ରାମ ବନାମ ହନୁମାନ

ଏଥର ଦିଲ୍ଲୀ ନିର୍ବାଚନ ଖୁବ୍ ରୋମାଞ୍ଚକର ଥିଲା। ଆଉ ବେଶୀ ରୋମାଞ୍ଚ ସୃଷ୍ଟି କରିଥିଲା ଘମାସାନ କ୍ୟାମ୍ପେନିଂ ସାଙ୍ଗକୁ ନେତାଙ୍କ ଡାଇଲଗ୍‌ବାଜି। ଏକ ଜାତୀୟ ଟେଲିଭିଜନ୍ ଚ୍ୟାନେଲ୍‌ରେ ଡିବେଟ୍ ଦେଖୁଥିଲି। ଆପ୍‌ର ସୌରଭ ଭରଦ୍ୱାଜ କହୁଥା’ନ୍ତି କେମିତି ଭୋଟ୍‌ ଗଣନା ବେଳେ ଇଭିଏମ୍‌ ବଟନ୍ ଟିପିଲା ପରେ ଯେଉଁ ଫଳାଫଳା ଆସୁଥିଲା, ତାହାକୁ ସେମାନେ ଜୟ ବଜରଙ୍ଗବଲୀ ବୋଲି କହି ଗ୍ରହଣ କରୁଥିଲେ। ଏପରିକି ଅନେକ ସ୍ଥାନରେ ବିଜେପିର କର୍ମକର୍ତ୍ତାମାନେ ଜୟ ଶ୍ରୀରାମ କହୁଥିବା ବେଳେ ଆପ୍‌ର […]

ram

ram

Tapaswini Nayak
  • Published: Friday, 21 February 2020
  • Updated: 21 February 2020, 05:56 PM IST

Sports

Latest News

[caption id="attachment_494304" align="alignleft" width="125"] ସ୍ୱାଧୀନ ରାଉତ[/caption]

ଥର ଦିଲ୍ଲୀ ନିର୍ବାଚନ ଖୁବ୍ ରୋମାଞ୍ଚକର ଥିଲା। ଆଉ ବେଶୀ ରୋମାଞ୍ଚ ସୃଷ୍ଟି କରିଥିଲା ଘମାସାନ କ୍ୟାମ୍ପେନିଂ ସାଙ୍ଗକୁ ନେତାଙ୍କ ଡାଇଲଗ୍‌ବାଜି। ଏକ ଜାତୀୟ ଟେଲିଭିଜନ୍ ଚ୍ୟାନେଲ୍‌ରେ ଡିବେଟ୍ ଦେଖୁଥିଲି। ଆପ୍‌ର ସୌରଭ ଭରଦ୍ୱାଜ କହୁଥା’ନ୍ତି କେମିତି ଭୋଟ୍‌ ଗଣନା ବେଳେ ଇଭିଏମ୍‌ ବଟନ୍ ଟିପିଲା ପରେ ଯେଉଁ ଫଳାଫଳା ଆସୁଥିଲା, ତାହାକୁ ସେମାନେ ଜୟ ବଜରଙ୍ଗବଲୀ ବୋଲି କହି ଗ୍ରହଣ କରୁଥିଲେ। ଏପରିକି ଅନେକ ସ୍ଥାନରେ ବିଜେପିର କର୍ମକର୍ତ୍ତାମାନେ ଜୟ ଶ୍ରୀରାମ କହୁଥିବା ବେଳେ ଆପ୍‌ର କର୍ମକର୍ତ୍ତାମାନେ କହୁଥିଲେ ଜୟ ବଜରଙ୍ଗବଲୀ। ଭରଦ୍ୱାଜଙ୍କ କଥା ଶୁଣି ଲାଗିଲା ଦିଲ୍ଲୀରେ ହେଉଥିଲା ରାମ ଏବଂ ହନୁମାନଙ୍କ ମଧ୍ୟରେ ଲଢ଼େଇ।

ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର। ବ୍ୟକ୍ତିଗତ ଜୀବନରେ ଏହା ବେଶ୍‌ ପ୍ରଭାବ ବିସ୍ତାର କରିଥାଏ। ଗୋଟିଏ ମଣିଷକୁ ଆଉ ଗୋଟିଏ ମଣିଷ ସହ ଯୋଡ଼ି ବା ପାଇଁ ଏହା ସୂତା ଖିଅ ଭଳି କାମ କରେ। ଆଉ ଏହାର ଫାଇଦା ନିଅନ୍ତି ରାଜନୈତିକ ଦଳମାନେ। ମନ୍ଦିର ଯାଉ ନଥିବା ନେତା ମନ୍ଦିର ଯାଆନ୍ତି, ଚିତା ତିଳକ ଲଗାଇ ଧାର୍ମିକ ହୋଇଯାଆନ୍ତି। କେଉଁ ନେତା ରାମଙ୍କ ଭକ୍ତ ହୁଅନ୍ତି ତ ଆଉ କିଏ ହନୁମାନ ଓ ଆଉ କିଏ ଶିବଙ୍କର।

ନବେ ଦଶକରେ ଦେଶରେ ଧର୍ମକୁ ନେଇ ରାଜନୀତି ଶୀର୍ଷରେ ଥିଲା। ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ପାଇଁ ଆଡ଼ଭାନୀ କରିଥିଲେ ରଥଯାତ୍ରା। ସେତେବେଳେ ଆଡ଼ଭାନୀ କହୁଥିଲେ, “ଲୋକେ କହୁଛନ୍ତି, ମୁଁ ହିନ୍ଦୁ ଭୋଟ୍ ବ୍ୟାଙ୍କ ତିଆରି କରୁଛି। ହେଲେ ମୁଁ ହିନ୍ଦୁ ନୁହେଁ, ପେଟ୍ରିଓଟିକ୍ ଭୋଟ ବ୍ୟାଙ୍କ ତିଆରି କରୁଛି।” ସେତେବେଳେ ଏହାକୁ କାଉଣ୍ଟର କରିଥିଲେ ଲାଲୁ ଯାଦବ ଓ ଏ.ବି. ବର୍ଦ୍ଧନ ଭଳି ଅନେକ ନେତା। ହିନ୍ଦୁ ଭୋଟ୍‌ ବିଜେପି ସପକ୍ଷରେ ଯାଉଥିବା ଜାଣିବା ପରେ ଲୋକଙ୍କୁ ଧର୍ମନିରପେକ୍ଷତାର ପାଠ ପଢ଼ାଇବା ଆରମ୍ଭ କରିଥିଲେ ଅନେକ ରାଜନୈତିକ ଦଳ। ହେଲେ ବିଜେପି ଉପରେ ଏହାର ପ୍ରଭାବ ଏତେ ପଡ଼ିଲାନି। ସାଧାରଣ ନିର୍ବାଚନରେ ବିଜେପିରେ ସଂଖ୍ୟା ବୃଦ୍ଧି ପାଇଲା।

ଏତେ ଦିନ ପରେ ଇତିହାସର ପୁଣି ଥରେ ପୁନରାବୃତ୍ତି ହେବାରେ ଲାଗିଛି। ପୁଣି ଥରେ ଧର୍ମକୁ ନେଇ ରାଜନୀତି ଜୋର ଧରିଛି। ହିନ୍ଦୁ ଭୋଟ ବ୍ୟାଙ୍କ ନେବା ପାଇଁ ଏବେ ବିଜେପି ଓ ଅନ୍ୟ ସବୁ ଦଳ ମଧ୍ୟରେ ହେଉଛି ଲଢ଼େଇ। ଅଣ ବିଜେପି ଦଳମାନେ ଏବେ ଲେକାଙ୍କ ବୁଝାଇବାରେ ଲାଗିଛନ୍ତି ହିନ୍ଦୁତ୍ୱର ମହତ୍ତ୍ୱ। ସେମାନେ ପାଲଟି ଯାଇଛନ୍ତି ସେକୁଲାର ହିନ୍ଦୁ, ଲିବରାଲ ହିନ୍ଦୁ। ହିନ୍ଦୁତ୍ୱର ଅର୍ଥ ସହନଶୀଳତା, ହିନ୍ଦୁମାନେ ଧର୍ମ ନିରପେକ୍ଷତା ଏଭଳି ଅନେକ କଥା କହୁଛନ୍ତି ଏହି ଦଳମାନେ। ବିଜେପି କରୁଥିବା ହିନ୍ଦୁତ୍ୱ ରାଜନୀତରୁ ଏହା ସଂପୂର୍ଣ୍ଣ ଭିନ୍ନ ବୋଲି ସେମାନେ ମତ ଦେଉଛନ୍ତି। ଅପରପକ୍ଷରେ ସିଏଏ ଏବଂ ଏନଆରସି ମୁସଲମାନ ବିରୋଧୀ କହି ବିରୋଧୀ ଦଳ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି। ସିଏଏ ଏବଂ ଏନପିଆର ମାଧ୍ୟମରେ ବିଜେପି ହିନ୍ଦୁମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ପ୍ରତି ବିରୋଧ ଭାବ ସୃଷ୍ଟି କରି ହିନ୍ଦୁଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଅଣ ବିଜେପି ଦଳମାନେ ଅଭିଯୋଗ କରନ୍ତି। ହେଲେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦୃଢ଼ତାର ସହ ଖଣ୍ଡନ କରଛନ୍ତି। ସିଏଏ ନାଗରିକତା ଦିଏ, ନାଗରିକତା ନିଏନି ବୋଲି ସେ କହିଛନ୍ତି।

ଏ ସବୁ ସତ୍ତ୍ୱେ ବିକାଶର ଏକ ପ୍ରମୁଖ ଭୂମିକା ରହେ ରାଜନୀତିରେ। କାରଣ ସାଧାରଣ ମଣିଷ ଖୋଜେ ସରକାର ତା କଥା ବୁଝୁ। ଆଉ ତାର ଆବଶ୍ୟକତା ପୁରଣ କରୁ। ଆଉ ଯିଏ ଏହା କରି ଦେଇଖାଏ, ସେ ତାକୁ ଭୋଟ ଦେବାକୁ ପସନ୍ଦ କରେ। ବେଳେ ବେଳେ ଭୋକ କଷ୍ଟ ଆଗରେ ଧର୍ମ ପ୍ରମୁଖତା ହରାଏ।

କହିବାକୁ ଗଲେ ଗୁଜାରଟ ନିର୍ବାଚନରେ କଂଗ୍ରେସ ତାର ରଣ କୌଶଳ ପରିବର୍ତ୍ତନ କଲା। ସେହି ସମୟରେ ରାହୁଲ ଗାନ୍ଧି ଗୁଜରାଟର ପ୍ରାୟ ୧୧ଟି ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସେ ସୋମନାଥ ହେଉ ବା ଜଗନ୍ନାଥ ମନ୍ଦିର। ଏହାର କାରଣ ହେଲା ବିଜେପିର ହିନ୍ଦୁତ୍ୱ ପ୍ରୟୋଗଶାଳା କୁହାଯାଉଥିବା ଗୁଜାରଟରେ ହିନ୍ଦୁ ଭୋଟ ବ୍ୟାଙ୍କ ହାତେଇବା। ହେଲେ ନିର୍ବାଚନକୁ ଏହା କେତେ ପ୍ରଭାବିତ କଲା ତାହା କହିବା ମୁସ୍କିଲ। ଅବଶ୍ୟ କଂଗ୍ରେସ କିଛିକାଂଶରେ ସଫଳ ହେଲା। କିନ୍ତୁ ସରକାର ଗଢ଼ିପାରିଲାନି। ଗୁଜାରାଟରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶରୁ ରାଜସ୍ତାନ ରାହୁଲଙ୍କ ଟେମ୍ପୁଲ ରନ୍‌କୁ ନେଇ ବେଶ ଚର୍ଚ୍ଚା ହେଲା। ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲ କହିଥିଲେ, “ମୋ ଜେଜେ ମା’ ଜଣେ ଶିବ ଭକ୍ତ ଥିଲେ। ହେଲେ ଆମେ ଏ ସମ୍ପର୍କରେ କେବେ ଆଲୋଚନା କରିବାକୁ ଚାହୁଁନା। କାରଣ ଆମକୁ ଲାଗେ ଆମ ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର।” କେତବେଳେ ରାହୁଲ ରାମଙ୍କ ଶରଣରେ ଗଲେ ତ ଆଉ କେତେବେଳେ ଶିବଙ୍କର। ଆଉ ଏହାକୁ ନେଇ ସେତେବେଳେ ବିଜେପି ମଧ୍ୟ ରାହୁଲଙ୍କ ଜାତିଗୋତ୍ର ନେଇ ପ୍ରଶ୍ନ କରିଥିଲା। ମଧ୍ୟପ୍ରଦେଶରେ ରାହୁଲ ୫ଟି ମନ୍ଦିର ଯାଇଥିବା ବେଳେ ରାଜସ୍ଥାନର ୩ଟି ଓ ଛତିଶଗଡ଼ର ୨ଟି ମନ୍ଦିରକୁ ଯାଇଥିଲେ। ଆଉ ସବୁଠାରୁ ବଡ଼ କଥା ହେଲେ ଏହି ସବୁ ରାଜ୍ୟରେ କଂଗ୍ରେସ ବିଜୟୀ ହୋଇ ସରକାର ଗଢ଼ିଥିଲା।

ସେହିପରି ମମତା ବାନାର୍ଜୀ , କଂଗ୍ରେସ ଓ ଆପ୍‌ ଭଳି ଅନେକ ଦଳ ମୁସଲିମ୍ ଭୋଟ୍‌ ବ୍ୟାଙ୍କ ହାତେଇବା ପାଇଁ ଅନେକ କିଛି କରୁଥିବା ଦେଖିବାକୁ ମିଳେ। ଦେଶବ୍ୟାପୀ କିଛି ସଂଗଠନ ସିଏଏ ସପକ୍ଷ ରାଲି କରୁଥିବା ବେଳେ ଏହାକୁ ସମର୍ଥନ କରିଥିଲା ବିଜେପି। ସେହିପରି ସିଏଏ ବିପକ୍ଷ ରାଲି ଆୟୋଜନରେ କଂଗ୍ରେସ ଏବଂ ଟିଏମସି ଭଳି ଦଳ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଦିଲ୍ଲୀ ନିର୍ବାଚନରେ ମଧ୍ୟ ବିଜେପିର ଭୋଟ ବ୍ୟାଙ୍କ ଭାଗ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ୍‌ ବଜରଙ୍ଗବଲୀଙ୍କ ଶରଣ ପଶିଥିଲେ। ଆଉ ଏଥିରେ ସେ କିଛି ମାତ୍ରାରେ ସଫଳ ହେଉଥିଲେ। ଓଡ଼ିଶାରେ କନ୍ଧମାଳ ଦଙ୍ଗା ପରେ ବିଜେପି ଏବଂ ବିଜେଡି ଅଲଗା ହୋଇଯାଇଥିଲେ। ଆଉ ଏବେ ବିଜେଡିର ଫୋକସ୍‌ରେ ରହିଛି ମନ୍ଦିର। ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ, ତାରତାରିଣୀ, ବଳଦେବ ଜିଉ ମନ୍ଦିର। ତେବେ ନବୀନଙ୍କ ଏହି ପାଳିରେ ମନ୍ଦିର ବିକାଶ ରାଜନୀତିରେ କେତେ ପ୍ରଭାବ ପକାଉଛି, ତାହା ଦେଖିବା କଥା। କାରଣ ଗଲା ନିର୍ବାଚନରେ ବିରୋଧୀ ଦଳ ଭାବେ ବିଜେପି ସହ ବିଜେଡିର ସିଧାସଳଖ ଲଢ଼େଇ ହୋଇଥିଲା।

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଧର୍ମକୁ ନେଇ ରଜନୀତି ଜୋର ଧରୁଛି। ସଂଖ୍ୟାଲଘୁ ଏବଂ ସଂଖ୍ୟା ଗରିଷ୍ଠଙ୍କ ମଧ୍ୟରେ ସଂଘର୍ଷ ଘଟୁଛି। ଧର୍ମ ଧର୍ମ ମଧ୍ୟରେ ଲଢ଼ାଇ ଭୋଟବ୍ୟାଙ୍କ ହାସଲ ପାଇଁ ଉଦ୍ୟମ ହେଉଛି। ସେ ମଧ୍ୟପ୍ରାଚ୍ୟ ହେଉ ବା ୟୁରୋପ ସବୁଠି ସେଇ ସ୍ଥିତି। ଏ ସବୁ ସତ୍ତ୍ୱେ ବିକାଶର ଏକ ପ୍ରମୁଖ ଭୂମିକା ରହେ ରାଜନୀତିରେ। କାରଣ ସାଧାରଣ ମଣିଷ ଖୋଜେ ସରକାର ତା କଥା ବୁଝୁ। ଆଉ ତାର ଆବଶ୍ୟକତା ପୁରଣ କରୁ। ଆଉ ଯିଏ ଏହା କରି ଦେଇଖାଏ, ସେ ତାକୁ ଭୋଟ ଦେବାକୁ ପସନ୍ଦ କରେ। ବେଳେ ବେଳେ ଭୋକ କଷ୍ଟ ଆଗରେ ଧର୍ମ ପ୍ରମୁଖତା ହରାଏ। ଆଉ ଏହାର ଜ୍ୱଳନ୍ତ ଉଦାହାରଣ ହେଉଛି ମୋଦିଜୀଙ୍କ ଅଛେଦିନର ନାରା ଏବଂ ନବୀନ ପଟ୍ଟନାୟକଙ୍କ ବିକାଶର ରାଜନୀତି, ଆଉ କେଜ୍ରିୱାଲ୍‌ଙ୍କ ଫ୍ରି-ସ୍କିମ୍ ପଲିଟିକ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story