମାସରେ ଭତ୍ତା ଅତି କମରେ ଏକ ହଜାର ଟଙ୍କା ହେବ।

ଆଗକୁ ନିର୍ବାଚନ ଆସୁଥିଲା। ୨୦୧୯ ମସିହାର ଜାନୁଆରୀ ମାସରେ ରାଜ୍ୟ ସରକାର ଭତ୍ତାର ପରିମାଣ ୩୦୦ ଟଙ୍କାରୁ ମାତ୍ର ୫୦୦ ଟଙ୍କାକୁ ବୃଦ୍ଧି କଲେ। ସେତିକି ବୃଦ୍ଧି କଲେ ଯାହା ଦ୍ଵାରା ସେମାନେ ପୁଣି ଆଶାୟୀ ହୋଇରହିବେ। ଏହାର ଠିକ ଏକ ମାସ ପରେ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ। ୨୦୧୯ ମସିହା ପରେ ବିଧାୟକମାନଙ୍କ ଦରମା ବୃଦ୍ଧି ହୋଇଛି କିନ୍ତୁ ସାମାଜିକ ଭତ୍ତା ପରିମାଣ ବୃଦ୍ଧି ହୋଇନାହିଁ। ଏଭିତରେ ରାଜ୍ୟରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୪୮ ଲକ୍ଷରୁ ୫୫ ଲକ୍ଷରେ ପହଞ୍ଚିସାରିଲାଣି। ରାଜ୍ୟରେ କୋଟିପତି ବିଧାୟକ ଓ ମନ୍ତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଲାଣି। ଏହା ନିଶ୍ଚିତ ଯେ ରାଜ୍ୟ ସରକାର ୨୦୨୪ ମଧ୍ୟରେ ନିଶ୍ଚିତ ରୂପେ ଭତ୍ତା ପରିମାଣ ବୃଦ୍ଧି କରିବେ, ପୁଣି ୨୦୦ରୁ ୩୦୦ ଟଙ୍କା ମଧ୍ୟରେ।

ମୁଁ ଯୁବ ବନ୍ଧୁଙ୍କ ସହିତ ଥରେ ମୀରା ଦାଶଙ୍କ ଗାଁରେ ପହଞ୍ଚିଥିଲି। ପୁରୀ ଜିଲ୍ଲା ବାସିନ୍ଦା ମୀରା ଦାଶଙ୍କ ଗାଁ ଉପକୂଳୀୟ ଜିଲ୍ଲାର ଗାଁ ଭଳି ଗାଁଟିଏ, ନଡ଼ିଆ ଗଛରେ ଭରପୂର। ‘ଛୋଟ ମୋର ଗାଁ’ର ଦୃଶ୍ୟ ଭଳି ସୁନ୍ଦର। କିନ୍ତୁ ମୀରା ଦାଶ ଯେଉଁ ଘରେ ଆମକୁ ନେଇ ବସାଇଥିଲେ ତାହାର ଦୁଇ ପାଖ କାନ୍ଥରୁ ମାଟି ଖସି ଆସି କେବଳ ବାଉଁଶ ଦେଖାଯାଉଥିଲା, ଠିକ ଭୋକିଲା ମଣିଷର ପଞ୍ଜରା ହାଡ଼ ସଦୃଶ। ରାସ୍ତା ଉପରେ ଠିଆ ହୋଇ ବି ମଣିଷ ଦେଖିପାରିବ ମୀରା ଦାଶ ଘରେ କ’ଣ କରୁଛନ୍ତି। ଘରେ ଜିନିଷ କହିଲେ ଏକ ଭଙ୍ଗା ଟିଣ ବାକ୍ସ, କିଛି ବାସନ ଓ କେତେଖଣ୍ଡି ଲୁଗା ଥିଲା। ସେ କହୁଥିଲେ, ‘ଆଜି କାଲିକା ଝିଅ ବିଧବା ହେଲେ କ’ଣ ଆମ ଭଳି ରହୁଛନ୍ତି? ପାଖ ଗାଁର ଝିଅ ଚାକିରି କରିଥିଲା। ସ୍ଵାମୀ ମରିଗଲା ପରେ ପୁଣି ବାହା ହୋଇଗଲା।’

ଏହା ସତ, ହେଲେ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ। ଯଦି ବିବାହିତା ମହିଳା ଜଣକ ମା’ ହୋଇଯାଇଛନ୍ତି ଓ ଇତିମଧ୍ୟରେ ସ୍ୱାମୀଙ୍କର ମୃତ୍ୟୁ ଘଟୁଛି ତେବେ ସେହି ଚାକିରିଆ ମହିଳା ସ୍ଵାଧୀନ ଜୀବନ ବିତାଇବାର ଦୃଷ୍ଟାନ୍ତ ବିରଳ। ଜେଲ ଜୀବନରୁ ଜାମିନ ପାଇବା ସଦୃଶ ସହରୀ ଚାକିରିଆ ମହିଳାଙ୍କ କ୍ଷେତ୍ରରେ ଅଳ୍ପ କିଛି ସ୍ଵାଧୀନତା ଆସିଛି। ଉପକୂଳୀୟ ଗ୍ରାମ୍ୟ ଜୀବନରେ ବିଶେଷକରି ହିନ୍ଦୁ ଉଚ୍ଚ ଜାତିର ପରିବାରରେ ବିଧବା ମହିଳାଙ୍କ କଠୋର ଭାବନା ଏବେ ବି ଦୃଶ୍ୟମାନ। ରାଜ୍ୟରେ ନାରୀ ଆନ୍ଦୋଳନ ଓ ସାମାଜିକ ସଂସ୍କାର ନହେବା କାରଣରୁ ଉଭୟ ଗାଁ ଓ ସହରରେ ବିଧବା ପ୍ରତି ଦୃଷ୍ଟିଭଙ୍ଗି ବେଶ ରକ୍ଷଣଶୀଳ।

ଦେବ ରଞ୍ଜନ

ମୋବାଇଲ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story