ବିଭାଜନର ଦଂଶନ ଆଜି ବି ସହୁଛି ଭାରତ

ସୂର୍ଯ୍ୟମଣି ମିଶ୍ର ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ପୂରଣ ହୋଇଛି। ଦେଶବାସୀ ଏହି ମହାନ ପର୍ବକୁ ଐତିହାସିକ ଦିବସ ଭାବେ ପାଳନ କଲାବେଳେ ସେଦିନର ବିଭାଜନ ଦୁଃଖକୁ ମନେ ପକାଇଛନ୍ତି। ଶତ ସହସ୍ର ସହିଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ସ୍ୱାଧୀନତା ସଂଗ୍ରାମର ମହାନ-ମହାନ ଯୋଦ୍ଧାଙ୍କୁ ମନେପକାଇ ସେମାନଙ୍କ ତ୍ୟାଗ, ବଳିଦାନ ସଂପର୍କରେ ସ୍ମୃତିଚାରଣ କରୁଛନ୍ତି। ବିଂଶ ଶତାବ୍ଦୀର କ୍ରୁରତମ ସତ୍ୟ ଯାହା ତାହା ହେଲା ଦେଶର ବିଭାଜନ। ଦେଶର ସ୍ୱାଧୀନତା ପାଇଁ କ’ଣ ବିଭାଜନ […]

Partition of India

Partition of India

Debendra Prusty
  • Published: Saturday, 14 August 2021
  • Updated: 14 August 2021, 12:26 PM IST

Sports

Latest News

  • ସୂର୍ଯ୍ୟମଣି ମିଶ୍ର

ଦେଶ ସ୍ୱାଧୀନ ହେବାର ୭୪ ବର୍ଷ ପୂରଣ ହୋଇଛି। ଦେଶବାସୀ ଏହି ମହାନ ପର୍ବକୁ ଐତିହାସିକ ଦିବସ ଭାବେ ପାଳନ କଲାବେଳେ ସେଦିନର ବିଭାଜନ ଦୁଃଖକୁ ମନେ ପକାଇଛନ୍ତି। ଶତ ସହସ୍ର ସହିଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ସ୍ୱାଧୀନତା ସଂଗ୍ରାମର ମହାନ-ମହାନ ଯୋଦ୍ଧାଙ୍କୁ ମନେପକାଇ ସେମାନଙ୍କ ତ୍ୟାଗ, ବଳିଦାନ ସଂପର୍କରେ ସ୍ମୃତିଚାରଣ କରୁଛନ୍ତି। ବିଂଶ ଶତାବ୍ଦୀର କ୍ରୁରତମ ସତ୍ୟ ଯାହା ତାହା ହେଲା ଦେଶର ବିଭାଜନ। ଦେଶର ସ୍ୱାଧୀନତା ପାଇଁ କ’ଣ ବିଭାଜନ ଅନିବାର୍ଯ୍ୟ ଥିଲା କି? ଗତ ୭୪ ବର୍ଷ ମଧ୍ୟରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ନେଇ ଦେଶ-ବିଦେଶର ଐତିହାସିକ, ରାଜନୈତିକ ବିଶ୍ଳେଷକ, ରାଜନୈତିଜ୍ଞ ଯେତେ ପୁସ୍ତକ ଲେଖିଛନ୍ତି, ସେଥି ମଧ୍ୟରୁ ସର୍ବାଧିକ ପୁସ୍ତକ ଭାରତ ବିଭାଜନ ସମ୍ବନ୍ଧିତ। ବିଦ୍ୱାନ ମନିଷୀ ଏହି ପ୍ରସଙ୍ଗ ଉପରେ (ବିଭାଜନ ସଂପର୍କରେ) ପ୍ରଶ୍ନ କରିଛନ୍ତି ସ୍ୱାଧୀନତା ସଂଗ୍ରାମ ପାଇଁ କ’ଣ ଭାରତ ବିଭାଜନ ଅନିବାର୍ଯ୍ୟ ଥିଲା?

ବିଶ୍ୱ ଇତିହାସରେ ୧୫ ଅଗଷ୍ଟ ୧୯୪୭ରେ ଭାରତର ସ୍ୱାଧୀନତାକୁ ନେଇ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା। ଯେଉଁ ସାମ୍ରାଜ୍ୟବାଦୀ ଇଂରେଜ ସରକାର ୨୦୦ ବର୍ଷ ଧରି ଭାରତ ଉପରେ ଶାସନ କଲା, ଦେଶକୁ ଶୋଷଣ କଲା, ଅପାର ସମ୍ପତ୍ତି ଲୁଟି ନିଜ ଦେଶକୁ ନେଇଗଲା, ଗୋଟିଏ ପ୍ରାଚୀନ ଦେଶର ସଭ୍ୟତା-ସଂସ୍କୃତିର ବହୁତ ବିନାଶ କଲା, ତାଙ୍କ ସହ ବନ୍ଧୁତା ଏବଂ ସଦ୍‌ଭାବନା ସହ କ୍ଷମତାର ହସ୍ତାନ୍ତରଣ ହୋଇଗଲା। ୨୦୦ ବର୍ଷ ଧରି ଭେଦ ନୀତିକୁ ଆପଣେଇଲା ଇଂରେଜ। ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ଭେଦନୀତି ପାଇଁ ବିଫଳ ହୋଇଥିଲା। ଇଂରେଜଙ୍କ ଏହି ଭେଦ ନୀତିର ଶିକାର ଭାରତର ଦୁଇ ସଂପ୍ରଦାୟ ଲୋକ ହୋଇଥିଲେ। ଭାରତୀୟ ସମାଜର ସାଂସ୍କୃତିକ, ଧାର୍ମିକ, ଆର୍ଥିକ ଇତିହାସକୁ ଦକ୍ଷିଣ ଆଫ୍ରିକାରୁ ଫେରି ମୋହନ ଦାସ କରମ୍‌ଚାନ୍ଦ ଗାନ୍ଧି (ମହାତ୍ମା ଗାନ୍ଧି) ଗମ୍ଭୀରତା ପୂର୍ବକ ଗାଁ-ଗାଁ, ସହର-ସହର ବୁଲି ମନ୍ଥନ କରିଥିଲେ। ସେ ଦେଖିଥିଲେ ଭାରତୀୟ ସମାଜରେ ନାନା ପ୍ରକାରର ବର୍ଗ ସମୁଦାୟ ଏବଂ ଧାର୍ମିକ ସମୂହର ପୁଞ୍ଜ ରହିଛି। ଭାରତ ସେଇଥି ପାଇଁ ହିଁ ପରାଧୀନ ଅବସ୍ଥାରେ ରହିଛି। ଗୁଲାମୀକୁ ଏଥିପାଇଁ ସ୍ୱୀକାର କରିଛି। ରାଜନୈତିକ ସ୍ୱାଧୀନତା ସହ ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ସ୍ୱାଧୀନତାର ପକ୍ଷଧର ଥିଲେ ଗାନ୍ଧିଜୀ। ସତ୍ୟ, ଅହିଂସା, ପ୍ରେମ ଏବଂ ସତ୍ୟାଗ୍ରହ ଭଳି ଅସ୍ତ୍ର-ଶସ୍ତ୍ର ସହ ଯେତେବେଳେ ସ୍ୱାଧୀନତା ସଂଗ୍ରାମକୁ ଆଗକୁ ବଢ଼ାଇଲେ ଗାନ୍ଧିଜୀ, ସେତେବେଳେ ବିଶ୍ୱ ଚକିତ ହୋଇଥିଲା। ଏତେବଡ଼ ସାମ୍ରାଜ୍ୟବାଦୀ ଶକ୍ତିକୁ କ’ଣ ଅହିଂସକ ଆନ୍ଦୋଳନ ଦ୍ୱାରା ପରାସ୍ତ କରିହେବ? ଏହା ଗୁଞ୍ଜରିତ ହୋଇଥିଲା। ହିନ୍ଦୁ ଏବଂ ମୁସଲମାନ ଉଭୟ ସଂପ୍ରଦାୟର ବହୁ ସଂଖ୍ୟକ ଲୋକ ବିପନ୍ନ ଅବସ୍ଥାରେ ଥିଲେ। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସମସ୍ୟା ଏତେ ଉତ୍କଟ ଥିଲା ଯେ, ରାତି ପାହିଲେ ଉଭୟ ସଂପ୍ରଦାୟର ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିଲା ଆଜି କିପରି ବଂଚିବେ।

ଗାନ୍ଧିଜୀଙ୍କ ଆହ୍ୱାନ ଏହି ବିପନ୍ନ ବର୍ଗର ଲୋକଙ୍କ ପାଇଁ ବିଶ୍ୱାସ ସୃଷ୍ଟି କଲା। କାରଣ ଏହି ବିପନ୍ନ ବର୍ଗଙ୍କ ମଧ୍ୟରେ ଇଂରେଜ ଶାସନ ବିରୋଧରେ ଗଭୀର ଅସନ୍ତୋଷ ଥିଲା। ହିନ୍ଦୁ ସମୁଦାୟ ମଧ୍ୟରେ ବର୍ଣ୍ଣଗତ ଭେଦଭାବ ଥିଲା ବେଳେ ମୁସଲମାନ ସମୁଦାୟ ମଧ୍ୟରେ ଧାର୍ମିକ ମତାନ୍ଧତା ଥିଲା। ଗାନ୍ଧିଜୀ ପ୍ରଥମ ସତ୍ୟାଗ୍ରହ ବିହାର ପଛୁଆ ଅଞ୍ଚଳ ଚମ୍ପାରଣରୁ ଆରମ୍ଭ କରିଥିଲେ। ଏହିପରି ଅସହଯୋଗ ଆନ୍ଦୋଳନ ଅହମ୍ମଦାବାଦରୁ ଆରମ୍ଭ କରିଥିଲେ। ହିନ୍ଦୁ-ମୁସଲମାନ ଏକାଠି ହୋଇ ଏକ ସ୍ୱରରେ ମତଭେଦଠାରୁ ଊଦ୍ଧ୍ୱର୍ରେ ରହି ଇଂରେଜକୁ ଭାରତ ମାଟିରୁ ହଟାଇବା ପାଇଁ ଶପଥ ନେଇଥିଲେ। ଉଭୟ-ଉଭୟଙ୍କ ଧର୍ମ ଏବଂ ଧାର୍ମିକ ଭାବନାକୁ ସମ୍ମାନ ଜଣାଇବା ପାଇଁ ସଂକଳ୍ପ ନେଇଥିଲେ। କେହି କାହାର ଆଚରଣରେ ବାଧା ସୃଷ୍ଟି ନକରିବା ପାଇଁ ଗାନ୍ଧିଜୀଙ୍କ ସାମ୍‌ନାରେ ଶପଥ କରିଥିଲେ। ଧର୍ମ ନାମରେ ହିଂସାତ୍ମକ ବ୍ୟବହାର ନକରିବା ପାଇଁ ଏହି ଶପଥ ଇଂରେଜ ଶାସକଙ୍କ ମନରେ କମ୍ପନ ସୃଷ୍ଟି କରିଥିଲା। ୧୯୧୮ରେ କଂଗ୍ରେସ ଆତ୍ମ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସ୍ତାବ ପାରିତ କରିଥିଲା। ଆନ୍ଦୋଳନ, ସତ୍ୟାଗ୍ରହ ପଦଯାତ୍ରା ମାଧ୍ୟମରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଆଗକୁ ବଢ଼ିଥିଲା। ଭାରତୀୟ ସମାଜରେ ଯେଉଁ ଦ୍ୱୈତ ଭାବ, ବର୍ଗଗତ ପରିଚୟ ଏବଂ ଧର୍ମଗତ ଅସ୍ମିତାର ଦ୍ୱନ୍ଦ୍ୱକୁ ଅଦ୍ୱୈତ ଭାବରେ ରୂପାନ୍ତରିତ କରିବାରେ ଗାନ୍ଧିଜୀ ସଫଳ ହୋଇଥିଲେ। ଯାହାଦ୍ୱାରା ଆନ୍ଦୋଳନର ଭିତ୍ତିଭୂମି ବ୍ୟାପକ ଓ ସଶକ୍ତ ହେବାରେ ସକ୍ଷମ ହୋଇଥିଲା।

ଇଂରେଜ ଆଉ ବେଶିଦିନ ଭାରତ ମାଟିରେ ଶାସନ କରି ରହିପାରିବ ନାହିଁ, ଏହାକୁ ଅନୁମାନ କରି ତତ୍କାଳୀନ ଇଂରେଜ ସରକାର ବ୍ରିଟେନ୍‌ରୁ କୂଟନୀତିଜ୍ଞ ମାଉଣ୍ଟବେଟନ୍‌ଙ୍କୁ ଭାଇସ୍‌ରାଏ ପଦରେ ଅବସ୍ଥାପିତ କଲେ। ବ୍ରିଟିଶ୍‌ ସରକାରଙ୍କର ଅନୁଭବ ଥିଲା ମାଉଣ୍ଟବେଟେନ୍‌ ହିଁ ଭାରତୀୟଙ୍କ ଏହି ଆନ୍ଦୋଳନକୁ ଭାଗ ଭାଗ କରିଦେଇ ପାରିବେ। ଏହାଦ୍ୱାରା ଆଉ କିଛି ବର୍ଷ ଭାରତକୁ ଶାସନ କରିବାରେ ଆମେ ସଫଳ ହୋଇପାରିବୁ। କିନ୍ତୁ ତାଙ୍କର ଏହି ଅନୁଭବ ବା ଅନୁମାନ ଭୁଲ ଥିଲା। ଅହିଂସା ଆନ୍ଦୋଳନ ଗୋଟିଏ କୋଣରୁ ଆଉ ଗୋଟିଏ କୋଣ ଯାଏଁ ବ୍ୟାପିବାକୁ ଲାଗିଲା। ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ଗାନ୍ଧିଜୀ ୧ ମଇ ୧୯୪୭ରେ ପ୍ରାୟଶ୍ଚିତ ଯାତ୍ରା ଆରମ୍ଭ କଲେ। କଂଗ୍ରେସ ଦେଶବାସୀଙ୍କୁ ଏକ ରଖିବା ଉଦ୍ୟମରେ ସଫଳ ହେଲା। କିନ୍ତୁ ଦେଶକୁ ଇଂରେଜ ଶାସକଙ୍କ ବିଭାଜନ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିପାରିଲା ନାହିଁ। ମାଉଣ୍ଟବେଟେନ୍‌ ଏକତାକୁ ଭାଙ୍ଗିଦେଲେ। ଭାରତର ହୃଦୟକୁ ବିଭାଜନ କରି ନିଜ ଦେଶକୁ ଚାଲିଗଲେ। କ୍ଷମତା ହସ୍ତାନ୍ତର ଏବଂ ଦେଶର ବିଭାଜନ କୌଣସି ନିୟତିର ଖେଳ ନଥିଲା। ଏହା ଥିଲା ବ୍ରିଟିଶ ସାମ୍ରାଜ୍ୟବାଦୀ ଶକ୍ତିର ଅନ୍ତିମ ବାଣ। ବିଭାଜନକୁ ଦେଖି ହସି ହସି ଇଂରେଜ ସରକାର ଭାରତ ଛାଡ଼ି ଚାଲିଗଲେ। କ୍ଷମତା, ପୁଞ୍ଜି, ଧର୍ମ ଏବଂ ଜାତିକୁ ନେଇ ସ୍ୱାଧୀନତା ସଂଗ୍ରାମର ଯେଉଁ ମହାନ ଲକ୍ଷ୍ୟ ଥିଲା, ତାହା ସାଧିତ ହୋଇପାରିଲା ନାହିଁ। ଦେଶ ଦୁଇଭାଗରେ ବିଭକ୍ତ ହେବା ପରେ ଲକ୍ଷ ଲକ୍ଷ ଲୋକ ସାଂପ୍ରଦାୟିକତା ଆଧାରରେ ରକ୍ତର ହୁରି ଖେଳିଲେ। ମଝିରେ ତିଆରି ହେଲା ଗୋଟିଏ ବଡ଼ ପ୍ରାଚୀର। ଗୋଟିଏ ପଟେ ଭାରତ ନାମରେ ଆଉ ଗୋଟିଏ ପଟ ପାକିସ୍ତାନ ନାମରେ (ଦୁଇ ଦେଶ) ତିଆରି ହେଲା। ମୂଳ ଭାରତ ଭାଗ ଭାଗ ହେଲା।

ଦେଶର ସଂକୀର୍ଣ୍ଣତାବାଦୀ ହିନ୍ଦୁ ଗାନ୍ଧିଜୀଙ୍କୁ ମୁସ୍‌ଲିମ୍‌ ସମର୍ଥକ ବୋଲି କହିଲେ ଏବଂ ବୁଝିଲେ। ଏହିପରି ସଂକୀର୍ଣ୍ଣତାବାଦୀ ମୁସଲିମ୍‌ ମଧ୍ୟ ଗାନ୍ଧିଜୀଙ୍କୁ ସନାତନୀ ହିନ୍ଦୁ ବୋଲି କହିଲେ। ସଂକୀର୍ଣ୍ଣତାବାଦୀ ସବର୍ଣ୍ଣଙ୍କ ଦୃଷ୍ଟିରେ ଗାନ୍ଧିଜୀ ଦଳିତଙ୍କ ଉଦ୍ଧାରକ ବୋଲି ଦେଖିଲେ। ସଂକୀର୍ଣ୍ଣତାବାଦୀ ଦଳିତ ମଧ୍ୟ ଗାନ୍ଧିଜୀଙ୍କୁ ବର୍ଣ୍ଣ ବ୍ୟବସ୍ଥାର ପୋଷକ ଭାବେ ଚିତ୍ରଣ କଲେ। ଯେଉଁ ଗାନ୍ଧିଜୀଙ୍କ ମୃତୁ୍ୟ ପାଇଁ ଇଂରେଜ ସରକାର ୧୯୪୪ରେ ଅପେକ୍ଷା କରୁଥିଲେ, ସେଇ ଇଂରେଜ ଦେଖିଲେ ଗାନ୍ଧିଜୀଙ୍କୁ କିପରି ତାଙ୍କ ମାଟିର ଆତତାୟୀ ତାଙ୍କୁ ହତ୍ୟା କଲା। ଆଉ ଇଂରେଜ ମଧ୍ୟ ଦେଖିଲେ ଗାନ୍ଧିଜୀଙ୍କ ଆଗରେ ତାଙ୍କ ଦେଶ କିପରି ବିଭାଜନ କରିବାରେ ଆମେ ସଫଳ ହେଲୁ। ଏହି ଦେଶ ବିଭାଜନର କରୁଣ-କ୍ରୁରତମ ପରିଣତିକୁ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ମନେପକାଯାଉଛି। ସେଦିନର ଇଂରେଜ ସରକାର ଯେଉଁ ଧର୍ମ-ଜାତିକୁ ନେଇ ଦେଶକୁ ବିଭାଜନ କରିବାରେ ସଫଳ ହେଲା, ଆଜିଦିନରେ ସ୍ୱାଧୀନ ଭାରତରୁ ଏହି ସଂକୀର୍ଣ୍ଣତାବାଦୀମାନଙ୍କର ଉପସ୍ଥିତି କ’ଣ ନାହିଁ? ଦେଶ ଆଜି ଦେଖୁନାହିଁ କି ଜାତିଆଣବାଦୀ ଓ ସାଂପ୍ରଦାୟିକତାବାଦୀମାନଙ୍କର ନଗ୍ନ ଚେହେରାକୁ? ଦେଶର ବିକାଶ-ସମୃଦ୍ଧି-ଏକତା-ସଂପ୍ରୀତି-ସଦ୍‌ଭାବନାର ବାଧକ ନୁହେଁ କି ଏହି ସାଂପ୍ରଦାୟିକତାବାଦୀ ଓ ଜାତିଆଣାବାଦୀ ଶକ୍ତି? ପଞ୍ଚସ୍ତରୀତମ ଐତିହାସିକ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ପ୍ରତ୍ୟେକ ଭାରତୀୟ ଏ ସଂପର୍କରେ ସମୀକ୍ଷା କରିବା ଉଚିତ ହେବ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‌ : ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story