ଏହା କ’ଣ ମହିଳା ସଶକ୍ତିକରଣ?

ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା। ଆଇନ କାନୁନ ସବୁ କିଛି ଜଣା ତାଙ୍କୁ। କିନ୍ତୁ ଭାବପ୍ରବଣତା ସହିତ ମାନବିକତା ତାଙ୍କ ପାଖରେ ଅଛି ବୋଲି ଆସି ସେ ଅସହାୟ ହୋଇ ଯାଇଛନ୍ତି। ଅନେକ କ୍ଷେତ୍ରରେ ଏମିତି ଘଟଣା ଓ ପରିସ୍ଥିତି ଦେଇ ଆଜି ଅନେକ ଉଚ୍ଚ ଶିକ୍ଷିତ ମହିଳା ସାମାଜିକ ଲଜ୍ଜାରେ ମୁଁହ ଲୁଚାଇ କାନ୍ଦି ସେହି ପରି ଜୀବନକୁ ଆପଣେଇ ନେଇଛନ୍ତି। ଏହାର ଏକମାତ୍ର କାରଣ ଆମର ସାମଗ୍ରିକ ମାନସିକତା। ମାନସିକତା ଆମ ସମାଜର, ଆମ ପରମ୍ପରାର ଓ ଆମ ମନ ଭିତରେ ବସା ବାନ୍ଧି ରହିଥିବା କିଛି କୁସଂସ୍କାର ଓ ଅନ୍ଧ ବିଶ୍ୱାସର।

Women's Emancipation

Women's Emancipation

Debendra Prusty
  • Published: Monday, 11 March 2024
  • Updated: 11 March 2024, 11:37 AM IST

Sports

Latest News

ଡଃ ରୀନା ରାଉତରାୟ

ସକାଳୁ ଫୋନ୍ ଟିଏ ଆସିଲା। ଅପର ପାର୍ଶ୍ଵରୁ କଇଁ କଇଁ ହୋଇ କାନ୍ଦୁଥାନ୍ତି ମହିଳା ଜଣକ।

- ମ୍ୟାଡମ୍ ଆପଣଙ୍କର ଦୁଇ ମିନିଟ ନେଇ ପାରିବି?

- ହଁ ହଁ କୁହନ୍ତୁ..

- ମ୍ୟାଡମ୍ ମୁଁ ଜାଣିଛି ମୋ ସମସ୍ୟାର ସମାଧାନ କେହି କରି ପାରିବେ ନାହିଁ। ତଥାପି କାହିଁକି ଆପଣଙ୍କ ସହ ମୋ ଦୁଃଖ ବାଣ୍ଟିବାକୁ ଇଛା ହେଲା। ଆପଣ ଖାଲି ମୋ କଥା ଶୁଣନ୍ତୁ।

କଥାବାର୍ତ୍ତା ବେଶ ସଂଭ୍ରାନ୍ତ ଓ ଭଦ୍ର। ସ୍ଵରରେ ଅସହାୟତାର ଆଭାସ। ସେ ଜଣେ ଡାକ୍ତର। ଜନୈକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପୁତ୍ରବଧୂ ଏବଂ ଏକ ଅନ୍ତର୍ଜାତୀୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ପତ୍ନୀ। ବେଶ ପ୍ରଭାବଶାଳୀ ପରିବାରର କନ୍ୟା ମଧ୍ୟ।

‘ଅସୁବିଧା କେଉଁଠି? ଏତେ କାନ୍ଦ ଓ ଯନ୍ତ୍ରଣା କଣ ପାଇଁ?’

‘ସବୁଥାଇ ମଧ୍ୟ ପରିବାର ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଅପମାନିତ ଓ ଅସମ୍ମାନ। ସ୍ଵାମୀ ବିଳମ୍ବିତ ରାତିରେ ଅଫିସ ପାର୍ଟି ସାରି ଆସିବେ ତାହା ଠିକ୍। କିନ୍ତୁ ମୁଁ ରୋଗୀ ଦେଖି ରାତି ସିଫ୍ଟ ସାରି ଥକା ଓ ଅନିଦ୍ରା ହୋଇ ଘରକୁ ଫେରିଲେ ନାନା ସନ୍ଦେହ ଜନିତ ଶରବ୍ୟର ଶିକାର ହେବି। ସେମାନଙ୍କ ଏହିପରି ଅପମାନଜନକ ମନ୍ତବ୍ୟ ଶୁଣି ଶୁଣି ମୋତେ ନିଜ ଉପରେ ଘୃଣା ଆସିଲାଣି ମ୍ୟାଡମ। ମୁଁ ଆଉ ବଞ୍ଚିବାକୁ ଚାହୁଁନି। ଏତେ ପରିଶ୍ରମ କରି ଘରେ ଶାଶୁ ଶ୍ୱଶୁର ସ୍ଵାମୀ ଓ ଛୋଟ ପୁଅର ସବୁ କାମ ସାରି ହସ୍ପିଟାଲ ଯାଇ ଦିନରାତି ଖଟି ଖଟି ଆସିଲା ବେଳକୁ ସେମାନଙ୍କ ସନ୍ଦେହର ପ୍ରଶ୍ନ ବାଣରେ ଏତେ କଷ୍ଟ ହୁଏ ଯେ ସାରା ରାତି କାନ୍ଦି କାନ୍ଦି ଶୋଇ ବି ପାରେନି। କଣ କରିବି? ସେମାନଙ୍କ ଏତେ କଦର୍ଯ୍ୟ ମନୋଭାବକୁ କେମିତି ବଦଳେଇ ପାରିବି ମୋତେ କୁହନ୍ତୁ। ମୁଁ ମୋ ସ୍ୱାମୀ ପୁଅ ଓ ପରିବାରଙ୍କୁ ବହୁତ ଭଲ ପାଏ,ସେମାନଙ୍କୁ ଛାଡ଼ି ଆଉ କୁଆଡ଼େ ଯାଇ ବି ପାରିବିନି। ଚାକିରୀ ଛାଡ଼ିବାକୁ ବି ମନା କରୁଛନ୍ତି, ଏପଟେ ପ୍ରତି ମୁହୂର୍ତ୍ତରେ ଅପମାନ ଦେଉଛନ୍ତି। କ’ଣ ମୁଁ କରିବି କୁହନ୍ତୁ।

ମୋ ପାଖରେ ତାଙ୍କୁ ବୁଝାଇବାକୁ କୌଣସି ଶବ୍ଦ ନ ଥିଲା। ଅସହାୟ ଲାଗୁଥିଲା। ସେ ପଟୁ କଇଁ କଇଁ ହୋଇ କାନ୍ଦି କାନ୍ଦି ସେ କହି ଚାଲିଥିଲେ, ମ୍ୟାଡମ୍ ମୋର କିଛି ଦରକାର ନାହିଁ। କେବଳ ସମ୍ମାନର ସହିତ ବଞ୍ଚିବାକୁ ଚାହୁଁଛି। ମୋ ପରିବାର ଠାରୁ ମୁଁ ସମ୍ମାନ ଚାହୁଁଛି।

ଆଜି ମଧ୍ୟ ବେଶୀ ପରିମାଣରେ ସ୍ୱଚ୍ଛଳ ଉଚ୍ଚ ବର୍ଗ ପରିବାରର ଉଚ୍ଚଶିକ୍ଷିତ, ସ୍ୱାବଲମ୍ବୀ ମହିଳା ଶାରୀରିକ, ମାନସିକ ଓ ବ୍ୟାବହାରିକ ନିର୍ଯ୍ୟାତନା ଓ ଶୋଷଣକୁ ଚୁପ୍ ଚାପ୍ ମୁଁହ ଲୁଚାଇ ସହ୍ୟ କରୁଛନ୍ତି। ଏହାର କାରଣ ହେଲା ଘର ଭିତରର ନିର୍ଯ୍ୟାତନା ଠାରୁ ବାହାର ଲୋକଙ୍କ ତିରସ୍କାର ଓ ବ୍ୟକ୍ତିଗତ ଚରିତ୍ରକୁ ନେଇ ଲାଞ୍ଛନାର ଭୟ ଅଧିକ। ଯେଉଁ ସମାଜରେ ରକ୍ଷକ ଯଦି ଭକ୍ଷକ ସାଜେ ସେଠି ଜଣେ ସାଧାରଣ ମନୁଷ୍ୟ ବା କ’ଣ କରି ପାରିବ?

ତଥାପି ଆମମାନଙ୍କୁ ଆମକୁ ସଚେତନ ହେବାକୁ ପଡ଼ିବ,ସଙ୍ଗଠିତ ହୋଇ ସ୍ଵାଭିମାନର ସହିତ ଏହି ମାନସିକତା ବିରୁଦ୍ଧରେ ଦୃଢ଼ ଭାବରେ ସ୍ଵର ଉତ୍ତୋଳନ କରିବାକୁ ପଡ଼ିବ। ଆମ ଚାରିପାର୍ଶ୍ଵରେ ଘଟୁଥିବା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ପ୍ରତି ସଚେତନ ଓ ସଜାଗ ରହି ଆମର ସାମଗ୍ରିକ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆଇନ ତ ବହୁତ ଅଛି। କିନ୍ତୁ ତ୍ୱରିତ ଓ ଦୃଢ଼ ଦଣ୍ଡ ବିଧାନର ଭୟ ଦ୍ୱାରା ହିଁ ଅନେକ ଦୁଷ୍ଟ ବୁଦ୍ଧି ବ୍ୟକ୍ତି ମାନଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ।

ପ୍ରତିକୂଳ ପରିସ୍ଥିତି ମନୁଷ୍ୟକୁ ଦୃଢ଼ ସ୍ଥିର ଏବଂ ରୁଦ୍ଧିମନ୍ତ କରେ। ପ୍ରତ୍ୟେକ ମହିଳା ହେଉ ବା ପୁରୁଷ ହେଉ ସ୍ଵାଧୀନତା ଚାହେଁ କିନ୍ତୁ ତା ସହିତ ଯଦି ମାନବିକତା ଯୋଡ଼ି ହୋଇ ଥାଏ ତେବେ ସମଗ୍ର ପରିବେଶ ଶାନ୍ତିପୂର୍ଣ୍ଣ ହେଇଥାଏ। ଆମ ସମ୍ମୁଖରେ ନାରୀ ପ୍ରଗତି ପାଇଁ ସଂଗ୍ରାମ କରିଥିବା ଅନେକ ମହିୟସୀ ମହିଳା ଓ ପୁରୁଷ ଉଭୟ ଆମକୁ ପ୍ରଗତିର, ସୁରକ୍ଷାର ଓ ସ୍ୱାଭିମାନର ସହିତ ବଞ୍ଚିବାର ରାହା ଶିଖାଇଛନ୍ତି। ଆଲୋକ ବର୍ତ୍ତିକା ସଦୃଶ ରାସ୍ତା ଦେଖାଇ ଛନ୍ତି। ପରାଧୀନ ଭାରତରେ ପ୍ରଥମେ ୧୮୪୮ ମସିହାରେ ଶ୍ରୀମତୀ ସାବିତ୍ରୀ ବାଇ ଫୁଲେ ବାଳିକା ଶିକ୍ଷା ପାଇଁ ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠା କରି ନାରୀ ମୁକ୍ତି ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଥିଲେ।

ସେହିପରି ୧୮୦୦ ମସିହାର ଶେଷ ଆଡ଼କୁ ଡଃ ମୁଥୁଲକ୍ଷ୍ମୀ ରେଡି ପ୍ରଥମେ ପୁରୁଷ ମହାବିଦ୍ୟାଳୟରେ ମେଡିକାଲ୍ ପାଠ ପଢ଼ି ଏକ ଡାକ୍ତର ହୋଇ ପରବର୍ତ୍ତୀ ସମୟରେ ଦେବଦାସୀ ପ୍ରଥାର ପ୍ରଚଳନକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥଲେ। ଆନନ୍ଦୀବାଈ ଯୋଶୀ ପ୍ରଥମ ଭାରତୀୟ ମହିଳା ବିଦେଶକୁ ଅଧ୍ୟୟନ ପାଇଁ ଯାଇଥିଲେ, ୧୮୮୨ ମସିହାରେ। ତାରାବାଇ ସିନ୍ଧେ ନାରୀବାଦ ଉପରେ ‘ସ୍ତ୍ରୀ ପୁରୁଷ ତୁଳନା’ ଶୀର୍ଷକ ପ୍ରଥମ ପୁସ୍ତକ ରଚନା କରିଥଲେ। ଆମ ରାଜ୍ୟର ପ୍ରଥମ ମହିଳା ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବୀ ଶ୍ରୀମତୀ ସରଳା ଦେବୀ, ରମାଦେବୀ ଓ ଅନ୍ନପୂର୍ଣ୍ଣା ମହାରଣାଙ୍କ ପରି ଅନେକ ମହିୟସୀ ନାରୀ ପ୍ରଗତି ପାଇଁ ଆମକୁ ରାସ୍ତା ଦେଖାଇ ଯାଇଛନ୍ତି। ସେହିପରି ଆମ ଦେଶ ଭାରତରେ ପ୍ରମୁଖ ପୁରୁଷ ବ୍ୟକ୍ତିତ୍ଵ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ରାଜାରାମ ମୋହନ ରାୟ, ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ବହୁ ମହାପୁରୁଷମାନେ ମହିଳାଙ୍କ ଅଧିକାରକୁ ନେଇ ଅନେକ ଅଭିନବ ପଦକ୍ଷେପମାନ ନେଇଛନ୍ତି।

ବର୍ତ୍ତମାନ ସମୟ ଆସିଛି ନାରୀ ଓ ପୁରୁଷ ଉଭୟ ପରସ୍ପରକୁ ସମ୍ମାନ ଦେବାର। ଉଭୟ ସମକକ୍ଷ ହୋଇ ପରିବାର,ସମାଜ ଓ ଦେଶର ଉନ୍ନତିମୂଳକ ଗଠନରେ ସମଭାଭୀ ହେବାର। ଏକ ସୁସ୍ଥ,ଉନ୍ନତ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମାଜ ଗଠନ ଦିଗରେ ଉଭୟଙ୍କ ଭୂମିକାକୁ ବୁଝିବାର ସମୟ। ଆମର ସାମଗ୍ରିକ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଘର ପରିବାରରୁ ଛୋଟ ଶିଶୁରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରି ବାହ୍ୟ ଓ ଅନ୍ତଃ ଶୁଦ୍ଧିକରଣ ସହିତ ସଚେତନ ରହି ନିଜର ପ୍ରତିଟି କାର୍ଯ୍ୟ ତଥା ବାକ୍ୟକୁ ରୁଦ୍ଧିମନ୍ତ କରି ଶିଖିଲେ ବ୍ୟକ୍ତିତ୍ଵ ବିକଶିତ ହୁଏ। ଉଜ୍ଜ୍ୱଳ ବ୍ୟକ୍ତିତ୍ଵ ସବୁବେଳେ ନମସ୍ୟ, ସେଠି ନାରୀ ପୁରୁଷର ଭେଦଭାବ ନ ଥାଏ।

ପରିବାରଠାରୁ ଦୂରେଇ ଯିବା ସ୍ୱାଧୀନତା ନୁହେଁ। ବରଂ ନିଜ ଭିତରର କୁସଂସ୍କାର ଅପରିପକ୍ୱ ମାନସିକତା ରୂପକ ଅନ୍ଧକାରକୁ ଜ୍ଞାନ ବା ଶିକ୍ଷା ରୂପକ ଆଲୋକରେ ଦୂରୀଭୂତ କରି ଏକ ଶୃଙ୍ଖଳିତ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ନିଜ ପରିବାର, ସମାଜ, ଜାତି, ରାଜ୍ୟ ତଥା ଦେଶ ର ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିବା ହେଲା ବାସ୍ତବ ସଶକ୍ତିକରଣ। ପ୍ରତ୍ୟେକ ମହିଳା ଆମ ଚାରି ପାର୍ଶ୍ୱରେ ପ୍ରତି ମୁହୂର୍ତ୍ତରେ ସମସ୍ତ ସାମାଜିକ,ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ସଂପର୍କରେ ସଚେତନ ରହିଲେ କୁସଂସ୍କାର ଜନିତ ଅନ୍ଧକାର ଦୂର ହେବ ଏବଂ ଆତ୍ମ ସ୍ୱାଭିମାନର ସହିତ ଏକ ନିର୍ଦ୍ଦଷ୍ଟି ଲକ୍ଷ୍ୟ ପୂରଣ ଦିଗରେ ଆଗକୁ ବଢିବା ପାଇଁ ଏକ ସୁନ୍ଦର ରାସ୍ତା ଦେଖାଯିବ।

ମହାରାଷ୍ଟ୍ରର ମଦର୍ ଟେରେସା ସିନ୍ଧୁ ତାଇ ହୁଅନ୍ତୁ ବା ଦାରିଦ୍ର୍ୟ, ବର୍ଣ୍ଣ ବୈଷମ୍ୟ ଓ ସାମାଜିକ ଲାଞ୍ଛନାର ଶିକାର ହୋଇ ମଧ୍ୟ ନିଜକୁ ପ୍ରମାଣିତ କରି ଆଜି ଆଫ୍ରିକାନ ଆମେରିକାର ସବୁଠାରୁ ଧନୀ ମହିଳା ଓପ୍ରା ୱିନ୍ ଫ୍ରେ କିମ୍ଵା ଆମର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହୁଅନ୍ତୁ ସମସ୍ତଙ୍କୁ ଜୀବନରେ କଠିନରୁ କଠିନ ତମ ସମୟ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ସେହି ପରିସ୍ଥିତିରେ ସ୍ଥିର, ନମ୍ର ଅଥଚ ଦୃଢ଼ ଭାବରେ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ। ଲକ୍ଷ୍ୟ ନିର୍ଦ୍ଧିଷ୍ଟ ଏବଂ ବିଚାର ବ୍ୟାପ୍ତ କରି ଛୋଟରୁ ଆରମ୍ଭ କରି କ୍ରମାଗତ ଭାବରେ ଲକ୍ଷ୍ୟ ପଥରେ ଚାଲିଲେ ସଫଳତା ନିଶ୍ଚୟ ମିଳବ।

ଫୋ- ୯୪୩୮୨୭୨୧୫୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story