କଳିକାଳର ଦଧିଚି ହାଡ଼ କ୍ରୋମାଇଟ୍!

ମାୟାଧର ନାୟକ ଲକ୍ଷ୍ୟ କରନ୍ତୁ – ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କଜାକସ୍ତାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡ଼ିଶାବାସୀ ନୁହଁନ୍ତି, ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ୍ ପଥର ବିଶେଷଭାବେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶୀ ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ […]

chromite

chromite

Debendra Prusty
  • Published: Tuesday, 13 July 2021
  • Updated: 13 July 2021, 03:06 PM IST

Sports

Latest News

ମାୟାଧର ନାୟକ

ଲକ୍ଷ୍ୟ କରନ୍ତୁ – ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କଜାକସ୍ତାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡ଼ିଶାବାସୀ ନୁହଁନ୍ତି, ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ୍ ପଥର ବିଶେଷଭାବେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶୀ ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ। ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି – ସେଥିରେ କ୍ରୋମାଇଟ୍ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ। ବଲବ୍ ବେରିଙ୍ଗଠାରୁ ଆରମ୍ଭ କରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ।

ଓଡ଼ିଶାର ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ କଟକ ଜିଲ୍ଲାରେ ଥିବା କ୍ରୋମପଥର, ଫେରୋକ୍ରମ, କ୍ରୋମ କନସେଟେଂଟ୍ ଖଣି ଓ ପ୍ଲାଂଣ୍ଟରୁ ଆମେରିକା, ଇଂଲଣ୍ଡ, ୟୁରୋପ୍, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ସୁଇଜରଲାଣ୍ଡ, ପେରୁ, ନେଦରଲାଣ୍ଡ, ସ୍ପେନ୍, ୟୁଏଇ, ଥାଇଲାଣ୍ଡ, ତାଇୱାନ୍, ମେକ୍ସିକୋ, କୋରିଆ, ଇଣ୍ଡୋନେସିଆ, ଇଜିପ୍ଟ, ଚିଲି, ବେଲଜିୟମ, ବାଂଲାଦେଶ, ଦୁବାଇ, ମାଲେସିଆ ପ୍ରମୁଖ ଦେଶକୁ ରପ୍ତାନୀ ହେଉଛି। ଏହି ୨୩ଟି ଦେଶ ମଧ୍ୟରୁ ସବୁଠୁ ବେଶୀ ପରିମାଣରେ ଚୀନ୍ କ୍ରୋମପଥର ଓ ଫେରୋକ୍ରମ କିଣୁଛି। ତା’ପଛକୁ ଜାପାନ୍, ୟୁରୋପ ଓ ଆମେରିକା ରହିଛନ୍ତି।

ଜାପାନରେ ଆଦୌ କ୍ରୋମପଥର ନାହିଁ, କିନ୍ତୁ ସୁକିନ୍ଦାରୁ କ୍ରୋମାଇଟ୍ କିଣି ସ୍ଥାନାଭାବରୁ ସମୁଦ୍ରରେ ବୁଡ଼ାଇ ରଖୁଛି। ଆମେରିକାରେ ମଧ୍ୟ କ୍ରୋମାଇଟ୍ ନାହିଁ – ସେ ସୁକିନ୍ଦାରୁ କ୍ରୋମାଇଟ୍ ନେଇ ଯୁଦ୍ଧ ସରଞ୍ଜାମ ନିର୍ମାଣ କରି ସାରାବିଶ୍ୱକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଛି। ଚୀନ୍ ତା’ ଦେଶର ଲୁହାଖଣି ଆଦୌ ଖୋଳୁନି। ଆଗାମୀ ୧୦୦ ବର୍ଷ ପାଇଁ ଭବିଷ୍ୟତ ପିଢିଙ୍କ ନିମିତ ସାଇତି ରଖୁଛି। ସୁକିନ୍ଦାରୁ ସବୁଠୁ ବେଶୀ କ୍ରୋମାଇଟ୍ ଚୀନ୍ କିଣୁଛି। କେବଳ କ୍ରୋମପଥର ନୁହେଁ – ଲୁହାପଥର ଟନ୍ ଅଢ଼େଇଶହ ଟଙ୍କାରୁ ପାଂଚ ହଜାର ଟଙ୍କା ଏପରିକି ଏବେ ବାର ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ କିଣି ନେଉଛି। ଚୀନ୍ ବର୍ତ୍ତମାନ ବ୍ୟବସାୟରେ ଜାପାନକୁ ଟପି ଆମେରିକାକୁ ପଛରେ ପକାଇ ଦେବାକୁ ପ୍ରବଳ ଉଦ୍ୟମ ଜାରି ରଖିଛି।

ଦଧିଚିର ଅସ୍ଥି - ଯାହାକୁ ନେଇ ବଜ୍ର। ଏ କ୍ରୋମାଇଟ୍ ହେଉଛି – କଳିକାଳର ଦଧିଚି ହାଡ଼ - ଯାହାକୁ ନେଇ ଆଧୁନିକ ମାରାଣାସ୍ତ୍ରର ପ୍ରସ୍ତୁତି। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚୀନ୍ ଓ ଜାପାନ୍ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ। ଏବେ ଆମେରିକା ସୁକିନ୍ଦା କ୍ରୋମାଇଟର ସ୍ୱାଦ ଚାଖିସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ। ସୁନା ସୁକିନ୍ଦାର ସିନ୍ଦୁକ ଉପରେ ଆମେରିକାର ଆଖି।

ଯେଉଁ ଦେଶର ଖଣିଜ କଂଚାମାଲ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା। ଆମେ ସେହି ହତଭାଗା ଭାରତୀୟ – ଲକ୍ଷ ଲକ୍ଷ ବର୍ଷ ଧରି ଆମ ମାଟି ତଳେ ଗଚ୍ଛିତ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ବିଦେଶକୁ ଶାଗମାଛ ମୂଲ୍ୟରେ ବିକ୍ରି କରିଦେଉଛେ।

ସ୍ୱାଧୀନତା ପୂର୍ବର ଘଟଣା। ଏକଦା କାଟେପୂର୍ତି ନାମକ ଜଣେ ଆଦିବାସୀ ବର୍ତ୍ତମାନର ଟିସ୍କୋ କ୍ରୋମାଇଟ୍ ମାଇନ୍ସ୍ ସୁକିନ୍ଦାରୁ ଖଣ୍ଡେ କଳାପଥର ନେଇ ଜାମସେଦପୁର ଯାଇଥିଲେ। ସେହି ପଥର ଟିସ୍କୋ ଅଧିକାରୀଙ୍କୁ ଦେଖାଇଥିଲେ। ସେମାନେ ପରୀକ୍ଷାନିରୀକ୍ଷା କରି ଜାଣିଲେ – ତାହା କ୍ରୋମପଥର। ଟିସ୍କୋ ସୁକିନ୍ଦା ରାଜାଙ୍କଠାରୁ ସୁକିନ୍ଦା କ୍ରୋମାଇଟ୍ ଖଣି ଅଂଚଳକୁ ଲିଜ୍ ସୂତ୍ରରେ ନେଇ ଖଣି ଖୋଳା ଆରମ୍ଭ କରିଥିଲେ। ସ୍ୱାଧୀନତା ପରେପରେ କ୍ରୋମାଇଟ୍ ଖଣିକୁ ସରକାର ଲିଜ୍ ଆକାରରେ ଦେଇଦେଲେ। ରପ୍ତାନୀ ହେଉଥିବା କ୍ରେମାଇଟ୍ ଟନ୍ ପିଛା ନଗଣ୍ୟ ରୟାଲଟି ନେଉଥିଲେ।

କ୍ରୋମାଇଟ୍ ଯଦି ମାଟି ଉପରେ ବାଲିଗୋଡ଼ି ଭଳି ଥୁଆ ହୋଇଥାନ୍ତା – ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି। କ୍ରୋମାଇଟ୍ ଅଛି ସାତତଳ ପଙ୍କ ଭିତରେ, ମାଟିତଳ ଗୋଦାମରେ। ଉପରେ ଜଙ୍ଗଲ, ଗଛ, ମାଳମାଳ ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର। କ୍ରୋମାଇଟ୍ ବାହାର କରିବାକୁ ହେଲେ ଜଙ୍ଗଲ ଧ୍ୱଂସ କରିବାକୁ ହେ, ଝରଣାର ଗତିପଥ ବଦଳାଇ ଦେବାକୁ ହେବ, ମାଟି କାଦୁଅ ଖୋଳିବାକୁ ହେବ, ଖଣିରେ ପାଣି ଭର୍ତ୍ତିହେଲେ ପାଣି କାଢ଼ି ନଈନାଳକୁ ଛାଡ଼ିବାକୁ ହେବ, ଆଉ ଅନେକ ଅନେକ କାର୍ଯ୍ୟ ଅକାର୍ଯ୍ୟ କରିବାକୁ ହେବ। ଏସବୁ ହେଲେ କ୍ରୋମାଇଟ୍ ‘ମହାପ୍ରଭୁ’ ପଦାକୁ ଆସିବେ। ସେହି କ୍ରୋମାଇଟ୍ ମହାପ୍ରଭୁଙ୍କୁ ଧଳା କାଗଜକଲମରେ ବିକିବେ, କଳାରେ ଦଶଗୁଣ ବିକିବେ। ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେ ଗୁଣ ଅଧିକ। ସେଇ ଲାଭ ଟଙ୍କାରୁ ପାଂଚ ଦଶ ଭାଗ ‘ଭୋଗ’ ବଣ୍ଟାରେ ଯିବ।

ଆମ ଓଡ଼ିଶାରେ ମାତ୍ର ସାତଆଠଟି ଲୁହାପଥର ଖଣି ଚୋରୀ ଖୋଳତାଡ଼ ହେବାରୁ ୩ ଲକ୍ଷ କୋଟି ଟଙ୍କା, କେହିକେହି ୫ ଲକ୍ଷ କୋଟି ଟଙ୍କାର ଦୁର୍ନୀତି, ଶତାଦ୍ଦୀର ମହାଦୁର୍ନୀତି ବୋଲି କହୁଛନ୍ତି। ୩୨ ପ୍ରକାର ଖଣିଜ ସମ୍ପଦରୁ ମାତ୍ର ୧ ପ୍ରକାର ଲୁହାପଥର ଖଣି, ପୁଣି ମାତ୍ର ୭/୮ଟି ଖଣିରେ ଯଦି ଏତେ ବିପୁଳ ପରିମାଣରେ ଚୋରୀ ହୋଇଥାଏ, ତା’ହେଲେ ଅତ୍ୟନ୍ତ ମୂଲ୍ୟବାନ ଖଣିଜ ସମ୍ପଦ କ୍ରୋମାଇଟ୍, କୋଇଲା, ହୀରାମୋତି, ମାଣିକ, ସୂନା, ବକ୍ସାଇଟ୍, ମାଙ୍ଗାନିଜ୍ ପ୍ରମୁଖ ୩୧ ପ୍ରକାର ଖଣିଜ ପଦାର୍ଥର ପ୍ରାୟ ଏକହଜାର ଖଣିରୁ କେତେ ଚୋରୀ ହୋଇଥିବ ଅନୁମାନ କରନ୍ତୁ।

ଏଇସବୁ ଚୋରା ଖଣିଜ ସମ୍ପଦ କେବଳ ଭାରତ ଭିତରେ ବିଭିନ୍ନ ରାଜ୍ୟକୁ ୧୦ ଭାଗ ଯାଉଛି, ବାକି ୯୦ ଭାଗ ଜଳପଥରେ ବିଦେଶକୁ ଚାଲାଣ ହେଉଛି। ନେତା ଅଫିସରଙ୍କର ଏ କାରସାଦିକୁ ଧରିବ କିଏ? କେବଳ ଖଣିଚୋରୀ ବନ୍ଦ କରିଦେଲେ-ଜାତୀୟ ସମ୍ପତି ହରିଲୁଟ୍ କରୁଥିବା ଦେଶଦ୍ରୋହୀଙ୍କୁ ଧରି ଫାଶୀ ଦେଇଦେଲେ ଭାରତ ବଂଚିଯିବ, ଓଡ଼ିଶା ଭାରତର ଧନୀ ରାଜ୍ୟରେ ଗଣାହେବ।

ରାଜନୀତି ଆଜି ଦଳିତର, ଦରିଦ୍ରର କି ଦୁଃସ୍ଥଦୁର୍ଗତ ଜନସମୁଦାୟର ନୁହେଁ, ବରଂ ମୁଷ୍ଟିମେୟ ମୁନାଫାଖୋର୍ ବଣିକର, ଧନିକର ଓ ମୃତ୍ୟୁମୃଗୟାରତ ମାଫିଆଚକ୍ରର। ସେଥିପାଇଁ ସରକାରୀ ସମୃଦ୍ଧି ନାଆଁରେ ଦେଶବ୍ୟାପୀ ଚାଲିଛି ଶୋଚନୀୟ ଶିଳ୍ପବିସ୍ତାର। କୃଷିର କବର ଉପରେ ଶିଳ୍ପପତିର ବାଣିଜ୍ୟ ଭବନ ସବୁ ଗଢ଼ିଉଠୁଛି ଗୋଟିକ ପରେ ଗୋଟିଏ। ଏବେ କୃଷକଶ୍ରେଣୀ ମୃତ୍ୟୁସୀମାନ୍ତମୁଖୀ ପଳାତକ ବାହିନୀ କେବଳ। ଆଉ କିଛିବର୍ଷ ପରେ ଏ ଶ୍ରେଣୀ ନେଇସାରିଥିବ ଅକାଳ ସାମଧି ଏବଂ ଏ ଦେଶ ଖାଦ୍ୟ ଆମଦାନୀ କରିବାକୁ ବାଧ୍ୟ ହେଉଥିବ ବିଦେଶରୁ। ଯେଉଁମାନେ ବର୍ତ୍ତମାନର ‘ଫାଇଦା’ ପାଇଁ ଶିଳ୍ପକୁ ସମୃଦ୍ଧିର ‘କାଇଦା’ ଭାବରେ ତୁମ୍ବିତୋଫାନ ସୃଷ୍ଟିକରି ନିରୀହ ଜନତାକୁ ଧୂଆଁବାଣରେ ଆକ୍ରାନ୍ତ କରିଚାଲିଛନ୍ତି, ସେମାନଙ୍କୁ ସାମ୍ନା ନ କରିପାରିଲେ ଭାରତୀୟ ସମାଜ କେବଳ ନିଜର ଆତ୍ମହତ୍ୟାର ପଥକୁ ହିଁ ବରଣ କରିନେଇପାରେ ବୋଲି କହିବାରେ ମୋର ତିଳାର୍ଦ୍ଧ କୁଣ୍ଠା ନାହିଁ। ଶିଳ୍ପଜନିତ ମୁନାଫାର ମୋଟା ଅଙ୍କ ବିନିମୟରେ ଆମେ କ’ଣ ଏକ ଅସୁସ୍ଥ ସମାଜର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଆଜିଠୁ?

ତେବେ ଦେଶଦ୍ରୋହୀ, ବିଦେଶୀ ଶକ୍ତିଙ୍କ ଦାଉରୁ କ୍ରୋମାଇଟକୁ ରକ୍ଷା କରିବାକୁ ହେବ। ଆମେରିକାର କିଛି ସମର୍ଥକ ଆମ ଓଡ଼ିଶା ଓ ଭାରତରେ ଅଛନ୍ତି। ସେମାନେ ସୁକିନ୍ଦା ଉପତ୍ୟକାରେ ଗୁପ୍ତ ଆଡ୍ଡା କରିଛନ୍ତି। ସୁକିନ୍ଦା କ୍ରୋମାଇଟ୍ ପାଇଁ ଆମେରିକା ପାଗଳ। ସୁକିନ୍ଦାରୁ ଆମ ନେତାମାନଙ୍କୁ ହସେଇଖେଳେଇ କ୍ରୋମାଇଟ୍ ବୋହି ନେବାକୁ ଟ୍ରାନସ୍ପୋର୍ଟର ଟ୍ରକ୍‌ବାଲା, ଏପରିକି ମାଟିତଳେ ତଳେ ପାଇପରେ ପାରାଦ୍ୱୀପ ବନ୍ଦରକୁ ଚାଲାଣ କରିବାପାଇଁ ଆମେରିକା-ଚୀନ୍ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ଆମେ ମୁଣ୍ଡରେ ହାତଦେଇ ବସିଛେ - ନିଦରେ ଘୁଙ୍ଗୁଡ଼ି ମାରୁଛେ। ଆଉ ବେଳ ନାହିଁ। ଉଠନ୍ତୁ। ଜାଗନ୍ତୁ। ଆମ କ୍ରୋମାଇଟକୁ ଆମେ ରକ୍ଷା କରିବା। ଓଡ଼ିଶା-ଭାରତ-ଆମ ଦେଶ, ଆମ ରାଜ୍ୟ ଆମେରିକା, ଚୀନ୍, ଜାପାନଠାରୁ ଅଧିକ ଧନଶାଳୀ ନିଶ୍ଚୟ ହେବ। ହେବ ଆହୁରି ଶକ୍ତିଶାଳୀ।

ବେଳହୁଁ ସାବଧାନ ନହେଲେ ନେଡ଼ିଗୁଡ଼ କହୁଣିକି ବୋହିଯିବ। କ୍ରୋମାଇଟ୍ ଚୋରା ଚାଲାଣକୁ ଆଉ ପ୍ରଶ୍ରୟ ନଦେଇ ସୁକିନ୍ଦା ଉପରେ ଶୋଷକ ଶାଗୁଣାମାନଙ୍କ ନଖଚିହ୍ନକୁ ନିଶ୍ଚିହ୍ନ କରିବାର ପ୍ରକ୍ରିୟା ଆରମ୍ଭ ହେଉ ଏଥର। ନହେଲେ ଆଗକୁ ମହାବିପଦ। ଏ ବିପଦରୁ ବିତ୍ପାତରୁ ଆସନ୍ତାକାଲି ଉପୁଜିବ ବିପ୍ଲବ–ମହାବିପ୍ଲବ।

ହଁ, କାଲି କ୍ରାନ୍ତିର କ୍ରୋଡ଼ପତ୍ରରେ ରହିବ କ୍ରୋମାଇଟ୍!

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story