Advertisment

କାଉ ନୁହେଁ, ଇଟ୍‌ସ କ୍ରୋ!

ମହିଳାଙ୍କ ଉକ୍ତିଟି ଥିଲା କିଛି ଏହିପରି- ‘ବେଟା ଇଟ୍‌ସ କ୍ରୋ, ଡୋଣ୍ଟ ସେ କାଉ!’

author-image
Debendra Prusty
ଅଦ୍ୟତନ ହୋଇଛି
Odia Language

Odia Language

ପାର୍କରେ ଗୋଟେ ବେଞ୍ଚରେ ବସି ଗୋଟେ ଓଡ଼ିଆ ଉପନ୍ୟାସ ପଢ଼ିବାରେ ବ୍ୟସ୍ତ ଥାନ୍ତି ସଂଗୀତା।

Advertisment

ପାଖ ବେଞ୍ଚରେ ବସିଥିବା ଗୋଟେ ଛୋଟ ଝିଅ ଆଉ ତା ମା’ ବସି କଥାବାର୍ତ୍ତା ହେଉଥାନ୍ତି। ଝିଅଟିର ବୟସ ୫ କି ୬ ବର୍ଷ ହେବ।

ସଂଗୀତାଙ୍କ କାନରେ କିଛି କିଛି କଥା ବାଜୁଥାଏ। ସେ ଛୁଆ ସହ ତା ମା’ ଏବଂ ଆଉ ଜଣେ ମହିଳା ଉଭୟ ହିଂଲିଶ(ହିନ୍ଦୀ ଏବଂ ଇଂଲିଶ ମିଶ୍ରିତ) ଭାଷାରେ କଥା ହଉଥାନ୍ତି।

Advertisment

ହଠାତ ପିଲାଟି କହି ଉଠିଲା, ‘ମମ୍ମି ଦେଖ ଗୋଟେ କାଉ।’

ଅଚାନକ ମହିଳାଙ୍କ ଛୁଆ ପ୍ରତି ଥିବା କଥା ଶୁଣି ଚମକି ପଡ଼ିଲେ ସଂଗୀତା।

ମହିଳାଙ୍କ ଉକ୍ତିଟି ଥିଲା କିଛି ଏହିପରି- ‘ବେଟା ଇଟ୍‌ସ କ୍ରୋ, ଡୋଣ୍ଟ ସେ କାଉ!’

ପିଲାଟି କହିଲା,‘ମମ୍ମି ଆମ ଘର ପାଖ ଦାଦିମା’ ତ କହୁଥିଲେ ଏଇଟା କାଉ ବୋଲି!’

ମହିଳା ଜଣକ ଛୁଆକୁ କହିଲେ, ‘ପାଠ ନ ପଢ଼ିଥିବା ଲୋକ ଏମିତି କୁହନ୍ତି। ବଟ୍‌ ୟୁ ଆର୍‌ ମାଇଁ ଚାମ୍ପିଅନ, ରାଇଟ୍! ସୋ ଡୋଣ୍ଟ ସେ ଲାଇକ୍‌ ଅଦର୍ସ। ସ୍ପିକ୍‌ ଇନ୍‌ ଇଂଲିଶ ବେଟା।’

ବିଚାରି ପିଲାଟି ଏତିକି ଶୁଣି କଣ ଭାବିଲା କେଜାଣି ସଂଗୀତା ପଢୁଥିବା ବହିକୁ ଟିକେ କିଛି ସମୟ ଚାହିଁ ରହିଲା।

ଏହି କଥୋପକଥନ ଶୁଣି ସଂଗୀତା ଅବାକ ହୋଇ ସେମାନଙ୍କ ଆଡ଼କୁ ଚାହିଁ ରହିଥିଲେ କିଛି ସମୟ। ହଠାତ ସେ ମହିଳାଙ୍କ ଆଖି ସହ ଆଖି ମିଶିଲା ପରେ ସେ ମହିଳା କେବଳ ଆତ୍ମତୃପ୍ତିର ହସଟିଏ ହସିଦେଲେ।

ସଂଗୀତାଙ୍କୁ ବାରମ୍ବାର ଆସୁଥାଏ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ସେହି ପ୍ରସିଦ୍ଧ ପଦଟି- ‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?’

ଏ ଘଟଣା ମହିଳା, ତାଙ୍କ ଛୁଆର କଥା ନୁହେଁ। ଏ ଦୃଶ୍ୟଟି ହେଉଛି ଆଜିର ଦିନରେ ଆମ ଚାରି ପାଖରେ ଘଟୁଥିବା ଦୈନନ୍ଦିନ ଜୀବନର ଏକ ଅଂଶ। ଜ୍ଞାନୀ, ଭଦ୍ର, ମାର୍ଜିତ ଏବଂ ଆଧୁନିକତାର ଦୌଡ଼ରେ ସାମିଲ ହୋଇ ଆମେ ଧୀରେ ଧୀରେ ନିଜର ମୌଳିକତାକୁ ଯେ ହରେଇ ଦଉଚୁ, ସେଥିପ୍ରତି କାହାର ବି ତିଳେ ମାତ୍ର ଚିନ୍ତା ନାଇଁ। ମାତୃଭାଷା ଯେ ଆମ ଗର୍ବ ଆମ ସଂକୃତି ଏବଂ ଆମ ପରିଚୟ ଏହା ଆମେ ଭୁଲି ଗଲୁଣି।

- ସୌମ୍ୟା ମହାପାତ୍ର -

Mother Tongue Odisha Reporter Odisha Odia