ଦଳୀୟ ଇସ୍ତାହାର ନୁହେଁ ସମ୍ବିଧାନ ହିଁ ଶାସନର ଶାସ୍ତ୍ର

ଦେବେନ୍ଦ୍ର ପୃଷ୍ଟି ଭାରତୀୟ ସମ୍ବିଧାନରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ସରକାର କଥା ଉଲ୍ଲେଖ ଅଛି, ଦଳ କଥା ଲେଖା ନାହିଁ। ତଥାପି ଭାରତବର୍ଷରେ ୭୦ ବର୍ଷ ହେଲା ବହୁମତ ହାସଲ କରିଥିବା ଦଳ ବା ଦଳଙ୍କ ମେଣ୍ଟର ଶାସନ ଚାଲିଛି। ସମ୍ବିଧାନରେ ଏକକ ସାମାଜିକ ସଂହିତା, ନିଶା ନିବାରଣ ଓ ଗୋ-ବଧ ନିଷେଧ ବିଷୟରେ ଉଲ୍ଲେଖ ଅଛି। ତାହା ଏଯାଏଁ ହୋଇନାହିଁ। ସମ୍ବିଧାନରେ ଅସ୍ପୃଶ୍ୟତା ନିବାରଣ ଏକ ଲକ୍ଷ୍ୟ ଭାବେ ଉଲ୍ଲିଖିତ। ଅଥଚ ଆଜି […]

Constitution

Constitution

Debendra Prusty
  • Published: Tuesday, 26 November 2019
  • Updated: 26 November 2019, 07:17 PM IST

Sports

Latest News

  • ଦେବେନ୍ଦ୍ର ପୃଷ୍ଟି

ଭାରତୀୟ ସମ୍ବିଧାନରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ସରକାର କଥା ଉଲ୍ଲେଖ ଅଛି, ଦଳ କଥା ଲେଖା ନାହିଁ। ତଥାପି ଭାରତବର୍ଷରେ ୭୦ ବର୍ଷ ହେଲା ବହୁମତ ହାସଲ କରିଥିବା ଦଳ ବା ଦଳଙ୍କ ମେଣ୍ଟର ଶାସନ ଚାଲିଛି।

ସମ୍ବିଧାନରେ ଏକକ ସାମାଜିକ ସଂହିତା, ନିଶା ନିବାରଣ ଓ ଗୋ-ବଧ ନିଷେଧ ବିଷୟରେ ଉଲ୍ଲେଖ ଅଛି। ତାହା ଏଯାଏଁ ହୋଇନାହିଁ।

ସମ୍ବିଧାନରେ ଅସ୍ପୃଶ୍ୟତା ନିବାରଣ ଏକ ଲକ୍ଷ୍ୟ ଭାବେ ଉଲ୍ଲିଖିତ। ଅଥଚ ଆଜି ବି ଦେଶରେ ସବର୍ଣ୍ଣ ଓ ଅସବର୍ଣ୍ଣ ହିନ୍ଦୁଙ୍କ ମଧ୍ୟରେ ସାମାଜିକ ପ୍ରାଚୀର ରହିଛି।

ସମ୍ବିଧାନରେ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର କଥା ଲେଖା ଅଛି। କିନ୍ତୁ ଅର୍ଥନୀତି, ବାଣିଜ୍ୟ ନୀତି ଓ ବିଦେଶ ନୀତି ଭଳି କେତେକ କ୍ଷେତ୍ରରେ ସ୍ୱାଧୀନତା ପରଠୁଁ ଏଯାଏଁ ଭାରତ ଅନ୍ୟ ବହୁ ଶକ୍ତିଶାଳୀ ଦେଶ ଓ କମ୍ପାନୀଙ୍କ ପ୍ରଭାବରେ ପ୍ରଭାବିତ ହୋଇଚାଲିଛି। ଗଣତନ୍ତ୍ର ହେଉଛି ବହୁମତର ସରକାର। କିନ୍ତୁ ଭାରତୀୟ ଗଣତନ୍ତ୍ରରେ ସଂଖ୍ୟାନ୍ୟୁନ ସରକାର ମଧ୍ୟ ସଂଖ୍ୟାଧିକ ଲୋକଙ୍କ ପାଇଁ ଆଇନକାନୁନ ପ୍ରଣୟନ କରିବାର ନଜୀର ରହିଛି। ଏଯାଏଁ ଭାରତର କୌଣସି ସରକାର ୫୦ ପ୍ରତିଶତରୁ ଅଧିକ ଜନ ସମର୍ଥନ ପାଇ ନାହାନ୍ତି। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଜନିତ ଅନୁକମ୍ପା ଯୋଗୁଁ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ସର୍ବାଧିକ ୪୯ ପ୍ରତିଶତ ଜନମତ ପାଇ ସରକାର ଗଠନ କରିଥିଲା। ତାହା ବି ସମୁଦାୟ ଭୋଟ୍‌ର ୪୯ ପ୍ରତିଶତ ନଥିଲା। ସେହି ନିର୍ବାଚନରେ ଭୋଟ ଦେଇଥଲେ ସମୁଦାୟ ମତଦାତାଙ୍କର ୬୩.୫୬ ପ୍ରତିଶତ ଭୋଟର। ଭାରତରେ ଅନେକ ସମୟରେ ୩୦-୪୦ ପ୍ରତିଶତ ଭୋଟ୍‌ ପାଇଥିବା ଦଳ ବି ସଂସଦ ବା ବିଧାନସଭାରେ ଅଧିକ ଆସନ ପାଇଁ ସରକାର ଗଠନ କରନ୍ତି।

ଆରମ୍ଭରୁ ନଥିଲେ ମଧ୍ୟ ପରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଦୁଇଟି ଉଚ୍ଚାଦର୍ଶୀ ଶବ୍ଦ ଯୋଡ଼ା ଯାଇଛି- ସମାଜବାଦୀ ଓ ଧର୍ମନିରପେକ୍ଷ। ଭାରତକୁ ଏକ ସମାଜବାଦୀ ଧର୍ମନିରପେକ୍ଷ ଦେଶ ଭାବେ ଗଢ଼ି ତୋଳିବାର ପ୍ରତିଶ୍ରୁତି ବହନ କରୁଛି ସମ୍ବିଧାନ। କିନ୍ତୁ ଭାରତରେ ତିନି ଦଶନ୍ଧି ହେଲାଣି ଚାଲିଛି ପୁଞ୍ଜିବାଦର ଜୟଯାତ୍ରା ଏବଂ ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନରୁ ଏଯାଏଁ ଅନେକ ଦଳ ନିଜନିଜର ସ୍ୱାର୍ଥ ପାଇଁ ସାଂପ୍ରଦାୟିକ ରାଜନୀତି ଚଳେଇ ଆସିଛନ୍ତି। ଏବେବି ଭାରତର ଅନେକ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ଧର୍ମର ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସହିତ ଜଡ଼ିତ ଅଛନ୍ତି।

ଭାରତୀୟ ସମ୍ବିଧାନ ଭାରତବର୍ଷର ସମସ୍ତ ନାଗରିକଙ୍କୁ ମର୍ଯ୍ୟାଦାଜନକ ଜୀବନ ବଂଚିବାର ଅଧିକାର ଦେଇଛି। ଅଥଚ ଆଜି ବି ଦେଶର ଅନେକ ବର୍ଗର ଲୋକ ସାମାଜିକ ଓ ଆର୍ଥନୀତିକ କ୍ଷେତ୍ରରେ ଅମର୍ଯ୍ୟାଦାଜନକ ଜୀବନ ବଂଚିବାକୁ ବାଧ୍ୟ ହେଉଛନ୍ତି।

ଭାରତୀୟ ସମ୍ବିଧାନରେ ଉଲ୍ଲେଖଥିବା ଏହିପରି ଅନେକ ଉଚ୍ଚାକାଙ୍‌କ୍ଷୀ ଲକ୍ଷ୍ୟ ଓ ଆଦର୍ଶ ସମ୍ବିଧାନ ପ୍ରଚଳନର ୭୦ ବର୍ଷ ପରେ ମଧ୍ୟ ପ୍ରତିଷ୍ଠା ହୋଇପାରି ନାହିଁ। ତେବେ ଏଥିପାଇଁ ସମ୍ବିଧାନ ଦାୟୀ ନୁହେଁ। ଦାୟୀ ହେଉଛନ୍ତି ସମ୍ବିଧାନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ବହନ କରୁଥିବା ସରକାର। ଏଯାଏଁ ଯେତେ ନିର୍ବାଚିତ ସରକାର ଭାରତ ଶାସନର ଦାୟିତ୍ୱ ବହନ କଲେଣି ସମସ୍ତେ ଊଣାଅଧିକେ ଏହିସବୁ ଲକ୍ଷ୍ୟ ଓ ଆଦର୍ଶ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି।

ଏହି ସାତ ଦଶନ୍ଧି ମଧ୍ୟରେ ବାରମ୍ବାର ସଂଶୋଧନ ଜରିଆରେ ଭାରତୀୟ ସମ୍ବିଧାନକୁ ଦୁର୍ବଳ କରିବା ପାଇଁ ଅନେକ ଉଦ୍ୟମ ହୋଇଛି। କିନ୍ତୁ ଭାରତୀୟ ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ଭାବେ ସ୍ୱତନ୍ତ୍ର ସାମ୍ବିଧାନିକ କ୍ଷମତା ପାଇଥିବା ନ୍ୟାୟପାଳିକା ଯୋଗୁଁ ଅନେକ ଏକଛତ୍ରବାଦୀ ଓ ଅଗଣତାନ୍ତ୍ରିକ ଆଇନ ଅସମ୍ବାଧାନିକ ଏବଂ ଅବୈଧ ଘୋଷିତ ହୋଇଛି।

ତଥାପି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ଏଇ ୭୦ ବର୍ଷ ଭିତରେ ଭାରତୀୟ ଗଣତନ୍ତ୍ର ସୁଦୃଢ଼ ହୋଇଛି। ଏହା ମିଛ ନୁହେଁ। ଲୋକମାନେ ବିଭିନ୍ନ ସମୟରେ ନିଜର ମତ ଦ୍ୱାରା ସରକାର ପରିବର୍ତ୍ତନ କରିଛନ୍ତି, ନୂଆ ଦଳ ଓ ନେତାଙ୍କୁ ଶାସନ କ୍ଷମତା ପ୍ରଦାନ କରିଛନ୍ତି। ଭାରତରୁ ଅଲଗା ହୋଇ ଏକା ସମୟରେ ନୂଆ ରାଷ୍ଟ୍ରର ମାନ୍ୟତା ପାଇଥିଲେ ମଧ୍ୟ ପାକିସ୍ତାନରେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଛି କହିଲେ ଚଳେ। ସେଠାରେ ଗଣତାନ୍ତ୍ରିକ ସରକାରଠାରୁ ସାମରିକ ଶାସନର ଅବଧି ଅଧିକ। ବର୍ମା ବା ମ୍ୟାଁମାର୍‌ରେ ଏଇ କେଇ ବର୍ଷ ତଳ ପର୍ଯ୍ୟନ୍ତ ସାମରିକ ଶାସନ ବଳବତ୍ତର ଥିଲା। ମାଳଦ୍ୱୀପରେ ସାମରିକ ବିଦ୍ରୋହ ଘଟି ନିର୍ବାଚିତ ସରକାର ବରଖାସ୍ତ ହେବାର ନଜୀର ବି ରହିଛି। ରାଜ ଅନ୍ତପୁରର ଷଡ଼ଯନ୍ତ୍ର ଓ ଗଣହତ୍ୟାର କିଛି ବର୍ଷ ପରେ ନେପାଳର ରାଜତାନ୍ତ୍ରିକ ଗଣତନ୍ତ୍ର ବଦଳି ଯାଇଥିଲେ ମଧ୍ୟ ଅସ୍ଥିରତାର ଅବସାନ ଘଟିନାହିଁ। ଭୁଟାନ ବହୁଦୃଷ୍ଟି କୋଣରୁ ଏକ ସହନଶୀଳ ଶାନ୍ତିପୂର୍ଣ୍ଣ ଓ ସୁଖୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ସେଠାରେ ସାମ୍ବିଧାନିକ ରାଜତନ୍ତ୍ରକୁ ଲୋକେ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କୁ ସବାଧିକ କ୍ଷମତା ଦିଆଯାଇ ଜନ ପ୍ରତିନିଧିମାନଙ୍କର ଭୂମିକାକୁ ଗୌଣ କରିଦିଆଯାଇଛି। ଏହି ସବୁ ପଡ଼ୋଶୀଙ୍କ ତୁଳନାରେ ଭାରତୀୟ ଗଣତନ୍ତ୍ର ନିଶ୍ଚୟ ମଜଭୁତ ଓ ସକ୍ରିୟ। ଏଠାରେ ଇନ୍ଦିରା ଗାନ୍ଧୀଙ୍କ ପରି ଶକ୍ତିଶାଳୀ ନେତ୍ରୀଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ଭାରତୀୟ ଭୋଟର। ବିଭିନ୍ନ ରାଜ୍ୟରେ ବି ଅନେକ ଶକ୍ତିଶାଳୀ ନେତାଙ୍କ ପତନର କାରଣ ହୋଇଛି ଜନମତ।

ଏହି ସାତ ଦଶନ୍ଧି ମଧ୍ୟରେ ବାରମ୍ବାର ସଂଶୋଧନ ଜରିଆରେ ଭାରତୀୟ ସମ୍ବିଧାନକୁ ଦୁର୍ବଳ କରିବା ପାଇଁ ଅନେକ ଉଦ୍ୟମ ହୋଇଛି। କିନ୍ତୁ ଭାରତୀୟ ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ଭାବେ ସ୍ୱତନ୍ତ୍ର ସାମ୍ବିଧାନିକ କ୍ଷମତା ପାଇଥିବା ନ୍ୟାୟପାଳିକା ଯୋଗୁଁ ଅନେକ ଏକଛତ୍ରବାଦୀ ଓ ଅଗଣତାନ୍ତ୍ରିକ ଆଇନ ଅସମ୍ବାଧାନିକ ଏବଂ ଅବୈଧ ଘୋଷିତ ହୋଇଛି। ଏପରିକି ସରକାରଙ୍କର ପ୍ରିୟପାତ୍ର ହୋଇ ବା ହେବା ଉଦ୍ଦେଶ୍ୟରେ ଯେଉଁ ସୁପ୍ରିମ କୋର୍ଟଙ୍କର କେତେ ଜଣ ବିଚାରପତି ୧୯୭୫ର ଜରୁରୀକାଳୀନ ପରିସ୍ଥିତି ସପକ୍ଷରେ ରାୟ ପ୍ରଦାନ କରିଥିଲେ ସେହି ସୁପ୍ରିମ କୋର୍ଟ ମଧ୍ୟ ଭାରତୀୟ ସମ୍ବିଧାନର ମୌଳିକ ଚରିତ୍ରକୁ ବଦଳାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ରାୟ ଦେଇଛନ୍ତି ଓ ଦରକାର ହେଲେ ସମ୍ବିଧାନର ମୌଳିକ ଚରିତ୍ର ଅକ୍ଷୁର୍ଣ୍ଣ ରଖିବା ପାଇଁ ନ୍ୟାୟପାଳିକା ସଂସଦ-ପ୍ରଣୀତ ଆଇନର ନ୍ୟାୟିକ ତର୍ଜମା କରିପାରିବ ବୋଲି ମତ ଦେଇଛନ୍ତି। ଭାରତ ଶାସନର ପ୍ରଥମ ଦୁଇ ସ୍ତମ୍ଭ ବ୍ୟବସ୍ଥାପକ ସଭା ଓ କାର୍ଯ୍ୟ ନିର୍ବାହୀ ଅନେକ ସମୟରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ତଥା ଦଳୀୟ ଇସ୍ତାହାର କାର୍ଯ୍ୟକାରୀ କରି ଦଳୀୟ ଭୋଟବ୍ୟାଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନେକ ଆଇନ ଓ ନିୟମ ପ୍ରଣୟନ କରିଛନ୍ତି। ପରେ କିନ୍ତୁ ସୁପ୍ରିମ କୋର୍ଟ ଏ ସଂପର୍କୀତ ମାମଲାର ବିଚାର କରି ଉପଯୁକ୍ତ ଯୁକ୍ତି, ତଥ୍ୟ ଓ ସାମ୍ବିଧାନିକ ମୂଲ୍ୟବୋଧ ଭିତ୍ତିରେ ସେପରି ଅନେକ ଆଇନ ଓ ନିୟମକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରି ସରକାରଙ୍କର ଦୁଇଟି ଅଙ୍ଗ ମଧ୍ୟରେ ସ୍ୱାର୍ଥର ସନ୍ଧି ସ୍ୱାକ୍ଷରିତ ହୋଇଥିଲେ ହେଁ ନ୍ୟାୟପାଳିକା ସମ୍ବିଧାନରୁ ବଳ ସଂଗ୍ରହ କରି ଏଯାଏଁ ସ୍ୱାଧୀନ ଓ ନିରପେକ୍ଷ ରହିପାରିଛି। ଏହା ହେଉଛି ଭାରତୀୟ ସମ୍ବିଧାନର ସବୁଠୁ ବଡ଼ ସଫଳତା।

ଭାରତୀୟ ନ୍ୟାୟପାଳିକାର ଏହି ସଫଳତାର ସର୍ବଶେଷ ଉଦାହରଣ ଦେଖିବାକୁ ମିଳିଛି ଆଜି, ଏଇ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସରେ। ସତୁରୀ ବର୍ଷ ତଳେ ଆଜିର ଦିନରେ ଭାରତର ଲୋକମାନେ ଭାରତୀୟ ସମ୍ବିଧାନକୁ ଭାରତର ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେବେଠାରୁ ଏହି ତାରିଖକୁ ନ୍ୟାୟପାଳିକାଗୁଡ଼ିକ ଆଇନ ଦିବସ ଭାବେ ପାଳନ କରିଆସୁଥିଲେ। କିନ୍ତୁ ଚାରି ବର୍ଷ ତଳେ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ଉପଯୁକ୍ତ ଭାବେ ଏହାକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଓ ସେବେଠାରୁ ଭାରତୀୟ ସଂସଦର ଦୁଇ ସଦନର ମିଳିତ ବୈଠକରେ ଭାରତ ଶାସନରେ ସମ୍ବିଧାନର ଗରୀମା ସଂପର୍କରେ ଆଲୋଚନା ଅନୁଷ୍ଠିତ ହେଉଛି। ବିପକ୍ଷର ନେତାମାନେ ଅନେକ ଯୁକ୍ତି, ତଥ୍ୟ ଓ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫାସିଷ୍ଟ, ନାଜୀବାଦୀ, ସାଂପ୍ରଦାୟିକ ହିନ୍ଦୁତ୍ୱବାଦୀ, ବିଭାଜନବାଦୀ ଆଦି ଶବ୍ଦରେ ସମାଲୋଚନ କରୁଥିଲେ ବି ସେ ନିଜେ ସମ୍ବିଧାନ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି। ଭାରତର ସମ୍ବିଧାନ ଭାରତ ଶାସନର ବେଦ, ବାଇବେଲ ଓ କୁରାନ ବୋଲି କହିବାକୁ ସେ ପଛେଇ ନାହାନ୍ତି। ସେଇ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ରାତି ଅଧିଆ ନିଷ୍ପତ୍ତି ନେଇ ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିଥିଲେ। ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥିବା ସତ୍ତ୍ୱେ ଏକ ବିବାଦୀୟ ନଥି ଆଧାରରେ ଏନଡିଏ ସରକାରଙ୍କ ନିଯୁକ୍ତ ମହାରାଷ୍ଟ୍ର ରାଜ୍ୟପାଳଙ୍କ ସୁପାରିଶ ଭିତ୍ତିରେ ରାତାରାତ ସବୁ ଫାଇଲ ପ୍ରସ୍ତୁତ ହୋଇ ନଭେମ୍ବର ୨୩ ସକାଳ ୫.୪୭ ଘଣ୍ଟା ସମୟରେ ରାଷ୍ଟ୍ରପତି ଉଠାଇ ୭.୫୦ ଘଣ୍ଟାରେ କାହାକୁ କିଛି ନଜଣାଇ କେହି କିଛି ଜାଣିବା ପୂର୍ବରୁ ଦଳୀୟ ନେତା ଦେବେନ୍ଦ୍ର ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ଏହା ବିରୋଧରେ ମହାରାଷ୍ଟ୍ରର ବିପକ୍ଷ ଦଳଗୁଡ଼ିକ ସୁପ୍ରିମ କୋର୍ଟରେ ଆବେଦନ କରିବାକୁ ରବିବାର ଏକ ଛୁଟି ଦିନରେ କୋର୍ଟ ତାହାର ଶୁଣାଣି କରିଥିଲେ ଏବଂ ୪୮ ଘଣ୍ଟା ମଧ୍ୟରେ ମଙ୍ଗଳବାର ନଭେମ୍ବର ୨୬ ତାରିଖରେ ରାଜ୍ୟପାଳଙ୍କ ଆଦେଶ ରଦ୍ଦ କରି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ୩୦ ଘଣ୍ଟା ସମୟ ଦେଇଥିଲେ। ଏହି ରାୟ ପ୍ରକାଶ ପାଇବାର କେଇ ମିନିଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେଇ ‘ଆଜି ଯଦି ବାବାସାହେବ ଭୀମରାଓ ଆମ୍ବେଦକର ଥାଆନ୍ତେ ବହୁତ ଖୁସି ହୋଇଥାନ୍ତେ’ ବୋଲି କହି ଏହି ରାୟକୁ ପୂର୍ଣ୍ଣତଃ ସମର୍ଥନ କରିଥିଲେ। ଏହାର କେଇ ଘଣ୍ଟା ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କ ଦଳର ନେତା ଇସ୍ତଫା ଦେଇଥିଲେ।

ଏହି ଦୃଷ୍ଟିରୁ ଭାରତର ସମ୍ବିଧାନ ମହାନ ଓ ଏହାର ଗଣତନ୍ତ୍ର ଶକ୍ତିଶାଳୀ। ମାତ୍ର, ସତୁରୀ ବର୍ଷ ଧରି ଅପୂରଣୀୟ ରହିଥିବା ଭାରତୀୟ ସମ୍ବିଧାନର ଅନ୍ୟ ଉଚ୍ଚାଦର୍ଶଗୁଡ଼ିକ ସମାଜ ଓ ସରକାରରେ ଦୃଢ଼ ଭାବେ ପ୍ରତିଷ୍ଠା ନହେଲା ଯାଏଁ ଭାରତର ଶାସନତନ୍ତ୍ର ନେଇ ଅଧିକ ଆତ୍ମସନ୍ତୋଷ ଅତିରଂଜନ ହେବ, ଅନାସକ୍ତ ଅନୁଶୀଳନ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story