ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହେବାର ଅନ୍ତରାଳେ

ଭାଲଚନ୍ଦ୍ର ଷଡ଼ଙ୍ଗୀ କିଛି ଦିନ ତଳେ ଓଡ଼ିଶା ସରକାର ଚଳିତ ବର୍ଷର ବଜେଟ୍ ଆଗତ କରିଥିଲେ। ଗତ ବର୍ଷର ୧.୭ ଲକ୍ଷ କୋଟି ଟଙ୍କାର ଥିଲା। ଚଳିତ ବର୍ଷର ବଜେଟ୍ ଦୁଇ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବଜେଟ୍‌ରେ ଚଳିତ ବର୍ଷ ୧୮,୨୩୯ କୋଟି ଟଙ୍କା (ରାଜ୍ୟ ଜିଡିପିର ୨.୫୪%)ର ରାଜସ୍ୱ ବଳକା କଥା କହି ଓଡ଼ିଶାକୁ ପୁଣି ଥରେ ରାଜସ୍ୱ ବଳକା ରାଜ୍ୟ ରୂପେ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେବେ କେବଳ ଚଳିତ ବର୍ଷ […]

secretariat

secretariat

Debendra Prusty
  • Published: Wednesday, 17 August 2022
  • Updated: 17 August 2022, 12:54 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

କିଛି ଦିନ ତଳେ ଓଡ଼ିଶା ସରକାର ଚଳିତ ବର୍ଷର ବଜେଟ୍ ଆଗତ କରିଥିଲେ। ଗତ ବର୍ଷର ୧.୭ ଲକ୍ଷ କୋଟି ଟଙ୍କାର ଥିଲା। ଚଳିତ ବର୍ଷର ବଜେଟ୍ ଦୁଇ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବଜେଟ୍‌ରେ ଚଳିତ ବର୍ଷ ୧୮,୨୩୯ କୋଟି ଟଙ୍କା (ରାଜ୍ୟ ଜିଡିପିର ୨.୫୪%)ର ରାଜସ୍ୱ ବଳକା କଥା କହି ଓଡ଼ିଶାକୁ ପୁଣି ଥରେ ରାଜସ୍ୱ ବଳକା ରାଜ୍ୟ ରୂପେ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେବେ କେବଳ ଚଳିତ ବର୍ଷ ହିଁ ନୁହେଁ, ଏହା ପୂର୍ବରୁ ଗତ ୨୦୨୧-୨୨ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ରାଜସ୍ୱ ବଳକା ହୋଇଥିବା କଥା ସରକାର ଦାବି କରିଛନ୍ତି। ୨୦୨୧-୨୨ରେ ବଳକା ରାଜସ୍ୱ ରାଜ୍ୟ ଜିଡିପର ୩.୨୯% ହୋଇଥିବା ବେଳେ ୨୦୨୦-୨୧ରେ ତାହା ୧.୦୩% ହୋଇଥିବା କୁହାଯାଇଛି।

ତେବେ ରାଜସ୍ୱ ବଳକା ରାଜ୍ୟ ନେଇ ସରକାରଙ୍କ ଦାବିଟି ଏକଦମ୍ ଭ୍ରମାତ୍ମକ ମନେହୁଏ। କାରଣ ସରକାରଙ୍କ ରାଜସ୍ୱ ବଳକା ପଛରେ ସରକାରୀ ଆୟରେ ବୃଦ୍ଧି କିମ୍ବା ଉତ୍ତମ ରାଜସ୍ୱ ପରିଚାଳନାଟି କାରଣ ନୁହେଁ। ବରଂ ସବୁଠାରୁ ବଡ଼ କାରଣ ହେଲା ସରକାରଙ୍କ ଖର୍ଚ୍ଚକାଟ ନୀତି। ବିଶେଷ କରି ରାଜ୍ୟର ସାମାଜିକ କ୍ଷେତ୍ରରେ ସରକାରଙ୍କ ବ୍ୟୟ ବର୍ଷ ବର୍ଷ ଧରି ଲଗାତାର ସ୍ଥିର ରହିଛି ଅଥବା ହ୍ରାସ ପାଇବା ଦେଖାଯାଇଛି। ସେହିପରି ସରକାର ନିଜର ଖର୍ଚ୍ଚ କମାଇବା ପାଇଁ ବିଭିନ୍ନ ବିଭାଗରେ ରହିଥିବା ଅନେକ ପଦବୀକୁ ଉଚ୍ଛେଦ କରିଥିବା ବେଳେ ଅନେକ ପଦବୀକୁ ନଭରି ବର୍ଷ ବର୍ଷ ଧରି ଖାଲି ରଖୁଛନ୍ତି। ଅଥବା କିଛି ନିୟମିତ ପଦବୀରେ ବହୁତ କମ୍ ବେତନରେ ଠିକା କିମ୍ବା ଅସ୍ଥାୟୀ ଓ ଆଉଟସୋରସିଂ କର୍ମଚାରୀଙ୍କୁ ନିଯୁକ୍ତ କରି କାମ ଚଳାଉଛନ୍ତି। ରାଜ୍ୟର ଜନସଂଖ୍ୟା ବଢ଼ି ଚାଲିଛି। ସେହି ତୁଳନାରେ ସରକାରୀ ଦପ୍ତର ଓ ସେବାରେ ଅଧିକ କର୍ମଚାରୀ ନିୟୋଜିତ ହେବା ଦରକାର ଥିବାବେଳେ ସରକାର ଏତେ କମ୍ କର୍ମଚାରୀରେ  କାମ ଚଳାଇବା ସମ୍ପୃକ୍ତ ସେବାର ଗୁଣବତ୍ତାକୁ ପ୍ରଭାବିତ କରୁଛି ଏବଂ ସାଧାରଣ ଲୋକ ସେବା ପାଇବାରେ ଅଧିକ ବିଳମ୍ବ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଏଭଳି ନୀତି ଉଭୟ କ୍ଷେତ୍ରକୁ ଭୟଙ୍କ ଭାବେ ପ୍ରଭାବିତ କରୁଛି। ପ୍ରତିଦିନ ଗଣମାଧ୍ୟମରେ ରାଜ୍ୟର ଅନେକ ସ୍ଥାନରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାର ଖବର ପଛରେ ସରକାରଙ୍କ ଏହି ନିଯୁକ୍ତି ସଙ୍କୋଚନ ନୀତିଟି ହିଁ ପ୍ରମୁଖ ଭାବରେ ଦାୟୀ ବୋଲି କୁହାଯାଇପାରେ।

ରାଜ୍ୟରେ ୧୯୯୯ରୁ ୨୦୦୮ ମଧ୍ୟରେ ୪୫,୫୧୩ଟି ପଦବୀ ଉଚ୍ଛେଦ ହୋଇଥିବା ବେଳେ ବିଭିନ୍ନ ବିଭାଗରେ ହଜାର ହଜାର ପଦବୀ ବର୍ଷ ବର୍ଷ ଧରି ଖାଲି ରହିଛି। ନିକଟରେ ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ରାଜ୍ୟରେ ବର୍ତ୍ତମାନ ୨.୨୬ ଲକ୍ଷ ପଦବୀ ଖାଲି ରହିଥିବା ଜଣାପଡ଼ିଛି। ୨୦୨୧-୨୨ ସୁଦ୍ଧା ରାଜ୍ୟର ଗୃହ ବିଭାଗରେ ୨୬,୭୯୮, ରାଜସ୍ୱ ବିଭାଗରେ ୧୨,୭୬୧, ଗଣଶିକ୍ଷା ବିଭାଗରେ ୬୧,୮୭୬, ସ୍ୱାସ୍ଥ୍ୟ ବିଭାଗରେ ୩୬,୦୪୫, ଜଳ ସମ୍ପଦ ବିଭାଗରେ ୮,୭୩୫, କୃଷି ବିଭାଗରେ ୯,୬୮୦, ଉଚ୍ଚଶିକ୍ଷା ବିଭାଗରେ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭାଗରେ ୫,୮୧୪ଟି ପଦବୀ ଖାଲି ରହିଛି। ଏହିଭଳି ସରକାରଙ୍କ ମୋଟ ୪୪ଟି ବିଭାଗରେ ୨,୨୬,୫୫୯ଟି ପଦବୀ ଖାଲି ପଡ଼ିଛି। ଏଥିସହିତ ଅନୁଦାନପ୍ରାପ୍ତ ସଂସ୍ଥା ଗୁଡ଼ିକରେ ୧୯,୧୦୦ଟି ପଦବୀ ଖାଲି ରହିଛି। ଅବସର ଗ୍ରହଣ କରୁଥିବା ଅଥବା ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ସ୍ଥାନରେ ନୂଆ ନିଯୁକ୍ତି ହେଉନଥିବାରୁ ପ୍ରତିବର୍ଷ ଏହି ଖାଲି ପଦବୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨୨.୫% ପଦବୀ ଖାଲି ପଡ଼ିଥିବା ବେଳେ ୨୦୨୨ରେ ଏହା ୨୫%କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଲା, ବର୍ତ୍ତମାନ ରାଜ୍ୟ ସରକାର ମାତ୍ର ତିନି ଚତୁର୍ଥାଂଶ କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି। ବର୍ତ୍ତମାନ ଖାଲିଥିବା ୨.୨୬ ଲକ୍ଷ ପଦବୀ ପୂରଣ ହେଲେ ସରକାରଙ୍କ ଅତିରିକ୍ତ ୧୩୦୦ କୋଟି ଟଙ୍କା ମାତ୍ର ଖର୍ଚ୍ଚ ହେବ। କିନ୍ତୁ ସରକାର ଖର୍ଚ୍ଚକାଟ ନାଁରେ ସେସବୁ ପଦବୀକୁ ପୂରଣ କରିବାକୁ ପ୍ରସ୍ତୁତ ନହେବା ଦୁଃଭାଗ୍ୟଜନକ। କାରଣ ଏହାଦ୍ୱାରା ସମ୍ପୃକ୍ତ ବିଭାଗର କାର୍ଯ୍ୟ କୁଶଳତାକୁ ପ୍ରଭାବିତ ହେଉଥିବା ବେଳେ ସାଧାରଣ ଜନତା ଅକଥନୀୟ ହଇରାଣର ସମ୍ମୁଖୀନ ହେଉଛନ୍ତି। କାମ ସବୁ ମାସ ମାସ ଧରି ବିଳମ୍ବ ହେଉଛି।

ସରକାର ନିଜର ଖାଲି ପଦବୀଗୁଡ଼ିକୁ ଭରିବା ପରିବର୍ତ୍ତେ ତା ସ୍ଥାନରେ ଠିକା ଓ ଆଉଟସୋରସିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ ନିଯୁକ୍ତ ଯୁବକ ଯୁବତୀମାନେ ଜଣେ ଜଣେ ନିୟମିତ କର୍ମଚାରୀଙ୍କ କାମ କରୁଥିଲେ ମଧ୍ୟ ସେମାନେ ନିୟମିତ କର୍ମଚାରୀଙ୍କ ପରି ଦରମା କଥା ଛାଡ଼ ବରଂ ଜଣେ ଜଣେ ଦିନ ମଜୁରୀଆଠାରୁ ବି କମ୍ ଦରମା ପାଇ ଅତ୍ୟନ୍ତ ଦୁର୍ଦ୍ଦଶାମୟ ଜୀବନ ଯାପନ କରୁଛନ୍ତି। ଅତଏବ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ନିୟୋଜିତ ହଜାର ହଜାର ଠିକା ଓ ଆଉଟସୋରସିଂ କର୍ମଚାରୀଙ୍କୁ ନାମକୁ ମାତ୍ର ଦରମାରେ ଖଟାଇ ସେମାନଙ୍କ ଶୋଷଣର ଆଧାରରେ ସରକାର ନିଜର ଯେଉଁ ଖର୍ଚ୍ଚ କମାଉଛନ୍ତି, ତାହା ରାଜ୍ୟକୁ ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ସରକାରଙ୍କ ଖର୍ଚ୍ଚକାଟ ନୀତିର ସବୁଠାରୁ ବଡ଼ ଶିକାର ହୋଇଛି। ପୂର୍ବ ବର୍ଷମାନଙ୍କରେ ଶିକ୍ଷା ବାବଦରେ ବଜେଟ୍‌ର ୧୫.୨% ବ୍ୟୟବରାଦ କରିଥିବା ବେଳେ ଚଳିତ ୨୦୨୨-୨୩ ବଜେଟ୍‌ରେ ତାକୁ ୧୩.୫%କୁ ହ୍ରାସ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସାମାନ୍ୟ ମାତ୍ର ବୃଦ୍ଧି କରିଛନ୍ତି ଯାହାକି ମୁଦ୍ରାସ୍ଫୀତିକୁ ଦେଖିଲେ ସ୍ଥିର ରହିଛି। ଖର୍ଚ୍ଚକାଟ ନୀତି କାରଣରୁ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୬୧,୮୩୮ଟି ନିୟମିତ ପଦବୀ ଏବଂ ଗ୍ରାଣ୍ଟ ଇନ୍ ଏଡ଼ରେ ୧୯,୬୨୯ଟି ପଦବୀ ଖାଲି ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୬,୦୪୫ଟି ପଦବୀ ଖାଲି ପଡ଼ିଛି। ଶିକ୍ଷା ବାବଦରେ ଖର୍ଚ୍ଚ କମାଇବା ପାଇଁ ରାଜ୍ୟରେ ୧୪,୩୩୯ଟି ପ୍ରାଥମିକ ଓ ଉଚ୍ଚ ପ୍ରଥମିକ ସ୍କୁଲକୁ ସରକାର କମ୍ ଉପସ୍ଥାନ ଆଳରେ ଇତି ମଧ୍ୟରେ ବନ୍ଦ କରି ଦେଇଛନ୍ତି। ନୋ ଟିଚର ନୋ ସ୍କୁଲ : ଷ୍ଟେଟ୍ ଅଫ ଏଜୁକେସନ ଇନ୍ ଇଣ୍ଡିଆ ୨୦୨୧ ଅନୁଯାୟୀ ରାଜ୍ୟର ୩୧୯୭ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ରାଜ୍ୟରେ ୫୩,୨୬୦ଟି ସରକାରୀ ସ୍କୁଲ ରହିଥିବା ବେଳେ ତାର ୬% ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବି ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପ କାରଣରୁ ୮୭୫୦ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ୩୫୭୯ଟି (୪୧%) ଖାଲି ରହିଛି । ୫୧୭୧ ଜଣ ଡାକ୍ତର କାର୍ଯ୍ୟରତ ରହିଥିବା ବେଳେ ସେଥିରୁ ୩୮୯୯ ଜଣ ନିୟମିତ ଡାକ୍ତର ଅଛନ୍ତି। ବଳକା ହାକ୍ତର ଆଡହକ ଓ ଠିକାରେ ନିଯୁକ୍ତ ଅଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ୫୨% ଡାକ୍ତର ପଦବୀ ଖାଲି ରହିଛି।

ସାମାଜିକ କ୍ଷେତ୍ରରେ ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପର ଆଉ ଏକ ଉଦାହରଣ ହେଉଛି, ସ୍କୁଲପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଏବଂ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରାବାସ ଓ ଛାତ୍ରୀନିବାସରେ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ପାଇଁ ଦିଆଯାଉଥିବା ସରକାରୀ ଅନୁଦାନ। ସରକାର ନିଜର ଖର୍ଚ୍ଚ କମାଇବା ପାଇଁ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କୁ ନାମକୁ ମାତ୍ର ଅନୁଦାନ ଦେଉଛନ୍ତି। ବଜାରରେ ଜିନିଷପତ୍ର ବିଶେଷ କରି ଖାଦ୍ୟପଦାର୍ଥର ଦର ଆକାଶଛୁଆଁ ହୋଇ ଚାଲିଥିବା ବେଳେ ସରକାର ଗତ ସାତ ଆଠ ବର୍ଷ ଧରି ଏହି ଅନୁଦାନରେ ଆଦୌ ବୃଦ୍ଧି କରିନାହାନ୍ତି। ଏହା ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣକୁ ହ୍ରାସ କରିବା ସହ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିହୀନତା ଭିତରକୁ ଠେଲିଦେଉଛି। ରାଜ୍ୟର ପ୍ରାୟ ୨୭% ଅର୍ଥାତ୍ ୧.୨୨ କୋଟି ଲୋକ ଗରିବୀ ଭିତରେ ରହିଥିବା ବେଳେ ଏବଂ ଏକ ବଡ଼ ଭାଗ ଶିଶୁ ପୁଷ୍ଟିହୀନତାର ଶିକାର ହେଇଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ୨୦୧୯-୨୦ର ରିପୋର୍ଟ ଅନୁଯାୟୀ ରାଜ୍ୟର ୨୯.୭% ଶିଶୁ ପୁଷ୍ଟିହୀନତାର ଶିକାର ବେଳେ ରାଜ୍ୟରେ ୯୫ ଲକ୍ଷ ପରିବାର ଟଙ୍କିକିଆ ଚାଉଳରେ ବଂଚିଛନ୍ତି। ଏଭଳି ପରିସ୍ଥିତିରେ ସରକାର ଖର୍ଚ୍ଚ କମାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଓ ଅନ୍ତେଃବାସୀଙ୍କ ଭୋଜନ ବାବଦରେ ଆବଶ୍ୟକୀୟ ଅନୁଦାନ ନଦେବା ପରିସ୍ଥିତିକୁ ଆହୁରି ସାଂଘାତିକ କରିବାକୁ ଯାଉଛି। ସ୍ପୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ସରକାର ଶେଷ ଥର ପାଇଁ ୨୦୧୫ରେ ଅନୁଦାନରେ ସାମାନ୍ୟ ବୃଦ୍ଧି କରିଥିଲେ ମଧ୍ୟ ଗତ ୭ ବର୍ଷ ଧରି ସେଥିରେ ପଇସାଟିଏ ବି ବଢ଼ାଇ ନଥିବା ଜଣାପଡ଼ିଛି। ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ବାବଦରେ ରାଜ୍ୟର ପ୍ରାଥମିକ ଶ୍ରେଣୀର ପିଲାମାନେ ମୁଣ୍ଡ ପିଛା ମାତ୍ର ୫.୪୨ ଟଙ୍କା  ଓ ହାଇସ୍କୁଲ ପିଲାଙ୍କ ପାଇଁ ୮.୧୦ ଟଙ୍କା ଅନୁଦାନ ଦେଉଛନ୍ତି।

ସେହିପରି ସରକାରଙ୍କ ଅନୁସୂଚୀତ ଜାତି, ଜନଜାତି ଓ ପଛୁଆ ବର୍ଗ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ୧୬୪ଟି ବାଳକ ବିଦ୍ୟାଳୟ, ୧୭୩ଟି ବାଳିକା ଉଚ୍ଚ ବିଦ୍ୟାଳୟ, ୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୭୬୭ଟି ଆଶ୍ରମ ବିଦ୍ୟାଳୟ, ୨ଟି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ, ଗୋଟିଏ ବିଇଡ଼ି କଲେଜ ଓ ୧୩ଟି ଏକଲବ୍ୟ ମଡ଼େଲ ସ୍କୁଲ ପରିଚାଳିତ ହେଉଛି। ସେସବୁରେ ପଢ଼ୁଥିବା ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଛାତ୍ରାବାସରେ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। କିନ୍ତୁ ପରିତାପର ବିଷୟ ସରକାର ଏହି ଅନ୍ତେଃବାସୀମାନଙ୍କୁ ମୁଣ୍ଡପିଛା ମାସିକ ମାତ୍ର ୭୫୦ ଟଙ୍କା ଓ ବାଳିକା ଅନ୍ତେଃବାସୀମାନଙ୍କୁ ମାସିକ ୫୦ ଟଙ୍କା ପ୍ରସାଧାନ ଓ ସେନିଟାରୀ ସାମଗ୍ରୀକୁ ମିଶାଇ ମୋଟ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି। ୨୦୧୫ ମସିହାରେ ଶେଷ ଥର ପାଇଁ ଏହାକୁ ୬୦୦ ଟଙ୍କାରୁ ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଇତି ମଧ୍ୟରେ ଖାଦ୍ୟ ପଦାର୍ଥର ଦରଦାମ୍ ଆକାଶଛୁଆଁ ହୋଇଥିଲେ ମଧ୍ୟ ସରକାରଙ୍କ ଉପରୋକ୍ତ ଅନୁଦାନ ରାଶିରେ କୌଣସି ବୃଦ୍ଧି କରାଯାଇନି। ସେଥିମଧ୍ୟରୁ ୨୬ ଟଙ୍କା ପିଲାଙ୍କ ତେଲ, ସାବୁନ, ମନୋରଞ୍ଜନ ଖର୍ଚ୍ଚ ବାବଦରେ ଉଦ୍ଦିଷ୍ଟ ଥିବା ବେଳେ ବଳକା ୭୨୪ ଟଙ୍କା ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ କୁହାଯାଇଛି। ସପ୍ତାହକୁ ଦୁଇ ଥର ହିସାବରେ ମାସିକ ଆଠ ଥର ଆମିଷ ପାଇଁ ମାତ୍ର ୮୪ଟଙ୍କା ବରାଦ କରାଯାଇଛି। ଯଦି ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ସରକାରୀ ଅନୁଦାନକୁ ଦିନ ପିଛା ହିସାବ କରାଯାଏ ତାହେଲେ ତାହା ଦୈନିକ ୨୪ ଟଙ୍କା ପଡ଼ୁଛି। ଏହି ୨୪ ଟଙ୍କାରେ ପିଲାଙ୍କୁ ଦୈନିକ ଦୁଇ ଓଳା ଖାଦ୍ୟ ସହ ସକାଳ ଜଳଖିଆ ଦିଆଯାଉଛି। ଜଳଖିଆ ବାବଦରେ ଦୈନିକ ୫ ଟଙ୍କାକୁ ବାଦ ଦିଆଗଲେ ପ୍ରତି ଓଳିର ଭୋଜନ ପିଛା ସରକାରୀ ଅନୁଦାନ ମାତ୍ର ୧୦ ଟଙ୍କା ରହିଛି। ଅତଏବ ସରକାର ଅପରାଧିକ ଭାବେ ଖର୍ଚ୍ଚ କମ୍ କରି ରାଜ୍ୟର ଅନୁସୂଚୀତ ଜାତି, ଜନଜାତି ବର୍ଗର ଲକ୍ଷ ଲକ୍ଷ ପିଲାଙ୍କୁ ଏଭଳି ଅର୍ଦ୍ଧାହାର ଓ ପୁଷ୍ଟିହୀନତା ଭିତରେ ରଖି ନିଜକୁ ଏକ ରାଜସ୍ୱ ବଳକା ରାଜ୍ୟ ବୋଲି ଦାବି କରିବା ଅତ୍ୟନ୍ତ ଲଜ୍ଜାଜନକ ମନେହୁଏ।

ରାଜ୍ୟର କୃଷିକ୍ଷେତ୍ରରେ ସରକାରଙ୍କ ଅନୁଦାନରେ ଆଖିଦୃଶିଆ ବୃଦ୍ଧି ନହେବା କାରଣରୁ ଆମର କୃଷି ଉତ୍ପାଦନରେ ବୃଦ୍ଧି ନହେବା ସହ କୃଷକଙ୍କ ଆୟରେ ମଧ୍ୟ କୌଣସି ବୃଦ୍ଧି ଦେଖାଯାଇନି। ସରକାର ନିଜର ନିର୍ବାଚନୀ ଲାଭ ପାଇଁ ଗୋଟିଏ ପଟେ କାଳିଆ ଯୋଜନା କରି କୃଷକଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର କୃଷି ବାବଦରେ ଅନୁଦାନକୁ ଲଗାତାର ହ୍ରାସ କରିବାରେ ଲାଗିଛନ୍ତି। ରାଜ୍ୟରେ କୃଷକଙ୍କ ମୁଣ୍ଡପିଛା ଅନେକ ଦିନ ଧରି ପାଞ୍ଚରୁ ଛଅ ହଜାର ଟଙ୍କା ମଧ୍ୟରେ ରହିଛି। ବିଶେଷ କରି ବର୍ତ୍ତମାନର ନବୀନ ସରକାର ନିଜର ଦିର୍ଘ ୨୨ ବର୍ଷର ଶାସନ କାଳରେ ରାଜ୍ୟର କୃଷି ଭିତ୍ତିଭୂମିରେ ବିକାଶ କରିବାରେ ଏକଦମ୍ ବିଫଳ ହୋଇଛନ୍ତି। ସରକାରୀ ବ୍ୟୟ ଅଭାବରୁ ରାଜ୍ୟରେ ପୂର୍ବରୁ ଥିବା ଅଧିକାଂଶ ଶୀତଳଭଣ୍ଡାର ପ୍ରାୟତଃ ଅଚଳ ହୋଇ ପଡ଼ିଥିବା ବେଳେ କୌଣସି ନୂତନ ଶୀତଳ ଭଣ୍ଡାର ତିଆରି ହୋଇପାରି ନାହିଁ। ସେହିପରି ଜଳସେଚନ ଅଭାବରୁ ରାଜ୍ୟର ଅଧିକାଂଶ କୃଷିଜମି ଜଳସେଚନରୁ ବଂଚିତ ରହୁଥିବା ବେଳେ ଅନେକ ଜିଲ୍ଲା ପ୍ରାୟତଃ ପ୍ରତିବର୍ଷ ମରୁଡ଼ିର ଶିକାର ହୋଇ ଆସୁଛନ୍ତି। ସରକାରଙ୍କ ସମସ୍ତ ଦାବି ସତ୍ତ୍ୱେ ରାଜ୍ୟର ସମୁଦାୟ ଖରିଫ୍‌ ଋତୁରେ ମୋଟ ୨୭ ଲକ୍ଷ ହେକ୍ଟର ଜମି ଅର୍ଥାତ୍ ମୋଟ ଚାଷଜମିର ୩୭% ହିଁ ଜଳସେଚିତ ହୋଇପାରୁଛି ବୋଲି ସରକାରୀ ତଥ୍ୟ କହୁଛି। ପଞ୍ଜାବଠାରୁ ଆମ ରାଜ୍ୟରେ ପ୍ରାୟ ଚାରିଗୁଣ ଅଧିକ ବୃଷ୍ଟିପାତ ହେଉଥିଲେ ମଧ୍ୟ ସେମାନେ ତାଙ୍କ ୯୮% ଚାଷଜମିକୁ ଜଜସେଚିତ କରିପାରିଥିବା ବେଳେ ଆମେ ମାତ୍ର ୩୭%ରେ ସୀମୀତ ରହିଛୁ। ରାଜ୍ୟର ଜଳସେଚନ କ୍ଷେତ୍ରରେ ଅଧିକ ସରକାରୀ ବ୍ୟୟବରାଦ ନକରିବାର ପରିଣତି ସ୍ୱରୂପ ଆମେ ବର୍ଷକୁ ଦୁଇ ବା ତିନୋଟି ଫସଲ କରିବା ପରିବର୍ତ୍ତେ ଅତିବେଶୀରେ ମାତ୍ର ଗୋଟିଏ ଫସଲ ହିଁ କରିପାରୁଛେ। ଏହା ରାଜ୍ୟର କୃଷି ଉତ୍ପାଦନକୁ ପ୍ରଭାବିତ କରିବା ସହିତ କୃଷକଙ୍କ ଆୟକୁ ବଢ଼ାଉ ନାହିଁ।

ସରକାରଙ୍କ ତଥାକଥିତ ରାଜସ୍ୱ ବଳକା ରାଜ୍ୟ ହେବା ପଛରେ ଆଉ ଏକ କାରଣ ହେଲା, ସାମାଜିକ ସୁରକ୍ଷା ବାବଦରେ ନାମକୁ ମାତ୍ର ବିନିଯୋଗ। ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମାସିକ ପେନସେନ୍ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛରେ ରହିଛି। ରାଜ୍ୟରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାର ପରିମାଣ ମାତ୍ର ୫୦୦ ଟଙ୍କା ସୀମିତ ରହିଥିବା ବେଳେ ଭିନ୍ନକ୍ଷମ ଭତ୍ତା ମାତ୍ର ୭୦୦ ଟଙ୍କା ରହିଛି। ଅନେକ ବର୍ଷ ଧରି ଏହି ପରିମାଣ ୩୦୦ ଟଙ୍କା ରହିଥିବା ବେଳେ ସେଥିରେ ରାଜ୍ୟ ସରକାରଙ୍କ ଭାଗଟି ମାତ୍ର ୧୦୦ ଟଙ୍କା ଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜର ଅଂଶକୁ ୩୦୦ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କେନ୍ଦ୍ର ସରକାର ନିଜର ଅଂଶକୁ ୨୦୦୮ ମସିହାଠାରୁ ଆଦୌ ବଢ଼ାଇ ନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ଉପରୋକ୍ତ ବୃଦ୍ଧି ଫଳରେ ଭତ୍ତାର ପରିମାଣ ୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲେ ମଧ୍ୟ ତାହା ନାମକୁ ମାତ୍ର ବୋଲି କୁହାଯାଇପାରେ। ସମାଜରେ ନିଜର ବୃଦ୍ଧାବସ୍ଥାରେ ସମ୍ମାନର ସହିତ ବଂଚିବା ପାଇଁ ସମାଜର ସମସ୍ତଙ୍କୁ ଏକ ସମ୍ମାନଜନକ ପେନ୍‌ସେନ୍ ଦରକାର ଥିବା ବେଳେ ସରକାର ଆଜିର ଦିନରେ ତାକୁ ମାସିକ ୫୦୦ ଟଙ୍କା ପେନସେନ୍ ବୋଲି କହି ଦେବା ଲଜ୍ଜାଜନକ ମନେହୁଏ। ଅଥଚ ଆମର ପଡ଼ୋଶୀ ଆନ୍ଧ୍ର ସରକାର ନିଜର ନାଗରିକମାନଙ୍କ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ନାଁରେ ମାସିକ ୨୭୫୦ ଟଙ୍କା ପେନସେନ୍ ଦେଉଛନ୍ତି। ଅତଏବ ନିଜକୁ ରାଜସ୍ୱ ବଳକା ରାଜ୍ୟ କରିବା ନାଁରେ ସରକାର ରାଜ୍ୟର ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ସେମାନଙ୍କ ନ୍ୟୟସଙ୍ଗତ ପ୍ରାପ୍ୟରୁ ବଂଚିତ କରି ଚାଲିଛନ୍ତି।

ଶେଷରେ କୁହାଯାଇପାରେ ଯେ ଓଡ଼ିଶା ସରକାରଙ୍କ ବହୁ ପ୍ରଚାରିତ ବଳକା ରାଜ୍ୟର ଅସଲ କାରଣଟି ସରକାରଙ୍କ ରାଜସ୍ୱ ବୃଦ୍ଧି ଅଥବା ଅର୍ଥନୈତିକ ସୁପରିଚାଳନା ନୁହେଁ ବରଂ କୃଷି ଓ ସାମାଜିକ କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚହ୍ରାସ। ରାଜ୍ୟର କୃଷିକୁ ପଛୁଆ ରଖି, କୃଷି ଉତ୍ପାଦନରେ ବୃଦ୍ଧି ନକରି, ଲକ୍ଷ ଲକ୍ଷ ଶିଶୁଙ୍କୁ ଅର୍ଦ୍ଧାହାର ଓ ପୁଷ୍ଟିହୀନତା ଭିତରକୁ ଠେଲି ତଥା ଶିକ୍ଷିତ ଯୁବକ, ଯୁବତୀମାନଙ୍କୁ କମ୍ ଦରମାରେ ଖଟାଇ ସରକାର ନିଜର ରାଜସ୍ୱ ବଳକା କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ହୁଏକ ମିଡ଼ିଆରେ ଭଲ ଶିରୋନାମା ସୃଷ୍ଟି କରିବାରେ ସହାୟକ ହେବ କିନ୍ତୁ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ କ୍ଷତି ପହଂଚାଉଛି।

ଫୋନ :  ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story